Akshayakumar Dash

Crime

2  

Akshayakumar Dash

Crime

ଭଦ୍ରମୁଖା

ଭଦ୍ରମୁଖା

1 min
102


ନରହରିଙ୍କ ପ୍ରେମ କାହାଣୀ ବଜାର ଯାକ କରୋନା ରୋଗ ପରି କାନକୁ କାନ ପଡିଗଲା । ଜଣେ ଭଦ୍ରଲୋକ ଓ ସୁସାହିତ୍ୟିକ ରୂପେ ନିଜକୁ ସଜେଇ ଚାଲୁଥିବା ଲୋକଟି ଏମିତି କେଳେଙ୍କାରୀ ପ୍ରେମ କରି ଧରାପଡିବେ କିଏ ବିଶ୍ୱାସ କରୁନଥିଲେ । ସଭାସମିତିରେ ବନେଇଚୁନେଇ ଭାଷଣ ଦେଇ ନିଜକୁ ପ୍ରବଚକ ପ୍ରଚାର କରନ୍ତି । ସାହିତ୍ୟ ସମିତିଟିଏ ଗଠନ କରି କେତେକ ଚେଲା ଚାମୁଣ୍ଡା ଧରି ଭାଷଣ ଦେଲାପରେ ସେମାନେ ଘନଘନ ତାଳି ମାରନ୍ତି ତ କବିତା ଶୁଣି ବାହା ବାହା କରନ୍ତି । କିଏ ଜାଣିଥିଲା ନରହରି ଭିତରେ ଆଦିମ ପ୍ରବୃତ୍ତି ଏମିତି ପରିଣତ ବୟସରେ ଚେଇଁ ଉଠିବ ବୋଲି । ନିଜ ଧରମ ଝିଅ ବୋଲି କହି ଘରେ କାମ କରୁଥିବା ମହିଳା ସହିତ ତାଙ୍କର ଯୌନ କାରବାର ଥିଲା । ଝିଅଟିର ଗୋଟିଏ ପୁତ୍ର ସନ୍ତାନ ହେଲା । କିଛି ବର୍ଷ ପରେ ନରହରିଙ୍କୁ ପିତୃତ୍ୱର ଅଧିକାର ସାବ୍ୟସ୍ତ କଲା ସେଇପିଲାଟି । ମାତା ତାର ନରହରୀଙ୍କ ସମ୍ପତ୍ତି ବାଡ଼ିରୁ ଭାଗ ନେବାପାଇଁ ଅଡିବସିଲା । ପାଖ ବଜାରରେ ନରହରିଙ୍କ ଘର ଦଖଲ କରିବାକୁ ଗଲା । ଏକଥା କାନରୁ କାନ ଖେଳିଗଲା । ଆଉ ନରହରି ବାହାରକୁ ଆସିଲେ ନାହିଁ । ଘରେ ରହି ସମାଧାନର ସୂତ୍ର ଚିନ୍ତାକଲେ । ନରହରିଙ୍କ ପ୍ରକୃତ ପୁତ୍ର ଦୂରରେ ରହି ସରକାରୀ ଚାକିରୀ କରୁଥିଲେ । ତେଣୁ ପିତାଙ୍କ ବିଷୟରେ ସେତେ ଜାଣିପାରୁନଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଜାଣିପାରିଲେ । ସମସ୍ତ ଭୁଲ ପିତାଙ୍କ ଆଡୁ ଅଛି ଜାଣି ଲକ୍ଷାଧିକ ଟଂକା ଦେଇ ସମାଧାନ କଲେ । ଏବେ ନରହରି ଘରୁ ପଦାକୁ ଗୋଡ କାଢ଼ିଲେ । ବାଟରେ କିଛି ବଗୁଲା ଟୋକାଙ୍କ ମୃଦୁ ଆକ୍ଷେପ ଶୁଣି ବି ନିରବରେ ସହିନେଲେ । ଏମିତି ବି କୁକୁର ଲାଞ୍ଜ ବଙ୍କା । ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ । ଉପରେ ଭଦ୍ର ମୁଖାର ତଳେ ଚାପିରହିଥିଲା ଯୌନ ରୋଗ । 


Rate this content
Log in

Similar oriya story from Crime