Sunanda Mohanty

Others

4  

Sunanda Mohanty

Others

ଗୁରୁ ଗୁରବେ ନମଃ

ଗୁରୁ ଗୁରବେ ନମଃ

3 mins
10


ଅନେକ ସ୍ବପ୍ନ ପୁରଣ ହୁଏ ତ ଅନେକ ସ୍ବପ୍ନ ଅପୂରଣୀୟ ରହିଯାଏ.ନିଜର କୋଉ ସ୍ବପ୍ନକୁ ପୁରଣ କରିବାକୁ ଯାଇ କିଏ କୋଉ ମୋଡ଼ରେ ପହଞ୍ଚି ସାରିଥାଏ କାହାକୁ ଜଣା ନଥାଏ.ଯେମିତି ଜୀଵନ ରକଷ୍ଟାର ହେବାର ସ୍ବପ୍ନ ଦେଖୁ ଦେଖୁ ଶିକ୍ଷକ ହୋଇଯାଇଥିଲେ . ନବମ ଶ୍ରେଣୀର କ୍ଲାସ ଟିଚର ଜୀଵନ ସମସ୍ତଙ୍କୁ ଏକା ଭଳି ଭଲପାଇବା ସହ ସମତା ଦୃଷ୍ଟିରେ ପାଠ ପଢ଼ାଉ ପଢ଼ାଉ କ୍ଲାସରେ ଥିବା ଦଶଟା ଯାକ ଝିଅଙ୍କ ମନରେ ସେ ସ୍ବପ୍ନ ପାଲଟି ଯାଇଥିଲେ . ମିତା, ଶ୍ରୀୟଙ୍କା, ସ୍ମୃତି, ପ୍ରଜ୍ଞା, ଅନୂଢ଼ା, ସ୍ୱାତୀ, ନକ୍ଷେତ୍ରା, ସୁଚରିତା, ସୁରୁ ଓ ଶିଳ୍ପୀ ଏମାନେ ତାର କ୍ଲାସକୁ ଆସିବା ଯାଏଁ ଅସ୍ଥିର ହୋଇପଡୁଥିଲେ. ଅବଶ୍ୟ ପ୍ରଥମ ପିରିଅଡ ହିଁ ତାର ଥିଲା. ପ୍ରାର୍ଥନା କ୍ଲାସ ପରେ ଉପସ୍ଥାପନା ନେବା ପୂର୍ବରୁ ଶିଳ୍ପୀର ପ୍ରାଥନା ବୋଲିବାକୁ ନେଇ କେବେ ପ୍ରଶଂସା କରନ୍ତି ସାର ତ କେବେ ମିତାର ବଗିଚା କାମକୁ ନେଇ, ସୁଚରିତାର ଡ୍ରଇଁକୁ ନେଇ ପ୍ରଶଂଶା କଲାବେଳେ ଶ୍ରୀୟାଙ୍କାର ଗୀତ ବୋଲାକୁ ନେଇ ତ ନକ୍ଷେତ୍ରାର ସୁରଭିରେ ଭାଷଣ ଦେବାକୁ ନେଇ ତ ସୁରୁର ଦୌଡ଼ରେ ପ୍ରଥମ ହେବାକୁ ନେଇ ତ ପୁଣି କେବେ ପ୍ରଜ୍ଞାର ଦଉଡିଡିଆଁ ଖେଳିବାକୁ ନେଇ ତ ସ୍ମୃତିର ପ୍ରବନ୍ଧ ଲେଖାରେ ଓ ସ୍ୱାତୀର କ୍ଲାସରେ ପରୀକ୍ଷାରେ ପ୍ରାଥମ ହେବାକୁ ନେଇ ପ୍ରଶଂଶା କରି ସେମାନଙ୍କୁ ପ୍ରେରଣା ଦେବାକୁ ଭାବୁଥିଲା ବେଳେ ବାଇଶ ଜଣ ପୁଅ ଛାତ୍ର ଜୀଵନ ସାରଙ୍କ ଅଲକ୍ଷରେ ତାଙ୍କ ଶତ୍ରୁ ପାଲଟି ଯାଇଥିଲେ. ସେମାନଙ୍କୁ ସାର ଯେତେ ଭଲପାଇବା ଦେଇ ତାଙ୍କ ପାଇଁ ଏକ୍ସଟ୍ରା କ୍ଲାସ କରି ସେମାନଙ୍କୁ ପଛୁଆ ବର୍ଗରୁ ଆଗୁଆ ବର୍ଗରେ ସାମିଲ କରିବା ଉଦ୍ୟମକୁ ସେହି ବାଇଶଜଣ ଛାତ୍ର ଶୁଭ ଦୃଷ୍ଟିରେ ଦେଖୁନଥିଲେ. ଏଣେ ଝିଅମାନଙ୍କ ଭିତରେ ଜୀଵନ ସାରଙ୍କୁ ନେଇ ରୀତିମତ ପ୍ରତିଯୋଗିତା ଯେମିତିକି ଆଜି ସାର କୋଉ କଲରର ସୁଟ ପିନ୍ଧିଥିବେ ଏବଂ କୋଉ କଲରର ଟାଇ ଭିଡ଼ିଥିବେ ତଥା ଜୋତା ପିନ୍ଧିଥିବେ କି ଚପଲ ପିନ୍ଧିଥିବେ ଇତ୍ୟାଦି ବାଜିରେ ହାର ଜିତ ଚାଲିଥିବା ବେଳେ, ଜୀଵନ ସାର ଆସି ମିତାକୁ ଆଗ ପଚାରନ୍ତି ପ୍ରଶ୍ନ, ଯେମିତିକି ଆଜି କେତେଜଣ ଝିଅ ଓ କେତେଜଣ ପୁଅ ଉପସ୍ଥିତ? ସେହି ଅନୁଯାଇ ଉପସ୍ଥାନ ନେବା ପରେ ମିତା କଥା ସହ ଗଣତି ଠିକ ଅଛି କି ଭୁଲ ଅଛି ପରଖି ନେଉ ନେଉ ସେଦିନ ଦେଖାଗଲା ନିହାର କ୍ଲାସରେ ନଥିଲା. ନିହାରକୁ ଡାକି ପଚାରିବା ପରେ ତାର ଖାମଖିଆଲି ଉତ୍ତରରେ ସେଦିନ ଚମକି ପଡିଥିଲେ ଜୀଵନ. ନିହାର ଖାଲି ଜବାବ ସୁଆଲ କରିନଥିଲା ବରଂ ଆପଣ ସିନା କୃଷ୍ଣ ସାଜିଛନ୍ତି କ୍ଲାସରେ ଯେ ସବୁ ଝିଅ ସବୁଦିନ ଉପସ୍ଥିତ ରହୁଛନ୍ତି ହେଲେ ଆମକୁ କିଏ ପଚାରେ ଯେ ଆମ ଉପସ୍ଥିତି ଅନୁପସ୍ଥିତିରେ ଆପଣ କହିବାକୁ କିଏ? ତଟସ୍ଥ ଓ ହତବମ୍ବ ଜୀବନ ସାର. ଖାଲି ସେତିକି ନୁହେଁ ଛାତ୍ର ନିହାର ବିଷୟରେ ହେଡ଼ମାଷ୍ଟର ବା କାହାକୁ ନଜଣେଇ ନିହାରକୁ ବୁଝେଇ ଦେବେ, ତା ମନରେ ଥିବା ଭ୍ରାନ୍ତଧାରଣାକୁ ଦୁରେଇ ଦେବେ ଭାବିଥିବା ଜୀଵନ ସାର ସେହିଦିନ ଫେରିବା ବେଳେ ମିଳିତ ଆକ୍ରମଣର ଶୀକାର ହୋଇଥିଲେ. ଶିକ୍ଷକ ନାମରେ ତୁ କଳଙ୍କ, ଝିଅ ଛାତ୍ରୀମାନଙ୍କ ଉପରେ ତୋର ନଜର, ତୋ ଭଳି ଶିକ୍ଷକ, ଶିକ୍ଷକ ପଦବାଚ୍ୟ ନୁହେଁ ଇତ୍ୟାଦି କଟୁ ଶବ୍ଦ ସହ ଆକ୍ରମଣ ଓ ପ୍ରତିଆକ୍ରମଣକୁ ପ୍ରତିରୋଧ କରିଥିଲେ ଜୀଵନ ସାର କେବଳ ଜୁଡୋ ଓ କରାଟେ ଶିକ୍ଷା ପାଇଥିଲେ ବୋଲି.।

   ତା ପରଦିନ ଦଶଜଣ ଛାତ୍ରୀ ଝିଅ ତାଙ୍କୁ ଦେଖିବାକୁ ହାଜର. ସାର ଯେତେ ଲୁଚାଇଲେ ମଧ୍ୟ କଥା ଲୁଚି ନଥିଲା. ନିହାର ନାମ ନଉଠାଇଲେ ମଧ୍ୟ ସେହି ଝିଅମାନେ ତା ନାମ ହିଁ କହୁଥିଲେ. ତୁମେ ସବୁ ଏଠୁ ଫେରିଯାଅ ମୁଁ ଠିକ ଅଛି କହିବାରେ ସମସ୍ତେ ଫେରିଗଲେ ମଧ୍ୟ ମିତା ଯାଇନଥିଲା କହିଥିଲା ମତେ ମନିଟର ରଖିଥିବାରୁ ମୋ ନାମ କ୍ଲାସରେ ବେଶୀ ନିଅନ୍ତି ଆପଣ କିନ୍ତୁ ସେସବୁକୁ ନିହାର ଅନ୍ୟ ଦୃଷ୍ଟିରେ ଦେଖିବାର କାରଣ ମତେ ସେ ଏକତରଫା ଭଲପାଇ ବିଫଳ ହେଲାପରେ ଆପଣଙ୍କ ଉପରେ ରାଗ ରଖିଛି. କୁହନ୍ତୁତ ସାର ତା କଥାରେ ପଡି ମୁଁ ଯଦି ତା ସହ ଚାଲିଯାଇଥାନ୍ତି ଏଇ ବୟସରେ ତେବେ ମୋ ଭବିଷ୍ୟତ କେତେ ଶୃଙ୍ଖଳିତ ହୋଇଥାନ୍ତା? ମୋ ବପା ମା ସମାଜରେ ମୁଣ୍ଡ ଟେକି ଚାଲିପାରିଥାନ୍ତେ କି ସାର? ଜୀଵନ ଉଠିବସିଲେ. ମିତା ମୁଣ୍ଡରେ ହାତ ରଖି ତୁ ଆଜିଠୁ ମୋର ଗୁରୁ ହୋଇଗଲୁ ବୋଲି କହିଲେ ଓ ଦୁଇ ଚାରି ଦିନ ପରେ ସ୍କୁଲରେ ପହଁଚିଲେ. ଏସ.ଏମ.ସି, ପି.ଟି. ଏ ତଥା ଏସ.ଏମ.ଡି.ସି.ଙ୍କ ମିଳିତ ଆନୁକୂଲ୍ୟରେ ମିଟିଙ୍ଗ ଡକାଯାଇ ନିହାର ଓ ତା ସାଙ୍ଗମାନଙ୍କୁ ଠିଆ କରାଇ ଦୋଷୀକୁ ଚିହ୍ନେଇ ଦିଅନ୍ତୁ କହୁଥିଲେ ହେଡ଼ମାଷ୍ଟର ତ ଜୀଵନ କହିଥିଲେ ଏମାନେ କେହି ଦୋଷୀ ନୁହଁନ୍ତି ବରଂ ମୋର ବାଇକ ଧକ୍କା ଯୋଗୁଁ ମୋର ଏ ଅବସ୍ଥା. ଏମାନେ ମତେ ରକ୍ଷା କରିନଥିଲେ ମୋ ଜୀଵନ ଚାଲିଯାଇଥାଆନ୍ତା. ସେଦିନ କ୍ଲାସରେ ମିତା ପରିବର୍ତ୍ତେ ସର୍ବସମ୍ମତି କ୍ରମେ ନିହାରକୁ ମନିଟର କରି ଥିଲେ ଜୀଵନ ସାର. ସେଦିନ ପରି ଏକ୍ସଟ୍ରା କ୍ଲାସ ସାରି ମୁହଁ ସଞ୍ଜରେ ଫେରୁଥିବା ଜୀଵନ ସାରଙ୍କ ଗାଡିକୁ ଅଟକାଇ ନିହାର ଜୀଵନ ସାରଙ୍କ ଗୋଡ଼ତଳେ ପଡି ରଡି ପକାଉଥିଲା ଭୋ ଭୋ ଆଉ ତାକୁ ଛାତିରେ ଲଗେଇ ଜୀଵନ ସାର କହୁଥିଲେ ମୋ ଶିକ୍ଷକତା ସ୍ବପ୍ନ ପୁରଣ କରିଦେଲୁରେ ନିହାର ତୋ ଯୋଗୁଁ ମୁଁ ଧନ୍ୟ ହୋଇଗଲି.ଜଗନ୍ନାଥ ତତେ ଖୁବ ଆଶୀର୍ବାଦ ଦିଅନ୍ତୁ.।


Rate this content
Log in