Swarnalata Patnaik

Others

4.8  

Swarnalata Patnaik

Others

ସମ୍ପର୍କର ନଈ ତୀରେ

ସମ୍ପର୍କର ନଈ ତୀରେ

5 mins
269



    "ନାରୀ" ଯିଏ କି ସ୍ତ୍ରୀ, ଭଗିନୀ,ଓ ମାଁ। ସେ ସବୁବେଳେ କୌଣସି ପରିସ୍ଥିତିରେ ରହିଥିଲେ ବି ନିଜ ବାପା ମା'ଙ୍କ ର ହତାଦର କରେନାହିଁ। ହେଲେ ଯେବେ ତାକୁ କିଏ ହତାଦର କରନ୍ତି ସେହି ପରିସ୍ଥିତି ରେ ସେ ହୋଇଯାଏ ଗୋଟିଏ ପ୍ରତିଶୋଧ ପରାୟଣ ନାରୀ। ପର ମୁହୂର୍ତରେ ପରିସ୍ଥିତି ହେଉ ଅବା ମାନସିକ ଭାବନା ପାରିପାର୍ଶ୍ବ ରେ ଘଟିଥିବା କିଛି କିଛି ଘଟଣା କୁ ନେଇ ନିଜେ ଅନୁଭବି ହୋଇ ପରିବର୍ତ୍ତନ ହୋଇଥାଏ। 

     ଦଶରଥ ଲାଲ୍ ଓ ତାଙ୍କ ସ୍ତ୍ରୀ କୈାଶଲ୍ୟା ଦେବୀ। ଦୁହିଁଙ୍କ ର ଦୁଇଟି ପୁତ୍ର ସନ୍ତାନ। ବଡ଼ ପୁଅ ରାମ ଲାଲ୍ ପାଠ ଏତେଟା ପଡ଼ିନାହିଁ। ହେଲେ ବାପା ମା ଙ୍କ ର କଥା ଶୁଣି ଗାଁ ରେ ଥିବା ଚାଷ ଜମିରେ କରେ କିଛି ଖାଦ୍ୟ ଉପାର୍ଜନ। ନିଜେ କିଛି ଖାଏ, ବଳକା ବିକ୍ରି କରିଦିଏ। ଚଳାଚଳି ରେ କୈାଣସି ପ୍ରକାର ଅସୁବିଧା ନାହିଁ। ବାପା ଦଶରଥ ଲାଲ୍ ଓ ମାଁ କୈାଶଲ୍ୟା ଦେବୀ ତାଙ୍କ ପାଖରେ ଅଧା ଦିନ ରୁହନ୍ତି, ଆଉ ସାନ ପୁଅ ଯିଏ କି ବି.ଟେକ୍ ପଢ଼ି ସହରରେ ଯାଇ ଚାକିରୀ କରେ ତା ପାଖରେ ବାକି ଅଧାଦିନ ରୁହନ୍ତି। ସାନ ପୁଅ ରାଜେଶ୍ ଲାଲ୍ ଯିଏ କି ବାପା ମାଁ ଙ୍କ ର ଗେହ୍ଲାପୁଅ । ଦିନେ ହଠାତ୍ ରାଜେଶ୍ ଗୋଟିଏ ଝିଅ କୁ ପସନ୍ଦ କରିଛି। ବିବାହ କରିବା ପାଇଁ ବାପା ମା ଙ୍କୁ ପ୍ରସ୍ତାବ ବି ଦେଇଛି। ହେଲେ ସହରି ଝିଅ କୁ ବୋହୁ କରିବା ବାପା ମା'ଙ୍କ ର ଟିକିଏ ବି ଇଚ୍ଛା ନାହିଁ। ବହୁତ କୁହା କୁହି କରିବା ପରେ ରାଜେଶ୍ ର ପସନ୍ଦ ର ଝିଅ ସୁମନ ସହିତ ବିବାହ ପାଇଁ ବାପା ମାଁ ରାଜି ହୋଇଗଲେ। ସୁମନ୍ ର ବାପା ମା ଆସିଲେ, ସବୁ କଥାବାର୍ତ୍ତା ରେ ବିବାହ ଟି ବହୁତ ସୁନ୍ଦର ଭାବରେ ହୋଇଗଲା। ଦୁହେଁ ରାଜେଶ୍ ଓ ସୁମନ୍ ସହରରେ ନିଜ କାର୍ଯ୍ୟ ବ୍ୟସ୍ତତା ଭିତରେ ରହି ,ରାତିରେ ଆସି ପୁଣି ଘର କାମ ରେ ବ୍ୟସ୍ତ ରହୁଥିଲେ। 

       ଦିନକର କଥା। ରାତି ରେ ଶୋଇବାକୁ ଯିବା ବେଳେ ରାଜେଶ୍ କହିଲେ, ଆରେ! ମୁଁ ତୁମକୁ କହିବାକୁ ଭୁଲିଗଲି। କାଲି ବାପା ମା ଆସୁଛନ୍ତି। ଏହା ଶୁଣି ସୁମନ୍ କହିଲେ, ହଉ ଆସନ୍ତୁ, କୋଉ ସମୟରେ ଆସିବେ କି ? ରାଜେଶ୍ କହିଲେ ହଁ, ସେହି ସନ୍ଧ୍ୟା ସମୟରେ।

      ପରଦିନ ସୁମନ୍ ସକାଳୁ ଉଠି ଘର ସଫା ସୁତୁରା କରି,ଶାଶୁ ଶ୍ୱଶୁର ଙ୍କର ରହିବା ଘର ସଫା ସୁତୁରା କରି ରାଜେଶ୍ ର ଅପରାହ୍ନ ଖାଦ୍ୟ ଟିଫିନ୍ ରେ ସଜାଡ଼ି ନିଜ ନିଜ କାମ ରେ ବାହାରି ଗଲେ।

      ସଂନ୍ଧ୍ୟା ରେ ଆସି ଚାହା ପିଇ ବସିଛନ୍ତି, ରାଜେଶ୍ କହିଲେ ଆରେ ସୁମନ୍, ଦେଖ ଏଥର ଆଗ ଭଳି କିଛି ଅସୁବିଧା ହେବନି ତ ?ସେପଟେ ଶ୍ୱଶୁର ତାଙ୍କ ସ୍ତ୍ରୀ କୁ ଗାଡ଼ି ରେ ବସି କହୁଛନ୍ତି ଦେଖ, କୈାଶଲ୍ୟା ଗତଥର ଭଳି କିଛି ଅସୁବିଧା ହେବନି ତ? ମା ମନ ଯେତେ ଯାହା ହେଉ ପୁଅ କୁ ଦେଖିଲେ ମନ ରେ ଯେତେ ଦୁଃଖ ଥାଉ ଭୁଲିଯାଏ। ତ ମା ତୁରନ୍ତ କହିଲେ, ଛାଡ଼ ମ, ସେତେବେଳେ ଆମ ବୋହୁ ଛୋଟ ଥିଲା। ଏବେ ସେମିତି ବ୍ୟବହାର ଜମାରୁ କରିବନି। ହଉ ବୋହୁ ଯେମିତି ହେଉ, ପୁଅ କୁ ତ ବସିକି କିଛି ଦିନ ମନ ଭରି ଦେଖିବା । କଥା ହେଉ ହେଉ ହଠାତ୍ ଗାଡ଼ି ଆସି ପହଞ୍ଚିଗଲା ବରମୁଣ୍ଡା ବସଷ୍ଟାଣ୍ଡ ରେ। ପୁଅ ବୋହୁ ବହୁତ ଖୁସି ରେ ଚାହିଁ ରହିଥିଲେ ବାପା ମା ଙ୍କୁ ଘର କୁ ପାଛୋଟି ନେବାକୁ।

      ତାର ପରଦିନ ସୁମନ୍ ରୋଷେଇ ସାରି ରାଜେଶ୍ କୁ ଅଫିସ୍ ଯିବା ପାଇଁ ଟିଫିନ୍ ଦେଇ କହିଲେ, ତୁମେ ଚାଲ ମୁଁ ଟିକିଏ କାମ କରିସାରି ଅଟୋ ଧରି ବିଦ୍ୟାଳୟ ଚାଲିଯିବି। ସଂନ୍ଧ୍ୟା ଛଅ ଟା। ହଠାତ୍ ଫୋନ୍ ବାଜିଲା ବାପା ମା ଆସି ପହଞ୍ଚି ଗଲେଣି। ବହୁ ସମୟ ଜଗି ଜଗି ଶାଶୁ ଶ୍ୱଶୁର ଙ୍କ ପାଇଁ ବୋହୁ ଚାହିଁ ରହିଥିଲେ। ଆସି ପହଁଚିଲେ ରାଜେଶ୍ ଙ୍କ ବାପା ମା।  ବୋହୁ ଶାଶୁ ଓ ଶ୍ୱଶୁର ଙ୍କୁ ପ୍ରଣାମ କରି ଘର କୁ ପାଛୋଟି ନେଲେ। ସେମାନଙ୍କୁ ଘରେ ବସେଇ ଥଣ୍ଡା ସର୍ବତ୍ ପିଆଇଲେ। ପରେ ଦୁହେଁ ଗାଧୋଇ ସାରି ଆସିଲେ, ଏହି ସମୟରେ ପୁଅ ବି ଆସି ପହଁଚିଲେ। ସମସ୍ତେ ମିଶି ଖାଇ ପିଇ ଖୁସି ରେ କଥାବାର୍ତ୍ତା ହୋଇ ରାତି ରେ ଯିଏ ଯାହାର ରୁମ୍ ରେ ଶୋଇବାକୁ ଚାଲିଗଲେ। 

       ପୁଣି ସକାଳ ପାଞ୍ଚଟା ରେ ଶ୍ୱଶୁର ଙ୍କର ଉଠିବା ଶବ୍ଦ ଶୁଣି ବୋହୁ ଉଠି ଶ୍ୱଶୁର ଙ୍କର ଫୁଟା ପାଣି ଓ ମନ ପସନ୍ଦର ଜଳଖିଆ ତିଆରି କଲେ। ପୁଣି ଶାଶୁ ଙ୍କ ପାଇଁ ମନ୍ଦିର ଥାଳି ସଜାଇ ଦେଲେ। ରୋଷେଇ ବସେଇ ସାରି ରାଜେଶ୍ ଙ୍କ ସହ ବିଦ୍ୟାଳୟ ଯିବା ପାଇଁ ବାହାରିଗଲେ। ପୁଅ ବୋହୁ ବାହାରି ଯିବା ପରେ ଶାଶୁ ଶ୍ୱଶୁର ଦୁହେଁ ଯାହା ବୋହୁ ରୋଷେଇ କରିଥିଲେ ସେଥି ମଧ୍ୟରୁ କିଛି କିଛି ଖାଇ ଦେଲେ, ପୁଣି ବିଦ୍ୟାଳୟ ରୁ ଫେରିବା ସମୟ ହେଲା। ସୁମନ୍ ଘର କୁ ଆସି ପହଁଚିଲେ। ରାତ୍ରି ଭୋଜନ ପ୍ରସ୍ତୁତ କରି ଶାଶୁ ଶ୍ୱଶୁର ଙ୍କୁ ନେଇ ପାଖ ପାର୍କ କୁ ବୁଲି ଗଲେ। ପାର୍କ ରେ ଥିବା ବୈଜଷ୍ଠ୍ୟ ବ୍ୟକ୍ତି ଙ୍କ ସହ ଶାଶୁ ଶ୍ୱଶୁର ଙ୍କ ର ପରିଚୟ କରାଇଲେ। ଓ ଏହି ଭଳି ଶାଶୁ ଶ୍ୱଶୁର ପ୍ରତିଦିନ ସଂନ୍ଧ୍ୟା ରେ କିଛି କିଛି ସମୟ ପାଇଲେ ପାର୍କ କୁ ବୁଲିବାକୁ ଯାଉଥିଲେ। ଓ ସଂନ୍ଧ୍ୟା ଟି ବହୁତ ଖୁସି ରେ କଟି ଯାଉଥିଲା।

       ଦିନେ ପୁଅ ରାଜେଶ୍ ଅଫିସ୍ ରୁ ଫେରି ବାପା ମା ଙ୍କ ସହ ବସି ବହୁତ ସାରା କଥାବାର୍ତ୍ତା କରୁଥାନ୍ତି, ଖୁସି ରେ ସମସ୍ତ ଙ୍କ ସହ କଥାବାର୍ତ୍ତା ହୋଇ ବୋହୁ ସୁମନ୍ ସୁନ୍ଦର ଭାବରେ ଖାଦ୍ୟ ପରଷି ଦେଇ ପୁଣି ଶୋଇବା କୁ ଗଲେ। ହଠାତ୍ ଗୋଟିଏ ରବିବାର ଦିନ ରାଜେଶ୍ କୁ ସୁମନ୍ କହିଲେ ବାପା ମା ଙ୍କୁ ନେଇ ଆମେ ନନ୍ଦନକାନନ ବୁଲି ବାହାରିବା। ଆଶ୍ଚର୍ଯ୍ୟ ର ବିଷୟ ଯେ ନିଜେ ସୁମନ୍ ସବୁ ପ୍ଲାନ୍ କରି ଶାଶୁ ଶ୍ୱଶୁର ଙ୍କୁ ବୁଲାଇ ଆଣିଥିଲେ। ବହୁ ସୁନ୍ଦର ଭାବରେ ବୁଲାବୁଲି ପରେ ପୁରୀ ମନ୍ଦିର ଯାଇ ଦର୍ଶନ କଲେ। 

        ଘର କୁ ଫେରି ବସିଛନ୍ତି, ହଠାତ୍ ବଡ଼ ପୁଅ ରାମ ଲାଲ୍ ର ଫୋନ୍ ଆସିଲା। ଫସଲ ପାଚିଲାଣି, ତମେ ଆସିଲେ ଜମି ର କାର୍ଯ୍ୟ ଆରମ୍ଭ ହେବ ବାପା । ସଙ୍ଗେ ସଙ୍ଗେ ପୁଅ ରାଜେଶ୍ ଓ ବୋହୁ ସୁମନ କୁ କହି ବ୍ୟାଗ୍ ସଜାଡ଼ିବା ରାତି ରେ ହିଁ ଆରମ୍ଭ କରିଦେଲେ ,ବାପା ଦଶରଥ ଲାଲ୍ ଓ ମାଁ କୈାଶଲ୍ୟା ଦେବୀ । ହଠାତ୍ ବୋହୂ ଆସି ଶାଶୁ ଶ୍ୱଶୁରଙ୍କ ପାଖରେ ଛିଡ଼ା ହୋଇ କାନ୍ଦିବାରେ ଲାଗିଲେ। କହିଲେ ବାପା, ମା କ'ଣ ଏହି ପନ୍ଦର ଦିନ ଭିତରେ ଆପଣ ମାନଙ୍କୁ ମୁଁ କ'ଣ କିଛି ହଇରାଣ କରିଛି ? କିଛି କଥା ରେ ଅସୁବିଧା କରିଛି ? କାହିଁକି ଆପଣ ମାନେ ଏତେ ଶୀଘ୍ର ଚାଲି ଯାଉଛନ୍ତି ? 

       ଶ୍ୱଶୁର କହିଲେ ନାହିଁ ରେ ମା, ସତ କହିବାକୁ ଗଲେ ମା, ତୁ ଆମର ଏତେ ଯତ୍ନ,ସେବା କରିଛୁ ଆଉ ଯିବାକୁ ମନ ହେଉନି। ହେଲେ ମା, ତୁ ଗୋଟିଏ କଥା କହିଲୁ, ତୋ ଭିତରେ ଏତେ ପରିବର୍ତ୍ତନ କିପରି ? ସୁମନ୍ କହିଲେ ବାପା, ମୁଁ ଗତ ବର୍ଷ ଛୁଟି ରେ ଯେତେବେଳେ ମୋ ବାପା ମା ଙ୍କ ଘର କୁ ଯାଇଥିଲି, ମୋ ଭାଇ ର ନୁଆ ନୁଆ ବାହାଘର ହୋଇଥିଲା। ମୋ ବାପା ମା ଗୋଟିଏ ଗୋଟିଏ ଜିନିଷ ପାଇଁ କଷ୍ଟ ପାଉଥିଲେ। ଆଉ ମୋ ଭାଉଜ ଙ୍କ ପାଖରୁ ବହୁତ ଗାଳି ଗୁଲଜ ଶୁଣୁଥିଲେ ଓ ଭାଉଜ ଙ୍କ ବ୍ୟବହାର ବି ବାପା ମା ଙ୍କ ପ୍ରତି ଭଲ ନଥିଲା। 

        ମୋ ଭାଇ ଏହା ସବୁ ଦେଖୁଥିଲେ, ଶୁଣୁଥିଲେ, ଜାଣୁଥିଲେ କିନ୍ତୁ କିଛି କହି ପାରୁନଥିଲେ। ମୁଁ ସେମାନଙ୍କ ସହିତ ହଉଥିବା ବ୍ୟବହାର ପାଇଁ ବହୁତ ଦୁଃଖିତ ଥିଲି। ମୋର ସେତିକି ବେଳେ ଆପଣ ମାନଙ୍କୁ ମୁଁ କରୁଥିବା ଖରାପ ବ୍ୟବହାର ସବୁ ମନେ ପଡ଼ୁଥିଲା। ନିଜକୁ ବହୁତ ଦୁଃଖ ଲାଗିଲା, ସତରେ ମୁଁ ଆପଣ ମାନଙ୍କ ଉପରେ କେତେ ଖରାପ ବ୍ୟବହାର ଦେଖାଇଛି । ପ୍ରକୃତ ରେ କିଏ ଜଣେ ଠିକ୍ କହିଛନ୍ତି," ଯେମିତି ବୁଣିବ, ସେମିତି କାଟିବ।" ହଁ, ମୁଁ ମୋର ବ୍ୟବହାର ପାଇଁ ନିଜକୁ ବହୁତ ଖରାପ ମନେ କରିଲି। ବାପା ମା ଙ୍କ ର ଭାଗ୍ୟ କୁ ତ ମୁଁ ବଦଳାଇ ପାରିବିନି ନା, ନିଜକୁ ବଦଳାଇ ମୁଁ ମୋ ବାପା ମା ଙ୍କୁ କିଛି ଖୁସି ଦେଇପାରିବି । ମୁଁ ଯେମିତି ବଦଳିଛି , ଦିନେ ନା ଦିନେ ଭାଉଜ ବଦଳିଵେ ମୋ ବାପା ମା ଖୁସି ହେବେ। ବୋହୁ ସୁମନ୍ ର ଏହି କଥା ଶୁଣି ଶ୍ୱଶୁର ଙ୍କ ଆଖିରୁ ଲୁହ ବାହାରିଗଲା। ବୋହୁ କୁ ମୁଣ୍ଡରେ ହାତ ଦେଇ କହିଲେ , ହଁ ମା ନିଶ୍ଚୟ ମୋ ବାପା ମା ଖୁସି ରେ ରହିବେ। ଧୋକା ସମସ୍ତ ଙ୍କୁ ହୋଇଥାଏ, ହେଲେ ବହୁତ କମ୍ ଲୋକ ତାକୁ ସମ୍ଭାଳି ପାରନ୍ତି। ବୋହୁ ର ଆଖିର ଲୁହ ଧାର ଧାର ହୋଇ ଗଡ଼ି ଯାଉଥାଏ। ଯାହାକି ତା'ର ପୂର୍ବରୁ କରିଥିବା ଭୁଲ୍ ର ପ୍ରାୟଶ୍ଚିତ ଭଳି ଅନୁଭବ ହେଉଥାଏ।

    

             


Rate this content
Log in