Swarnalata Patnaik

Children

4.2  

Swarnalata Patnaik

Children

ବଗିଚାର ହୃଦୟ

ବଗିଚାର ହୃଦୟ

3 mins
186


ପ୍ରକୃତରେ ଏହା ନିରାଟ ସତକଥା ଯେ ପିଲାଙ୍କ ହୃଦୟରେ ଭଗବାନ ବିରାଜମାନ ଥାନ୍ତି l ଯେଉଁ ଜାଗାରେ ପିଲାଙ୍କ କଳରବ ଶୁଣାଯାଏ ସେଠାରେ ସାକ୍ଷାତ ଈଶ୍ୱରଙ୍କ ବାସ ଥାଏ l ସେ ଘର ହେଉ ବଗିଚା ହେଉ ଅବା ଜଳ, ବାୟୁ, ବୃକ୍ଷ, ଲତା ପିଲାଙ୍କ ସାନିଧ୍ୟରେ ଖୁସି ର ମାହୋଲ ହୋଇଯାଏ ବାତାବର ପ୍ରତ୍ୟେକ ଜୀବିତ ବସ୍ତୁର ଶୈଶବ ଥାଏ ଯେଉଁ ଶୈଶବ କି ନିଷ୍ପ୍ରାଣ, ନିରୀହ, ସ୍ନେହ ପିପାସୁ l ସେଇ ଶିଶୁ ମନରୁ ଯଦି କୌଣସି ଜିନିଷ ଦୁରେଇ ଯାଏ ତା ମନରେ ଯେଉଁ ଦୁଃଖ ଉତ୍ପନ ହୁଏ କେହି ବୁଝନ୍ତିନି l ହଁ ବୁଝିପାରେ ସେଇ ପ୍ରକୃତି ଯେକି ଶିଶୁ ମୁହଁରେ ହସ ଓ ଶରୀରରେ ପ୍ରାଣ ଭରିଦିଏ l

   ଦିନେ ଗୋଟିଏ ବଗିଚାରେ ଆଖ, ପାଖ ଗାଁ ର ସବୁ କୁନି କୁନି ଛୁଆ ଏକାଠି ହୋଇ ଖେଳୁଥାନ୍ତି l ହଠାତ ସେହି ବଗିଚାର ମାଲିକ ଯିଏକି ଅତି ନିଷ୍ଠୁର, ନିର୍ମମ ରାକ୍ଷସ ପ୍ରକୃତିର ଆସି ପଂହଁଚିଗଲା l ସେଠାରେ ତାର ମହଲ ଟିଏ ଥାଏ ସେ ସେଠି ରହିବାକୁ ଲାଗିଲା ସେ ସବୁବେଳେ ତା ମହଲର ବାଲକୋନି ରେ ବସି ସେ ବଗିଚାର ସୌନ୍ଦର୍ଯ୍ୟକୁ ଉପଭୋଗ କରେ l ସେଦିନ ସେମିତି ବସିଥାଏ ଦେଖିଲା ସେ ପିଲାମାନେ ଆସି ହୋ ହାଲ୍ଲା ପାଟି ତୁଣ୍ଡ କରି ଖେଳୁଛନ୍ତି l ସେ ପୁରା ରାଗିଗଲା l ତାପର ଦିନ ବଗିଚାର ଚାରିପଟେ ପ୍ରାଚୀର କରିଦେଲା l ସେ ପିଲାମାନେ ଆଉ ଆସିପାରିଲେ ନାହିଁ, ସେ ଦେଖିଲା ଦିନେ ଦୁଇଦିନ ପରେ ସବୁ ଗଛ ଗୁଡ଼ିକରୁ ପତ୍ର ଓ ଫୁଲ, ଫଳ ସବୁ ଝଡି ଯାଉଛି, ତାହା ଦେଖି ସେ ଭାବିଲା ଝଡ଼ୁ ବସନ୍ତ ଋତୁ ଆସିଲେ ପୁଣି ଫୁଲ ଫୁଟିବ ଫଳ ଧରିବ କିନ୍ତୁ ଏକଣ ବସନ୍ତ ଋତୁ ବି ଆସି ଚାଲିଗଲା ହେଲେ ଗଛରେ ପତ୍ର କଅଁଳିଲା ନା ଫୁଲ ହେଲା l ସେଇଦିନ ଠାରୁ ସେ ବଗିଚାରେ ଚଢେଇ, ପ୍ରଜାପତି, ଝୀଂଟିକା ଆଉ କାହାରି ଦେଖାନାହିଁ l ସେ ପିଲାମାନେ ବି ଆଉ ଆସିଲେ ନାହିଁ l ରାକ୍ଷସ ପ୍ରକୃତିର ଲୋକଟି ମନ ଦୁଃଖରେ ଥାଏ ଓ ପିଲାମାନେ ବି ମନଦୁଃଖରେ ଥାନ୍ତି l ପିଲାମାନେ ଭାବୁଥାନ୍ତି କେବେ ବଗିଚାର ପ୍ରାଚୀର ହଟିବ କେବେ ସେମାନେ ତାରି ଭିତରେ ଖେଳିବେ l

ସେ ରାକ୍ଷସ ପ୍ରକୃତି ଲୋକଟି ଭାବୁଥାଏ କାହିଁକି ମୋ ବଗିଚାର ସୌନ୍ଦର୍ଯ୍ୟ ନଷ୍ଟ ହେଲାଓ ପ୍ରକୃତି ରାଣୀ ମୋ ଉପରେ କ୍ରୋଧ କଲା, ସେଇକଥା ବସି ଭାବୁଥାଏ, ଏକା ଏକା ବସି ବିରକ୍ତି ବୋଧ କରୁଥାଏ l

   ହଠାତ ଦେଖିଲା ବଗିଚାରେ ପସି କିଛି ପିଲା ଖେଳୁଛନ୍ତି ସେ ପାଟିକରି ପିଲାଙ୍କ ପାଖକୁ ଦଉଡିଗଲା ତା ପାଟିଶୁଣି ପିଲାମାନେ ଜୀବନ ବିକଳରେ ଦଉଡି ପଳାଇଗଲେ ହେଲେ ଗୋଟେ ଛୋଟ ପିଲା ଯାଇ ପାରିଲା ନାହିଁ ପଛରେ ରହିଗଲା ସେ ଲୋକଟି ତା ପାଖରେ ପଂହଁଚିବାରୁ ପିଲାଟି କାନ୍ଦିକାନ୍ଦି କହିଲା ମୋତେ ମାରନାହିଁ ଛାଡିଦିଅ l ସେ ରାକ୍ଷସ ପ୍ରକୃତି ଲୋକଟି କହିଲା ମୁଁ କଣ କାହାକୁ ମାରୁଛି, ମୁଁ ଏତେ ଖରାପ ନୁହେଁ କାହାକୁ ମାରିବି l ମୁଁ ଏଠାରେ ପଂହଁଚିବା ପୂର୍ବରୁ ତୁମେ ସବୁ କଣ କରୁଥିଲ ପିଲାଟି କହିଲା ଖେଳୁଥିଲୁ ଓ ମୁଁ ଏ ଗଛରେ ଚଢ଼ୁଥିଲି କିନ୍ତୁ ଚଢିପାରୁ ନଥିଲି l ସେଲୋକଟି ପିଲାଟିକୁ ସେ ଗଛରେ ଚଢାଇ ଦେଲା ଓ କହିଲା ତୋ ସଙ୍ଗ ମାନଙ୍କୁ ଡାକ ମିଶିକି ଖେଳ ମୁଁ କିଛି କରିବିନି l ପିଲାଟି ତା ସଙ୍ଗ ମାନଙ୍କୁ ଡାକିଲା ଓ ସମସ୍ତେ ହସ ଖୁସିରେ ଖେଳିଲେ l ତାପର ଦିନ ସକାଳୁ ଉଠି ଲୋକଟି ଦେଖିଲା ବେଳକୁ ସବୁ ଗଛରେ ନୂଆ ପତ୍ର ଓ ଫୁଲ ଫୁଟି ହସି ଉଠୁଛି l ତାହାଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଓ ମନେ ମନେ ଖୁସି ବି ହେଲା l ସେ ଲକ୍ଷ୍ୟ କଲା ପିଲାମାନେ ଯେତିକି ଖୁସିରେ କୋଳାହଳ କରି ଖେଳୁଛନ୍ତି ବଗିଚାଟି ସେତେ ଅଧିକ ସୌନ୍ଦର୍ଯ୍ୟ ରେ ଭରି ଉଠୁଛି, ସେ ଅନୁଭବ କରିବାକୁ ଲାଗିଲା ଯେ ତା ବଗିଚାର ପ୍ରକୃତ ସୌନ୍ଦର୍ଯ୍ୟ ପିଲାମାନଙ୍କ ଯୋଗୁଁ ସମ୍ଭବ ହୋଇଛି l

ପିଲାଙ୍କ ଖୁସିରେ ପ୍ରକୃତିରାଣୀ ଯେ ସୁନ୍ଦର ହୋଇଯାଇଛି ଓ ତା ବଗିଚା ପୁଣି ଥରେ ଫୁଲ, ଫଳରେ ଓ ପକ୍ଷୀମାନଙ୍କ କଳରବରେ ନାଚି ଉଠିଛି ଏହାଦେଖି ସେ ବହୁତ ଖୁସି ହେଲା ଓ ସେଇଦିନଠୁଁ ସମସ୍ତଙ୍କୁ ଭଲ ପାଇଲା ।


Rate this content
Log in

Similar oriya story from Children