Parameswar Ojha

Abstract Inspirational Others

3  

Parameswar Ojha

Abstract Inspirational Others

ଭାଇ

ଭାଇ

2 mins
149


ଆମେ ତିନି ଭାଇ , ଭାଇ କମ୍ ସାଙ୍ଗ ଅଧିକ । ଯୁଆଡ଼େ ଯାଉ ସାଙ୍ଗ ହୋଇ ଯାଉ । ସେ ସକାଳ ଝାଡ଼ା ଯିବା ପାଖରୁ ଗାଧୁଆ ଯାଏଁ , ଖେଳିବା ପାଖରୁ ବୁଲିବା ଯାଏଁ । ଆଉ ସଂଧ୍ୟା ବେଳ ର ବରା ପିଆଜୀ ହେଉ ନହେଲେ ଚାଟ୍ ଚାଉମିନ୍ ସେଟା ତ ଆଗ ଖିଆ ହେବ ।  ସେଦିନ  ଆମେ ତିନି ଭାଇ ଗାଁ ନଈକୁ ଗାଧୋଇ ଯାଇଥାଉ । ସାନ ଭାଇ ଦୁଇ ଜଣ କୂଳରେ ଥିଲେ । ସାଙ୍ଗ ମାନଙ୍କ ସହ ମୁଁ ସାମ୍ନା ଆରପାରି  କୂଳକୁ ଯିବି ବୋଲି ପହଁରିଲି । କିଏ ଆଗ ସେପାରି ରେ ପହଞ୍ଚିବ ଗୋଟେ ବାଜି ମରା ସରିଥାଏ । ପହଁରୁ ଥାଉ  ତିନିହେଁ ତିନିକୁ ହରାଇବା ପାଇଁ ‌ ।  ଠିକ୍ ମଝିରେ ବିପରିତ ମୁଖି ସୁଅ ଏମିତି ଜୋର୍ ରେ ହେଲା ଯେ ଗୋଟେ ଜାଗାରୁ ଆଉ ଆଗକୁ ଯାଇ ପାରିଲୁନି ଆମେ । ସେମିତି ଅଧଘଣ୍ଟା କାଳ ଗୋଟେ ଯାଗାରେ ପହଁରୁ ଥାଉ । ହାତ ଗୋଡ ଘୋଳେଇ ହୋଇ ପଡୁଥାଏ , ଦେହ କ'ଣ ହୋଇ ଯାଉଥାଏ ବେଳକୁ ବେଳ ନିଃଶ୍ବାସ ଘର ଧରୁନଥାଏ । ଭାବିଲୁ ପଛକୁ  ଫେରି ଆସିବୁ ତଥାପି ଆସି ପାରିଲୁନି । ସେଇ ଗୋଟେ ଯାଗାରେ ହିଁ ହାତ ଗୋଡ ଛାଟି ପହଁରୁ ଥାଉ କିନ୍ତୁ ସବୁ ପରିଶ୍ରମ ବୃଥା ଯାଉଥାଏ । ଧିରେ ଧିରେ ଲାଗିଲା ଏଇଟି ଯେମିତି ପ୍ରାଣ ଛାଡି ଯିବ ଆମର । ଠିକ୍ ବେଳେ ଯଦି ସେ ବାଆଜୀ ଅଜା ଡଙ୍ଗା ଟା ନେଇ ପାଖରେ ପହଞ୍ଚି ନଥାନ୍ତେ ତେବେ ହୁଏତ ଛାଡ । ପରେ ଜାଣିଲି ମୋ ଦୁଇ ଭାଇ ଛାନିଆ ହୋଇ ଯାଇଥିଲେ ମୋତେ ସେ ଅବସ୍ଥାରେ ଦେଖି । ଦୌଡ଼ି ଯାଇ ବାଆଜୀ ଅଜା କୁ ଅଧିର ହୋଇ ନେହୁରା ହୋଇ କଇଁ କଇଁ ହୋଇ କାନ୍ଦି କହିଥିଲେ , " ଅଜା ଟିକେ ଜଳଦି ଆସିଲ ଆମ ଭାଇ ଜଳ୍ଦି ଆସ । ସେ ସେପାରି କୁ ଯାଇଥିଲା ଆଉ ଆସି ପାରୁନି । ଘଣ୍ଟେ ହେଲାଣି ଗୋଟେ ଯାଗାରେ ପହଁରୁଛି । " ବାଆଜୀ ଅଜା ଦୁଇ ଙ୍କ ଅବସ୍ଥା ଦେଖି ଦୈାଡି ଆସିଥିଲେ । ତାଙ୍କ ଡଙ୍ଗା ଫିଟେଇ ଆମ ପାଖରେ ପହଞ୍ଚିଥିଲେ । ନୂଆ ଜୀବନ ପାଇଲୁ ଜାଣି । ସତରେ ସେଦିନ ମୋ ଦୁଇ ଭାଇ କୁ କୁଣ୍ଢେଇ ପକେଇବାକୁ ଇଛା ହେଉଥିଲା । କୁଣ୍ଢେଇ ପାରିନଥିଲି ସତ ହୁଏତ ଲାଜରେ କିନ୍ତୁ ରାତିରେ ତକିଆ ରେ ମୁହଁ ମାଡି କାନ୍ଦିଥିଲି ଅନେକ ସମୟ ଯାଏଁ  ।


Rate this content
Log in

Similar oriya story from Abstract