ଭିକାରୀ
ଭିକାରୀ
ଝିଅକୁ ପ୍ରଥମ ଥର ପାଇଁ ମନ୍ଦିର ନେଇ ଯାଇଥିଲି l ମନ୍ଦିର ସାମ୍ନାରେ ମାଳ ମାଳ ଭିକାରୀ l ଝିଅ ମନରେ ଅଜସ୍ର ପ୍ରଶ୍ନ l
: ଏମାନେ ସବୁ କିଏ ବାବା?
: ଭିକାରୀ
: ଭିକାରୀ ମାନେ?
: ଯିଏ ମାଗେ l ଦିଅ ଦିଅ ବୋଲି ହାତ ପତାଏ l
ଝିଅ ବୁଝିଗଲା ପରି ମୁଣ୍ଡ ହଲେଇଲା ଓ ମୋ ସହ ମନ୍ଦିର ଭିତରକୁ ଗଲା l
: ତୁମେ ସେଠି ହାତ ଯୋଡି, ଆଖି ବୁଜି କଣ କରୁଥିଲ ବାବା?
: ଭଗବାନଙ୍କୁ ଆମ ପାଇଁ ସୁଖ, ଶାନ୍ତି ମାଗୁଥିଲି l
: ତାହେଲେ ତମେ ଜଣେ ଭିକାରୀ?
ମନ୍ତବ୍ୟ ଦେଲା ଝିଅ l ଚୁପ୍ ହୋଇଗଲି ମୁଁ l