STORYMIRROR

Dr Jharana Satapathy

Crime Others

4  

Dr Jharana Satapathy

Crime Others

ଭଣ୍ଡାମୀ ଏଵଂ ଛଳନା

ଭଣ୍ଡାମୀ ଏଵଂ ଛଳନା

2 mins
454


ସନିଆର ନିତିଦିନିଆ କାମ ହେଲା ଗାଁ ଲୋକଙ୍କୁ ବିଶ୍ବାସରେ ବିଷ ଭରିବା ଏବଂ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଗଣନା କରି ଲୋକମାନଙ୍କର ଅର୍ଥ ଶୋଷିନେବା । ବିଭିନ୍ନ ବେଶରେ ଲୋକଙ୍କୁ ଠକିବା ।କିନ୍ତୁ ଏ କଥା ସଭିଙ୍କୁ ଅଛପା ଥାଏ ।କିଛି କାମ ଧନ୍ଧା ନ ପାଇ ପେଟ ପାଟଣା ପାଇଁ ସବୁ ଉପାୟ ମାନ ଖୋଜେ ।ନୂଆ ନୂଆ ଯୋଜନା ସନିଆର ମୁଣ୍ଡକୁ ଜୁଟୁଥାଏ ।ଏଭଳି ଭାବେ ସେ ଗୋଟିଏ ଜାଗାରୁ ଆଉ ଗୋଟାଏ ଜାଗା ବୁଲୁଥାଏ ।ଏ ଗାଁରୁ ସେ ଗାଁ ହେଉଥାଏ ।ଲୋକେ ତାକୁ ବିଶ୍ବାସ କରନ୍ତି।କିନ୍ତୁ ସେ ଲୋକମାନଙ୍କ ସହିତ ବିଶ୍ବାସ ଘାତକତା କରେ କେତେବେଳେ କେଉଁ କଥାମାନ କହି ।ଭାଗ୍ୟ ଭବିଷ୍ୟ ଗଣନାକରି ଯାହା ଆସେ ତାହା କହିଦିଏ କଥାଟା ବେଳେବେଳେ ସତ ହୋଇଯାଏ ।କହୁ କହୁ କହିଦିଏ ।


ସନିଆ ମୁଣ୍ଡରେ ଏକ ନୂଆ ଯୋଜନା ଜୁଟିଲା। ସେହି ଗାଁକୁ ଲାଗି ଆଖ ପାଖ ସହରଗୁଡିକରେ ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥାମାନଙ୍କ ରାଜ ଚାଲିଥିଲା। କିଛି କାମ ଧନ୍ଦା ନ ପାଇ ସନିଆ ନିଜେ ଏହି ସଂସ୍ଥାରେ କାମ କରିବା ପାଇଁ ସହରକୁ ଆସିଲା। ଗାଁରେ ଥିବା ନିରିହ ଲୋକମାନଙ୍କୁ ଭୂଆଁ ବୁଲାଉଥିଲା। ଏହି ଚିଟ୍ଫଣ୍ଡ ସଂସ୍ଥା ସହାୟତାରେ ସନିଆ ଲୋକଙ୍କ ଠାରୁ ଟଙ୍କା ଜମା ନେଇ ଜମାକାରିଙ୍କୁ ସର୍ବସ୍ୱାନ୍ତ କରି ଦେଲା।ଏକ ଭଲ ସଂସ୍ଥା ଵୋଲି ଭାବି ଲୋକମାନେ ଟଙ୍କା ଜମାକଲେ। ବିଭିନ୍ନ ସ୍କିମର ପ୍ରଲୋଭନ ଦେଖାଇ ଏହି ସଂସ୍ଥା ବିଭିନ୍ନ ଲୋକଙ୍କ ଠାରୁ ପର୍ଯ୍ୟାପ୍ତ ଅର୍ଥରାଶି ଠକି ନେଇଥିଲା।


ବିଭିନ୍ନ ଘର ଘର ବୁଲି ଏହି ସଂସ୍ଥା ବିଷୟରେ ଲୋକମାନଙ୍କୁ ବୁଝାଉଥିଲା।ଏହି ସଂସ୍ଥା ପକ୍ଷରୁ ସେ ବହୁତ ଟଙ୍କା ବି ପାଉଥିଲା।କିନ୍ତୁ ନିରିହ ଲୋକମାନେ କିଛି ନ ଜାଣି ପଇସା ଇନଭେହେଷ୍ଟମେଣ୍ଟ୍ କରିବାକୁ ଲାଗିଲେ।ଜଣେ ଜଣକ କଥାରେ ବିଶ୍ବାସ କରି ସହ ସହ ହଜାର ହଜାର ଲୋକ ଏହି ସଂସ୍ଥାରେ ଟଙ୍କା ବିନିଯୋଗ କଲେ।କାହାକୁ ଜଣାନଥାଏ ଏହା ଗୋଟିଏ ଠକ ସଂସ୍ଥା ବୋଲି। ଲୋକଙ୍କୁ ଅଧିକ ସୁଧ ଓ ବିଭିନ୍ନ ସୁବିଧା ପ୍ରଦାନ ନେଇ ମଧୁର ପ୍ରତିଶ୍ରୃତି ଦେଇ ଲୋକ ମାନଙ୍କୁ ଭୂଆଁ ବୁଲାଉଥିଲେ ସନିଆ ଏବଂ ଏହି ସଂସ୍ଥାର କର୍ମଚାରୀ ମାନେ ।ସନିଆ ନିଜେ ଏ ସଂସ୍ଥାର କର୍ମଚାରୀ ଥିଲା। 


ବାସପୋଯୋଗୀ ଜମି ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ହଡପ୍ କରିଥିଲା ଏହି ଚିଟଫଣ୍ଡ ସଂସ୍ଥା।ଏହି ଚିଟଫଣ୍ଡ ସଂସ୍ଥା ଦୁଇ ଗୁଣା ଟଙ୍କା ଦେବାର ଲୋଭ ଦେଖାଇ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଫେରାର୍ ହୋଇଯାଇଥିଲା । ସନିଆ ନିରିହ ଲୋକମାନଙ୍କୁ ପ୍ରଲୋଭନ ଦେଖାଇ ଜମା ଟଙ୍କା ଦୁଇରୁ ତିନି ଗୁଣ ହେବକହି ଵହୁ ଅର୍ଥ ଶୋଷିଥିଲା। ଲୋକେ ପ୍ରଭାବିତ ହୋଇ ଏହି ଠକ ସଂସ୍ଥା ଉପରେ ଟଙ୍କା ଜମା କରିଥିଲେ ।


ଏମିତି ବିଭିନ୍ନ ଲୋକମାନଙ୍କୁ ପ୍ରତାରଣା କରି ବହୁ ଟଙ୍କା ବିଭିନ୍ନ ଉପାୟରେ ଟଙ୍କା ଶୋଷିନେଲା ।


ଶେଷରେ ସିଏ ଯେତେବେଳେ ଧରା ପଡିଗଲା ଲୋକମାନଙ୍କ ଦ୍ଵାରା ତାର ପିଠିରୁ ବତର ବାହାରିଗଲା।ଉତ୍ତମ ମଧ୍ୟମ ସହ ପୋଲିସ୍ ଆସି ତାକୁ ଗିରଫ କରିନେଲା।



Rate this content
Log in

Similar oriya story from Crime