Prasant Kumar Senapati

Inspirational

3  

Prasant Kumar Senapati

Inspirational

ଭଗବାନ କିଏ ?

ଭଗବାନ କିଏ ?

3 mins
7.2K


ଜଣେ ବ୍ରାହ୍ମଣ କୃଷ୍ଣ ମନ୍ଦିରର ପୁଜକ ଥିଲେ । ସେ ନିତିଦିନ ଜୀବନରେ ଘଟୁଥିବା ପ୍ରତ୍ୟକ ଘଟଣାକୁ ଭଗବାନ କୃଷ୍ଣଙ୍କ ଦାନ ଭାବୁଥିଲେ । ପ୍ରତ୍ୟକ ସୁଖ ଓ ଦୁଃଖ ଭଗବାନଙ୍କ ଇଛାରେ ଘଟୁଛି ବୋଲି ସ୍ବୀକାର କରୁଥିଲେ । ପ୍ରତ୍ୟକ କାର୍ଯ୍ୟରେ ପ୍ରଥମେ ସେ ଭଗବାନ କୃଷ୍ଣଙ୍କୁ ଅଗ୍ରାଧିକାର ଦେଉଥିଲେ । ଏପରିକି ପରିବାରରେ ପ୍ରସ୍ତୁତ୍ ହେଉଥିବା ଭୋଜନ ବି ଭଗବାନ କୃଷ୍ଣଙ୍କୁ ସମର୍ପିତ କରିବା ପରେ ସେ ଭୋଜନ କରୁଥିଲେ । କୃଷ୍ଣଙ୍କ ପ୍ରତି ଏତେ ଭଲପାଇବା ତାଙ୍କ ସ୍ତ୍ରୀ ସହ୍ୟ କରି ପାରନ୍ତି ନାହିଁ, କାହିଁକି ନା ଆଜିବି ସେ ଦରିଦ୍ରର ସୀମା ରେଖା ତଳେ ବହୁତ ଦୁଃଖ କଷ୍ଟରେ ପରିବାର ଚଳାଉଥିଲେ । ଦିନେ ବ୍ରାହ୍ମଣ ଘରେ ଲଡୁ ତିଆରି ହେଲା ଓ ବ୍ରାହ୍ମଣ ଭୋଗ କରିବା ପାଇଁ କିଛି ଲଡୁ ନେଇ ମନ୍ଦିରକୁ ବାହାରିଲେ । ବ୍ରାହ୍ମଣର ସ୍ତ୍ରୀ ବିରକ୍ତି ପ୍ରକାଶ କରି କହିଲେ ପ୍ରତ୍ୟକ ଜିନିଷ ନେଇ ପ୍ରଥମେ ତୁମ କୃଷ୍ଣଙ୍କୁ ଦେଉଛ । କେବେ କଣ ପଥରର ମୁର୍ତ୍ତି କିଛି ଗ୍ରହଣ କଲାଣି ନା ଆଜି କରିବେ ? ଆଜି ତୁମ କୃଷ୍ଣଙ୍କୁ ଖାଇବାକୁ ଦେବ ଓ ସେ ଖାଇ ସାରିବା ପରେ ଘରକୁ ଫେରିବ । ନଚେତ୍ ସେ କୃଷ୍ଣଙ୍କୁ ସବୁଦିନ ପାଇଁ ଭୁଲିଯିବ ।

ବ୍ରାହ୍ମଣିର କଥା ବ୍ରାହ୍ମଣ ଛାତିରେ କଣ୍ଟା ପରି ଫୋଡି ହୋଇଗଲା ଓ ସେ ବି ନିଷ୍ପତ୍ତି ନେଲେ ଯାହା ବି ହେଉ କୃଷ୍ଣ ଭଗବାନ ନଖାଇବା ପର୍ଯ୍ୟନ୍ତ ସେ ଘରକୁ ଫେରିବ ନାହିଁ । ବ୍ରାହ୍ମଣ ମନ୍ଦିରରେ ପହଞ୍ଚି ଧୂପ ଦ୍ବୀପ ଦେଇ କୃଷ୍ଣଙ୍କ ଆଗରେ ଲଡୁ ରଖି ବିନୟ ପ୍ରାଥନା କଲା । ଘଣ୍ଟାଏ ବିତିଲା, ଦୁଇ ଘଣ୍ଟା, ଚାରି ଘଣ୍ଟା, ଅଧା ଦିନ ବତିଗଲା ନା ଭଗବାନ କୃଷ୍ଣ ଆସିଲେ ନା ବ୍ରାହ୍ମଣ ଘରକୁ ଫେରିଲା । ଦେଖଣାହରୀଙ୍କ ଭିଡ ଲାଗିଗଲା । ସମସ୍ତେ କୌତୁକବଶତ ଦେଖି ଚାଲିଥିଲେ କିନ୍ତୁ ...? କିଛି ସମୟରେ ମାଛି ଗୁଡାକ ଭଣଭଣ ହୋଇ ଲଡୁ ଉପରେ ବସିବା ମାତ୍ରେ ବ୍ରାହ୍ମଣ ସେମାନଙ୍କୁ ଉଡାଇବାକୁ ଲାଗିଲା । ଲଡୁର ବାସ୍ନାରେ ପିମ୍ପୁଡିମାନେ ବି ଧାଡି ବାନ୍ଧିଲେ ଓ ବ୍ରାହ୍ମଣ ସେମାନଙ୍କୁ ବି ଘଉଡାଇଲା । ମନ୍ଦିର ବାହାରେ କିଛି କୁକୁର ବି ଭୋ ଭୋ କରି ଲଡୁ ଖାଇବାକୁ ଇଛା ପ୍ରକଟ କଲେ କିନ୍ତୁ ବ୍ରାହ୍ମଣ ସେମାନଙ୍କୁ ପାଟି କରି ଘଉଡାଇଲା । ବହୁତ ଲଡୁ କୃଷ୍ଣଙ୍କ ଆଗରେ ଥିବାର ଦେଖି ମନ୍ଦିରରେ ବସିଥିବା କିଛି ଭୋକିଲା ଭିକାରୀ ବ୍ରାହ୍ମଣକୁ ଆସି ଲଡୁ ମାଗିଲେ । ରାଗରେ ବ୍ରାହ୍ମଣ ଜଣେ ଭିକାରୀ ଗାଲରେ ଦୁଇ ଚାପୁଡା ବସାଇଦେଲେ । ଦିନ ଯାଇ ସଂଧ୍ୟା ହେଲା, ନା ଭଗବାନ ଆସିଲେ ନା ବ୍ରାହ୍ମଣ ଘରକୁ ଫେରିଲା । ପୁଣି ସଂଧ୍ୟା ଗଡି ରାତି ହେଲା । ଦେଖଣାହାରୀ ଭାବିଲେ ବ୍ରାହ୍ମଣ ପାଗଳ ହୋଇଗଲେଣି, ଭଗବାନ କୃଷ୍ଣ ବି ଆସିଲେ ନାହିଁ । ଧୀରେ ଧୀରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ । ବ୍ରାହ୍ମଣ ମନେ ମନେ ବହୁତ ରାଗିଗଲା ଓ ସମସ୍ତ ଲଡୁ ନେଇ ବାହାରେ ଫିଙ୍ଗିଦେଲେ । ଭିକାରୀ, କୁକୁର, ପିମ୍ପୁଡି ଓ ମାଛି ସମସ୍ତେ ଏହି ସମୟକୁ ଅପେକ୍ଷା କରିଥିଲେ । ବ୍ରାହ୍ମଣ ଭଗବାନ କୃଷ୍ଣଙ୍କୁ ଗାଳି କରି ଘରକୁ ଫେରି ଆସିଲା । ବର୍ଷ ବର୍ଷ ଧରି କରିଥିବା ପୂଜା ଓ ସେବାର କିଛି ମୁଲ୍ୟ ରହିଲା ନାହିଁ ଓ ସ୍ତ୍ରୀ ଠାରୁ ହାରିଯିବା ଦୁଃଖରେ କିଛି ନଖାଇ ବ୍ରାହ୍ମଣ ଶୋଇପଡିଲା । ରାତିରେ ସପନରେ ଭଗବାନ କୃଷ୍ଣ ଆସିଲେ ଏବଂ କହିଲେ ତୁମ ଲଡୁ ମୁଁ ଖାଇଛି । ବହୁତ ଭଲ ଲାଗିଲା । କିନ୍ତୁ ସକାଳେ ଦେଇଥିଲେ ବହୁତ ଭଲ ହୋଇଥାନ୍ତା । କେତେ କେତେ ରୁପରେ ଲଡୁ ଖାଇବାକୁ ଆସିଲି । ମାଛି, ପିମ୍ପୁଡି, କୁକୁର ଓ ଭିକାରୀ ରୁପରେ କିନ୍ତୁ ତୁ ଛୁଇଁବାକୁ ଦେଲୁ ନାହିଁ । ଦିନ ତମାମ୍ ଅପେକ୍ଷା କରାଇଲୁ । ଶେଷରେ ଲଡୁ ଖାଇଲି ମାଟିରୁ ଉଠାଇ କିନ୍ତୁ ମାଟି ଲାଗିଥିଲା । ଯଦି ଆଉ କେବେ ଦେବୁ, ଭଲ ଲଡୁ ଖାଇବାକୁ ଦେବୁ । ଏତିକି କହି ଭଗବାନ ଚାଲିଗଲେ । ବ୍ରାହ୍ମଣର ନିଦ ଭାଙ୍ଗିଗଲା । ତାକୁ ବିଶ୍ବାଷ ହେଲା ଭଗବାନ ଆସିଥିଲେ କିନ୍ତୁ ମୁଁ ଚିହ୍ନି ପାରିଲି ନାହିଁ । ଆମେମାନେ ସମସ୍ତେ ବି ଭଗବାନଙ୍କ ସଂକେତକୁ ବୁଝି ପାରନ୍ତି ନାହିଁ । ଭଗବାନଙ୍କୁ ପୂଜା କରିବା ସେବା କରିବା ଅର୍ଥ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବା । ଭୋକିଲାଙ୍କ ପେଟରେ ମୁଠେ ଦାନା ଦେବା । କଥାରେ ପରା ଅଛି "ମାନବ ସେବା ହିଁ ମାଧବ ସେବା ।।

ମୋ ଆତ୍ମାରେ ରାମ

ତୁମ ଆତ୍ମାରେ ରାମ

ସଭିଙ୍କ ଆତ୍ମାରେ ରାମ,

ଦୁନିଆକୁ କରି ପ୍ରେମ

ଜଗତେ ସଭିଙ୍କୁ କରି ନିଜର

ଆନନ୍ଦେ ବିତିଯାଉ ଦିନ ।।

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Inspirational