ଭାଗ ବାଣ୍ଟ
ଭାଗ ବାଣ୍ଟ
ଆଜି ହରିଶ ବାବୁଙ୍କ ଘରେ ସାଇ ପଡିଶା ଓ କୁଟୁମ୍ବ ଙ୍କର ଭିଡ ହରିଶ ବାବୁ ଚିରନିଦ୍ରା ରେ ସୋଇଥିବା ପ୍ରିୟ ପତ୍ନୀ ମମତା ଦେବୀଙ୍କ ପାଖରେ ଗୋଟିଏ ଚୌକିରେ ସ୍ଥାଣୁ ପାଲଟି ବସିଥାନ୍ତି କାନ୍ଦିବାକୁ ଆଖିରେ ଲୁହ ନାହିଁ ଖାଲି ହୃଦୟର ବେଦନାକୁ ଛାତିରେ ଚାପି ଧରିଛନ୍ତି ଏବେ କାହାକୁ ବା ସେ କହିବେ ,କିଏ ବା ଅଛି ଶୁଣିବାକୁ ମନେ ମନେ ସେ ମମତାଙ୍କ ଉପରେ ବହୁତ ଅଭିମାନ କରୁଥାନ୍ତି ଏତେ ବଡ଼ ଦୁନିଆରେ ଆଜି ସେ ତାଙ୍କୁ ଛାଡି ଚାଲିଗଲେ ତାଙ୍କର ଏହି ଶେଷ ଜୀବନ ପର୍ଯ୍ୟନ୍ତ ସବୁବେଳେ ସେ ହରିଶ ବାବୁଙ୍କର ସାଙ୍ଗରେ ଛାଇ ପରି ରହିଥିଲେ ହରିଶ ବାବୁ ଜଣେ ପ୍ରତିଷ୍ଠିତ ଅବସରପ୍ରାପ୍ତ ଅଧ୍ୟାପକ ସହରରେ ତାଙ୍କର ବହୁତ ଆଦର ସମ୍ମାନ ହୁଏ ସେଥିରେ ମମତା ଦେବୀ ବହୁତ ଆନନ୍ଦିତ ହୁଅନ୍ତି ଓ ନିଜକୁ କୁହନ୍ତି ବଡ ଭାଗ୍ୟବତୀ ଏବେ ହରିଶ ବାବୁ ଭାବୁଛନ୍ତି ଯେ ମମତା ଦେବୀଙ୍କର କଥା ସତ ହେଇଗଲା ପ୍ରକୃତରେ ସେ ବଡ ଭାଗ୍ୟବତୀ ବଡ଼ ଖୁସିରେ ,ବିନା କଷ୍ଟରେ ସେ ହୃଦଘାତ ରେ ଚାଲିଗଲେ ଦୁଇଜଣ ମିଶି ସଂସାର ଗଢ଼ିଥିଲେ ତିନି ପୁଅଙ୍କୁ ଜନ୍ମ ଦେଇ ବହୁତ ଖୁସିରେ ତାଙ୍କୁ ଯୋଗ୍ୟ ବି କରି ପାରିଥିଲେ ହରିଶ ବାବୁ ଓ ମମତା ଦେବୀ ବଡ଼ ପୁଅ ଅଶୋକ ଜଣେ ଉଚ୍ଚ ପଦବୀର ସରକାରୀ କର୍ମଚାରୀ ଓ ସେ ଅନ୍ୟ ଏକ ପ୍ରଦେଶ ରେ ଭାରତୀୟ ସେବା ରେ କର୍ମ ନିଯୁକ୍ତ ଅଛନ୍ତି ସେ ନିଜର ପତ୍ନୀ ପ୍ରମିଳା ଓ ଦୁଇ ପିଲାଙ୍କ ସହିତ ବେଶ ଖୁସିରେ ଅଛନ୍ତି ଅଶୋକ ପରେ ଆନନ୍ଦ ଜଣେ ପ୍ରତିଷ୍ଠିତ ଡାକ୍ତର ସେ ନିଜ ପତ୍ନୀ ସୁଜାତା ଓ ଏକ ମାତ୍ର ସନ୍ତାନ ସହିତ ସୁଦୂର ଦିଲ୍ଲୀ ରେ ରହୁଛନ୍ତି ସାନପୁଅ ଅଜୟ ଜଣେ ଯନ୍ତ୍ରୀ ଓ ସେ ନିଜ ପତ୍ନୀ ଅନିତା ସହିତ ଅନ୍ୟ ସହର ରେ ସନ୍ତାନ ସହିତ ରହୁଛନ୍ତି କେବଳ ହରିଶ ବାବୁ ଓ ମମତା ଦେବୀ ନିଜ ଭିଟାମାଟି କୁ ଆବୋରି ଏକା ଏହି ସହରରେ ରହୁଛନ୍ତି ବର୍ଷେ ବା ଦୁଇ ବର୍ଷ ରେ ପିଲାମାନେ ତାଙ୍କ ସମୟ ଦେଖି ଦୁଇ ତିନି ଦିନ ପାଇଁ ଆସନ୍ତି ଓ ଚାଲି ଯାଆନ୍ତିବେଳେ ବେଳେ ମମତା ଦେବୀ ସମ୍ଭାଳି ନ ପାରି ସେମାଙ୍କ ସହିତ ଟେଲିଫୋନ ରେ କଥା ହୁଅନ୍ତି ,ସେ ବି ଖୁବ କମ ସମୟ ପାଇଁ ସମସ୍ତେ କାର୍ଯ୍ୟ ବ୍ୟସ୍ତ .ଏବେ ଆଉ ମମତା ଦେବୀ ତ ନାହାନ୍ତି ତେଣୁ ତାଙ୍କର ମୃତ୍ୟୁର ଖବର ହରିଶ ବାବୁ ଫୋନ କରି ସବୁ ପୁଅଙ୍କୁ ଜଣାଇଛନ୍ତି ସମସ୍ତେ କହିଛନ୍ତି ଯୋଗାଡ଼ କରି ଆସିବେ ବୋଲି ମମତା ଦେବୀଙ୍କର ଇଚ୍ଛା ଥିଲା ବଡ଼ ପୁଅ ତାଙ୍କ ମୁଖାଗ୍ନି ଦେବ ସେଥିପାଇଁ ଅପେକ୍ଷା କରି ବସିଛନ୍ତି ହରିଶ ବାବୁ ସମୟ ପ୍ରାୟ ଦିନ ୩ଟା ହେଲାଣି ଅଜୟତା ପିଲାମାନଙ୍କୁ ନେଇ ପହଞ୍ଚିଲା ତାର କିଛି ସମୟ ପରେ ଆନନ୍ଦ ଏକା ଆସି ପହଞ୍ଚିଲା ଓ କହିଲା କାଲି ପିଲାମାନେ ଆସି ପହ୍ଞ୍ଚିବେ ଯେମିତି ମମତା ଦେବୀ ସେଯାଏ ସେମାନଙ୍କୁ ଅପେକ୍ଷା କରି ରହିବେ ଶେଷରେ ଅଶୋକ ନିଜ ପିଲାମାନଙ୍କ ସହିତ ୫ଟା ସମୟରେ ପହଞ୍ଚିଲା ସମସ୍ତେ ନିଜ ଜନ୍ମଦାତ୍ରୀ ମାମାତଙ୍କର ପାର୍ଥିବ ଶରୀର କୁ ଧରି କାନ୍ଦୁଥିଲେ ହରିଶ ବାବୁ ଓ ପଡିଶା ଲୋକେ କହିଲେ ଏବେ ତାଙ୍କର ଶେଷକୃତ୍ୟର ଆଉ ବିଳମ୍ବ କରିବା ଠିକ ହେବ ନାହିଁ କୋକେଇ ବାନ୍ଧିବାରେ ଲୋକେ ଲାଗିଲେ ହରିଶ ଆର ଘରକୁ ଯାଇ ପୁରୁଣା ଧୋତି ଓ ଗାମୁଛା ଆଣି ଅଶୋକ କୁ ଦେଇ କହିଲେ ଏଇଟା ପିନ୍ଧି ଦେ .ତୋ ମା ର ଇଚ୍ଛା ଥିଲା ତୁ ତାର ମୁଖାଗ୍ନି ଦେବୁ ସେଥିପାଇଁ ତୋତେ ଅପେକ୍ଷା କରି ସମସ୍ତେ ରହିଛନ୍ତି ଅଶୋକ ନିଜ ପତ୍ନୀ ପ୍ରମିଳାଙ୍କ ଚାହିଁଲେ ଓ ସେଠାରୁ ଉଠି ଭିତରକୁ ଗଲେ ପରେ ପରେ ଆନନ୍ଦ ଓ ଅଜୟ କୁ ସେ ଡାକିଲେ ତିନି ଭାଇ କଥା ହେବାକୁ ଲାଗିଲେ ଅଶୋକ କହିଲେ ମୁଁ ମୁଖାଗ୍ନି ଦେଇ ଦେବି,କିନ୍ତୁ ବାକି କାମ ତୁମକୁ କରିବାକୁ ହେବ ମୋତେ ଦୁଇ ଦିନ ପରେ ଯାଇ ଗୋଟିଏ ଜରୁରୀ ସଭାରେ ଯୋଗ ଦେବାର ଅଛି ପୁଣି ମୁଁ ଦଶ ଦିନ ଆସି ଚାଲିଯିବି ଆନନ୍ଦ କହିଲା ମୋର ପୁଅର ସ୍କୁଲ ଚାଲିଛି ତେଣୁ ଆମେ ବି ଦୁଇ ଦିନ ପରେ ଯାଇ ପୁଣି ଦଶ ଦିନ ଆସି ଶୁଦ୍ଧି ହେବୁ ତାପରେ ଏତେଦିନ ମୁଁ ରହିଲେ ସେଠାରେ ମୋ କ୍ଲିନିକ ବନ୍ଦ ହେଇଯିବ ଅଜୟ ଶେଷକୁ କହିଲା ତୁମେ ସବୁ ନିଜ ନିଜ କାମରେ ବ୍ୟସ୍ତ ଆଉ ମୁଁ କଣ କାର୍ଯ୍ୟ ବ୍ୟସ୍ତ ରେ ନାହିଁ ଗୋଟିଏ ପୋଲ କାମ ଚାଲିଛି ଶୀଘ୍ର ଶେଷ ହେଲେ ମୁଖ୍ୟମନ୍ତ୍ରୀ ଯାଇ ଉଦ୍ଘାଟନ କରିବେ ଆଉ ଏ କର୍ମ ତ ବଡ଼ ପୁଅ ସବୁ କରିବା କଥା ,ମୁଁ ତ ସବା ସାନ ଏତକ ଶୁଣି ଅଶୋକ କହିଲେ କିଏ କଣ କରିବା କଥା ମୋତେ ବୁଝାନା ସବୁ କାମ ଦାମ ଛାଡି ମୁଁ ଏଇଠି ନିକିମା ହେଇ ପଡି ରହିବି ଆଉ ସବୁ ସମ୍ପତ୍ତି,ଗହଣା ଗାଣ୍ଠିରେ ତୁମେ ସବୁ ଭାଗ ନଵ ମୋତେ ସବୁ କଣ ବୋକା ଭାବୁଛ ଡେରି ହେବ ଦେଖି ହରିଶ ବାବୁ ଉଠି ଯାଇ ଦୂରରୁ ଥାଇ ଏତକ ସବୁ ଶୁଣିଲେ ମନରେ ବହୁତ ରାଗ ବି ହେଲା ଓ ଦୁଃଖ ବି ଲାଗିଲା ଏପଟେ ନିଜର ଜନ୍ମ ଦେଇଥିବା ମାର ମୃତ ଶରୀର ପଡିଛି ,ସେପଟେ ତିନି ପୁଅଙ୍କର ଭାଗ ବଣ୍ଟା କଥା ଚାଲିଛି ହରିଶ ବାବୁଙ୍କ ଆଖିରୁ ଲୁହ ବୋହିଗଲା ପିଲାମାନଙ୍କର କଥା ଶୁଣି ସେ ସେମାନଙ୍କ ପାଖକୁ ଗଲେ ଓ କହିଲେ ତୁମେ ମାନେ ସବୁ ବଡ଼ ହେଇଗଲ ନିଜ ଗୋଡ଼ରେ ନିଜେ ଠିଆ ହେଇଗଲ ଏବେ ତୁମ ମା ର ଶେଷକର୍ମ କରିବାକୁ ଭାଗ ବଣ୍ଟା କରିବାରେ ଲାଗିଛ କେବେ ଭାବିଛ ,ତୁମକୁ ୯ମାସ ଗର୍ଭରେ ଧରି ଯେତେ କଷ୍ଟ ସେ ସହିଛି ,ତାକୁ ସେ କାହା ସହିତ କେବେ ଭାଗ ବଣ୍ଟା କରିନି ତୁମକୁ ବଡ କରି ମଣିଷ କରିବାରେ ଯେତେ ଦୁଃଖ କଷ୍ଟ ସବୁ ଏକା ଏକା ସହିଛି ,କାହା ସହିତ ଭାଗ ବଣ୍ଟା କରିନି ତୁମେ ମାନେ ନିଜ ନିଜ ପରିବାର ଓ ସ୍ୱାର୍ଥ କୁ ନେଇ ଯେତେ ଦୂରରେ ଥିଲେ ବି ,ତୁମ ପ୍ରତି ତାର ସ୍ନେହ ଓ ମମତାର ସେ କେବେ ଭାଗ ବଣ୍ଟା କରିନି କିଛି ବ୍ୟସ୍ତ ହେବାର ନାହିଁ ଏବେ ମୁଁ ବଞ୍ଚିଛି ତାର ସୁଖ ଦୁଃଖ ର ସାଥି ଆମେ ସବୁ କିଛି ଦୁହିଁଙ୍କ ମଧ୍ୟରେ ବାଣ୍ଟୁଥିଲୁ ଏବେ ମୁଁ ତାର ଶେଷକର୍ମ କରିବି ଏତକ କହି ହରିଶ ବାବୁ ଆର ଘରକୁ ଯାଇ ଧୋତି ପିନ୍ଧି ,ଗାମୁଛା କାନ୍ଧରେ ପକାଇ ସିଧା ନିଜ ପତ୍ନୀଙ୍କ ପାଖକୁ ଗଲେ କିଛି ସମୟ ବସି କହିଲେ ମମତା ମୁଁ ଅଛି ଆମେ ନିଜ ଭିତରେ ସବୁ ବାଣ୍ଟୁଥିଲେ ତୁମେ ମୋ ପାଇଁ କେତେ ତ୍ୟାଗ ବି କରିଛ ଆଜି ମୁଁ ତୁମର ଶେଷକର୍ମ କରିବି ତୁମ ଋଣରୁ କିଛି ତ ଶୁଝିବାର ଚେଷ୍ଟା କରିବି ଏତକ କହି ସେ ସମସ୍ତଙ୍କୁ କହିଲେ ଏବେ ସବୁ କର୍ମ ସେ କରିବେ ମମତା ଦେବୀଙ୍କର ପାର୍ଥିବ ଶରୀର କୁ ଅହିସୁଲକ୍ଷଣୀ ବେଶରେ ସଜାଇ କୋକେଇ ରେ ବନ୍ଧା ହେଲା ଘରୁ ହରିଶ ବାବୁ ଖଇ କୌଡୀ ଛିଞ୍ଚି ଛିଞ୍ଚି ବାହାରିଲେ ରାସ୍ତାରେ ରାମ ନାମ ସତ୍ୟ ,ହରି ନାମ ସତ୍ୟ ଡାକ ସାଙ୍ଗରେ ମମତାଙ୍କର ଶବ ଶୋଭାଯାତ୍ରା ବାହାରିଲା ଶେଷରେ ତାଙ୍କ ତିନି ପୁଅ ଚାଲୁଥାନ୍ତି ଶ୍ମଶାନରେ ସବୁ କର୍ମ ସାରି ହରିଶ ବାବୁ ଘରକୁ ଫେରିଲେ ତିନି ପୁଅଙ୍କୁ ବସାଇ କହିଲେ ତୁମେମାନେ ଏବେ ତୁମର ଯାହା ଖୁସି କରିପାର ମୋ ପତ୍ନୀର ସବୁ କର୍ମ ମୁଁ ନିଜେ କରିବି ଖୁସିହେଲେ ଯାଇ ପାର କିମ୍ବା ରହିପାର ଏବେ ଆଉ ତୁମ ଭାଗ ବଣ୍ଟା ର କୌଣସି ପ୍ରଶ୍ନ ନାହିଁ ।
