Swarnalata Patnaik

Inspirational

4.1  

Swarnalata Patnaik

Inspirational

ଵୋହୁ ନୁହେଁ ସେ ଝିଅ

ଵୋହୁ ନୁହେଁ ସେ ଝିଅ

4 mins
45


  ଘରର ସୁନ୍ଦର ଓ ମର୍ଯ୍ୟାଦାର ପ୍ରତୀକ ବୋହୂ । ବୋହୂ ଘରର ଦୀପଶିଖା । ରାନୀ ବାହା ହୋଇ ଶାଶୁ ଘରକୁ ଆସିଲା । ସେ ବହୁତ ଖୁସି ଜଣାପଡ଼ୁଥିଲା। ଲାଗିବନି ବା କାହିଁକି? ସେ ତା ମନଲାଖି ପତି ଟି ଏ ପାଇଛି । ହେଲେ ଶାଶୁ ଘରକୁ ନୂଆ ଆସିଛି, ସେଥିପାଇଁ ତା ମନରେ ଟିକିଏ ଡର ଲାଗୁଥାଏ । 

     ଗୋଟିଏ ଦିନର କଥା, କାମବାଲୀ ଆସିନଥାଏ । ନୂଆରେ ବାହା ହୋଇଛି, ହେଲେ ଘରେ ଶାଶୁ, ବୋହୂ, ଓ ନଣନ୍ଦ ସ୍ୱାତୀ । ବୋହୂ ବାସନ କାଢ଼ି ସଫା କରୁ କରୁ ହଠାତ୍ ହାତରୁ କାଚ କପ୍ ପଡ଼ି ଭାଙ୍ଗିଗଲା । କପ୍ ଭାଙ୍ଗି ଯିବାରୁ ବୋହୂ ଡରରେ ଥରୁଥିଲା, " ଏବେ ଶାଶୁ ଆସି ଯାହା ଗାଳି କରିବେ ଶୁଣିବାକୁ ପଡ଼ିବ " ଭାବି ଭାବି ବାସନ ଧୋଉଥାଏ । କାଚ କପଟି ଭାଙ୍ଗିବା ଶବ୍ଦ ଶୁଣି ଶାଶୁ ଦୋଉଡ଼ି ଆସିଲେ, କହିଲେ " ବୋହୂରେ କ'ଣ କ'ଣ ଭାଙ୍ଗିଗଲା କି ?" ରାନୀ ଆଖିରେ ଲୁହ ଭରି କହିଲା, " ମା' ମୁଁ ବହୁତ ଯତ୍ନରେ ସଫା କରୁଥିଲି । ହଠାତ୍ ହାତରୁ କପଟି ଖସିଗଲା ।" ହେଲେ ଶାଶୁ ମା କହିଲେ, "ହଉ ଝିଅ କପ୍ ତ ଭାଙ୍ଗିଲା, ତୋର କିଛି ଅସୁବିଧା ହୋଇନି ତ ?ଦେଖେ ମା ଜାଗ୍ରତ, ତୋର କିଛି ନ ହେବା ଦରକାର ।" ତୁ କାହିଁକି ବାସନ ଆଣିଲୁ ? ଏବେ ନୂଆ ବୋହୂ ହୋଇ ଆସିଛୁ, ତୋ ହାତର ମେହେନ୍ଦି ଲିଭି ନାହିଁ। ତୁ ଯାଆ ମାଆ । ମୋ ପୁଅ ତତେ ଅପେକ୍ଷା କରିଛି।

   ଶାଶୁ ମା'ଙ୍କ ପାଟିରୁ ଏହି କଥା ଶୁଣି ବୋହୂ (ରାନୀ) ଅତ୍ୟନ୍ତ ଖୁସି ହୋଇଗଲା । ଝିଅକୁ ଡାକି କହିଲେ, ଝିଅ ତୁ ଯାଆ ତ ମାଆ, ତୋ ଭାଉଜକୁ ସାହାଯ୍ୟ କରିବୁ । ଦୁହେଁ ମିଶି କିଛି କରିନିଅ । ସେପଟେ ଚନ୍ଦନ ଅପେକ୍ଷା କରିଛି ଭାଉଜର ଠିକ୍ ଯତ୍ନ କର । ଆଉ ମାଆରେ ତୁ କେବେ ମୋତେ ଶାଶୁ କହିବୁନି । ମୁଁ ତୋର ମାଆ । ମୋର ଏବେ ଦୁଇଟି ଝିଅ ତୁ ଓ ସ୍ୱାତୀ । ତୋର ଗୋଟିଏ ମାଆ ନୁହେଁ ଦୁଇଟି ମାଆ । 

    ଶାଶୁଙ୍କ ପାଟିରୁ ଏଇ କଥା ଶୁଣି ରାନୀର ମନରେ ବହୁତ ଖୁସି । ଆଉ ସ୍ୱାତୀ ତା ଭାଉଜ ସହିତ ମିଶି ସବୁ ବାସନ ଧୋଇଦେଲା । ଏଣେ ରାନୀ ତାଙ୍କ ମା'ଙ୍କ କଥା ମନେ ପକାଇଲା । ରାନୀର ଭାଇ ଭାଉଜଙ୍କୁ ତା ମାଆ କିପରି ବ୍ୟବହାର କରନ୍ତି, ସେହି କଥା ମନେ ପକାଇଲା । ଦିନେ ଭାଉଜ ବି ଏମିତି କାଚ ଗ୍ଲାସ୍ ଟି ଏ ଭାଙ୍ଗି ଦେବାରୁ ମାଆ କିପରି ହାଡ଼ ଭାଙ୍ଗିଲା ଭଳି କଥା ଭାଉଜଙ୍କୁ କହିଥିଲେ । " ତୋ ମା ଘରେ ଯାଇ ଭାଙ୍ଗିଲୁନି ? ତୋ ମାଆ କ'ଣ ତତେ ଏତିକି କାମ ଶିଖେଇନି ।" ଏମିତି ତା ମାଆଙ୍କ ବ୍ୟବହାର ପାଇଁ ଘରେ କିପରି ଅସାନ୍ତି ପରିବେଶ ହେଉଛି ତାହା ବି ସେ ମନେ ପକାଇଲା । ସବୁବେଳେ ମାଆ ଓ ଭାଉଜଙ୍କ କିଭଳି ଛୋଟ ଛୋଟ କଥାକୁ ନେଇ ପାଟି ତୁଣ୍ଡ ହୋଇ ଆଜି ଭାଇ ଭାଉଜ ଅଲଗା ଘରେ ଯାଇ ରହୁଛନ୍ତି । 

   ତା'ର ଶାଶୁ ତାକୁ କେତେ ସ୍ନେହରେ କହିଲେ, ପୁଣି ସେହି କଥା ଶୁଣି କହିଲା, " ମୋର ତ ଭୁଲ୍ ହୋଇଛି । ମାଆ ବି ତ ମୋତେ ଘରେ ନିଶ୍ଚୟ ଗାଳି ଦେଇଥାନ୍ତେ ଏମିତି କିଛି ଭାଙ୍ଗିଦେଲେ ? ତୁମେ ବି ତ ମୋର ମାଆ । ମାଆ ମାନେ ଆମ ଭଲ ପାଇଁ ହିଁ କୁହନ୍ତି ନା !" ଏହା ଶୁଣିବା ପରେ ଶାଶୁମାଆ ମଧ୍ୟ ବହୁତ ଖୁସି ହୋଇଯାଇଛନ୍ତି ଏବଂ କହିଛନ୍ତି ଯା'ରେ ମାଆ ରାନୀ ସେପଟେ ଚନ୍ଦନ ତୋର ଅପେକ୍ଷାରେ । ଶାଶୁଙ୍କ କଥା ଓ ନିଜ ମାଆଙ୍କ କଥା ଭାବି ଭାବି ରାତିରେ ତା'ର ଆଉ ନିଦ ହେଲା ନାହିଁ । 

    ସକାଳ ହେଲା, ରାନୀ ଜଳଖିଆ ପାଇଁ ବ୍ୟସ୍ତରେ ରୋଷେଇ ଘରକୁ ଯାଉଛି । ଫୋନ ବାଜି ଉଠିଲା । ମାଆଙ୍କର ଫୋନ୍ ଆସିଥିଲା । ମାଆ କହିଲେ, " ଆଉ, ଝିଅ ଭଲ ଅଛୁ ତ ? କାଳେ ତୋ ଶାଶୁ ଘର କିଛି ଭାବିବେ ବୋଲି ମୁଁ ଫୋନ୍ କରୁନଥିଲି । ରାନୀ କହିଲା, " ନାଁ, ମାଆ । ମୋ ଶାଶୁ ବହୁତ ଭଲ । ଦେଖେ କାଲି ହଠାତ୍ ମୋ ହାତରୁ ଚା' କପଟି ପଡ଼ି ଯିବାରୁ ସେ ଦୋଉଡ଼ି ଆସିଲେ। ଏହା ଶୁଣିବା କ୍ଷଣି ରାନୀର ମାଆ କହିଲେ, " ହଁ, ବହୁତ ଗୁଡ଼ିଏ ଗାଳି କରିଥିବେ ? ତୋ ଶାଶୁ ମନ ଇଚ୍ଛା କଥା କହିଥିବେ ? ଶୁଣେ ମା' ତୁ ବି ଛାଡ଼ିବୁନି, ତୋର ମନ ଇଚ୍ଛା ଭଲରେ କହିଦେବୁ । " ରାନୀ କହିଲା," ନାଁ, ମାଆ ମୋ ଶାଶୁ ସେମିତି ନୁହଁନ୍ତି । ସେ କାଳେ ମୋତେ କୋଉଠି ବାଜି ଯାଇଥିବ ବୋଲି ପଚାରିଲେ ଆଉ ବହୁତ ବ୍ୟସ୍ତ ହୋଇପଡିଲେ । ମାଆ ମୋତେ ତୋ କଥା ହିଁ ମନେ ପଡ଼ିଲା, ତୁ କିଭଳି ଭାଉଜଙ୍କୁ ଟିକିଏ କଥାରେ ପାଟି ତୁଣ୍ଡ କରୁ, ହେଲେ ମୋ ଶାଶୁ ବିପରୀତ । ପୁଅ ବୋହୂର ଖୁସିରେ ସେ ଖୁସି । ମାଆ ତୁ ବି ସେମିତି ବଦଳି ଯାଆ ମାଆ । ଦେଖେ ତୋର ସେହି ଅଭ୍ୟାସ ପାଇଁ ଆଜି ତୁ ଏହି ବୟସରେ ଏକାକୀ ଗୋଟିଏ ଘରେ ରହୁଛୁ । ପ୍ଲିଜ୍, ମାଆ ଭାଇ ଭାଉଜଙ୍କ ସହ ମିଳିମିଶି ରହିବା ପାଇଁ ଚେଷ୍ଟା କରେ ଏବଂ ତୋର ସବୁ ଖରାପ ଅଭ୍ୟାସକୁ ବଦଳାଇଦେ । 

    ଝିଅର ଏହି କଥାରେ ମାଆର ମନରେ ପୂରା ପରିବର୍ତ୍ତନ ହୋଇଗଲା । ଆଉ ମାଆ ଧୀରେ ଧୀରେ ତା' ପୁଅ ବୋହୂକୁ ମଧ୍ୟ ପାଖରେ ଡାକି ରଖିବ‌। ଯେମିତି ଆଜି ରାନୀ, ଚନ୍ଦନ, ତା ନଣନ୍ଦ ସ୍ୱାତୀ ଆଉ ତା' ମା' ବହୁତ ସୁନ୍ଦର ଭାବରେ ମିଳିମିଶି ଗୋଟିଏ ପରିବାର ଭଳି ରହୁଛନ୍ତି । ରାନୀର ମାଆ ମନସ୍ତାପ କରିଲେ ଓ ସେ ତାଙ୍କ ପୁଅ ବୋହୂକୁ କୋଳେଇବା ପାଇଁ ଚେଷ୍ଟା କରିଲେ ଓ ଝିଅର ସେହି ସୁନ୍ଦର କଥାଟିକୁ ମାଆ ମନେରଖି ଆଜି ମାଆ ମଧ୍ୟ ତାଙ୍କ ବୋହୂକୁ ନିଜ ଝିଅଙ୍କ ଭଳି ଦେଖିବା ଦ୍ଵାରା ଆଜି ତାଙ୍କ ପରିବାରରେ ସୁଖ ସମୃଦ୍ଧି ଫେରିଆସିଛି ।



Rate this content
Log in

Similar oriya story from Inspirational