STORYMIRROR

pratap nayak

Inspirational Others

3  

pratap nayak

Inspirational Others

ଭିନ୍ନ ଏକ ଦିଗ

ଭିନ୍ନ ଏକ ଦିଗ

4 mins
28.1K


ଗଳ୍ପ-ଆଧୁନିକ ଯୁଗର ନାରୀ ସ୍ୱାଧିନତାର

    ପ୍ରତାପ ନାୟକ

ଅରକ୍ଷିତକୁ ଦଇବ ସାହା ନ୍ୟାୟରେ ନାଲି ଗୋଡି ରାସ୍ତା କଡର କିଆ ବୁଦା ପାଖରୁ ବଢି ଭୋଓରୁ କଅଁଳା ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଗଲା ଥାନାର ଅନତିଦୂରରେ । ପୋଲିସ୍ ଆସିଲେ , ଶହେ ଆଠ ଆମ୍ବୁଲାନ୍ସରେ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ ନିଆଗଲା ।ଶିଶୁ ଅବସ୍ଥା ଠିକ୍ ଥିବା ଜାଣି ଖୁସି ହେଲେ ସମସ୍ତେ ଡାକ୍ତର ପୋଲିସ୍ ସାଧାରଣ ଲୋକ ।ଶେଷରେ ସରକାରୀ ଥଇଥାନ କେନ୍ଦ୍ରକୁ ଶିଶୁ ପୁତ୍ରକୁ ପଠେଇ ଦିଆଗଲା ।ତଦନ୍ତ ଚାଲିବା ଆଳରେ.........।

ଅପରାହ୍ନରେ ଥାନା ଅଧିକାରିଣୀ ସାମ୍ବାଦିକ ସମ୍ମିଳନୀ ଡକାଇଲେ ଏହି ପରିପେକ୍ଷିରେ ।ତଥ୍ୟ ରଖିଲେ ଅଜଣା କଲ୍ ପାଇ ଲୋକାଲ୍ ହୋମଗାର୍ଡକୁ ଆଲର୍ଟ କରେଇ ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚିଲେ ଥାନା ଗାଡି ଧରି । ସେତେବେଳକୁ ଅନେକ ଲୋକ ରୁଣ୍ଡ ସେଠାରେ କିନ୍ତୁ କେହି ପିଲାକୁ ଛୁଁ ନାହାନ୍ତି । ।ପାଖରେ ଥାନା ହୋମଗାର୍ଡ ପହଁଟିଛି କାହିଁ କେତେବେଳୁ ଆଦେଶ ପାଇ ମ୍ୟାଡମଙ୍କର ।ସଦ୍ୟ ଛୁଆ ଦେଇଥିବା ହୋମଗାର୍ଡର ମାଇ କୁକୁର ସେଠି ଗୋଡ ନେସିଡି ଜଗି ରହିଛି ଆସନ୍ନ ପ୍ରସବିତ କଅଁଳ ମଣିଷ ଛୁଆକୁ ଆଉ ତା ଥନରୁ ଚଢାଚଢି ହେଇ କ୍ଷିର ଶୋଷୁଛନ୍ତି ଛଅଟା କୁକୁର ଛୁଆ କୋଳାହଳକୁ ଭୃକ୍ଷେପ ନକରି।

ଦେଖିଲେ ହାଲକା ଗୋଲାପି ଧଳା ରଂଗର ଗୋଟିଏ ନୂଆ ଟର୍କିସ ଭେଲଭେଟ୍ ଟାଓ୍ୱେଲରେ ଗୁଡେଇ ହେଇ କିଆ ବୁଦା କଡକୁ କିଏ ପିଲାଟିକୁ ଶୋଇ ଦେଇଯାଇଛି ,ଛୁଆ ପାଟିରେ ବୋଧହୁଏ ମହୁ ଚକୋଲେଟ ମା ଥନ ପରି ଦିଆ ଯାଇଛି ଯାହାକି ତା ପାଟିରୁ ପାଖରେ ଖସି ପଡିଛି କିଛି ଦୂରରେ....।ପିଲାଟି କାନ୍ଦିକାନ୍ଦି ଶୋଇ ପଡିଛି କିଛି କ୍ଷଣ ପୂର୍ବରୁ ବୋଧହୁଏ।

ଘେରି ଥିବା ଲୋକମାନେ ଅନେକ ପ୍ରକାର କଥା କହିଲେ ତାଂକୁ ।ସବୁ ନୋଟ୍ କରି ସେ ଅଳ୍ପ ସମୟରେ ଶହେ ଆଠ ଆମ୍ବୁଲାନ୍ସ ଡକାଇ ପୂର୍ବ ବ୍ୟବସ୍ଥା କରିଛନ୍ତି ଯାହା ସମସ୍ତେ ଜାଣିଛନ୍ତି ସକାଳୁ , ଦୋହରେଇଲେ ଥାନା ଅଧିକାରିଣୀ ।କଥା ଛଳରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଯାଇଥିବା ପିଲାର ମାକୁ ,ଅଭିଭାବକକୁ ଗାଳି ବର୍ଷଣ କରିବାକୁ ଭୁଲିଲେନି ସେ ।ଆହୁରି ବି ସୂଚନା ଦେଲେ ଯେ ଦୋଷୀ ହେଉନା କାହିଁକି ଖୁବ୍ ଶିଘ୍ର ସେ ଏ ଘଟଣାର ପରଦାଫାର୍ସ କରିବେ ।ହଁ କେହି ଚାହିଁଲେ ସେ ପିଲାକୁ ଗ୍ରହଣ କରିବାକୁ ,ସେ ଯତପରୋନାସ୍ତି ପ୍ରୟାସ କରିବେ ଏଥିପାଇଁ ସେମାନଙ୍କୁ ।ଇତି ମଧ୍ୟରେ କାନ୍ଦି ପକେଇଲେ ସେ କାରଣ ସେ ବି ଜଣେ ମାଆ,ମାତୃ ହୃଦୟ ବିଗଳିତ ହେବନି ତ ଆଉ କାହାର ହେବ ?

ଉପସ୍ଥିତ ସାମ୍ବାଦିକ ଓ ସାଧାରଣ ଲୋକମାନେ ପ୍ରଶଂସାରେ ପୋତି ପକୋଉଥିଲେ ଥାନା ଅଧିକାରିଣୀଙ୍କୁ ।ତାଂକ ମାତୃ ହୃଦୟକୁ........।

ହଳଦିଆ ଚିପା ଟିସାର୍ଟ ,ସର୍ଟ ଜିନ୍ସରେ ମାସା ବସି ଡ୍ରିଙ୍କ କରୁଥିଲା ଇଭିନିଙ୍ଗ କ୍ଲବରେ ମିଲନ ସହ ।ବ୍ରେକିଂ ନିଉଜରେ ଚାଲିଥିଲା କିଆ ବୁଦା ମୂଳର ପିଲା ଟରକିଶରେ ଗୁଡାହେଇ ପଡିଥିବାର ଦୃଶ୍ୟ ଆଉ ଥାନା ଅଧିକାରିଣୀଙ୍କ ସାମ୍ବାଦିକ ସମ୍ମିଳନୀ।

ହସିଲା ମିଲନ୍..........ଦି’ର ଅଭିନୟ ଚମତ୍କାର ମାସା । ମାସା ବି ହସିଲା ଏକ ପିଶାଚୁଣୀର ହସ ।ହଁ ନାହିଁ ରେ ଉତ୍ତର ଦେଉଥିଲା ।ମିଲନ ଆଉ ଦି ପେଗ୍ ବନେଇଲା ,ମାସା ଆଉ ତାର ।ଟେବୁଲ ଉପରେ ଚିକେନ ପକୋଡା ସତେଜ ଲାଗୁ ଥିଲେ ଟିଭିରେ ସେହି କଅଁଳା ପିଲା ପରି ।ଯାହା ପାଇଁ ଏ କାଣ୍ଡ କାରଖାନା।

ଆଜି କାହିଁ ଘରକୁ ଯିବାକୁ ଜମା ଇଚ୍ଛା ହେଉନି ମିଲନ୍ ।ଦି’କୁ କହିଦିଅ ରାତିଟା ଏହି ପାଖ ହୋଟେଲରେ ରହିଯିବା.......ମୁଁ ବି ସେହି କଥା ଭାବୁଥିଲି ଡାର୍ଲିଂ।

ମଦ ନିଶାରେ ମାସା,ଖୁବ ସୁନ୍ଦର ଲାଗୁଛି ସଜଫୁଟା ଗୋଲାପ ପରି ।ଆଜିବି ତାକୁ ନେଇ ଖେଳିବ ସେହି ପୁରୁଣା ଖେଳ,ଯାହା ପାଣ୍ଡୁଲିପି ବନିଯିବ ପୁଣି ଫିଂଗାହେବ ସେହି କିଆ ବୁଦା ମୂଳେ..............

ମାସାର ଶରୀରର ଭୂଗୋଳ ,ମାସାର ଜୀବନର ଇତିହାସକୁ ରାଂପି ବିଦାରି ପକେଇବ ସେ ତାର ଦାବାନଳ ରୁପି ନଖରେ, ଯେପରି ପ୍ରଥମେ ମିଶି ତାର ଚାରିଜଣ ସାଂଗ କରିଥିଲେ ମାସାର ଅତୀତ ପୃଷ୍ଠାକୁ ।ମୋବାଇଲ କ୍ୟାମେରାରେ କୟଦ କରିଥିଲେ ସେ ଦୃଶ୍ୟ ।ବ୍ଲାକମେଲିଂର ରୂପ ଥିଲା କିଆ ବୁଦା ମୂଳ।

ଅତ୍ୟାଧୁନିତା ମାସା, ନା ଥିଲା ଦୁଃଖ ନା ଥିଲା ଅନୁଶୋଚନା ।ବ୍ଲାକମେଲିଂର ଶିକାର ସେ ହୋଇ ନଥିଲା ,ସେ ଓଲଟା ବ୍ଲାକମେଲିଂ କରୁଥିଲା ମିଲନ ଆଉ ତାର ଚାରି ସାଂଗକୁ କେତେବେଳେ ସଂଗତ ବା ପଇସାର ଅଭାବ ହେଲେ.......।

ନାରୀ ସ୍ୱାଧିନତାର ଦ୍ୱାହି ଦେଉ ଥିଲା ମାସା ।ସେ କାହିଁକି ଅବଳା ଦୁର୍ବଳା ହବ ।ସେ ତ ପୁରୁଷ ମାନଙ୍କ ସହ ସମାନ ।ସେ କାହିଁକି ପୁଅ ମାନଙ୍କୁ ତା ଇଚ୍ଛାରେ ବ୍ୟବହାର କରିପାରିବନି ?

ତାର ରୂପ ଅଛି ।ଏବେ ଯୌବନ ଅଛି ।ସଉକ ଆଉ କେବେ କରିବ କଣ ବୁଢୀ ହେଲେ....।

ପିଲା ଜନ୍ମ କରିବ ବର୍ଷରେ ଗୋଟାଏ.......

ଘୁଅ ମୁତରେ ସାରିଦେବ ତା ସାରା ଯୌବନ ଜୀବନ ହାତେ ଲମ୍ବର ଓଢଣା ଟାଣି ବୁଲୁଥିବ ଜୀବନ ଯାକ ସମୟ ଆସିଛି । ସେ ଆଜିର ନାରୀ ,ପୁରୁଷ ପରି ବଂଚିବାର ତାର ମଧ୍ୟ ଅଧିକାର ଅଛି ।ସେ ମଧ୍ୟ ନାଇଟକ୍ଲବ ଯିବ ମଦ ନବ ବଲ୍ ଡ୍ୟାନ୍ସ କରିବ । ପୁରୁଷ ବନ୍ଧୁଙ୍କ ସହ ରାତ୍ରୀଯାପନ କରିବ ଉପଭୋଗ କରିବ ଜୀବନକୁ । ତିଳ ତିଳ ତା ରକ୍ତକୁ ହାଡକୁ ମାଂସକୁ...ହୃଦୟକୁ......ମନକୁ......।

ତାର ସେ ମାନସିକ ନାହିଁ କା ଅଗଣାରେ ଥିରିଥିରି ଚାଲି ସଂଜବତୀ ଦେବ ।ଗୋଡ ମୋଡିବ ଶାଶୁ ଶ୍ୱଶୁରର। ଚଳିବ ପର ଅଧିନରେ.......।

ଏପଟେ ଥାନା ଅଧିକାରିଣୀ ଚୋରା କାଠ ଗାଡି ଛାଡିବାକୁ ନଉଁଥିଲେ ମଧୁର ସଂଶୋଧନ । ନିଶା ବେପାର ଚାଲୁ ମାସିକିଆରେ । ହଉ ଝିଅ ବେପାର ଲୋକେ ଜାଣନ୍ତୁ ହଉଛି ଥାନା ଅଗୋଚରରେ । ମାସିକିଆ ଯାଉ ରାଜଧାନୀ ଯାଏ । ନଫେରୁ ମାସା ,ରହୁ ରାତି ନାଇଟ ଲଜରେ କେହି ଜାଣିବେନି ।

ସାମ୍ବାଦିକ ସମ୍ମିଳନୀ ଚାଲୁଥିବ ଚାଲୁଥାଉ....କୁମ୍ଭୀର ଲୁହ ଦେଖୁଥାଆନ୍ତୁ ସାଧାରଣ ଲୋକେ.....

ବାହାବା ମିଳୁଥାଉ ଥାନାକୁ...ଥାନା ଅଧିକାରିଣୀଙ୍କୁ ହଉ ପ୍ରମୋସନ .......। କେହି ଜାଣିନାହାଁନ୍ତି ଅନୀତି କିଆବୁଦା ମୂଳ ପିଲା ତାଙ୍କ ମାସାର ତାଙ୍କ ସାନ ଭଉଣୀର.......।

ସକାଳେ କିଆବୁଦା ମୂଳେ ପିଲାକୁ ଜଗିଥିବା ହୋମଗାର୍ଡକୁ ଥାନାର ଜଣେ ଲେଡି ହୋମଗାର୍ଡ ଥାନା ପଛରେ ଥିବା ବରଗଛ ପଛ ଅନ୍ଧାରୁଆ ଯାଗାକୁ ନେଇ ତା କାନରେ ଫିସ ଫିସ କହୁଥିଲା ,ଯୋଉ ଟରକିସରେ ପିଲା ଗୁଡା ହେଇଥିଲା,ସେ କୁଆଡେ କାଲି ସଫା କରି ଥାନା ଅଧିକାରିଣୀଙ୍କ କ୍ୱାଟରରେ ଆଲଣାରେ ଭାଂଗି ରଖିଥିଲା ସେଇ ଟରକିସକୁ ।ମା’ ରାଣ ପକେଇ କାହାକୁ କହିବୁନି ବୋଲି ତୁନୁତୁନୁ ଫିସ୍ ଫିସ୍ କଣ୍ଠରେ କହୁଥିଲା ।ସେତେବେଳେ ତା ଦେହର ଉତ୍ତାପ ତା ଆୟତ୍ତରେ ନଥିଲା ।ଝାଳରେ ଓଦା ହଉଥିଲେ ଦୁହେଁ ବାଷ୍ପ ରୁଦ୍ଧ ଊର୍ଦ୍ଧ୍ୱ ନିଶ୍ଵାସରେ......।

ମାସା ହଉ କି ଥାନା ଅଧିକାରିଣୀ ବା ଲେଡି ହୋମଗାର୍ଡ ସମସ୍ତେ ସୂଚୋଉ ଥିଲେ ଅତ୍ୟାଧୁନିକ ଯୁଗର ନାରୀ ସ୍ୱାଧିନତା ଆଉ ନାରୀ ସଶକ୍ତି କରଣର ଭିନ୍ନ ଏକ ଦିଗ.......।

ଥାନା ବାରଣ୍ଡାର କୋଣରେ ଗୋଟାଏ ଅଣ୍ଡିରା କୁକୁର ବେକ ମୋଡି ଶୋଇଥିଲା ।ହୋମଗାର୍ଡର ସେ ମାଇ କୁକୁର ତା ଛଅ ଛୁଆକୁ କୋଳରେ ପୁରେଇ ଉଷୁମ ଦଉଥିଲା ।ଅତ୍ୟାଧୁନିକ ଯୁଗ ,ସ୍ୱାଧିନତା ବା ସଶକ୍ତି କରଣର ଧାର ଧାରୁ ନଥିଲା ସେ ମା’ କୁକୁର.........।


Rate this content
Log in

Similar oriya story from Inspirational