Sunanda Mohanty

Abstract Action Fantasy

4  

Sunanda Mohanty

Abstract Action Fantasy

ଅନ୍ୱେଷଣ

ଅନ୍ୱେଷଣ

2 mins
6



ଉତ୍ତରଭାରତ ଆସିଲେ ସ୍ନାତା ସ୍ୱାମୀ ଉଦୟନଙ୍କ ସଙ୍ଗେ.ବହୁଦିନର ଆଶା ଫଳବତୀ ହେଲା ଉଭୟଙ୍କର. ସ୍ୱାମୀଙ୍କ ପ୍ରମୋସନ ଓ ସ୍ନାତାଙ୍କ ଗଙ୍ଗାମାତାଙ୍କୁ ଦର୍ଶନ. ସ୍ନାତାଙ୍କୁ ଲାଗିଲା ଥରେ ଏହି ମନସା ଦେବୀଙ୍କ ପୀଠରେ ରହିଯାଆନ୍ତେ ରାତି ସାରା ହରିଦ୍ୱାରରେ, ସୀତାଙ୍କ ବନବାସ ବେଳର ଉପଲବ୍ଧି ପାଇଯାଆନ୍ତେ. ଦଉଡ଼ିରେ ଉଦୟନଙ୍କ ସଙ୍ଗେ ମନ୍ଦିର ଉପରୁ ଆସିଲା ବେଳେ ତାଙ୍କୁ ହନୁମାନଙ୍କ ଉଡି ଉଡି ସୀତା ଠାଵ କରିବା ଦୃଶ୍ୟ ମନେପଡୁଥିଲା. ଉଦୟନ ଦୁଃଖୀ ଥିଲେ ଏଠାରେ ଭଲ କାଫେ ନଥିଲା କି ଏଠିକାର ତରୁଣୀ, ଯୁବତୀ, ଝିଅ,ବୋହୁଙ୍କ ଅବୟବ ଓଢଣା ତଳେ ଢଙ୍କା ଥିଲା. କିନ୍ତୁ ସ୍ନାତା ଆବିଷ୍କାର କଲେ ତାଙ୍କ ସ୍ୱାମୀ ଉଦୟନ ଏବେ ଯେବେ ପଚାରୁଥିଲେ ଏମାନେ ସମସ୍ତେ ରାଧାଙ୍କ ପରି ଲାଗୁଛନ୍ତି ନା ସ୍ନାତା? ବିସ୍ଫୋରିତ ନୟନ ମେଲି ଚାହିଁଲେ ସ୍ନାତା. କହିଲେ କୋଉ ରାଧା? ସେହି ପ୍ରେମ ପାଗଳିନୀ ବିରହିଣୀ କୃଷ୍ଣଙ୍କ ପ୍ରେମିକା. ପାଟିରେ ହାତ ଦେଲେ ସ୍ନାତା.କହିଲେ ସେ ଏଠି କୋଉଠୁ ଆସିବେ? ସେ ତ ଖାଣ୍ଟି ଓଡ଼ିଆଣୀ ବେଶରେ ଆମ ଗାଁରେ? ହେ କିଛି ଜାଣିନ ତୁମେ. କାହିଁ ମଥୁରା ବୃନ୍ଦାବନ କାହିଁ ଓଡିଶା? ଏଇଠି ଅଛନ୍ତି ରାଧା. ସବୁ ନାରୀଙ୍କୁ ଟିକେ ଅନୁଧ୍ୟାନ କଲେ ଜାଣିପାରିବ. ସେହି ବିରହିଣୀ ବେଶ ବାସ. କାହ୍ନୁଙ୍କ ଅପେକ୍ଷାରେ ବେଶ ଭୁଷା, ଆଭୂଷଣ, ପାରିପାଟି ଭୂଇଁରେ ଯେମିତି ଭୁଲୁଣ୍ଠିତ. ଦେଖୁନ ପ୍ରତ୍ୟେକ ଝିଅ,ବୋହୁ, କନ୍ୟାଙ୍କୁ. ନିରୀକ୍ଷଣ କଲେ ଜାଣିପାରିବ ଆନନ୍ଦ ନାହିଁ ମନରେ ଅଧୀରତା ନାହିଁ ପାଦରେ, ଚଞ୍ଚଳତା ନାହିଁ ଆଖିରେ. ଖାଲି ବିରହିଣୀ ଭାବ. ସତ କହୁଛି ସ୍ନାତା. ଏଠି ମନ ଲାଗୁନି. ସ୍ନାତା ଚାହିଁଲେ ସ୍ୱାମୀଙ୍କୁ ବୁଝିହେଉନି ତାଙ୍କୁ. କି କଦର୍ଯ୍ୟ ଭାବନା. ଉଦୟନ କହିଚାଲିଥାଆନ୍ତି ନାରୀ ଯଦି ବେଗମତୀ, କଳକଳ ଛଳଚ୍ଛଳ ନଈଟିଏ ନୁହେଁ ତେବେ ଜୀବନ ଫିକା. ସନ୍ଦେହ ଆଖିରେ ସ୍ୱାମୀଙ୍କୁ ପରଖିବାକୁ ଗଲାବେଳେ ଉଦୟନ କୁହନ୍ତି ଠିକ ତୁମ ପରି ଘରେ .ନହେଲେ ଜୀବନ ରଙ୍ଗହୀନ. ଆଉ ବାହାରେ ବି ଯଦି ନଈରେ ଆନମନା ସଂଗୀତର ସ୍ୱର ଝଙ୍କାର ନାହିଁ ତେବେ ବଞ୍ଚିବା ନିରର୍ଥକ. ଯାହା କୁହ ମତେ ପ୍ରମୋସନ ଶାନ୍ତି ଦେଇନି. ଭିତରେ ରାଗକୁ ଚାପି ରଖି ସ୍ନାତା କୁହନ୍ତି ସବୁ ପୁରୁଷ ତ ଉଦୟନ ନୁଁହନ୍ତି ନା? ଖୁସିର ଝଲକ ଉଦୟନଙ୍କ ମୁଁହରେ. ତ ସୁଯୋଗ ଉଣ୍ଡି ସ୍ନାତା କୁହନ୍ତି ମନ୍ଦିର, ମଠ ଚାଲନା, ତୁମେ ଖୋଜୁଥିବା ରାଧାଙ୍କୁ ପାଇଯିବ.

  ସ୍ନାତା ପୁଣି କହୁଥିଲେ ଠିକ କହିଛ ଉଦୟନ. ରାଧା ଏଠି ନାହାଁନ୍ତି. ପ୍ରତେକ ନାରୀ ଭିତରେ ଥିବା ରାଧା ଏବେ ଆମ ଗାଁରେ. ଆମ ଗାଁ ମନ୍ଦିର ଭିତରେ.ପୁଣି ଲୁଚି ଲୁଚି ପୁରୀ ଯାଆନ୍ତି କାରଣ କହ୍ନେଇ ଏବେ ଜଗନ୍ନାଥଙ୍କ ରୂପରେ ଶ୍ରୀକ୍ଷେତ୍ରରେ ନା. ଠିକ କହିଛ ଠିକ କହିଛ ରାଧା ଆଉ ଏଠାରେ ନାହାଁନ୍ତି. ଏଥର ଆମେ ନିଶ୍ଚୟ ଯିବା. କୁଆଡେ? ତୁମ ଗାଁକୁ, ତୁମ ଗାଁ ମନ୍ଦିରରେ ରାଧାଙ୍କୁ ଦେଖିବାକୁ. ତୁମେ ପରା କହୁଥିଲ. ବଡ଼ପଣ୍ଡା ଘରେ ଜନମିଥିବା ଝିଅ ଲଷ୍ମୀ କାଳେ ରାଧା. ଯୋଉଦିନ ତାଙ୍କ ପ୍ରତିମୂର୍ତ୍ତି କୃଷ୍ଣଙ୍କ ପ୍ରତିମୂର୍ତ୍ତିଙ୍କ ପାଖେ ସ୍ୱୟଂ ସମ୍ପୂର୍ଣ୍ଣ ହେଲା ସେଦିନ ଜ୍ୱର ପୀଡିତ ରାଧାଙ୍କ ମୃତ୍ୟୁ ହୋଇଥିଲା. ହଁ କହିଥିଲି ଯେ. ଯେ ଆଉ କଣ? ମତେ ତ ଲାଗେ ତୁମେ ଯେମିତି ସେଇ ରାଧା. ନହେଲେ ଏତେ ଝିଅଙ୍କ ଭିତରେ ତୁମକୁ ତୁମ ଗାଁରୁ ଉଡେଇ ଆଣିବା କଣ ସମ୍ଭବ ଥିଲା!ହଉ ହଉ ମୋ କହ୍ନେଇ ଉଠ ଏଥର ମନ୍ଦିର ବନ୍ଦ ହେବ ଏଥର.ଛୁଟିରେ ସ୍ନାତାଙ୍କ ଦେହ ଖୁବ ଖରାପ ହୋଇଗଲା. ଯେତେ ଡାକ୍ତର ଦେଖେଇଲେ ବି ଭଲ ହେଲାନି. ଏକୁଟିଆ ଉଦୟନ ଯାଇଥିଲେ ପୁରୀ. ଜଗନ୍ନାଥଙ୍କ ଆଗରେ ହାତ ଯୋଡି କାନ୍ଦୁଥିଲେ ଭୋ ଭୋ. ମୋ ରାଧାଙ୍କୁ ଭଲ କରିଦିଅ ପ୍ରଭୁ. ମୋ ରାଧାଙ୍କୁ ଭଲ କରିଦିଅ. ଆୟାଙ୍କ ଫୋନ ଆସିଥିଲା ସ୍ନାତା ଆରୋଗ୍ୟ ଲାଭ କରୁଛନ୍ତି. ଡାକ୍ତର କହିଛନ୍ତି ଖୁବ ଶୀଘ୍ର ଭଲ ହୋଇଯିବେ. ଜଗନ୍ନାଥଙ୍କ ଦର୍ଶନରୁ ଫେରିବା ବେଳେ ଉଦୟନ କାନ୍ଦୁଥିଲେ ବିଦାୟୀ ଆଖିରେ ଧାର ଧାର ପ୍ଳାବନର ଦୁଇଧାର ଅଶ୍ରୁ.।


Rate this content
Log in

Similar oriya story from Abstract