STORYMIRROR

Trilochan Karjee

Abstract Others

3.0  

Trilochan Karjee

Abstract Others

ଭିନ୍ନ ଏକ ବେପାର

ଭିନ୍ନ ଏକ ବେପାର

1 min
1.5K


ସେଦିନ ମୁଁ ଭୁବନେଶ୍ଵରର ରସୁଲଗଡ ଛକରୁ ନୟାପଲ୍ଲୀ ଅଟୋ ଯୋଗେ ଯାଉଥାଏ। ଏହି ସମୟରେ ଦୁଇ ଜଣ ଯୁବତୀ ବାଣୀବିହାର ଛକରେ ଅଟୋ ରେ ଉଠିଲେ।

ବୟସ ଦୁଇଙ୍କର ପାଖାପାଖି ପଚିଶି ହେବ। ବେଶଭୂଷାରୁ ସେମାନଙ୍କୁ ବେଶ୍ ଚାକଚକ୍ୟ ଲାଗୁଥିଲା । ଦେହରୁ ଗମ୍ ଗମ୍ ଅତର ବାସ୍ନା ଆସୁଥିଲା। କିନ୍ତୁ ମୁହଁ ଟା କପଡା ଦ୍ବାରା ଆବୃତ୍ତ କରିଥିଲେ।

ସେମାନଙ୍କ ହାବଭାବରୁ ମତେ ଅଖାଡୁଆ ଲାଗିଲା।

ସେମାନଙ୍କ ମଧ୍ୟରୁ ଜଣେ କହୁଥିଲା-ହଇଲୋ,ଆଜି ତୋର କେତେ ବେପାର ହେଲା। କଣ ସଠିକ୍ ଭାବରେ ଗ୍ରାହକ ମିଳିଲେ ?

ଏମିତି ପ୍ରଶ୍ନ ଶୁଣି ମୋତେ ଆଚମ୍ବିତ ଲାଗିଲା।

ଆଉ ଜଣେ ସଂଗେ ସଂଗେ କହିଲା - କଣ ଆଉ କହିବି ଆଜି କାଲି ଆଉ କଣ ଗ୍ରାହକ ମିଳୁଛନ୍ତି। ସମସ୍ତେ ତ ଖୁଚୁରା ବ୍ୟବସାୟ ଉପରେ ନିର୍ଭର କରୁଛନ୍ତି । ଆମର କଣ ବେପାର ହେବ?

ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇ ମନ ଭିତରେ ତାଙ୍କ ପ୍ରତି କେମିତିଆ ଭାବନା ଗୋଟେ ଆସୁଥିଲା।

ଏହି ସମୟରେ ଜଣକ ଫୋନ ରିଂ ହେଲା । ଫୋନର ଇନକମିଙ୍ଗି କଲ୍ ଦେଖିଲି ଲେଖାଥିଲା ସପିଂ ମଲ ମ୍ୟାନେଜର।

ଫୋନ ଉଠାଇ ରିସିଭି କରୁ କରୁ ସେପେଟୁ ଶୁଭିଲା-ଅଭିନନ୍ଦନ,ତୁମ ଦୁଇଙ୍କ ପାଇଁ ଆମ ଏ ମାସର ବେପାର ଏକ ଟାର୍ଗେଟରେ ପହଞ୍ଚି ପାରିଛି । ସେ ଖୁସିରେ କାଲି ଆମ ମଲରେ ପାର୍ଟୀ ହେବ।

ଜୟଦେବ ବିହାରରେ ଅଟୋ ଅଟିକିଲା। ଯୁବତୀ ଦୁହେଁ ଓହ୍ଲେଇ ଚାଲିଗଲେ।

ଏତିକି କେବଳ ମୁଁ ଭାବୁଛି ଅନେକ ପ୍ରକାରର ବେପାର କରିବାକୁ ଲୋକେ ଅଛନ୍ତି ,କିନ୍ତୁ ସେମାନେ ମୁଁ ଭାବୁଥିବା ବେପାରର ଦେହ ବେପାରୀ ନଥିଲେ।

ତ୍ରିଲୋଚନ କାର୍ଯୀ

ପାତ୍ରପୁର, ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract