Sunanda Mohanty

Children Stories Action Inspirational

4  

Sunanda Mohanty

Children Stories Action Inspirational

ବ୍ଯକ୍ତିଙ୍କ ଗର୍ବ ଭାଙ୍ଗିଲା

ବ୍ଯକ୍ତିଙ୍କ ଗର୍ବ ଭାଙ୍ଗିଲା

2 mins
11



   


   ଜଣେ ଲୋକ ଜୀବନର ଅର୍ଦ୍ଧେକ ପାଠପଢାରେ ବିତେଇ ଦେଲେ । ହେଲେ ଏତେ ପଢାଲେଖା କରିଥିଲେ ମଧ୍ୟ ମନରେ ବିନମ୍ରତାର ଭାବ ନଥିଲା । ବହୁତ ପାଠ ପଢିଥିବାରୁ ମନରେ ବହୁତ ଗର୍ବ ଥାଏ । ସୁତରାଂ ସେ ନିଜକୁ ସର୍ବଶ୍ରେଷ୍ଠ ବିଦ୍ବାନ୍ ବୋଲି ମନେକରୁଥାଏ । ଅନ୍ୟ ସମସ୍ତଙ୍କର ବିଦ୍ଯା ଓ ଜ୍ଞାନକୁ ଅସ୍ବୀକାର କରୁଥାଏ । 

   ଥରେ ସେ ବ୍ଯକ୍ତି ଜଣଙ୍କ କୌଣସି ସ୍ଥାନକୁ ଯିବାକୁ ବାହାରିଲେ । ରାସ୍ତାରେ ଯିବାବେଳେ ନଦୀ ପାର ହେବାକୁ ପଡେ । ନଦୀ ପାର ହେବା ପାଇଁ ବ୍ଯକ୍ତି ଜଣକ ଡଙ୍ଗାରେ ବସିଲେ । ମନରେ ଗର୍ବଭାବ ରଖି ନାବିକକୁ ପଚାରିଲେ କ'ଣ ତୁମେ ବ୍ଯାକରଣ ପଢିଛ । ନାଉରିଆ ମନାକଲା । ଅହଙ୍କାରୀ ବ୍ଯକ୍ତି ଜଣକ କହିଲେ ଜୀବନକୁ ଅଧା ବେକାର କରିଦେଲ । କିଛି ନ କହି ନାବିକ ଚୁପଚାପ୍ ରହିଲା । 

   ଠିକ୍ ଏହି ସମୟରେ ଆକାଶରେ ବାଦଲ ଘୁରୁଥାଏ । ଖୁବ୍ ଜୋରରେ ପବନ ବି ବହୁଥାଏ । କିଛି ସମୟ ପରେ ବ୍ଯକ୍ତି ଜଣକ ନାଉରିଆକୁ ପୁଣି ପଚାରିଲେ, ତୁମେ ଇତିହାସ ଓ ଭୂଗୋଳ ପଢିଛ । ନାଉରିଆ ପଢି ନଥିବା କହିଲା । ସେହି ବ୍ଯକ୍ତି ଜଣକ କହିଲେ, ତା' ହେଲେ ତ ତୁମର ପୁରା ଜୀବନ ବେକାର ହୋଇଗଲା । ଏହାଶୁଣି ନାଉରିଆ କ୍ରୋଧିତ ହୋଇଗଲା । କିନ୍ତୁ ସେହି ସମୟରେ କିଛି କହିଲା ନାହିଁ । ଦୈବ ଯୋଗରୁ ପ୍ରଚଣ୍ଡ ପବନରେ ନୌକାଟି ଭଉଁରୀ ମଧ୍ୟରେ ପଶିଗଲା । ନାଉରିଆ ଉଚ୍ଚ ସ୍ବରରେ କହିଲା, ଭାଇ ସାହେବ ଆପଣ ପହଁରା ଶିଖିଛନ୍ତି । ଦାମ୍ଭିକ ବ୍ଯକ୍ତି ଜଣକ କହିଲା ନା ମୋତେ ପହଁରା ଜଣାନାହିଁ । ନାଉରିଆ କହିଲେ, ତେବେ ତ ଆପଣଙ୍କୁ ବଞ୍ଚାଇବାକୁ ଇତିହାସ ଓ ଭୂଗୋଳକୁ ଡାକିବାକୁ ପଡିବ । ନତୁଵା ଆପଣଙ୍କ ସମସ୍ତ ପଢା ବରବାଦ ହୋଇଯିବ । କାରଣ ଡଙ୍ଗା ଏବେ ଭଉଁରୀ ମଧ୍ୟରେ ଘୁରୁଛି । ଆଉ କିଛି ସମୟ ମଧ୍ୟରେ ବୁଡିଯିବ । ଏହା କହି ନାଉରିଆ ନଦୀକୁ କୁଦା ମାରିଲା ଏବଂ ତୁରନ୍ତ ପହଁରି ପହଁରି କୂଳ ଆଡ଼କୁ ଗଲା । ସେତେବେଳେ ଦାମ୍ଭିକ ବ୍ଯକ୍ତି ଜଣକ ବୁଝିଲେ କୌଣସି ବିଦ୍ଯାରେ ପାରଙ୍ଗମତା ହୋଇ ଗର୍ବ କରିବା ଅନୁଚିତ୍ ।




Rate this content
Log in