STORYMIRROR

Dr Jharana Satapathy

Classics Others

4  

Dr Jharana Satapathy

Classics Others

ଭକ୍ତର ପ୍ରାର୍ଥନା

ଭକ୍ତର ପ୍ରାର୍ଥନା

2 mins
201

ବିଭିନ୍ନ ଓଷା ପୂର୍ଣ୍ଣ୍ୟପର୍ବରେ ଇଛା ହୁଏ ମନ୍ଦିର ଯାଇ ଟିକେ ଠାକୁର ଦର୍ଶନ କରିବାକୁ।ବାରମାସରେ ତେର ପର୍ବ ପଡେ ।ସବୁବାର ବ୍ରତ କରିବା ପାଇଁ ସମୟ ସହ ନିଜର ବଳ ଥିବା ନିହାତି ଦରକାର।କେତେକ ପର୍ବପର୍ବାଣୀକୁ ଛାଡିହୁଏ ନାହିଁ।ଆପେ ଆପେ ମନରେ ସାହାସ ଶକ୍ତି ଆସିଯାଏ।ସେହି ଠାକୁରଙ୍କର ସବୁ କୃପା।ସିଏ ଚାହିଁଲେ ସବୁ ହେବ।ସତରେ ମନ୍ଦିର ଯାଇ ଠାକୁର ଦର୍ଶନ କଲେ ନିଜକୁ ମନରେ କେତେ ଶାନ୍ତି ମିଳେ।ସବୁମନ କଥା ତାଙ୍କୁ ଜଣାଇଦେଲେ କେତେ ଶାନ୍ତି ଲାଗେ। ସିଏ ପରା ଭକ୍ତର ଭଗବାନ। କିନ୍ତୁ କରୋନା ଭୟରେ ସବୁ ମନ୍ଦିର,ପିଠ,ପର୍ଯ୍ୟଟନସ୍ଥଳୀ ଖାଁ ଖାଁ।କରୋନା ଭୟରେ ଘରୁ ଗୋଡ କାଡିବାକୁ ଭୟ ଲାଗୁଛି।କରୋନା ପାଇଁ ସବୁବନ୍ଦବାନ୍ଦ। କାଲି ଚୈତ୍ର ପୂର୍ଣ୍ଣିମା ଥିଲା।ତାରିଣୀଙ୍କ ବ୍ରତବି ଥିଲା।କିନ୍ତୁ ମନ୍ଦିର ଯାଇ ମାଁଙ୍କୁ ଦର୍ଶନ ବି କରିପାରୁନଥିଲି।ମନରେ ବହୁତ ଦୁଃଖ ବି ଲାଗୁଥିଲା।ହେଲେ କଣ ହେବ ସେ କରୋନା ମହାମାରୀ ଯୋଗୁ ସବୁ ପରା ଲକ୍ ଡାଉନ।ଏ କରୋନା ଦାଉରୁ କେବେ ରକ୍ଷା ମିଳିବ।ଏ କରୋନା ଲାଗି ସବୁ ବନ୍ଦ ହୋଇଗଲା।

ହେ ମାଆ ମଙ୍ଗଳା ସଙ୍କଟତାରିଣୀ, ହେ ପ୍ରଭୁ ଦୟାମୟ ଦିନବନ୍ଧୁ ତୁମକୁ କଣ ଏହା ଦେଖା ଯାଉନି! ଏ କରୋନା ଲାଗି କେତେ ଲୋକଙ୍କର ଜୀବନ ଚାଲିଗଲାଣି। ତୁମର ଲିଳା ତୁମକୁ ହିଁ ଜଣା ପ୍ରଭୁ! ପୂର୍ଣ୍ଣିମାରେ ତୁ ସୁନା ବେଶରେ ସଜ୍ଜିତ ହୋଇଥିବୁ କିନ୍ତୁ ତତେ ଦେଖିବା ପାଇଁ କୌଣସି ଭକ୍ତ ତୋ ପାଖରେ ନାହାନ୍ତି।ତୋ ଚକାଆଖିରେ କଣ ଦେଖିପାରୁନୁ।ଏ କରୋନା ଲାଗି ସବୁଯାନିଯାତ୍ରା ବନ୍ଦ ହୋଇଗଲା।

ଗଞାମ ଜିଲ୍ଲାରେ ଅବସ୍ଥିତ ପୁରୁଷୋତ୍ତମପୁର ନିକଟସ୍ଥ ତାରାତାରିଣୀପିଠରେ ଚୈତ୍ରମାସରେ ବଡ ପର୍ବ ହୁଏ।ପ୍ରବଳ ଜନସମାଗମ ହୁଏ ।ଏତେବଡ ଚଇତି ପର୍ବ ହୋଇଥାନ୍ତା।ଲୋକମାନେ କେତେ ମାନସିକ ରଖିଥିଲେ।ତାହାବି ଵନ୍ଦ ଗଲା। ଅଶୋକାଷ୍ଟମୀ, ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା , ଶ୍ରୀ ରାମନବମୀ ତାହାବି ସ୍ଥଗିତ ହୋଇଗଲା। ଗଞାମର ପ୍ରସିଦ୍ଧ ଦଣ୍ଡକାଳି ଯାତ୍ରା ତାହା ମଧ୍ୟ ସ୍ଥଗିତ ହୋଇଗଲା।ଏକୋଇସ ଦିନ ନିଷ୍ଠାରେ ଦଣ୍ଡୁଆ ମାନେ ବହୁ ନିଘା ନିଷ୍ଠାରେ ରୁଦ୍ର କାଳିଙ୍କ ସେବା ଏବଂ ବ୍ରତ କରନ୍ତି। ଏଥିପାଇଁ ସେମାନେ ଖାଲି ପାଦରେ ଦୂରଦୂରାନ୍ତରୁ ଜାଗାରୁ ଆସି ମାନସିକ ଧାରୀଙ୍କ ଘରେ ଦଣ୍ଡଯାତ୍ରା ଖେଳାନ୍ତି। ହେ ମାଆ ଦଣ୍ଡକାଳି ତୁମେ କୁଆଡେ ଗଲ।ଏ କରୋନା ବିପତ୍ତିରୁ ରକ୍ଷା କର ସମଗ୍ର ବିଶ୍ବକୁ। ଆତୁର ହୋଇ ଲୋକେ ତୁମକୁ କେତେ ଡାକୁଛନ୍ତି। ଆଗକୁ ଆସୁଛି ତୋର ମେରୁ ଯାତ୍ରା।ତାହାବି ବନ୍ଦ ହୋଇଯିବ।କେଡେ ନିଷ୍ଠାରେ ତୋର ମେରୁ ସଂକ୍ରାନ୍ତି ବ୍ରତ କରୁଥିଲି।ଦର୍ଶନ କରିବାକୁ ମଧ୍ୟ ତୋ ପାଖକୁ ଯାଉଥିଲି।କିନ୍ତୁ କରୋନା ଲାଗି ସବୁ ଠପ୍।ହନୁମାନ ଜୟନ୍ତୀ ଵି ବନ୍ଦ ହୋଇଯିବ। ହେ ପ୍ରଭୁ କାଳିଆ ଠାକୁର ଏ ସାରା ଜଗତ ତୁମ ହାତରେ ତୁମେ ହିଁ ତାକୁ ରକ୍ଷା କର। ଆଗକୁ ଆସୁଛି ରଥଯାତ୍ରା।ଯେଉଁଠି ଭକ୍ତ ଏବଁ ଭଗବାନଙ୍କ ମିଳନ ହୋଇଥାଏ। ରତ୍ନଵେଦୀରୁ ଚତୁର୍ଦ୍ଧାମୂର୍ତ୍ତି ଵାହାରକୁ ଆସି ଭକ୍ତ ମାନଙ୍କୁ ଦେଖିଵେ। ସବୁ ସେହି କାଳିଆର ଇଛା । ତୋ ଭକ୍ତମାନଙ୍କୁ ତୁ ନିଜେ ଦେଖେ।।ହେ ରାମ,ହେ ଶିବ,ହେ ପ୍ରଭୁ ଗଣେଷ,ହେ ମାଆ ମଙ୍ଗଳା,ହେ ପ୍ରଭୁ ସୂର୍ଯ୍ୟନାରାୟଣ ,କାଳିଆ ସାଆନ୍ତ,ନବଗ୍ରହ, ତେତିଶିକୋଟି ଦେବତା ତୁମ ନିକଟରେ ସରଣ ପଶୁଛି ସର୍ବରିଷ୍ଟ କଟାଇ ଦେଶକୁ ଏବଂ ବିଶ୍ବକୁ କରୋନା ମହାମାରୀରୁ ରକ୍ଷା କର।ଏହା ଗୋଟେ ଭକ୍ତର ତୁମ ନିକଟରେ ପ୍ରାର୍ଥନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics