Satyabati Swain

Inspirational

3  

Satyabati Swain

Inspirational

ଭେଟ

ଭେଟ

3 mins
216



ଆଲ୍ ଫା ମୋ ସାନ ପୁଅ କହିଲା ---ମାମା ଆଜି ଭାରି ଖୁସି ଲାଗୁଛ?


ମୁଁ ଦୁଇ ଓଠକୁ ଚାପି ଟିକେ ମୁଚୁକୁନ୍ଦିଆ ହସ ହସିଲି।।ପିଲା ଲୋକ ସେ କଣ ବୁଝିବ ମୁହଁ କେତେ ବେଳେ ହସେ!!!ମନ କାହିଁକି ଖୁସିରେ ଫାଟି ପଡେ!


ଗୋଟେ ଶୋଷ ଥିଲା ଆଖିର ଅନେକ ଦିନୁ।।ତୃଷାର୍ତ୍ତ ହୃଦୟଓ ତୃଷ୍ଣାର୍ତ୍ତ ଆଖି ସବୁବେଳେ ଭାରି ଲୋଭୀ।।ଏତେ ଲୋଭୀ ଯେ ବେଳେ ବେଳେ ତୃଷ୍ଣା ମେଣ୍ଟୁ ମେଣ୍ଟୁ ସେଇ ଆଖିରେ ହସ ଲହଡି ଖେଳେ।।ଲୁଣିଆ ପାଣି ରୂପେ ସେମାନେ ଖସି ପଡନ୍ତି ଟପ୍ ଟାପ୍।।ଏଇ ପାଣି ଗୁଡିକ ଖସିବାରେ କି ଅନିର୍ବଚନୀୟ ଆତ୍ମ ସନ୍ତୋଷ ଥାଏ କେବଳ ଅନୁଭବୀ ମଣିଷଟି ବୁଝିପାରିବ।।


କ୍ଷଣେ ଭଙ୍ଗୁର ଜୀବନରେ ମୁଁ ଜାଣିନି କଣ ସ୍ଥାୟୀ।।ଜାଣିନି କଣ ବଡ଼ ଗୋଟିଏ ଜୀବନ ପାଇଁ।।ଜାଣିଛି କିନ୍ତୁ ହୃଦୟରେ ଛାପ ହେବା, ପୁଣି କାହାକୁ ଛାପି ଦେବା।


ଭାରି ସମ୍ପର୍କ ରଙ୍କୁଣୀ ମୁଁ।।କାରଣ ମୋତେ ଭଲ ପାଇବାକୁ ମୋ ନିଜର ବୋଲି ସେମିତି କେହି ନାହାନ୍ତି।।ଯେଉଁମାନେ ପ୍ରାଣରୁ ଭଲ ପାଉଥିଲେ ସେଇ ବୋଉ,ବାପା,ଭାଇ,ଭାଉଜ ଓ ମୋ ନଣନ୍ଦ ଏକା ମୋତେ ଏପାରିରେ ତାଙ୍କୁ ଝୁରିବାକୁ ଛାଡି ଏବେ ଆକାଶର ତାରା।।ମୁଁ ଚିହ୍ନି ପାରେନି ସେମାନେ ଏତେ ତାରା ମଧ୍ୟରୁ କେଉଁ ତାରା......


ବୋଧେ ଏଇ କାରଣ ପାଇଁ ଟିପେ ସେହ୍ନ ପାଇଲେ ଲାଗେ ସତେକି ଅମୃତ ଭାଣ୍ଡ, ଇନ୍ଦ୍ର ସିଂହାସନ ମିଳିଗଲା ମୋତେ।


ଆଜି ସେମିତି ଗୋଟେ ଘଟଣା ଘଟିଲା।।ମୁହଁ ବହିରୁ ସମ୍ପର୍କ ଗଢିଥିବା କୋଣାର୍କ ମୁଣ୍ଡି ମାରି ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସାମିଲ ହେଲା ଜଣଙ୍କ ସହ ଭେଟ ହୋଇ।।DIET, ଜଗତସିଂହପୁର ପୁରରେ ଟ୍ରେନିଂ ପଡିଲା ଦିନୁ ଖୋଜୁ ଥିଲା ତାଙ୍କୁ ମୋ ହୃଦୟ ଓ ଆଖି।


ମନରେ ଆଶା ଓ ବସା ବାନ୍ଧି ଯାଇଥିଲି DIET।। ବୃତ୍ତି ପାଇଁ ମୋ ମୁଣ୍ଡ ବିକା।।ଅନେକ ନୀତିନିୟମର ଶଗଡ଼ ଗୁଳାରେ ଚାଲିବାକୁ ପଡେ।।ତେଣୁDIET ଟ୍ରେନିଂ ପଡିଛି ଶୁଣିବା ପରେ ଆଖିର ଶୋଷ ମୋ ବଢିଗଲା।। କାରଣ ସେଠି ମୋର ଶୋଷ ମେଣ୍ଟିବାର ସାଧନଟିଏ ଅଛି।


ପ୍ରଥମେ ନାମରେ ଆକର୍ଷଣ।।ତାପରେ ରୂପରେ।।ତାପରେ ଅନ୍ତର୍ନିହିତ ଗୁଣାବଳୀରେ ଅଭିଭୂତ ହୁଏ ମଣିଷ।।ମୁହଁ ବହିରୁ ନାମ ଓ କଲମ ଚାଳନାରେ ସିଦ୍ଧହସ୍ତା ମୋ ଶୋଷ ବିଷୟରେ ମୁଁ ଅନେକ ଆଗରୁ ଜାଣିଥିଲି।।ବାକି ଥିଲା ରୂପରେ.....।ଖୋଜୁଥିଲି କିନ୍ତୁ ନିହାତି ନିଜର କେହି ଆତ୍ମୀୟ ଭାବି।।ଏଇଟା ମୋର ଗୋଟିଏ ବୋକାମୀ ସ୍ଵଭାବ।


ମୋର ରୂପରେ ନମ୍ବର ପାଇବାକୁ ହେଲେ ମୋଟର ବଡ଼ ଆଳୁ ଟିଏ ମିଳିବା ଥୟ।।ସେଥିପାଇଁ ମୋ ଆଖି ଯେଉଁ ରୂପ ଖୋଜୁଥିଲା ସେ ସୌନ୍ଦର୍ଯ୍ୟ ଭିତରେ ସିମିତ ନ ହୋଇ ଗୋଟିଏ ଆକାର ମଧ୍ୟରେ ଆବଦ୍ଧ ଥିଲା।।ଯେଉଁ ମୁହଁ,ଆଖି,ଓ ଶରୀର ଦେଖିଲେ ମୋ ଆଖି ଚିହ୍ନିଦେଵ ଲକ୍ଷ ଲୋକରେ ତାଙ୍କୁ।।ଏବଂ ମୋ ମନ ଆଖି ପଢିବାରେ ସମର୍ଥ ହେବ,ମୁଁ ଯେମିତି ଭାବିଛି,ହୃଦୟର ଯେଉଁ କୋଣେ ତାଙ୍କୁ ଥାପିଛି ସେ ସେ.. ମି.. ତି.. ତ!


DIET ର ସମସ୍ତଙ୍କୁ ପଚାରୁଥିଲି "ସେ "ଆସିଛନ୍ତି।।ଶକ୍ତି ସାରଙ୍କୁ ବାରମ୍ବାର କହୁଥିଲି--- ସାର୍ "ସେ" ଆସିଲେ କହିବେ ମୁଁ ତାଙ୍କୁ ଖୋଜୁଛି।


ମୋ ଖୋଜିଲା ଆଖି,ଏବଂ ଅପେକ୍ଷା ହୃଦୟ; ଯାହାକୁ ଦେଖୁଥିଲା ଅଫିସ୍ ରେ ଭାବୁଥିଲା ବୋଧେ --ଏଇ ହୋଇଥିବ ସେ।।ସେମାନେ କିନ୍ତୁ କେହି "ସେ" ନଥିଲେ।।ପାଣି ପାଖରେ ଥିବ ଅଥଚ ପିଇ ପାରୁ ନଥିବ।।କେତେ ଛଟ୍ ପଟ୍ ଭାଵ କହିଲେ???ଏଣେ ଶକ୍ତି ସାର୍ ଙ୍କ ତାଗିଦା,ଠିକ୍ ସମୟରେ ଆସ,ବାହାରେ ବୁଲନା ଆହୁରି କେତେ କାଇଦା କଟକଣାର ଲକ୍ଷ୍ମଣ ରେଖା।।ଶିବିର ଛାଡି ଯାଇ ଖୋଜି ହେଉ ନଥିଲା ତେଣୁ।


ଲଞ୍ଚ୍ ବ୍ରେକ୍ ହେଲା।।ଶକ୍ତି ସାରଙ୍କ ସହ ଫୋଟୋ ବି ଉଠାଗଲା।।ମୋ ବନ୍ଧୁ ମାନଙ୍କ ସହ ବାରଣ୍ଡାରେ ଆମେ ପାଣି ପିଉଛୁ ଠିକ୍ ସେତିକି ବେଳେ ଗୁଣ୍ଠୁଣୀ ହାତୀ ପରି

ଜଣେ ଅଚିହ୍ନା ମୁହଁ ଆମ ପାଖକୁଢଳି ଢଳି ଆସୁଥିଲେ।।ତାଙ୍କୁ ଦେଖି ଚଟାପଟ୍ ଚିହ୍ନି ନେଲା ମୋ ଆଖି ଓ ମନ।।


ଓ ମାଇଁ ଗଡ଼!!!ଟିକେ ନିରୀକ୍ଷଣ କଲି ତାଙ୍କୁ।।ଆରେ ଇଏ ତ ମୋ ଇପ୍ସିତ ମୁହଁ----ଯାହାଙ୍କୁ ଖୋଜୁଛି ଦୁଇ ଦିନ ଧରି ଅଧୀର ଭାବେ।।ଆନନ୍ଦର ଫୁଲ ମୋ ମନ ଅଗଣାରେ ଫୁଟି ଉଠିଲା ପେନ୍ଥା ପେନ୍ଥା।।


କୋଳେଇ ସିଏ ନେଲେ କି ମୁଁ ମନେ ପକାଇ ପାରୁନି।

କିନ୍ତୁ ଖୁସିର ବନ୍ୟା ସୁଅରେ ଭାସି ଯାଉଥିଲି ମୁଁ।।ଯଦି ଅନ୍ୟ ମାନେ ନଥାନ୍ତେ ମୁଁ ତାଙ୍କୁ ଶୂନ୍ୟେ ଶୂନ୍ୟେ ଉଠାଇ ଘୁରି ଯାଇଥାନ୍ତି ଘେରାଏ।।କିନ୍ତୁ କରି ପାରିଲିନି;ଯେହେତୁ ଆଦର୍ଶର ଓଭର କୋର୍ଟ ଗୋଟିଏ ଶିକ୍ଷକର ପିନ୍ଧିଥିଲି ।।ଚାରି ଆଡ଼େ ଭର୍ତ୍ତି ମୋ ଶିକ୍ଷକ ଭାଇ,ବନ୍ଧୁ।।କଣ ଭାବିବେ ଭାଵ ଏ ଖୁସିଟା ଦେବାରେ ବାଧକ ହେଲା।।


ଶାନ୍ତ ଶିଷ୍ଟ,ଧୀରସ୍ଥିର ପାଖ ପାଖି ପାଞ୍ଚ ଫୁଟରୁ ଟିକେ କମ୍ ଲାଗୁଥିବା ଉଚ୍ଚତା ବିଶିଷ୍ଟ ଅମାୟିକ ମଣିଷଟିଏ।। ଏତେ ସୁନ୍ଦର ଲେଖି ପାରନ୍ତି!!!!ବିସ୍ମୟର ପାହାଡ଼ରେ ଥିଲି ମୁଁ।।ଇସ୍!!କି ଅନୁଭବ!!!!ମେଘ ସେପାଖେ ଉଡୁଥିଲେ ମନ ଓ ଖୁସି।


ସବୁଠୁ ମୋତେ ବେଶୀ ଆକର୍ଷିତ କଲା ତାଙ୍କ ଆଖି।।ଏକବାର କଥା କୁହା।।ଭାରି ଗେହ୍ଲେଇ ଗେହ୍ଲେଇ ଲାଗୁଥିଲେ ମୋତେ ।।


ସେ ତାଙ୍କର ସବୁ ଭାଇ ଭଉଣୀଙ୍କ ମଧ୍ୟରେ ବଡ଼।।ଅପା ଡାକ ଓ ବଡର ଦାୟବଦ୍ଧତା ମଧ୍ୟରେ ବନ୍ଦୀ।। ବଡ଼ ଭାଇ କି ଭଉଣୀର ସେହ୍ନ ପାଇବାକୁ ଇଚ୍ଛା ରଖୁଥିବା ହୃଦଟିଏ।।ମୁଁ ଓଲଟା।।ସବୁ ଭାଇ ଭଉଣୀଙ୍କ ମଧ୍ୟରେ ସବା ସାନ।।ଅପା, ଦି ଡାକି ଡାକି ବେଦମ।।ମୋତେ କେହି ଅପା ଡାକୁ କୁଣ୍ଠିତ ଆଶାଟେ ଚାହୁଁଥିବା ସେହ୍ନ ରଙ୍କୁଣୀ ମଣିଷ ମୁଁ।।


ବାସ୍!!ଭଲ ମିଶିଗଲା ଆମ କେମେଷ୍ଟ୍ରି।।ମାତ୍ର ପାଞ୍ଚ ମିନିଟର ଭେଟ।।ରହିଲା ମୋ ଆଖି କ୍ୟାମେରାରେ ସେଭ୍ ହୋଇ ସାରା ଜୀବନ।।ମୁଣ୍ଡ କମ୍ପୁଟରରେ ଡାଉନଲୋଡ଼ ହୋଇଗଲା ତାଙ୍କ ଛବି।।


ଏ ..ହେ...ଏଯାଏ ଜାଣିଲେନି ତାଙ୍କ ନାମ!!!!ହେଉ ଏବେ ଚିହ୍ନ ତାଙ୍କୁ।।ତୁମ ପ୍ରିୟ ଲେଖିକା ମ।।

ସୌମ୍ୟା ଶୁଭଦର୍ଶିନୀ........




Rate this content
Log in

Similar oriya story from Inspirational