STORYMIRROR

Nityananda Sahu

Inspirational

4  

Nityananda Sahu

Inspirational

ଭିନ୍ନ ଏକ ଯଶୋଦା

ଭିନ୍ନ ଏକ ଯଶୋଦା

8 mins
210


ମାତୃତ୍ୱ ହିଁ ଦେଇଥାଏ ଜଣେ ନାରୀକୁ ପୂର୍ଣ ରୂପରେ ପୂର୍ଣ୍ଣତା । ସନ୍ତାନ ର ସୁଖ ପ୍ରାପ୍ତି କରିବା ପାଇଁ ଦୁନିଆଁ ର ପ୍ରତ୍ୟେକଟି ନାରୀ ଚାହିଁ ଥାନ୍ତି। ସେଥିପାଇଁ ବିବାହ ପରେ ମାଆ ହେବାର ଖୁସି ,ସେମାନଙ୍କୁ ଆଉ ଏକ ଦୁନିଆଁର ସ୍ୱପ୍ନ ଦେଖାଇଥାଏ । ମାତୃତ୍ୱ ପ୍ରାପ୍ତ କରିବା ପୂର୍ବରୁ ,ସେମାନଙ୍କୁ ସହିବାକୁ ପଡିଥାଏ ଭୀଷଣ ପ୍ରସବ ଜନିତ ଯନ୍ତ୍ରଣା । କିନ୍ତୁ ଯେତେବେଳେ ଆଖି ସମ୍ନାରେ ସେମାନେ ନିଜର ନବ ଜାତ ସନ୍ତାନ ଙ୍କୁ ଦେଖିଲା ପରେ ,ସେ ଯନ୍ତ୍ରଣାକୁ ବି ଭୂଲି ଯାଇଥାନ୍ତି । ଆଉ ଯେଉଁ ମାନେ ମାତୃତ୍ୱ ଲାଭ କରିବାର ଖୁସିରୁ ବଞ୍ଚିତ ଥାନ୍ତି ,ଦୁନିଆଁ ଆଖିରେ ସେମାନେ ନିଜର ସବୁ କିଛି ହରେଇ ବସନ୍ତି। ମାତୃତ୍ୱ ରୁ ବଞ୍ଚିତ ହୋଇଥିବା ଏମିତି ଅନେକ ଜଣଙ୍କୁ ଅପମାନ , ନିନ୍ଦା ଆଉ ଆକ୍ଷେପ ଶୁଣିବାକୁ ପଡିଥାଏ । କେତେ ଜଣଙ୍କ ଠାରେ ମାଆ ହେବାର ସମ୍ଭାବନା ଥିଲେ ବି ସ୍ୱାମୀ ମାନଙ୍କର ପୁରୁଷତ୍ୱ କୁ ସମାଜକୁ ନ ଜଣାଇବା ପାଇଁ ନିଜ ଜୀବନ ହାରି ଦିଅନ୍ତି । ତ ଆଉ କେତେ ଜଣଙ୍କୁ ନିଜର ସ୍ୱାମୀ ଙ୍କର ସାହାରା ମିଳିଥାଏ ।


   ଆଜି କାଲିର ଆଧୁନିକ ଯୁଗରେ ପୁରୁଷର ଅକ୍ଷମତା କୁ ମଧ୍ୟ ପୁରୁଷତ୍ୱ ରେ ପରିଣତ କରିବା ପାଇଁ ଟେଷ୍ଟ ଟିୟୁବ ବେବି ଭଳି ମାଧ୍ୟମ ମାନ ପ୍ରୟୋଗ କରି ମଣିଷ ସମାଜ ସଫଳ ହୋଇ ସାରିଲେଣି । କିନ୍ତୁ ଡାକ୍ତର ଯଶୋଦା ମହାନ୍ତି ଆଜିବି ମାତୃତ୍ୱ ସୁଖରୁ ବଞ୍ଚିତ। ଜଣେ ଗାଇନିଂ ସ୍ପେସିଆଲିଷ୍ଟ ହୋଇଥିଲେ ବି ସ୍ୱାମୀଙ୍କର ଅକ୍ଷମତା ର କାରଣ କୁ ଲୁଚେଇବା ପାଇଁ ଆଜି ସବୁ କଳଙ୍କ ନିଜ ଦେହରେ ବୋଳି ଦେଇଛନ୍ତି। 


  ସ୍ୱାମୀ ଡାକ୍ତର ସୁଭାଷ ମହାନ୍ତି ହେଉଛନ୍ତି ମେଡ଼ିସିନ ସ୍ପେସିଆଲିଷ୍ଟ । ବିବାହର ଦୀର୍ଘ ତିନି ବର୍ଷ ବିତିଯାଇଥିଲେ ବି ସନ୍ତାନର ସୁଖ ପ୍ରାପ୍ତ କରି ନାହାନ୍ତି ଦୁହେଁ ଏ ଯାଏଁ।  

   

    ନିଜେ ନର୍ସିଂହୋମ କରି ଗରିବ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଛନ୍ତି ଯଶୋଦା। ଭୂଲି ଯାଇଛନ୍ତି ପାଞ୍ଚ ବର୍ଷ ତଳେ ବୈବାହିକ ଜୀବନର ଝଡ଼ କୁ । ଆଜି ବିଭିନ୍ନ ଖବର କାଗଜ ଆଉ ସାମାଜିକ ଗଣମାଧ୍ୟମ ଯଶୋଦା ଦେବୀ ଙ୍କର ପ୍ରଶଂସାରେ ଶତମୁଖ ହୋଇ ପଡିଛନ୍ତି ।


  ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ଯଶୋଦା ଦେବୀ ଙ୍କୁ ଆଜି ରାଜ୍ୟ ର ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ । ସେଥିପାଇଁ ଯଶୋଦା ଦେବୀ ଙ୍କର ଫଟୋ ସହ ନାଁ ମଧ୍ୟ ଦୈନିକ ଖବର କାଗଜରେ ବାହାରିଛି। ଯେଉଁ ମାନେ ଦିନେ ତାଙ୍କୁ କଟୁ ଆକ୍ଷେପ କରି କହିଥିଲେ ,ସେମାନଙ୍କୁ ନିଶ୍ଚୟ ଆଜି ଉଚିତ ଜବାବ ମିଳିଯାଇଥିବ। 


   ଆଜି ଜୀବନର ହଜାର ତମ ଡେଲିଭରି ସାରି ଯେତେବେଳେ ଅପ୍ରେସନ ରୁମରୁ ବାହାରିଲେ ,ତାଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ । କିନ୍ତୁ ନିଜ ଛାତିର ଅମୃତ ଆଜି ବି କୋହ ସାଗର ଭିତରେ ଚାପି ହୋଇ ରହିଯାଇଛି। ନିଜ କର୍ତ୍ତବ୍ୟ ରେ କେବେ ବି ଅବହେଳା କରି ନାହାନ୍ତି ସେ । ସେଥିପାଇଁ ତାଙ୍କ ମନରେ କେବେ ଦୁଃଖ ନାହିଁ। ଅପ୍ରେସନ ସଫଳ ହେଲା ପରେ , ମାଆ କୋଳକୁ ନବ ଜାତ ପିଲାଟିକୁ ଧରାଇ ଦେଇ , ଆଜି ଯଶୋଦା ଦେବୀ ଆୟୋଜିତ ସଭା ଅଭିମୁଖେ ବାହାରି ଯାଇଛନ୍ତି। 


   ରାସ୍ତା କଡରେ ଅନେକ କୃଷ୍ଣଚୂଡ଼ା ଫୁଲ ଗଛର ଭରା ଯୌବନକୁ ଦେଖି ବିମୋହିତ ହୋଇ ଯାଇଛନ୍ତି । ସତେ ଯେମିତି କୃଷ୍ଣଚୂଡ଼ା ଗଛ ପୂର୍ଣ୍ଣତା ପ୍ରାପ୍ତ କରିଛି। ଅଜଣାତରେ ହାତ ତାଙ୍କର ଉଦରକୁ ସ୍ପର୍ଶ କରିଛି। ଭାଙ୍ଗି ପଡିଲେ ଆଉ ଥରେ । ବାହାରର ଶୀତଳ ଦଲକାଏ ପବନରେ ଆଖିରୁ ଦୁଇ ଟୋପା ଲୁହ ଖସି ପଡିଲା। ସେଇ ଲୁହର କେଇ ଟୋପା ଧାର ଆଜି ଆଉ ଥରେ ଯଶୋଦା ଦେବୀ ଙ୍କୁ ନେଇ ଯାଉଥିଲା ଅତୀତ କୁ । 


  ମାତୃତ୍ୱ ଲାଭରୁ ବଞ୍ଚିତ ହୋଇଥିବା କାରଣ ପାଇଁ ଅନେକ ଥର ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସନ୍ତାନ ପ୍ରାପ୍ତି ନେଇ କଳହ ହୋଇଛି। ଦୁହିଁଙ୍କ ଭିତରର କଳହ ପରେ ପରିବାରକୁ ମଧ୍ୟ ବ୍ୟାପିଛି। ଉଭୟ ଙ୍କର ପରିବାର ଶିକ୍ଷିତ ହୋଇଥିଲେ ବି ଯଶୋଦାଙ୍କୁ ଶାଶୁ ଘରୁ ସହାନୁଭୂତି ମିଳିବା ବଦଳରେ ମିଳିଥିଲା କଟୁ ଆକ୍ଷେପ ମୂଳକ ମନ୍ତବ୍ୟ । କେତେ ବା ଆଉ ସହି ଥାନ୍ତେ । ସତ କଣ ସ୍ୱାମୀ ସ୍ତ୍ରୀ ଙ୍କର ବେଡ଼ ରୁମ ଭିତରେ ସୀମିତ ରହିଗଲା। ସ୍ୱାମୀ ଙ୍କର ଯୁକ୍ତି ଥିଲା କି ଆଉ କେଉଁ ପୁରୁଷ ର ଶୁକ୍ରାଣୁର ଭ୍ରୁଣ କୁ ଯଶୋଦା ନିଜର ଗର୍ଭ ରେ ଧାରଣ କରି ,ତାଙ୍କୁ ବାପା ହେବାର ସୌଭାଗ୍ୟ ଦିଅନ୍ତୁ। କିନ୍ତୁ ଯଶୋଦା ଏ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ । ତୁମକୁ ବିବାହ କରିଛି । ଯଦି ମୋ ଗର୍ଭ ରେ କିଏ ରହିବ ସେ ହେଉଛି ତୁମ ଶୁକ୍ରାଣୁ ର ଭ୍ରୁଣ । ଆଉ କେଉଁ ଅଜଣା ପୁରୁଷ ର ଶୁକ୍ରାଣୁ ର ଗୁଣ କଣ ତୁମ ଗୁଣ ସହ ସମାନ ହେବ। ସେଥିପାଇଁ ମତେ କ୍ଷମା କରି ଦିଅ ସୁଭାଷ , ତୁମ ପ୍ରସ୍ତାବ କୁ ମୁଁ ଗ୍ରହଣ କରି ପାରୁ ନାହିଁ । ଯଦି ତୁମେ ଚାହିଁବ ତେବେ ନିଜ ଶୁକ୍ରାଣୁ କୁ ବାହାରେ ଇନ ଭିଟ୍ରୋ ଫଟିଲାଇଜର ପ୍ରୋଶେଷ ମାଧ୍ୟମରେ ମୋ ଗର୍ଭ ରେ ପୁନଃ ସ୍ଥାପନା କରି ପାରିବ କିନ୍ତୁ ଅନ୍ୟ କାହା ଶୁକ୍ରାଣୁ କଥା ପ୍ଲିଜ କୁହ ନାହିଁ ।


   ମୋ ଭିତରେ ଯଦି ସେତିକି ସକ୍ଷମତା ରହିଥାନ୍ତା ,ତୁମକୁ କାହିଁକି ମୁଁ ବାଧ୍ୟ କରିଥାନ୍ତି । ସ୍ୱାମୀର ସେବା ତ କରିବା ଦୂରର କଥା ତୁମେ ମୋ କଥା କୁ ବି ରକ୍ଷା କରୁ ନାହଁ । ଆମ ଘରର ଇଜ୍ଜତ ସ୍ୱାଭିମାନ ସହ ପ୍ଲିଜ ଖେଳ ନାହିଁ । ପୌଷ୍ୟ ସନ୍ତାନ ଗ୍ରହଣ କଲେ କାଳେ ପରିବାର ତାଙ୍କର ଅକ୍ଷମତା ବିଷୟରେ ଜାଣି ପାରିବେ ,ସେଥିପାଇଁ ଯଶୋଦା ଙ୍କର ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରିଥିଲେ ସୁଭାଷ। ଦୁହିଁଙ୍କ ଭିତରେ ତିକ୍ତତା ଧୀରେ ଧୀରେ ବଢିବାକୁ ଲାଗିଲା। ଛୋଟ ଛୋଟ କଥା କୁ ନେଇ ଯଶୋଦା ଙ୍କ ସହ ସୁବାଷ କଳହ କରନ୍ତି। ହେଲେ ସ୍ଵାମୀ ଙ୍କର ଅକ୍ଷମତା ଙ୍କୁ କେବେ ବି ପରିବାର ସମ୍ନାରେ ଉନ୍ମୋଚନ କରି ନାହାନ୍ତି ଯଶୋଦା। ସବୁ କଳଙ୍କ ଙ୍କୁ ନିଜ ମଥାରେ ଧରି ସ୍ୱାମୀ ଙ୍କ ପ୍ରତି ଥିବା ଅତୁଟ ଭଲ ପାଇବାର ବିଶ୍ୱାସକୁ ସେ କେବେ ବି ଭାଙ୍ଗି ଦେଇ ନାହାନ୍ତି। କିନ୍ତୁ ସୁଭାଷ ବୁଝିବି ଅବୁଝା ହୋଇ ରହିଗଲେ । ଭଲ ପାଇ ଦୁହେଁ ବିବାହ କାରବାର ତିନି ବର୍ଷ ପରେ ଉଭୟ ଙ୍କର ବିବାହ ବିଛେଦ ହୁଏ ।ସବୁ କଳଙ୍କ ଙ୍କୁ ମଥାରେ ଧରି ଶାଶୁଘର ଛାଡି ଆସିଥିଲେ ଯଶୋଦା। 

  

 ସାମାଜିକ ଜୀବନରେ ସହକର୍ମୀ ହୁଅନ୍ତୁ କି ନିକଟ ସମ୍ପର୍କୀୟ ମାନେ ପରୋକ୍ଷରେ ତାଙ୍କୁ ଖୁବ ଲଜ୍ୟାକର କଥା ଶୁଣାଇଛନ୍ତି। ସବୁ କିଛି ଶୁଣି ବି ସେ ନିଜର ଧର୍ଯ୍ୟ କୁ ହରାଇ ନାହାନ୍ତି। ଦୁର୍ବଳତା ତାଙ୍କ ନିକଟରେ ନାହିଁ ବୋଲି ଭାବି ନିଜକୁ ନିଜେ ଧର୍ଯ୍ୟ ହରା ନ ହେବା ପାଇଁ ପ୍ରସ୍ତୁତ କରିଛନ୍ତି । କିନ୍ତୁ ସ୍ୱାମୀ ସୁଖ , ପରିବାର ରୁ ବଞ୍ଚିତ ହୋଇ ନିଃସଙ୍ଗତା ଜୀବନ ତାଙ୍କୁ ଅନେକ ସମୟ ଉଦାସୀନତା ରେ ରହିବାକୁ ବାଧ୍ୟ କରୁଥିଲା। ନିଜର ମସ୍ତିଷ୍କ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଶେଷରେ ଏକ ନର୍ସିଂହୋମ ଖୋଲି ସ୍ୱଳ୍ପ ଟଙ୍କାରେ ଗରିବ ଲୋକଙ୍କୁ ସାହାଯ୍ୟ କରାଇବାକୁ ଲାଗିଲେ। ଆଉ କାର୍ଯ୍ୟ ବ୍ୟସ୍ତତା ଭିତରେ ପଛ କଥାକୁ ଭୂଲିବା ପାଇଁ ଚେଷ୍ଟା କରୁଥିଲେ ।

  

   ହଠାତ ଗାଡିର ହର୍ଣ୍ଣ ଶବ୍ଦରେ ବର୍ତ୍ତମାନକୁ ଫେରି ଆସିଲେ। ଫୋନ ରିଙ୍ଗ ହେବାରୁ ମନେ ପଡି ଯାଇଛି ତାଙ୍କର ଯଶୋଦାଶ୍ରମ କଥା। ହାତର ଘଡି ଦେଖି ଜାଣିଲେ ଆୟୋଜିତ ସଭା ଲର ସମୟ ଆହୁରି ଗୋଟେ ଘଣ୍ଟା ଅଛି। ସଭା ସମିତିରେ ଯାଇ ସମ୍ବର୍ଦ୍ଧନା ପାଇବା ପାଇଁ କେବେ ସେ ଇଛା ପ୍ରକାଶ କରି ନାହାନ୍ତି। ଡ୍ରାଇଭରକୁ ଆଶ୍ରମ ଆଡେ ଯିବା ପାଇଁ ନିର୍ଦ୍ଦେଶ ଦେଲେ । 


  ଆଶ୍ରମ ସମ୍ନାରେ ପହଞ୍ଚିବା କ୍ଷଣି ତାଙ୍କର ଆଖି ଝଲସି ଉଠିଲା। ନିଜର ସ୍ୱପ୍ନର ଘରକୁ ସୁସଜ୍ଜିତ ସଜା ହୋଇଥିବାର ଦେଖି ସେ ବିସ୍ମୟ ହୋଇ ରହିଗଲେ । ଆଶ୍ରମ ର ପରିଚାଳନା ଦାୟିତ୍ବ ରେ ଥିବା ସେବିକା ଜଣଙ୍କ ଯଶୋଦା ମ୍ୟାଡ଼ମଙ୍କୁ ଆଖି ବନ୍ଦ କରିବା ପାଇଁ କହି ପାଛୋଟି ନେଲେ । 


      ଆଶ୍ରମର ଅଗଣା ସୁସଜ୍ଜିତ ଫୁଲରେ ସଜା ହୋଇ ଥାଏ। ସବୁ ଆଡେ ପିଲା ମାନଙ୍କର ଆମୋଦ ପ୍ରମୋଦ ସହ ମନ ଖୁସି ରହିବା ପାଇଁ ଅନେକ କାର୍ଟୁନ , ଜୀବ ଜନ୍ତୁ ଙ୍କର ଚିତ୍ର ଆଉ ଅନ୍ୟାନ୍ୟ ସୁବିଧା ସବୁ କରା ହୋଇଛି। କେହି ଜଣେ ଯଶୋଦା ଦେବୀ ଙ୍କର ଶାଢୀ ଟାଣିବାରୁ ଆଖି ଖୋଲି ଦେଖିଲେ ପାଞ୍ଚ ବର୍ଷ ର ପିଲା ଟି ହାତରେ ଗୋଲାପ ଧରି ହସି ହସି ଖନେଇ କହୁଛି ,

           "ମ.....ମି , ଆ....ଇ ନ...ଭ....ୟୁ" । 


ସ୍ନେହରେ କୋଳେଇ ନେଲେ ପିଲାଟିକୁ । ମୁଣ୍ଡ କୁ ଆଉଁସି ଦେଇ , ଗେଲ କରି ଦେଲେ । ଏହି ସମୟ ଭିତରେ ଆହୁରି ତିରିଶି ଜଣ ପିଲା ଆସି ମମି ମମି କହି ଯଶୋଦା ମ୍ୟାଡ଼ମଙ୍କ ଆଡ଼କୁ ଦୌଡ଼ି ଆସିଲେ । ସମସ୍ତଙ୍କୁ ଜଣ ଜଣ କରି ଗେଲ କରିବା ସହ ସେବିକା ହାତରୁ ଚକଲେଟ ,ଆଉ ବିସ୍କୁଟ ନେଇ ଖାଇବାକୁ ଦେଲେ ।


   ପିଲାମାନଙ୍କ ମଧ୍ୟରେ ଏମିତି ହଜିଗଲେ ଯଶୋଦା ମ୍ୟାଡ଼ମ ଯେ ,ନିଜର ମାତୃତ୍ୱ ଲାଭର ଦୁଃଖକୁ ଭୂଲି ଗଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରଖା ଯାଇଥିବା କେକ କୁ କାଟି ସମସ୍ତ ପିଲା ମାନଙ୍କୁ ଖାଇବା ପାଇଁ ଦେଲେ । ପିଲା ମାନେ ବି ଯଶୋଦା ମ୍ୟାଡ଼ମ ଙ୍କୁ ପାଖରେ ପାଇଁ ବହୁତ ଖୁସି ହେଉ ଥିଲେ । ସେବିକା ଠାରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ସହ ଆଶ୍ରମର ଭଲ ମନ୍ଦ ବୁଝି ଆୟୋଜିତ ସଭାର ସମୟ ଆଗତ ହେବାରୁ ଗାଡିରେ ବସି ସଭା ଅଭିମୁଖେ ବାହାରି ଗଲେ । 


  ମାତୃତ୍ୱ ପାଇଁ ଦିନେ ସେ କେତେ କଥା ଶୁଣିଥିଲେ । ହେଲେ ସେ ସବୁ କିଛି ବି ମନରେ ଧରୁ ନ ଥିଲେ । ଦିନେ ତାଙ୍କ ନର୍ସିଂହୋମ କୁ ଏକ ଡେଲିଭରି କେସ ଆସିଲା। ଡେଲିଭରି ସରିବାର ଦୁଇ ଦିନ ପରେ ସେମାନେ ସନ୍ତାନ ଙ୍କୁ ନେଇ ଚାଲିଗଲେ। ନର୍ସିଂହୋମ ଖୋଲିବାର ଏହା ଥିଲା ପ୍ରଥମ କେସ। ସେଥିପାଇଁ ସଫଳ ହୋଇଥିବା ଖୁସିରେ ଯଶୋଦା ମ୍ୟାଡ଼ମ ବି ବହୁତ ଖୁସି ହୋଇଥିଲେ। ନର୍ସିଂହୋମରୁ ଡିୟୁଟି ସାରି ଯେତେବେଳେ ଘର ଅଭିମୁଖେ ବାହାରୁ ଥିଲେ , ହଠାତ ନିୟୁଜ ରେ ଦେଖିବାକୁ ପାଇଲେ ନବ ଜାତ ସନ୍ତାନ୍ତ କୁ କେହି ଜଣେ କେନାଲ କଡ଼ରେ ଫିଙ୍ଗି ଦେଇ ଯାଇଛି। ଯେତେବେଳେ ପିଲାଟିର ଚେହେରା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ଏ ପିଲାଟି ହିଁ ତାଙ୍କ କ୍ଲିନକ ରେ ଜନ୍ମ ହୋଇଥିଲା। ଚାଇଲଡ ହେଲ୍ପ ଲାଇନ ଆସି ପିଲାଟିକୁ ଉଦ୍ଧାର କରି ସରକାରୀ ମେଡ଼ିକାଲ ଶିଶୁବିଭାଗକୁ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ହସ୍ତାନ୍ତର କରିଲେ। 


  ଏହା ଭିତରେ ଯଶୋଦା ଦେବୀଙ୍କର ମାତୃତ୍ୱ ଜାଗି ଉଠିଲା। ଯେତେବେଳେ ପିଲାଟି ଜନ୍ମ ହୋଇଥିଲା ,ନିଜ ହାତରେ ଧରି ପିଲାଟିକୁ ତାର ମାଆ କୋଳକୁ ଦେବା ପୂର୍ବରୁ , ପିଲାଟିର ହସ ହସ ମୁହଁ ତାଙ୍କ ଆଖି ଆଗରେ ନାଚି ଉଠିଲା। 


  ଆଉ ତିଳେ ମାତ୍ର ଡେରି ନ କରି ,ଶିଶୁବିଭାଗରେ ପହଞ୍ଚି ପିଲାଟି ବିଷୟରେ ଖବର ନେଲେ । ପିଲାଟିର ମାଆ କୁ ଫୋନ କରି ପଚାରିବାରୁ , ସେ କହିଲେ ଛୁଆ ସମ୍ଭାଳିଲା ବୟସ ଏବେ ମୋର ହୋଇ ନାହିଁ। ଏ ପିଲା ମୋର ପ୍ରଥମ ସ୍ୱାମୀ ଙ୍କର , ତାଙ୍କୁ ତ ମୁଁ ଛାଡି ସାରିଲେଣି । ଆଉ ପିଲା କୁ କାହିଁକି ମୁଁ ରଖିବି। ସେ ପିଲା ସହ ମୋର କୌଣସି ସମ୍ପର୍କ ନାହିଁ। ଏତକ ଶୁଣି ସ୍ତବ୍ଧ ହୋଇ ବସି ଗଲେ ଯଶୋଦା ମ୍ୟାଡ଼ମ। ଆଖିରେ ତାଙ୍କର ଲୁହ ଧାର ଖସି ପଡ଼ିଲା। ମାତୃତ୍ୱ ତାଙ୍କର ହୃଦୟରେ ଜାଗ୍ରତ ହେଲା। ପିଲାଟିଏ କୋଳରେ ଧରି ପାରିଲେ ନାହିଁ ବୋଲି କେତେକ ଅପମାନିତ ହୋଇ ନାହାନ୍ତି ସେ । ଆଜି ଆଉ ଜଣେ ମାଆ ନିଜ ଜନ୍ମିତ ସନ୍ତାନ କୁ ଏମିତି ହତାଦର କେମିତି କରି ପାରୁଛି ଭାବି ମର୍ମାହତ ହେଲେ। ଚାଇଲଡ଼ ହେଲ୍ପ ଲାଇନ ର ମୁଖ୍ୟ ପ୍ରଶାସକ ଅଧିକାରୀ ଙ୍କ ସହ କଥା ହୋଇ ପିଲାଟିକୁ ନିଜେ ଗ୍ରହଣ କରିଲେ। 


  ପିଲାଟିର ଉତ୍ତମ ତଦାରଖ କରିବା ସହ ତାର ସମସ୍ତ କଥା ବୁଝିବାକୁ ଲାଗିଲେ। ଧୀରେ ଧୀରେ ଏମିତି ଅନେକ କେସ ତାଙ୍କ ସାମ୍ନାକୁ ଆସିବାକୁ ଲାଗିଲା। କିଛି ଜଣ ଅବିବାହିତା ଯୁବତୀ ମାନେ ପ୍ରେମରେ ଧୋକା ଖାଇଲା ପରେ ,ତାଙ୍କ ପେଟରେ ବଢୁଥିବା ସନ୍ତାନକୁ ନଷ୍ଟ କରିବା ପାଇଁ ତାଙ୍କ ନର୍ସିଂହୋମ ଆସିବାକୁ ଲାଗିଲେ। ସେମାନଙ୍କୁ ମାତୃତ୍ୱ ର ପରିଭାଷା ବହୁତ ଭଲ ଭାବରେ ବୁଝାଇଲା ପରେ ବି , ସେମାନେ ନ ବୁଝିକି ଜୀବନ ହାରିଦେବା ପାଇଁ କହିବାରୁ କେତେ ଜଣଙ୍କର ଅବାଞ୍ଚିତ ଗର୍ଭପାତ କରାଇ ଦିଅନ୍ତି। ଏହା ଆଇନ ଗତ ଅପରାଧ ହେଲେ ବି ସେଇ ଝିଅ ମାନଙ୍କର ଜୀବନ କୁ ପ୍ରାଧାନ୍ୟ ଦେବାକୁ ଯାଇ ସେ ବାଧ୍ୟ ହୁଅନ୍ତି ତ ଆଉ କେତେ ଜଣଙ୍କର ସମୟ ବେଶି ଗଡି ଯାଇଥିବା କାରଣ ରୁ ଗର୍ଭପାତ କରାଇବା ସମ୍ଭବ ନୁହେଁ ବୋଲି ବୁଝାଇ , ସେମାନଙ୍କର ଅମୂଲ୍ୟ ଦୁଇ ଦୁଇଟି ଜୀବନକୁ ରକ୍ଷା କରିବା ଉଦ୍ଦେଶ୍ୟରେ ନିଜ ନର୍ସିଂହୋମରେ ମାତୃ କେୟାର ନାମକ ଏକ ସ୍ପେଶାଲ ୱାର୍ଡ କରି ଏହି ପରି ଅବିବାହିତା ଝିଅକୁ ସେଠାରେ ରଖି ଥାନ୍ତି। ଆଉ ସେମାନେ ଡେଲିଭରି ପରେ ପିଲା ଜନ୍ମ ଦେଇ ଚୁପ ଚାପ ଚାଲି ଯାଆନ୍ତି । ଯାହା ଦ୍ୱାରା ସେମାନଙ୍କ ର ପରିବାର ମଧ୍ୟ ଏ କଥା ଜାଣି ପାରନ୍ତି ନାହିଁ। ଆଉ ସେମାନଙ୍କ ର ଅନ୍ୟତ୍ର ବିବାହ କରାଇ ଦିଅନ୍ତି। 


  ଏଭଳି ପରିସ୍ଥିତି ରେ ଜନ୍ମ ହେଉଥିବା ପ୍ରତ୍ୟେକ ଟି ସନ୍ତାନକୁ ନିଜର ଭାବି ,ସେମାନଙ୍କର ଦେଖା ରେଖା କରିବା ଉଦ୍ଦେଶ୍ୟରେ ରେ ଯଶୋଦା କେୟାର ହାଉସ ନାମକ ଏକ ଆଶ୍ରମ ଖୋଲିଛନ୍ତି। ଆଉ ଏଭଳି ନବ ଜାତ ପିଲାଙ୍କୁ ନିଜର ମାତୃତ୍ୱ ଦେଇ , ସେମାନଙ୍କ ଓଠରେ ହସ ଭରି ଦେଇଛନ୍ତି। 


  ଆଜି ଅସଲି ସତ କଥା ସମାଜ ଜାଣି ନ ଥିଲେ ବି , ତିରିଶ ଜଣ ସନ୍ତାନ ର ଜନନୀ ସାଜିଥିବା ଯଶୋଦା ଦେବୀଙ୍କୁ ମାତୃ ଦିବସ ଉପଲକ୍ଷେ ତାଙ୍କର ନିଷ୍ଠା ଆଉ ପରୋପକାର ଚିନ୍ତା ଧାରା ସହ ବାପା ମାଆ ଛେଉଣ୍ଡ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ର ଦାୟିତ୍ୱ ନେଇଥିବା କାରଣ ରୁ ତାଙ୍କୁ ଆଜି ବେଷ୍ଟ ମମି ହେବାର ମାନ ପତ୍ର ସହ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। 


 ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଙ୍କୁ ନିଜର ମନ୍ତବ୍ୟ ରଖିବା ବେଳେ ଯଶୋଦା କହୁଥିଲେ :-

    ମାଆ ଶବ୍ଦ ହିଁ ଦୁନିଆଁ ର ସବୁ ଠାରୁ ପବିତ୍ର ଶବ୍ଦ । ଯିଏ ନିଜର ସର୍ବସ୍ବ ତ୍ୟାଗ କରି ସନ୍ତାନ ର ସୁଖ ପାଇଁ ନିଜକୁ ପ୍ରତି ମୁହୂର୍ତ୍ତରେ କଷ୍ଟରେ ରଖିଥାଏ। ସେ ହେଉଛି ମାଆ । ଦୁନିଆଁ ରେ ତିନୋଟି ମାଆ ଶ୍ରେଷ୍ଠ ଅଟନ୍ତି। ପୃଥିବୀ , ଗୋ- ମାତା ଆଉ ଜଣେ ହେଲେ ଆମ ଜନ୍ମ ଦାତ୍ରୀ ମାଆ । ଏମାନଙ୍କର ଋଣ କେହି ବି ଚାହିଁଲେ ସୁଝି ପାରିବେ ନାହିଁ। 

  ଆଜି ଏ ସମାଜ ଆଖିରେ ବାନ୍ଧି ଥିବା ଅନ୍ଧ ପୁଟୁଳି କୁ ଖୋଲି କି ଦେଖୁ ,ଜାଣି ପାରିବ ମାତୃତ୍ୱ ଲାଭ କରି ନ ଥିବା ମୋ ପରି କେତେ ଜଣ ନାରୀଙ୍କୁ ସେ କିପରି ଅପମାନିତ କରିଛି । ଆଉ ସେଇ ଲୋକ ଲଜ୍ୟା କୁ ସହି ନ ପାରି କେତେ ଜଣ ପ୍ରାଣ ହରାଇ ଦେଇଛନ୍ତି। ଆଜି ସେମାନଙ୍କ ର ମୃତ୍ୟୁ ର କାରଣ ପାଇଁ ଦାୟୀ କଣ ଆପଣ ମାନେ ନୁହଁନ୍ତି। ଯେଉଁ ଯାଏ ଏ ସମାଜ ନିଜର ମାଆ ,ଭଉଣୀ ଆଉ ଝିଅ କୁ ସମ୍ମାନ ନ ଦେଇଛି ,ସେମାନଙ୍କ ର ସୁରକ୍ଷା ପାଇଁ ବ୍ୟବସ୍ଥା ନ କରିଛି। ସେ ଯାଏଁ ଅନେକ ଜୀବନ ଏମିତି ବେସାହାରା ହୋଇ ରହିଥିବ। 


  ଆଜି ମୁଁ ବହୁତ ଖୁସି । ଦଶ ମାସ ଗର୍ଭରେ ଧରି ସନ୍ତାନ ଜନ୍ମ ନ କରିଥିଲେ ବି ଆଜି ମୋ କୋଳରେ ତିରିଶି ଜଣ ପିଲା ଖେଳୁଛନ୍ତି। ସେଇ ଭଳି ଆପଣ ମାନେ ଯଦି ଚାହିଁବେ ଏମିତି ଅସହାୟ ପିଲାଙ୍କୁ ନିଜର ମାତୃତ୍ୱ ଦ୍ୱାରା ତାଙ୍କର ଭବିଷ୍ୟତ କୁ ଉଜ୍ଜ୍ୱଳ କରାଇ ପାରିବେ। ଆସନ୍ତୁ ସମସ୍ତେ ଶପଥ ନେବା , ଦୁନିଆଁ ରେ କୌଣସି ସନ୍ତାନକୁ ମାତୃତ୍ୱ ସୁଖରୁ ବଞ୍ଚିତ ନ କରିବା । 


 ସମାପ୍ତ ।


 


Rate this content
Log in

Similar oriya story from Inspirational