STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଭାଇ ଅବୁଝା ହୁଅନା

ଭାଇ ଅବୁଝା ହୁଅନା

3 mins
291


ଭାରତବର୍ଷ ର ଗୋଟିଏ ଗରିବ ରାଜ୍ୟ ଓଡ଼ିଶା କହିଲେ କିଛି ଅତ୍ୟୁକ୍ତି ହେବନାହିଁ । କାରଣ ଓଡ଼ିଶା ଅର୍ଥନୈତିକ ସ୍ତରରେ ଏତେ ବି ବିକଶିତ ଏ ଯାବତ୍ ଅନ୍ୟ ରାଜ୍ୟ ତୁଳନାରେ ହୋଇନାହିଁ ଯେପରି ଠିକ୍ ସେହି ପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ସେଭଳି ଉନ୍ନତି କରିନାହିଁ । ଯେତିକି ବି ଅଛି ତାହା ସମୁଦ୍ରକୁ ଶଙ୍ଖେ । ଅନ୍ୟ ଦେଶ ମାନଙ୍କ ତୁଳନାରେ ଯଦି ଭାରତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ଲାଭ କରି ନାହିଁ ତ ଓଡ଼ିଶା ବା କିପରି କରିବ। ତ କହିବାର ତାତ୍ପର୍ଯ୍ୟ ଏହିକି ଯେ ବର୍ତ୍ତମାନ ଓଡ଼ିଶା ତଥା ଭାରତ କୁ ମାଡ଼ି ଆସିଥିବା ମହା ବିପଦ ମହାମାରୀ କରୋନା ଯାହା ଅନ୍ୟ ଦେଶ ମାନଙ୍କରେ ତାର କାୟା ବିସ୍ତାର କରି ସାରିଲାଣି । ଏବଂ କେତେ ଯେ ମୁଣ୍ଡ ନେଲାଣି କଳ୍ପନାର ବାହାରେ । ଯେଉଁଠି ସେମାନେ ଏତେ ଜ୍ଞାନ କୌଶଳ ଯନ୍ତ୍ରପାତି ଥାଇ ମଧ୍ୟ ମଣିଷ ମାନଙ୍କୁ ବଞ୍ଚାଇ ପାରୁନାହାନ୍ତି ତ ଆମ ପାଖରେ ତାଙ୍କ ତୁଳନାରେ ତ କିଛି ନାହିଁ । ତ ଆମେ କିପରି ଏ ମହାମାରୀରୁ ରକ୍ଷା ପାଇ ପାରିବା । ଉତ୍ତର ନିଶ୍ଚିତ ଆସିବ ନା କାରଣ ଯେଉଁଠି ଏତେ ବିକଶିତ ଦେଶ ବିଫଳ ହେଉଛନ୍ତି ଆପେ ତ ଛାଡ ନିମିତ୍ତ ମାତ୍ର । ମାତ୍ର ମୁଁ ଉତ୍ତରରେ କହିବି ହଁ ଆମେ ପାରିବା ଏଭଳି ଶତ୍ରୁ ସହ ଆମେ ମୁକାବିଲା କରି ପାରିବା ଏବଂ ତାକୁ ସମୂଳେ ଭାରତରୁ ନିପାତ୍ ମଧ୍ୟ କରି ପରିବା ଏଥିପାଇଁ ଛାଡ଼ିବାକୁ ହେବ ଆମକୁ ପ୍ରଥମେ ଆମର ଅବୁଝାମୀ । ଫେରିଯିବାକୁ ହେବ ଆମର ପ୍ରାଚୀନ ବୈଦିକ ସଭ୍ୟତା ସମୟକୁ ଠିକ୍ ସେହି ସମୟରେ ଯେପରି ଜନ ସଧାରଣ ଜୀବନ ଯାପନ କରୁଥିଲେ ଆମକୁ ଏବେ ମଧ୍ୟ ତାହା କରିବାକୁ ପଡ଼ିବ ।


ସନାତନ ଧର୍ମର ସମସ୍ତ ନିୟମ ମାତ୍ର ଏବେ କିଛିଦିନ ପାଳନ କରିବାକୁ ପଢିବ ଶରୀର ମଧ୍ୟରେ ଉର୍ଜାକୁ ସଂଗ୍ରହିତ କରି ରଖିବାକୁ ପଡିବ । ତତ୍ ସହିତ ଆମେ ଜଣେ ଜଣେ ଦେଶର ନାଗରିକ ଭାବରେ ଦେଶର ସୁରକ୍ଷା ପାଇଁ ପ୍ରଣୟନ କାରା ଯାଉଥିବା ନିୟମ କୁ ପାଳନ କରିବାକୁ ପଡ଼ିବ । କାରଣ ନିୟମ ସର୍ବଦା ମଣିଷ ନିଜ ଭଲ ପାଇଁ କରିଥାଏ ।ଯେପରି ଠିକ୍ ସେହି ପରି ସରକାର ଆମ ମାନଙ୍କର ଭଲ ପାଇଁ କରୋନା ପ୍ରଭାବରୁ ରକ୍ଷା ପାଇବା ପାଇଁ ତିଆରି କରିଛନ୍ତି ଯାହାକୁ ଆମକୁ ପାଳନ କରିବାକୁ ପଡ଼ିବ ନଚେତ୍ ଆଜିକାର ଗଣନା ଅନୁସାରେ ଆକ୍ରାନ୍ତ ସଂଖ୍ୟା ୧୨୫୧ ରେ ପହଞ୍ଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି। ତେଣୁ ଆମେ ଯଦି ଏବେରୁ ସଚେତନ ନହେବା ତ ହାତ ପାଣି କହୁଣୀକ ଥରେ ବହି ଗଲେ ୩୨ ବଦଳରେ  କେତେ ଯେ ଘର ପଡି ଭଳି ଜୀବନ ଯିବ କହି ହେବନାହିଁ । ଆଉ ଯଦି ଆମେ ଟିକେ ଅବୁଝାମୀ ଛାଡି ଦେଇ ନିଜର ତଥା ଏ ମାନବ ସମାଜର ହିତ ପାଇଁ ମାତ୍ର ୨୧ ଦିନ ଏହି ନିୟମକୁ ପାଳନ କରିବା ତ ଏଭଳି ମହାମାରୀ ଠାରୁ ଆମେ ରକ୍ଷା ପାଇ ପାରିବା ଉଦାହରଣ ସ୍ୱରୂପ_ଯେପରି ଧାଡ଼ିରେ ରଖାଯାଇଥିବା ଦିଆସିଲି କାଠି ରେ ଥରେ ନିଆଁ ଲାଗିଲେ ତାହା ଗୋଟିଏ ପରେ ଗୋଟିଏ କୁ ଜାଳି ଦିଏ ଏବଂ କିଛି କ୍ଷଣ ମଧ୍ୟ ରେ ସବୁ କାଠି ଜଳି ପାଉଁଶ ହୋଇ ଯାଏ ଓ କିଛି ସମୟ ମଧ୍ୟରେ ହଜି ଯାଏ ତାର ଚିହ୍ନ ବର୍ଣ୍ଣ । ମାତ୍ର ଯଦି ନିଆଁ ଲାଗିଥିବା ସମୟରେ ଧାଡ଼ି ରୁ ଯଦି ଗୋଟିଏ କାଠି କୁ କାଢି ଦିଆ ଯାଏ ତ ଫଳ ସ୍ୱରୂପ ସବୁ କାଟି ନିଆଁ ଲାଗିବାରୁ ରକ୍ଷା ପାଇଥାଏ। ତ କହିବାର ତାତ୍ପର୍ଯ୍ୟ ଏହିକି ଯେ ଆମେ ଏବେ ଅମାନିଆ ହୋଇ ଧାଡ଼ିରେ ଅଛୁ ତ ଆମକୁ ସ୍ୱତପ୍ରବୃତ୍ତ ଭାବରେ ଧାଡ଼ି ରୁ ବାହାରି ଯିବାକୁ ହେବ ଅର୍ଥାତ୍ ଆମକୁ ସମାଜର ରୂପକ ଜନ ଗହଳି ପୂର୍ଣ୍ଣ ଧାଡ଼ିରୁ ବାହାରି ଘରେ ଏକୁଟିଆ ରହିବାକୁ ପଡ଼ିବ ଯାହାଫଳରେ ଅନ୍ୟ ଠାରୁ ଆସିବାକୁ ଥିବା କରୋନା ଦାଉରୁ ରକ୍ଷା ପାଇଁ ପାରିବା ନଚେତ୍ ଆମ ପଛରେ ଥିବା ଜନ ସାଧାରଣ (ବାପା , ମାଆ ପିଲାଛୁଆ, ପରିବାର ବର୍ଗ, ବୃଦ୍ଧବୃଦ୍ଧା) ଆଦି ମହାମାରୀ ଜନିତ ଅଗ୍ନି ରୁ ରକ୍ଷା ପାଇ ପାରିବେ ନାହିଁ ଆଜି ଆମେ ଯେପରି ଅବୁଝା ହୋଇ ଏଣେ ତେଣେ ବିଲୁଛେ ଯଦି କରୋନା ରୂପକ ଅଗ୍ନି ଆମ ଦେହରେ ଲାଗି ଯାଏ ତ ଆମ ନିଆଁ ସମଗ୍ର ପରିବାର କୁ ପୋଡ଼ି ପାଉଁଶ କରିଦେବ । ଏମିତି ଘରୁ ଘରକୁ କରୋନା ର ନିଆଁ ଲାଗି ସଂପୂର୍ଣ୍ଣ ମାନବ ଜାତି ଲପ ପାଇଯିବ । ତେଣୁ ହେ ମୋର ଭାରତୀୟ ଓ ଓଡ଼ିଶା ବାସୀ ମାନେ ଆପଣ ମାନେ ଟିକେ ସଚେତନ ଏବଂ ସତର୍କତା ଅବଲମ୍ବନ କରନ୍ତୁ। କରୋନା କୁ ସାମାନ୍ୟ ନ ଭାବି ଗୁରୁତର ସହିତ ନିଅନ୍ତୁ । ଯାହା ଫଳରେ ଏ ବଂଶ, ଜାତି , ରାଜ୍ୟ, ଦେଶ ମହା ବିପଦରୁ ରକ୍ଷା ପାଇ ପାରିବ ତେଣୁ ଆସନ୍ତୁ ଆମେ ସମସ୍ତେ ମାତ୍ର ୨୧ ଦିନ ନିଜକୁ ସରକାରଙ୍କ ନିୟମ ଶିକୁଳିରେ ବାନ୍ଦୀ ବା ମାତ୍ର ୨୧ ଦିନ ଆମକୁ ଘରେ ରହିବା । ଖାଇବା ପୂର୍ବରୁ ସାବୁନ୍ ରେ ୨୦ ସେକେଣ୍ଡ ହାତକୁ ଭଲ ଭାବରେ ଧୋଇବାକୁ ବା । କାଶ , ଛିଙ୍କ ଆଦି ହେଲେ ମୁହଁରେ କପଡ଼ା ଦେଇ କାଶୀ ବା ଘରୁ ଅତି ଦରକାର ଧିଲେ ବା ହାରିବା ମୁହଁରେ ମୁଖା (mask) ଦେଇ ବାହାରିବା ନଚେତ୍ ବିନା କାରଣରେ ପଦାକୁ ଜମା ବାହାରିବା ନାହିଁ । ପଦା ରୁ ଆସି ପୁଣି ହାତ ଗୋଡ଼ କୁ ୨୦ ସେକେଣ୍ଡ ଭଲ ଭାବରେ ଧୋଇବା ଯାହା ଫଳରେ ଆମ ଘରେ କରୋନା ପ୍ରବେଶ କରି ପାରିବ ନାହିଁ ଯାହା ଫଳରେ ଆମେ ନିଜେ ସୁରକ୍ଷିତ ହେବା ସହ ଆମ ପରିବାର କୁ ସୁରକ୍ଷା ପ୍ରଦାନ କରି ପାରିବା। କାରଣ କରୋନା ଭୂତାଣୁ ର ଆୟୁଷ ମାତ୍ର ୧୪ ଦିନ, ତ ଆମେ ତାକୁ ନିଶ୍ଚିତ ମାରି ପାରିବା ଖାଲି ଟିକେ ଲୋଡା ସହଯୋଗ । ତେବେ ଆସନ୍ତୁ ସମସ୍ତେ ଆମେ ଶପଥ ନେବା କରୋନା ବିରୁଦ୍ଧରେ ଘରେ ରହି ଲଢେଇ କରିବା ।


Rate this content
Log in

Similar oriya story from Inspirational