Sunanda Mohanty

Tragedy Others

4  

Sunanda Mohanty

Tragedy Others

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ

3 mins
7


ସତସତିକା ଏମିତି ଦିନେ ଘଟିବ ଭାବିନଥିଲା ମାଆ ସୁଭଦ୍ରା। ସ୍ୱାମୀ ବିଦେଶ ଯାଉଛି କହି ଗଲା ଯେ ଗଲା ଆଉ ଫେରିବାର ନାମ ଧରିଲାନି। ପୁଅ ଝିଅ ଦୁଇଟିଙ୍କୁ ବଢ଼ାଇବାରେ କେତେ ଯେ କଷ୍ଟ କରିଛି ସୁଭଦ୍ରା ହିଁ ଜାଣେ। ବାବୁଘରେ ବାସିପାଇଟି କରି ଜୀଵନ କାଟୁଥିବା ସୁଭଦ୍ରା କିନ୍ତୁ ଗୋଟେ ବର୍ଷ ରଜରେ ତାଙ୍କ ଝିଅ ବାହାଘର ବେଳେ ମାଆ ସାଆନ୍ତାଣୀଙ୍କ ସହ ଖୁବ କାନ୍ଦିଥିଲା। କାରଣ ବିଦା ହେଉଥିବା ବାବୁଘର ଝିଅ ଅଳକା ଜାଗାରେ ସେ ତା ଝିଅ ମାଳକୁ ଭାବି ନେଇଥିଲା। ମାଳ ବଡ଼ ହେଲାଣି। ଏମିତି ପ୍ରତିବର୍ଷ ରଜ ଆସିବା ପୂର୍ବରୁ ମାଆ ସୁଭଦ୍ରା ମାଳ ପାଇଁ କେତେ କଥା କରିବ ଭାବି ବସେ। ଯେମିତିକି କେବେ ନୂଆ ଡ୍ରେସ କିଣିଦେଵ ଭାବେ ତ କେବେ ଚପଲ କେବେ କିଛି ନହେଲେ ନାକଫୁଲ କିଣିବ ଭାବେ ତ କେବେ ପୋଡପିଠା କରି ଗାଁର ସବୁ ଝିଅଙ୍କୁ ଖାଇବାକୁ ଡାକି ମାଳ ମନ ଖୁସି କରିବାକୁ ଭାବେ କିନ୍ତୁ ଭାବିବା କଥା କେବେ ସତ ହେଉନଥିବା ବେଳେ ମାଳ ପାଇଁ ସତସତିକା ଦୋଳି ବାନ୍ଧେ ସାନଭାଇ। ସେଇ ଦୋଳିରେ ବସି ବାବୁଙ୍କ ଝିଅ ଅଳକାର ପୁରୁଣା ଡ୍ରେସ ଓ ଚପଲ ପିନ୍ଧି ମଧ୍ୟ ଖୁସି ହୁଏ ମାଳ। ଭାଇ ତାର ସାନ ହେଲେ କଣ ହେଲା ଗଛରେ ଚଢି ତା ପାଇଁ ଦୋଳି ବାନ୍ଧିଛି ରାଜୁ। ଏତିକିରେ ସିନା ମାଳ ଖୁସି ହୋଇଯାଏ କିନ୍ତୁ ଖୁସି ହୋଇପାରେନା ମାଆ ସୁଭଦ୍ରା। ଦିନକୁ ଦିନ ବଢୁଥିବା ମାଳକୁ ହାତକୁ ଦିହାତ କରିବାକୁ ପଡିବ ନିଶ୍ଚୟ । ମାଆ ପାଖରେ ଥିଲା ବେଳେ ଯୋଉ ଝିଅ ରଜ କରିନି କି କୁମାର ପୂର୍ଣ୍ଣମୀରେ ଚାନ୍ଦ ଖାଇନି ତା ପାଇଁ ବୋହୁ ହେବା ପରେ କଣ ଯେ ଥିବ ଭାଗ୍ୟରେ କିଏ କହିବ! ସେଇଥିପାଇଁ ବବୁଘର ଝିଅ ବିଦାବେଳେ ସୁଭଦ୍ରା କାନ୍ଦୁଥିଲା ଝର ଝର। ସତେ ଯେମିତି ସୁଭଦ୍ରା ଆଖିରେ ମୌସୁମୀ ଗଙ୍ଗା ଯମୁନା ହୋଇ ଓଦା କରୁଛି ମାଟି। ଉର୍ବର କରୁଛି ଚାଷ ଜମି।

  ଅଳକା ଯିବା ପରେ ସାଆନ୍ତାଣୀ କିନ୍ତୁ ଅଳକାର ସିଲେଇ ମେସିନଟିକୁ ସୁଭଦ୍ରାକୁ ଦେଇ କହିଥିଲେ ନେ ତୋ ଝିଅ ମାଳ ପାଇଁ। ପାଠ ଦି ଅକ୍ଷର ପଢ଼େଇ ପାରିନୁ ଝିଅକୁ ବୋଲି ମନଦୁଃଖ କରନା। ବିଦ୍ୟା ବୁଦ୍ଧି ଥିଲେ ଜ୍ଞାନ ଆସେ ଆପେ ଆପେ। ସିଲେଇ ଶିଖି ଝିଅ ବୋହୁଙ୍କ କାମ କଲେ ତା ପଇସା କିଏ ଖାଇବ। ସତସତିକା ବାବୁଆଣୀଙ୍କ ତୁଣ୍ଡ ସୁତୁଣ୍ଡ ହେଲା। ଅଳପ ଦିନରେ ସବୁ ସିଲେଇ ଶିଖି ଝିଅ ମାଳ ଉପାର୍ଜ୍ଜନ କଲା। ମାଆ ସୁଭଦ୍ରା ଯାହା କରିପାରୁନଥିଲା ଝିଅ ମାଳ ମାଆ ପାଇଁ ସାବିତ୍ରୀକୁ ନୂଆ ଶାଢ଼ୀ,ଚୁଡ଼ି, କାନଫୁଲ ଓ ନାକଫୁଲ କିଣିଦେଲା ତ ସୁଭଦ୍ରା ସୁଉଁ ସୁଉଁ ହେଲା। ସ୍ୱାମୀ ଥିବା ସ୍ତ୍ରୀ ଲୋକଟା କାନ୍ଦୁଛୁ କାହିଁକି ମାଆ କହି ମାଳ ବୁଝାଉଥିଲା ଖୁବ। ଆଉ ନିଜେ ରଜକୁ ପାଦରେ ଅଳତା ନାଇ, ପାଉଁଜି ପିନ୍ଧି, ନୂଆ ଶାଢ଼ୀ ପିନ୍ଧି ଭାଇ ବାଡ଼ିପଟ ଆମ୍ବ ଗଛରେ ଦୋଳି ଖେଳୁ ଖେଳୁ କୁଆଡେ ଉଭାନ ହୋଇଗଲା। ଘରର ଶିରୀ ତୁଟିଗଲା। ରଜ ଯାଇ ରଜ ଆସୁଥିଲା କିନ୍ତୁ ସୁଭଦ୍ରାମାଆ ଆଖିରୁ ଧାରା ଶ୍ରାବଣ ଶୁଖୁ ନଥିଲା। କିଏ କହୁଥିଲା କଣ୍ଟ୍ରାକ୍ଟରବାବୁ ମାଳକୁ ଶିଖେଇ ନେଇଗଲା ତ କିଏ କହୁଥିଲା ମାଳ ଭୁବନେଶ୍ୱରରେ ଅଛି। ସାନଭାଇ ରାଜୁ ସିନା କେତେ ଭୁବନେଶ୍ୱରରେ ଖୋଜିଲା ଅପା ମାଳକୁ ହେଲେ ମାଳ ଶୂନ୍ୟରେ ଉଭେଇ ଯାଇଥିଲା ଯେମିତି।

  ଏ ସନ ରଜରେ ମା ସୁଭଦ୍ରା ବହୁନା ପକାଉଥିଲା କୁଆଡେ ଗଲୁଲୋ ମୋ ମାଳ। ପୋଡପିଠା ଖିଲିପାନ ଖାଇ କିଏ ଝୁଲିବ ଦୋଳି ଲୋ ମୋ ଝିଅ ମାଳ। ତୋ ଯୋଗୁଁ ସିନା ପୁରିଥିଲା ମୋ ଗରୀବ କୁଡ଼ିଆ ଥାଳ ଲୋ ମୋ ମାଳ। ସୁଭଦ୍ରା ଦେଖିଲା ହଠାତ ତା ପୁଅ ରାଜୁ ରଜ ସଜବାଜ ଦିନ ସକାଳୁ ସକାଳୁ ନିଶ ଦାଢ଼ି କାଟି ମାଳ ପାଇଁ ସାଇତା ରଜ ଡ୍ରେସ ସହ କାନଫୁଲ, ନାକଫୁଲ, ହାର ଇତ୍ୟାଦି ନକଲି ଗହଣା ପିନ୍ଧି ପହିଲି ରଜ ଦିନ ବାହାରିଗଲା ବେଳେ ସୁଭଦ୍ରା ପୁଅକୁ କାବା ହୋଇ ଚାହିଁଥିଲା। ପୁଅ ରାଜୁ କହୁଥିଲା ମାଳ ଅପାକୁ ଖୋଜିବା ଓ ଘରର ଥାଳ ପୁରାଇବାକୁ ମୁଁ ଯାଉଛି ମାଆ। ମାଆ କେତେକଣ ଭାବୁଥିଲା ରାଜୁକୁ ଏ ବେଶରେ ଦେଖି। କିଏ କହୁଥିଲା ତା ପୁଅ ରାଜୁ ଗୋଟେ ଛକା ଅର୍ଥାତ ହିଞ୍ଜିଡା। ସୁଭଦ୍ରା ଗାଳି ଦେଉଥିଲା ଗାଁ ଟୋକାଙ୍କୁ ସିନା ହେଲେ ଭାବୁଥିଲା ସେ ଯିବ ଏଥର ଭୁବନେଶ୍ୱର ପଡା। ଖୋଜିବ ଝିଅ ମାଳ ଓ ଜାଣିବ ପୁଅର ଏ ବେଶ ରହସ୍ୟ। କିନ୍ତୁ ସେହି ବର୍ଷ ରଜ ସଂକ୍ରାନ୍ତି ଦିନ କରି ମାଳ ଫେରିଥିଲା ଘରକୁ। ମିଶନ ଶକ୍ତିର ସଭାନେତ୍ରୀ ହୋଇ ଗାଁକୁ ଗାଁ ବୁଲି ଝିଅ ବୋହୁମାନଙ୍କୁ ସିଲେଇ ଶିଖେଇବା ସହ ବଡି, ଆଚାର, ପାମ୍ପଡ଼ ତିଆରି କରିବା ଶିକ୍ଷାଦେବା କଥା ଶୁଣି ମାଳ ଯେତିକି ଖୁସି ହୋଇଥିଲା ଭାଇର ହିଞ୍ଜଡ଼ା ବେଶ ଧରି ଘରୁ ପଳାୟନ କରି ଅପା ମାଳକୁ ଖୋଜିବାର ଏ ଅଭିନଵ ଉପାୟ ଆପଣେଇବା ସେତିକି ଦୁଃଖ ଦେଲାବେଳେ ପୁଅ ରାଜୁ ମଧ୍ୟ ଫେରିଥିଲା ଶେଷ ରଜ ଦିନ ଓ କହିଥିଲା ସେଇ ବେଶରେ ରହି ଝିଅ ପିଲାମାନଙ୍କୁ ହଇରାଣ କରୁଥିବା ପୁଅପିଲାମାନଙ୍କୁ ଧରାଇଦେବା ତାଙ୍କ ମିଶନର କାମ। ମାଆ ସୁଭଦ୍ରା ଗୋଡ଼ ଦଶହାତରେ ପଡୁଥିଲା ବେଳେ ଯାହା କରୁଛ କର କିନ୍ତୁ ଘରେ ଜଣେଇକି ଯାଅ କହିବା ସହ ସୁଭଦ୍ରାକୁ ରଜରେ ଶୁଭୁଥିଲା ବନସ୍ତେ ଡାକିଲା ଗଜ ଗୀତର ସ୍ୱର ଧୁନ। ଭଉଣୀ ମାଳ କହୁଥିଲା ମୋ ପାଇଁ ଦୋଳି ବାନ୍ଧ ରାଜୁ। ଦୋଳି ଖେଳି ଗାଇବି ସେଇ ଗୀତ,ବନସ୍ତେ ଡାକିଲା ଗଜ। ମୌସୁମୀ ବର୍ଷା ଆସିଯାଇ ମାଟିମାଆକୁ ଭିଜେଇ ଚାଲିଥିଲା ଖୁବ।



Rate this content
Log in

Similar oriya story from Tragedy