STORYMIRROR

Priyadarsini Das.PriYa❤️

Tragedy

2.5  

Priyadarsini Das.PriYa❤️

Tragedy

ଭିନ୍ନ ଏକ ଅଭିମାନ

ଭିନ୍ନ ଏକ ଅଭିମାନ

3 mins
791


କାହିଁକି କେଜାଣି ବିବାହ ବାର୍ଷିକୀ କୁ କେତେଜଣ ବହୁତ ପ୍ରାଧାନ୍ୟ ଦେଇଥାନ୍ତି ।

ସୁମି ମଧ୍ୟ ସେହିପରି ସ୍ତ୍ରୀ ଟିଏ । ଯାହାକୁ ସେ ଦିନଟିକୁ ବହୁତ ଧୁମ୍ ଧାମ୍ ରେ ପାରିବାକୁ ମନ । ସ୍ବାମୀ ତାର ସରକାରୀ ଚାକିରୀ କରିଛି । କେବେ ଅଫିସ୍ ର ବ୍ୟସ୍ତତା ଭିତରେ କିଛି କରିପାରେ ତ କେବେ ଇଚ୍ଛା ଥାଇ ବି ସମୟ ଅଭାବରୁ ବହୁତ କିଛି କରି ପାରେନା । ଘରଠୁ ଦୂରରେ ଅଫିସ୍ ପାଖରେ ଭଡା ନେଇ ରହିଥାନ୍ତି ।

ଏଥର ସେମାନଙ୍କର 3ୟ ବିବାହ ବାର୍ଷିକୀ ।ସୁମି ଓ ସୁମିତ୍ ଦୁହେଁ ମିଶି ବହୁତ କିଛି ଯୋଜନା ବନାଇବାକୁ ଲାଗିଲେ ।ରାଜ୍ୟ ବାହାରକୁ ଯିବା ପାଇଁ ସବୁ କିଛି ଠିକ୍ ଠାକ୍ କରି ରଖିଲେ ।ଅନ୍ ଲାଇନ୍ ଟିକଟ୍ ବି ବୁକିଙ୍ଗ୍ ହେଇଗଲା ।

ସୁମି ର ମନ କିନ୍ତୁ ଏଥର ଥୟ ଧରୁ ନ ଧାଏ । ମନ ତାର ବହୁତ ଖୁସି ।ମନେ ମନେ କଣ ନାହିଁ କଣ ଭାବି ପକାଇଥାଏ ।ନୂଆ ନୂଆ dress ,matching ear rings ସବୁ କିଛି ଠିକ୍ କରି ରଖି ସାରିଥାଏ ।

ଆଉ ରହିଲା ଦୁଇ ଦିନ ।ସୁମି ମନେ ମନେ ଭାବୁଥିବା ସମୟରେ ସୁମିତ୍ ଆସି ପହଞ୍ଚିଲା । ସୁମିତ୍-packing କର ।ଏବେ ହିଁ ଘରକୁ ଯିବା ।

ସୁମି -କିନ୍ତୁ କାହିଁକି?

ସୁମିତ୍-ଓହୋ କାହିଁକି ଟା ପରେ ପଚାରିଲେ ହେବନି ? ତୁମେ ବାହାରିବ କି ମୁଁ ଏକା ପଳେଇବି ? ରାଗ ତମତମ ହୋଇ ସୁମି ପୁଅକୁ ଧରି ବାହାରିଲା । ରାସ୍ତା ସାରା ସୁମିତ୍ ସୁମି କୁ ବୁଝେଇବାକୁ ଚେଷ୍ଟା କରୁଥାଏ ।ହେଲେ ଅବୁଝା ନାରୀ କୁ ବୁଝେଇବ ବା କିଏ? ଘରେ ପହଞ୍ଚି ଦେଖେ ତ ମହା ମହୋତ୍ସବ ର ଆୟୋଜନ ।

ସୁମି ଡାକିଲା ସୁମିତ୍ କୁ ।

କହିଲା ......

ତୁମେ ଏଇ ପୂଜାଟା ପାଇଁ ଆମର ଏତେ ଦିନର plan କୁ cancel କରିଦେଲ ।ଧିକ ତୁମ ସ୍ବାମୀ ପଣିଆ ।ତୁମକୁ ବାହା ହେଇ ଜୀବନର ସବୁଠାରୁ ବଡ ଭୁଲ ଟିଏ କରିଛି ।ଏତିକି କହି ପାଦ କଚାଡି କଚାଡି ପଳେଇଗଲା ସୁମି ।

ଦିନର ଏତେ କାମ ,ବ୍ୟସ୍ତ ଭିତରେ ବି ସୁମିତ୍ ଭାବୁଥାଏ କେମିତି ମନେଇବ ସେ ତାର ସ୍ତ୍ରୀକୁ ।ମନେ ମନେ ଚାହଁଥାଏ ରାତି 12କୁ ।ଦିନ ସାରା ସେ ଆଉ ସୁମି ସହ ଦେଖା ବି କରିନି । ରାତି 12ଟା ବାଜିବାକୁ ଆଉ 5ମିନିଟ । ସୁମିତ୍ ଗୋଲାପ ଟିଏ ଧରି ଅପେକ୍ଷା ରେ ଥାଏ ,କେତେବେଳେ ଯାଇ ତା ସ୍ତ୍ରୀ କୁ ମନେଇବ ।

ହେଲେ ସେତିକି ବେଳେ ତାର ମା ଆସି କହିଲେ ପୁଅ ଟିକିଏ ଗୋଡ ଟା ମୋଡିଦେଲୁ ।ମା ଙ୍କ ସେବା କରୁ କରୁ ସୁମିତ୍ ସେଇଠି ମାଙ୍କ ଗୋଡ ଉପରେ ଶୋଇ ପଡିଥାଏ ।ହଠାତ୍ ଚମକି ଉଠି ସମୟ ଦେଖେ ତ ଭୋର୍ ୪•୧୦।

ଅତି ବ୍ୟସ୍ତ ରେ ଧାଇଁ ଗଲା ପୁରୁଣା ଘରର ସେଇ roomକୁ ।ଯେଉଁଠି ଥିଲା ସୁମି ।

ଏ ସୁମି ଆଉ ରାଗନି..... ।ଦେଖ ମୁଁ ତୁମ ପାଇଁ କଣ ଆଣିଛି ।ତୁମର ଅତି ପ୍ରିୟ ଲାଲ ଗୋଲାପ । ନିଅ ......

ହେଲେ ସୁମି କିଛି ଉତ୍ତର ଦେଉ ନ ଥାଏ ।ପାଖରେ ଯାଇ ଦେଖେ ତ ହାତଟି ତଳକୁ ଓଳି ପଡିଛି ,ରକ୍ତର ଧାର ବହି ଚାଲିଛି ଆଉ ପାଖରେ ଥୁଆ ହେଇଥାଏ ଗୋଟିଏ ଚିଠି ।

ଚିଠିରେ ଲେଖା ଥିଲା....

"ସୁମିତ୍ ମୁଁ ସବୁ ବର୍ଷ ପରି ଆଜି ବି ରାତି 12ଟାକୁ ଚାହିଁ ବସିଥିଲି ।ଭାବି ଥିଲି ତୁମେ ଆସିବ ।ହେଲେ ତୁମେ ଆସିଲନି ।ତୁମ ଜୀବନରେ କେବଳ ତୁମର ପରିବାର ପାଇଁ ସମୟ ଅଛି ।ମୋ ପାଇଁ ନାହିଁ ।କେବେ ଅଫିସର୍ କାମ କେବେ meeting ,ପୁଣି କେବେ ବାବା,ମା, ଘର କାମ ।ମୋର ସ୍ଥାନ ତ ମୁଁ ପାଇଲି ନାହିଁ ।ତେଣୁ ଯାଉଛି ତୁମକୁ ଛାଡି ।ଆଉ ଖୋଜିବ ନାହିଁ ।

ଇତି.... ସୁମି"

ସୁମିତ୍ ପାଦ ତଳୁ ମାଟି ଖସି ଗଲା ପରି ଲାଗୁଥାଏ ।ଖାଲି ଭାବୁଥିଲା ଏଇଟା ହିଁ କଣ ଥିଲା ଆମର ଭଲ ପାଇବା ?

ଏତେ ଅଭିମାନ ......

ଆଉ ସେ ଅଭିମାନରେ ତୁମେ ମୋ ଠୁ ଏତେ ଦୂରକୁ ଚାଲିଗଲ । ସୁମି କାହିଁକି କରିଲ ତୁମେ ଏମିତି ଅଭିମାନ ?

PRIYADARSINI DAS

Asst Teacher

R.K.U.P.School,Vellora,Balasore.


Rate this content
Log in

Similar oriya story from Tragedy