ଛେଳିଙ୍କ କଳି
ଛେଳିଙ୍କ କଳି
ବାସନ୍ତୀର ପୁଅ ଦଉଡି ଆସି କହିଲା ମାଆ ମାଆ ଆମର ଦୁଇଟି ଛେଳି ନଦୀରେ ପଡିଯାଇଛନ୍ତି. କେମିତି? କେମିତି ଆଉ କଣ ଦୁହେଁ ସେଇ ଅଣଓସାରିଆ ବନ୍ଧରେ ବିପରୀତ ଦିଗରୁ ଆସୁଥିଲେ. ଜଣେ ଜଣଙ୍କୁ କହିଲା ମତେ ବାଟ ଛାଡ଼ ମୁଁ ଆଗେ ଯିବି ଅନ୍ୟ ଜଣେ କହିଲା ମତେ ବାଟ ଛାଡେ ମୁଁ ଆଗ ଯିବି. ଏମିତି କଳି କଜିଆ କରିବାରୁ ଦୁହେଁ ଠେଲା ଠେଲି ହୋଇ ନଈରେ ପଡିଯାଇଛନ୍ତି. ଆଉ ଅନ୍ୟମାନେ. ଅନ୍ୟମାନେ କେହି କଳି ନକରି ଜଣଙ୍କ ଉପରେ ଜଣେ ଡେଇଁ ପଡି ଘରକୁ ଚାଲିଗଲେ. ଆଉ ଯୋଉ ଛେଳି ଦୁଇଟି ପାଣିରେ ପଡିଗଲେ ସେମାନଙ୍କର କଣ ହେଲା ବାସନ୍ତୀ ତା ପୁଅ ସିନୁକୁ ପଚାରିଲା.
ସେମାନେ ପାଣିରେ ପଡିଗଲା ପରେ ମୁଁ ଦେଖିଲି ସେ ଦୁହିଁଙ୍କର ଦାଢ଼ି ଅଛି. ସେହି ଦାଢ଼ି ଧରି, ପହଁରି ପହଁରି ତାଙ୍କୁ ନଦୀ ପାର କରି ଆଣି ଜଣଙ୍କ ପରେ ଜଣଙ୍କୁ ଘରକୁ ନେଇ ବାନ୍ଧି ଆସିଛି. ତୁ ଘରକୁ ଗଲେ ସେ ଦୁହିଁଙ୍କୁ ନିଆଁ ଲଗେଇ ସେକା ବୁଜା କରିଦେବୁ.ଅନ୍ୟ ଛେଳିମାନେ ହସୁଥିବେ. ସେ ଦୁହିଁଙ୍କୁ ବୋକା କହୁଥିବେ.ମାଆ ଯୋଉ ଛେଳିର ଦାଢ଼ି ଥାଏ ସେମାନେ ଭାରି କ୍ରୋଧୀ ନିଶ୍ଚୟ.ପୁଅ କଥା ଶୁଣି ବାସନ୍ତୀ ହସୁଥିଲା.
ସିନୁ କଥା ଶୁଣି ବାସନ୍ତୀ ସିନା ହସୁଥିଲା କିନ୍ତୁ ବବୁଘର ମା କହିଲେ ହସୁଛୁ କଣ ତୋ ପୁଅ ଯାହା କହୁଛି ଠିକ କହୁଛି. ଏତେ ଛେଳି ପରସ୍ପର ଜଣେ ଶୋଇପଡ଼ି ଅନ୍ୟ ଜଣଙ୍କୁ ବାଟ ଛାଡ଼ିଦେବାରୁ ସେ ତାକୁ ଡେଇଁ ଚାଲିଯିବା କେତେ ସୁନ୍ଦର କଥା. ଏମାନଙ୍କ କ୍ରୋଧ ଯୋଗୁଁ ଦୁହେଁ ନିଜେ ହଇରାଣ ହେବା ସହ ସିନୁକୁ ହଇରାଣରେ ପକେଇଲେ. ବାସନ୍ତୀ କିଛି କହିବା ପୂର୍ବରୁ ସିନୁକୁ ସାବାସୀ ଦେବା ସହ ପାଚିଲା କଦଳୀ ଖାଇବାକୁ ଦେବାରୁ ସେ ତାକୁ ଛେଳିଙ୍କୁ ଦେବାକୁ ପୁଣି ଘରକୁ ଦୌଡୁଥିଲା ତ ତା ପଛେ ପଛେ ତା ମାଆ ବାସନ୍ତୀ. ମାଲିକାଣୀ ହସୁଥିଲେ.।