Swarnalata Patnaik

Inspirational

4.3  

Swarnalata Patnaik

Inspirational

ପରିବର୍ତ୍ତନ

ପରିବର୍ତ୍ତନ

2 mins
410



ବାପା ବୈଠକ ଘରେ ପଦାଚାରଣ କରୁଥାନ୍ତି । ମାଁ ରୋଷେଇ ଘରେ ରୋଷେଇ କରିବା ରେ ବ୍ୟସ୍ତ ଥାଆନ୍ତି । ହଠାତ୍ ବାପା ରାହୁଲ୍ କୁ ଡାକ ପକାଇ ଛନ୍ତି । ରାହୁଲ୍ ...ରାହୁଲ୍ । ବାପା ଙ୍କ ଡାକ ଶୁଣି ରାହୁଲ୍ ମୋବାଇଲ ଟିପି ଟିପି ଖାଇବା ଟେବୁଲ୍ ପାଖରେ ଆସି ବସିଲା । ବାପା ବିରକ୍ତି ପ୍ରକାଶ କରି କହିଲେ ତତେ ଯେତେବେଳେ ଦେଖିଲେ ଖାଲି ମୋବାଇଲ ଧରିକି ବସୁଛୁ । ତୋର ମନେ ନାହିଁ ଆଜି ରାକ୍ଷୀ ପୂର୍ଣ୍ଣିମା ,ତୋ ଅପା ଆସିବ । ରାହୁଲ୍ ବାପା ଙ୍କୁ ଅନେଇ କହିଲା , ହେଲେ କଣ ହେଲା ବାପା ? ଅପା ତ ଆସିବ । ବାପା କହିଲେ ଆରେ ତୁ ଏମିତି କଣ କହୁଛୁ ? ଅପା ଏତେ ଦୂର ରୁ ଆସୁଛି । ଯା ସେହି ନୂଆ କାର୍ ଧରିକି ତାକୁ ନେଇ ଆସିବୁ ।

       ରାହୁଲ୍ କହିଲେ ବାପା ନୂଆ କାର୍ ତ ରୋହିତ୍ ନେଇ ବାହାରିଗଲା । ବାପା କହିଲେ ହଉ, ତୁ ସେଇ ପୁରୁଣା କାର୍ ଧରିକି ଯା । ସେ ପହଞ୍ଚି ଯାଇଥିବ ବସ୍ ଷ୍ଟାଣ୍ଡରେ । ରାହୁଲ୍ କହିଲା ବାପା ପୁରୁଣା କାର୍ ତିଆରି ପାଇଁ ଦେଇଛି । ଅପା ର ଆସିବା ର ଅଛି ସେ ନିଶ୍ଚୟ ଆସିବ । ଅପା ତ ଶାଶୁ ଘର ଗଲାଣି । ତା ପାଇଁ ଏତେ ଚିନ୍ତା ତୁମର ! ସେ ବର୍ତ୍ତମାନ ପର ଘର ର ଧନ । ତା ପାଇଁ ତୁମର ଏତେ ଚିନ୍ତା କାହିଁକି ? ଏତିକି କହିବା କ୍ଷଣି ବାପା ରାଗିଯାଇ ରାହୁଲ୍ କୁ ଗୋଟିଏ ଚାପୁଡା ମାରିଲେ । ସେହିକ୍ଷଣି ମାଁ ରୋଷେଇ ଘରୁ ଦୋଉଡି଼ ଚାଲିଆସିଲେ ଓ କହିଲେ ଏତେ ବଡ଼ ପିଲା ଟା ଉପରେ ତୁମେ ହାତ ଉଠାଉଛ ? ମା ଙ୍କ କଥା ଶୁଣି ବାପା ଟିକେ ନରମି ଗଲେ । ଓ କଅଁଳିଆ ସ୍ୱର ରେ କହିଲେ ,ଆରେ ଆଜି ପରା ରାକ୍ଷୀ । ସେ କଣ ତା'ର ଗୋଟିଏ ବୋଲି ଅପା କୁ ଯାଇ ଆଣିପାରିବ ନାହିଁ । ରାହୁଲ୍ ଖାଇବା ଟେବୁଲ୍ ଉପରେ ବସିଯାଇ ଗମ୍ଭୀର ସ୍ୱର ରେ କହିଲା ହେଲେ ବାପା ଏଇ ସହର ରେ ମୋର ପିଉସୀ ବି ତ ଅଛନ୍ତି । ତୁମେ ତ ତାଙ୍କ ଆସିବା ପାଇଁ ଗାଡ଼ି ପଠେଇନ । ରାକ୍ଷୀ ରେ ସେ ନିଜେ ଗୋଟିଏ ଅଟୋ କି ଗାଡ଼ି କରି ଆସନ୍ତି ।

         କାହିଁକି ବାପା ? ଅପା ର ବାପା ଅଛନ୍ତି ଆଉ ପିଉସୀ ଙ୍କ ର ବାପା ନାହାନ୍ତି । ସେଥିପାଇଁ ? ଏହି ସମୟରେ ଅପା ର ଆସିବା ର ଶବ୍ଦ । ଆରେ ରାହୁଲ୍ ଧନ୍ୟବାଦ । ମୁଁ ଆସିବା ପାଇଁ ନୂଆ ଗାଡି ପଠେଇଦେଲୁ । ଅପା କହି କହି ଘର ଭିତରକୁ ଆସି ଭାଇ ଙ୍କୁ ଗେଲ କରି ବାପା ମାଁ ଙ୍କୁ ପ୍ରଣାମ କଲେ । ଏହା ଭିତରେ ଆର ଗାଡ଼ି ରେ ପିଉସୀ ଆସି ପହଁଚିଲେ । ଘର ଭିତରକୁ ପଶି ଆସି କହୁଛନ୍ତି ଆରେ ଭାଇ ଧନ୍ୟବାଦ । ମୁଁ ଆସିବା ପାଇଁ ତୁମେ ଗାଡ଼ି ପଠେଇ ଥିବା ରୁ । ବାପା ଆଶ୍ଚର୍ଯ୍ୟ ହୋଇଗଲେ । ଏବଂ ତାଙ୍କ ଆଖିରୁ ଅଶ୍ରୁ ବାହାରିଗଲା । ହଠାତ୍ ତାଙ୍କ ଆଖିରୁ ଲୁହ ବାହାରିବା ଦେଖି ଅପା ଓ ପିଉସୀ ଏକାଥରେ ପଚାରିଲେ ,ଆରେ ଏ କ'ଣ ? ତୁମ ଆଖିରେ କ'ଣ ଲୁହ ? ମୁଁ ଭାବୁଥିଲି ମୋର ବଞ୍ଚିବା ଯାଏଁ ହିଁ ଏହି ସଂପର୍କ ରହିବ ।

         ହେଲେ ମୁଁ ଦେଖିଲି ଏହି ସଂପର୍କ ଦିନ କୁ ଦିନ ମଜ୍ଭୁତ ହୋଇ ରହିବ ।କାରଣ ଆମ ପୁଅ ଝିଅ ମାନେ ଏହି ସଂପର୍କ ର ପ୍ରକୃତ ମାନ ଜାଣିଲେ ।ଆଉ କିପରି ଜୀବନ କୁ ଖୁସି ରେ କଟାଇବା ସିଏ ଆମକୁ ଶିକ୍ଷା ଦେଲେ । ଏବେ ଆମେ ହେଉଛୁ ଆମ ପିଲା ଙ୍କ ର ଛୁଆ । ଯେଉଁମାନେ କି ଆମ କୁ ଶିକ୍ଷା ଦେଉଛନ୍ତି ।


Rate this content
Log in

Similar oriya story from Inspirational