ବହି ଓ ଗଛ ମଣିଷ
ବହି ଓ ଗଛ ମଣିଷ
ଅଭୁଲା ସ୍ମୃତିରେ ଜଳୁ ଜଳୁ ପାଖେଇ ଆସୁଥିଲା ସ୍ନିଗ୍ଧାଙ୍କ ମୃତ୍ୟୁ ବାର୍ଷିକୀ. ମଝିରେ ଥରେ ଦିଲ୍ଲୀରୁ ପୁଅ ବୋହୁ ଆସି ଘରର ଅନାବଶ୍ୟକ ସବୁକୁ ସଫା ସଫି କରିଦେଇ ଯାଇଛନ୍ତି. ଅନାବଶ୍ୟକ ଜିନିଷ ପତ୍ର ଝଡ଼ା ଥୁଆ, ରଖା ସହ କବାଡିବାଲାକୁ ଦେଲାବେଳେ ସ୍ନିଗ୍ଧାଙ୍କ ପ୍ରକାଶିତ ଦଶଖଣ୍ଡ ବହିର ମେଞ୍ଚା ମେଞ୍ଚା ବସ୍ତା ଦେଖୁ ଦେଖୁ ଅନିଲଙ୍କର ମନେପଡ଼ୁଥିଲା ସ୍ନିଗ୍ଧା ଯେବେ ଶ୍ରଦ୍ଧାରେ ବହି ସବୁକୁ ବାଣ୍ଟି ସାରିବା ପରେ ଥାକ ମାରି ଆଲମିରାମାନଙ୍କରେ ସଜାଡୁଥାଆନ୍ତି ବିରକ୍ତ ହୋଇ ଅନିଲ କୁହନ୍ତି କଣ ଦରକାର ଥିଲା ଏତେ ବହି କରିବା? ଘର ଅଳିଆ କରିବା ଛଡା କିଛି ଲାଭ ଅଛି?ତ ସ୍ନିଗ୍ଧା କୁହନ୍ତି ମୁଁ ମଲାପରେ ଜାଣିବ ମୋ ବହିର ଆବଶ୍ୟକତା. କିଛି ନହେଲେ ମତେ ପୋଡ଼ିଦେବ ମୋ ବହି ସବୁରେ. ଚମକି ପଡନ୍ତି ଅନିଲ. ସ୍ନିଗ୍ଧାଙ୍କ ନିଶ୍ଚୟ ତୃତୀୟ ନୟନ ଥିଲା. ନଚେତ ସେ କେମିତି ଜାଣୁଥିଲେ ସେ ଆଗୁଆ ଯିବେ ଅନିଲଙ୍କୁ ଏକା କରି!ଉଠିଲେ ଅନିଲ.ଭାବପ୍ରବଣତା ଛାଡ଼ି ତାଙ୍କୁ ଯିବାକୁ ହେବ. ସ୍ତ୍ରୀଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧରେ ନିମନ୍ତ୍ରଣ କରିବାକୁ ହେବ ନିଜର, ସ୍ନିଗ୍ଧାଙ୍କର ଓ ପୁଅ ଓ ଝିଅଙ୍କର ସାଙ୍ଗ ସାଥି ଚିହ୍ନା ଜଣା ଓ ରକ୍ତସମ୍ପର୍କୀୟ ବନ୍ଧୁବାନ୍ଧବମାନଙ୍କୁ. ସ୍ନିଗ୍ଧାଙ୍କ ଅଧା ଦରମା ଏବେ ମିଳୁଛି ଅନିଲଙ୍କୁ ହେଲେ ଥରେ ମଧ୍ୟ ଉଠେଇ ନଥିଲେ ଅନିଲ ସେ ଟଙ୍କା କିନ୍ତୁ ସ୍ନିଗ୍ଧାଙ୍କ କଥା କାନରେ ବାଜୁଛି ମୁଁ ଯଦି ମରିଯାଏ ମୋ ଟଙ୍କା ସିନା ତୁମର କି ତୁମ ପୁଅ ଝିଅଙ୍କର ଦରକାର ପଡ଼ିବନି ହେଲେ ସେ ଟଙ୍କାରେ ସମାଜର କିଛି ଉପକାର କରିବ. ସେଦିନ ଅଫିସରେ କୌଣସି ଏକ ଖବର କାଗଜରେ ଇଟାଲୀରେ ମୃତ ଶରୀରକୁ କିପରି ଅଣ୍ଡା ଆକୃତିର କ୍ୟାପସୁଲ ଭିତରେ ମାଆର ଓଭାରୀରେ ରହିବା ଭଳି କରି ରଖି ପୋତିବା ପରେ ତା ଉପରେ ସମାଧି ନକରି ଗଛ ଲଗାଯାଉଛି ଓ ଗଛ ବଢ଼ି ଜଙ୍ଗଲ ସୃଷ୍ଟି ହେବା ସହ ନିଜ ପିତୃପୁରୁଷଙ୍କୁ ଗଛ ରୂପେ ପାଇ ପରିବାର ଖୁବ ଖୁସି ହେଉଛନ୍ତି. ସେହି ଖବରଟି ଅନିଲଙ୍କ ମନକୁ ବହୁତ ପାଇଥିଲା. ଇଟାଲଲୀରେ ରହୁଥିବା ବିଜ୍ଞାନୀ ବନ୍ଧୁଙ୍କ ସହ ଆଲୋଚନା କରିଥିଲେ ଅନିଲ. ସେ କହିଥିଲେ ଏହା ଏକ ସୁଦୂର ପ୍ରସାରି ପଦକ୍ଷେପ. ଏହାକୁ ଆପଣେଇବା ପଛରେ କିଛି ଲୋକମତ ତଥା ଜନାଦ୍ରୁତ ଭାବନା ରହିଛି.।
ପ୍ରଥମଟି ମୃତକ ମଣିଷଟି ଅନ୍ୟ କୋଉ ସଜୀଵ ପ୍ରାଣୀ ଯଥା ପଶୁ ବା ପକ୍ଷୀ ହୋଇ ବା ପୁନ୍ନ ମାନବ ହୋଇ ଦୁଃଖ କଷ୍ଟ ପାଇବା ଅପେକ୍ଷା ଗଛ ହୋଇ ପରପିଢ଼ିକୁ ଓ ସମାଜକୁ ଅମ୍ଳଯାନ ପ୍ରଦାନ କରିବା ସହ, ବର୍ଷାର ଅନିୟମିତତା ଦୂର କରିବା, ଜଙ୍ଗଲ ସୃଷ୍ଟି କରି ପରିବେଶର ସୁରକ୍ଷା ସହ ବାତ୍ୟା, ବନ୍ୟା, ମରୁଡି, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯୟକୁ ରୋକିବା ଇତ୍ୟାଦି ଏକ ସାମୁହିକ ସଚେତନତା.ଦ୍ୱିତୀୟରେ ଯେମିତି ମାଆ ପେଟରେ ଅଣ୍ଡାଆକୃତିରେ ରହି ଜନ୍ମ ହୋଇଥିଲା ମଣିଷ ସେମିତି ଅଣ୍ଡା ଆକୃତିର କ୍ୟାପସୁଲରେ ରହି ଗଛ ହୋଇ ବିଶ୍ୱକୁ ନିଶ୍ୱ ହେବାରୁ ରକ୍ଷା କରିପାରିବ. କିନ୍ତୁ ଏହା ଓଡିଶାରେ ଫଳବତୀ କରାଇବା ତୁମ କାମ. ଅନିଲଙ୍କ ଏକା ଜିଦ ଯେମିତି ହେଉ ଆର୍ଥିକ, ସାମାଜିକ, ରକ୍ତଗତ ଅସୁବିଧା ସବୁକୁ ସମ୍ମୁଖୀନ କରି ସ୍ନିଗ୍ଧାଙ୍କୁ ଗଛଟିଏ କରି ରଖିବାରେ ଯେ କୌଣସି ପ୍ରତିବନ୍ଧକକୁ ପ୍ରତିହତ କରାଇବା ଅସୁବିଧା ନାହିଁ. ଏମିତିରେ ଶୁଦ୍ଧି ଘର ଦିଲ୍ଲୀରେ ହୋଇସାରିଛି. କେବଳ ଅସ୍ଥିକୁ ଅଣ୍ଡାକୃତି କ୍ୟାପସୁଲରେ ଭରି ଗଛ କରିବାକୁ ଇଛାଟିଏ ମାତ୍ର. ପୁଅ ଝିଅ ବନ୍ଧୁବାନ୍ଧବ ତଥା କବି ଓ ସାହିତ୍ୟିକ ସମସ୍ତେ ରାଜି. ସେୟା ହେଲା. ସମସ୍ତଙ୍କ ଉପସ୍ଥିତି ଓ ଅନୁମୋଦନ କ୍ରମେ ଯୋଜନାର ସଫଳ ରୁପାୟାନ ପରେ କବିତା ସମ୍ମିଳନୀରେ ସମସ୍ତେ ଖୋଜୁଥିଲେ ସ୍ନିଗ୍ଧାଙ୍କ ଲିଖିତ ପୁସ୍ତକ ସବୁକୁ. ଲାଇବ୍ରେରୀରେ ରହିବାର ବ୍ୟବସ୍ଥା ହୋଇସାରିଛି. ପୁଅ ବୋହୁଙ୍କ ସହିତ ଝିଅ ଜୋଇଁ ମଧ୍ୟ ପରସ୍ପର ପରସ୍ପର ମୁହଁକୁ ଚାହୁଁଥିଲେ. ନିଜ ହାତରେ ଅଳିଆରେ ମାଆ ସ୍ନିଗ୍ଧାଙ୍କ ବହି ସବୁକୁ ତ ସେମାନେ ରଦ୍ଦି ରୂପେ କବାଡିବାଲାକୁ ଦେଇସାରିଛନ୍ତି.।
ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟରେ ଅଭିଭୂତ କରି ଅନିଲ ବହି ପ୍ୟାକେଟ ସବୁ ବୁହାଇ ଚାଲିଥିଲେ. ସମସ୍ତ କାର୍ଯ୍ୟ ସୁଚାରୁରୂପେ ସରିଯିବା ପରେ ଅନିଲ କହିଥିଲେ ପ୍ରଥମେ ଅଳିଆ ଭାବିଥିବା ବହିସବୁ କବାଡିଵାଲା ନେଇଗଲା ପରେ ତାଙ୍କର ମନେ ପଡିଥିଲା ସ୍ନିଗ୍ଧା ସବୁବେଳେ କହୁଥିଲେକି ମୁଁ ଯଦି ବି ମରିଯାଏ ତେବେ ସବୁଦିନ ପାଇଁ ମୋ ବହି ଭିତରେ ରହିଥିବି ସତେଜ ହୋଇ. ତେଣୁ କବାଡିଵାଲା ପାଖରୁ ବହିଗୁଡିକ ଫେରାଇ ଆଣିବାକୁ ଯାଇଥିଲି.ସେତେବେଳକୁ ନୂଆ ବହିସବୁ ଦେଖି କବାଡିଵାଲା ମହେଶ୍ୱର ମାଝୀ ସେଗୁଡିକ ନବିକି ବା କାହାକୁ ନଦେଇ ପାଖ ପାଖ ସାତଖଣ୍ଡ ଗାଁର ସ୍କୁଲ ଲାଇବ୍ରେରୀକୁ ଦେଇସାରିବା ପରେ ଯାହା ବଳିଥିଲା ତାହା ନେଇଆସିଥିଲି.ଏଥର ସାହିତ୍ୟ ଆସରରେ ମହେଶ୍ବର ମାଝୀ କାହିଁକି ସମ୍ବର୍ଦ୍ଧିତ ହୋଇଥିଲେ ବୁଝିବାକୁ ପରିବାରବର୍ଗଙ୍କୁ ବାକିନଥିଲା.ଅନିଲ କିନ୍ତୁ ଭାବୁଥିଲେ କେବେ ଗଛ ଅଙ୍କୁରୋଦ୍ଦମ ହେବ କେଜାଣି !