Satyabati Swain

Inspirational

4.0  

Satyabati Swain

Inspirational

ବେଷ୍ଟ୍ ବାବା

ବେଷ୍ଟ୍ ବାବା

5 mins
234


ଛାତିକୁ ଚିରିବା ପାଇଁ କୌଣସି ଛୁରୀର ଆବଶ୍ୟକତା ନ ଥାଏ।କେଇ ପଦ କଥାରେ ଚିରି ହୋଇ ସେଥିରୁ ରକତ ସର ସର ବହି ପଡେ।ରକ୍ତରେ ଓଦା ହୋଇଯାଏ ସାରା ଶରୀର ଓ ଜୀବନ।ଚିରା ଦାଗ ପୋଡେ ହାଉ ହାଉ। ସମୟ କ୍ରମେ ଶୁଖିଯାଏ ସତ କିନ୍ତୁ ଛାତିରୁ ଦାଗ ଲିଭେନି।


ମୋ ପିଲାଦିନର ଏକ ଘଟଣା ମୋତେ ଡିପ୍ରେସନ ପୃଥିବୀର ବାସିନ୍ଦା କରିବାକୁ ଜାଲ ବିଛେଇ ଥିଲା।ସେ କଥା ଏବେ ବି ମୋର ମନେ ଅଛି।


ସେଦିନ ରବିବାର ହୋଇଥାଏ।ବାବା ଆସିଥାନ୍ତି।ମାମା ଅନେକ ଆଇଟମ୍ ରୋଷେଇ କରୁ କରୁ ପଡିଯାଇ ବେହୋସ୍ ହୋଇଗଲେ। ଡକ୍ଟର

ଅଙ୍କଲ ଆସି ମାମାକୁ ଚେକ୍ ଅପ୍ କରି କହିଲେ କି ମାମା ମା ହେବାକୁ ଯାଉଛି ଓ ମୁଁ ଭାଇ।ମୋତେ ଏବେ ନଅ ବର୍ଷ ଚାଲୁଛି ।ଏତେ ବର୍ଷ ପରେ ପୁଣି ଗୋଟିଏ କୁନି ପିଲା ହେବ । ଏଣୁ ସମସ୍ତେ ବହୁତ ଖୁସି।


 ବେଶୀ ଖୁସି ମୁଁ। ଚକା ଭଉଁରୀ ଖେଳି ଖେଳି କହିଲି ଏ ହେ ମୁଁ ଭାଇ ହେବି। ଆମ ଘରକୁ ଗୋଟେ କୁନି ପିଲା ଆସିବ। ଭାରି ମଜା ହେବ।ମୁଁ ତା ସହ ଖେଳିବି,ସ୍କୁଲ ନେବି।ଲିପ୍ସା ,ଗୁଗୁ, ମଟା ଶୁଣ ମୁଁ ଭାଇ ହେବି ଭାଇ।


ଆମ ଘର ସାମନା  ଚିନୁ ଆଣ୍ଟି ମୁହଁ ମୋଡି ମୋତେ ସେଦିନ  ଏକ ଲୁକାୟିତ ସତ୍ୟ ସହ ପରିଚିତ କରେଇଲେ।ଯେଉଁ ସତ୍ୟ ମୋ ଠାରୁ ମୋ ଶୈଶବର କଅଁଳ ସକାଳ ଛଡେଇ ନେଇ ମେଘୁଆ ଓ ଝଡ଼ ବତାସିଆ ପାଗଟିଏ ଉପହାର ଦେଲା।


ସେଇ ସତ୍ୟଟି ମୋତେ ମୋ ପରିବାରଠାରୁ ହଠାତ୍ ଅଲଗା କରି ନେଲା।ଖୁସି ବାସିଆ ପିଲାଟା ଅଚାନକ୍ ଚୁପ୍ ଚାପ୍ ହେବାଟା ମୋ ବାବା ଓ ମାମାଙ୍କୁ ଦ୍ଵନ୍ଦରେ ପକାଇଲା। ଜେଜେ ପ୍ରମାଦ ଗଣିଲେ। ସେମାନଙ୍କ ମନରେ ଭୟ।ଆଜିକାଲିକା ପିଲା।ମନ ମିଜାଜ୍ ଜାଣିବା ମୁସ୍କିଲ।ବୁଟୁ ଡିପ୍ରେସନ୍ ଆଡକୁ ଚାଲି ଯାଉନି ତ !!


ଦଉଡ଼ିଲେ ଡାକ୍ତର ଖାନା।ମୋତେ ଭିଟାମିନ୍ ଟାଵଲେଟ୍ କହି ଗିଳାଇଲେ ବାଧ୍ୟ କରି ଅନେକ ବଡ଼ ବଡ଼ ଟାଵଲେଟ୍ ଓ ବଟଲ୍ ବଟଲ୍ ଲିକୁଡି ଟନିକ୍। 


ମୋର କଣ ହୋଇଛି ଯେ ଏତେ ଟାଵଲେଟ୍ ଖାଇବି ମାମା?


ତୋ ଦେହରେ ଲାଗୁନି,ଦିନକୁ ଦିନ ତୁ ସରୁ ହୋଇ ଯାଉଛୁ, କଙ୍କାଳ ଦିଶୁଛି ତୋ ଦେହ।ମେଡିସିନ୍ ଖାଇଲେ ତୋ ସ୍ୱାସ୍ଥ୍ୟ ରେ ଉନ୍ନତି ଆସିବ ଥିଲା ମାମାର ଉତ୍ତର।


ମୁଁ କିନ୍ତୁ ଜାଣିଥିଲି ଅବସାଦ ଗ୍ରସ୍ତ ମନକୁ ମୋର ସୁସ୍ଥ କରିବା ପାଇଁ ଏତେ ସ୍ଵବୁ ଚେଷ୍ଟା।ଯେତେ ଚେଷ୍ଟା କଲେ ମୋ ଛାତିରୁ କ'ଣ ସେ ଦାଗ ଲିଭୁଥିଲା ! ଦିନୁ ଦିନୁ ବରଂ ମୁଁ ଗୋଟେ ନିଃସଙ୍ଗ ପୃଥିବୀ ମୋ ଚାରିପାଖେ ତିଆରି କରି ଚାଲୁଥିଲି।


ବାବା ମାମା ବ୍ୟସ୍ତ ବିବ୍ରତ। କ'ଣ ହୋଇଛି ମୋର !ଏତେ ଗମ୍ଭୀର,ଉଦାସ କାହିଁକି।ଛୁଆଟା।ଏ ବୟସ ରେ ଖେଳ କୁଦ ,ଡିଆଁ ଡେଇଁ, ସାଙ୍ଗ ସାଥୀ, ଖାଦ୍ୟ ଲୋଭ ରହିବା ସ୍ୱାଭାବିକ।କିନ୍ତୁ ବିଟୁ ସ୍କୁଲ ଯାଉଛି ଓ ଆସୁଛି ଘର ଅନ୍ଧାର କରି ମୁହଁ ମାଡି ଶୋଉଛି

।ନା କଥା ନା ଅଳି ଅଝଟ କିଛି ନାହିଁ ! ସ୍କୁଲରୁ ଫେରି ସାଙ୍ଗ ମାନଙ୍କ ସହ ବହେ କ୍ରିକେଟ ନ ବାଡେଇଲେ ଯାହାର ଦିନଟି ବେକାର ଗଲା ଭାବୁଥିଲା ସେ ଏବେ ଖେଳ ପଡିଆ ଆଡକୁ ଆଡ଼ ଆଖିରେ ଚାହୁଁନି !!


ହଠାତ୍ କ'ଣ ହେଲା ବୁଟୁର ! କେହି କିଛି ଟେର ପାଇଁ ପାରିଲେ ନାହିଁ ମୋର କ'ଣ ହୋଇଛି।

ପିଲାଦିନୁ ଭାରି ଭାଵ ପ୍ରବଣ ସ୍ୱଭାବର ପିଲା ମୁଁ।ହାକ୍ କରି ବଡ଼ ପାଟିରେ କହିଦେଲେ ଖୁବ୍ ଡରିଯାଏ।ମାମା କାନି ଭିତରେ ମୁହଁ ଲୁଚାଏ।ସାଙ୍ଗ ମାନେ କୁହନ୍ତି ମାଇଛିଆ ଟା ଟିକେ ଟିକେ କଥାରେ କାନ୍ଦୁଛି।


ମାମା ସଭିଙ୍କୁ ବିରକ୍ତ ହୁଏ।କାହିଁକି ମୋ ପୁଅକୁ ଏମିତି କହୁଛ ବୋଲି ରାଗେ। ମୋତେ କୋଳେଇ କାଖେଇ ନେଇ ବୁଝାଏ। ସେଗୁଡା ଭଲ ପିଲା ନୁହନ୍ତି । ମୋ ବିଟୁ ତ ସୁନା ମୁଣ୍ଡା। ସବୁବେଳେ ସବୁ କଥାରେ  ମାମା ସମର୍ଥନ ମୋତେ ବେଜାଏ ବଳ ଓ ସାହସ ଦିଅନ୍ତି।


ମାମା ଏବେ ଖାଲି ବାନ୍ତି କରୁଛି। ବେହାଲ ହୋଇ ପଡୁଛି।ବିଟୁ ବିଟୁ ଡାକୁଛି।ମୁଁ କିନ୍ତୁ ସେଇ ମାମା ପାଖ  ମୁଁ ମାଡୁନି।ତା ପାଖେ ଶୋଇବାକୁ ଇଚ୍ଛା ହେଉନି।ମୁଁ ଏକୁଟିଆ ରହିବାକୁ ପସନ୍ଦ କରୁଛି।


ଆଉ ବାବା ! ସେ ତ ମୋ ବେଷ୍ଟ୍ ଫ୍ରେଣ୍ଡ୍।ଭାବେ ବାବା ସବୁଠାରୁ ଭଲ ମଣିଷ।ମୋ ଆଖିରେ ସେ ହିରୋ। ମୋ ବାବା କେବେ ମିଛ କୁହନ୍ତି ନାହିଁ ବୋଲି ମୋର ଭାରି ଅହଂକାର।ଠିକ୍ ସମୟରେ ଠିକ୍ କାମ କରିବା ସମାନୁବର୍ତ୍ତୀ ହେବା ମୁଁ ତ ତାଙ୍କ ଠାରୁ ଶିଖିଛି।ପ୍ରତି ଶନିବାର ସେ ଘରକୁ ଆସନ୍ତି।ସେ  ଆସି ଆଗ ମୋ ସହ ଟିକେ କୁସ୍ତି କସରତ ନ କଲେ ତାଙ୍କ ମନ ଶାନ୍ତି ହୁଏ ନାହିଁ।ମୁଁ ଅନେଇଁ ଥାଏ ବାବାଙ୍କ ଆସିବାକୁ।ତାଙ୍କ ପାଟି ଶୁଣିଲା ମାନେ ବାବା ବାବା କହି ଦଉଡ଼ି ଯାଏ।ସାରା ରବିବାର ଟି ବାବା କେବଳ ମୋର।ବୁଲେଇ ନିଅନ୍ତି,ସାଇକେଲ ଶିଖାନ୍ତି। ବଗିଚାରୁ ଘାସ ବାଛୁ । ବାବାଙ୍କ ପେଟ ଓ ଛାତି ମୋ ଉଷୁମ ଗଦି ହୁଏ ଶୋଇଲା ବେଳେ।


ଏବେ ସେଇ ବାବାଙ୍କୁ ମୁଁ ଆଉ ଅପେକ୍ଷା ରଖୁନି।ତାଙ୍କ ପାଟି ଶୁଣିଲେ ବି ଦଉଡ଼ି ଯାଉନି।ବାବା ମାମାର ଅବସ୍ଥା ଓ ମୋର ଅଦ୍ଭୁତ ପରିବର୍ତ୍ତନ ଦେଖି ଚିନ୍ତାରେ ବିବଶ ଲାଗୁଛନ୍ତି।ମୋ ପିୟୁସି ଏବେ ମାମା ତଥା ଘର କଥା ବୁଝିବାକୁ ଆସି ଅଛନ୍ତି।


ଜେଜେଙ୍କ ପାଖରୁ ମଣ୍ଡା ଖିଆ ଅସୁର କି ପୁନଃ ମୂଷିକ ଭବ ଗପ ଶୁଣିବାକୁ ଅଳି କରୁନି।ସତ କହିବାକୁ ଗଲେ ମୋତେ କେହି ଭଲ ଲାଗୁ ନାହାନ୍ତି।ଇଚ୍ଛା ହେଉଛି ଘର ଛାଡ଼ି କେଉଁ ଆଡେ ପଳେଇ ବାକୁ।

ସ୍କୁଲରୁ ବି ରିପୋର୍ଟ ଆସିଛି ପରୀକ୍ଷାରେ ଗାର ନ ମାରି ଖାତା ଦେଇଛି ବୋଲି।କ୍ଳାସରେ ଅନ୍ୟ ମନସ୍କ ରହୁଛି।ଟିଫିନ୍ ବାକ୍ସ ଖୋଲା ବି ହେଉନି।ପାଣି ବଟଲ ସେମିତି ଫୁଲ୍ ରହୁଛି।


ରାଜା କୁମର ପରି ଚେହେରା ମୋର ମଉଳନ ପଡିଲାଣି ବୋଲି ମାମା କହୁଛନ୍ତି।

ଏଣିକି ବାବା ମାମା ମୋତେ ପ୍ରତି ରବିବାର ନୂଆ ନୂଆ ସ୍ଥାନ ବୁଲେଇ ନେଉଛନ୍ତି।ମୋର ପ୍ରିୟ ଗପ ବହି,ବ୍ୟାଟ ବଲ୍,ଡ୍ରେସ୍ ଆଣୁଛନ୍ତି।ପ୍ରାୟତଃ ମୋ ପ୍ରିୟ ଖାଦ୍ୟ ପିୟୁସି କରୁଛନ୍ତି। ସ୍ୱଭାବିକ ଅବସ୍ଥା କୁ ଆଣିବାକୁ ସେମାନେ ଜୋର ସୋର ଲାଗି ପଡିଛନ୍ତି।


ଦିନେ ପାର୍କ ବୁଲେଇ ନେଇଥାନ୍ତି ମୋତେ ବାବା ଓ ମାମା।ପାର୍କର କିଛି ଦୂରରେ ମୋରି ବୟସର ଖାଲି ଦେହରେ ଛିଡା ହୋଇଥାଏ ଛୁଆଟିଏ । ଅସନା ମଇଲା ଢିଲା ଫ୍ୟାଣ୍ଟକୁ ବାଁ ହାତରେ ଟେକି ଡାହାଣ ହାତ ପତାଇ ମାଗୁଥାଏ ବାବୁ କିଛି ଦିଅ।

ମୁଁ ତାକୁ ଦେଖି ଚିତ୍କାର ଛାଡ଼ିଲି ନା ମୁଁ ଭିକ ମାଗିବି ନାହିଁ। ମୁଁ ଅନାଥ ନୁହେଁ।

ବାବା  କାବା।  ମୋତେ ନେଇ ସିମେଣ୍ଟ ବେଞ୍ଚ ଉପରେ ବସେଇଲେ।ପାଣି ପିଆଇଲେ।ମାମାବାବା ଦୁହେଁ ମଝିରେ ମୋତେ ତାଙ୍କ କୋଳକୁ ଆଉଜାଇ ନେଇ ଗେଲ କରି ଏକା ସଂଗେ ପଚାରିଲେ, ଏମିତି କାହିଁକି କହିଲୁ ଧନ ?ତୁ ଭିକ କାହିଁକି ମାଗିବୁ।

ଆମର କଣ ଅଭାବ ଅଛି ? ଆମ ରାଜା ଭିକ କାଇଁ ମାଗିବ?

ମୁଁ ସେମାନଙ୍କ ହାତ ଛିଞ୍ଚାଡି କହିଲି, ମୁଁ ତୁମ ପୁଅ ନୁହେଁ।ତୁମେ ମୋତେ କେଉଁ ଅନାଥ ଆଶ୍ରମରୁ ଆଣି ପାଳୁଛ।ତୁମର ମୁଁ ପୋଷ୍ୟ ପୁଅ।ଏବେ ତ ତୁମର ନିଜ ପିଲା ହେବ।ତୁମେ ମୋତେ ଯେଉଁଠୁ ଆଣିଥିଲ ପୁଣି ସେଇଠି ଛାଡି ଦେବ। ମୁଁ ଏଇ ପିଲା ପରି ଶେଷରେ ଭିକ ମାଗିବି କହି କଇଁ କଇଁ ହୋଇ କାନ୍ଦିଲି।

ବାବା ଆକୁଳ ସ୍ୱରରେ କହିଲେ, ଏକଥା ତୋତେ କିଏ କହିଲା ରାଜା !


ଚିନୁ ଆଣ୍ଟି।ମୋର ଭାଇ ଭଉଣୀ ହେବ କହି ଖୁସି ହୋଇ ଗୀତ ଗାଇ ଖେଳୁଥିଲି।ସେ ମୁହଁ ମୋଡି କହିଲେ, ଖୁସି ହେଉଥା ରେ ବିଟୁ। ତୋ ମାମାର ପିଲା ପିଲି ହେଉ ନଥିଲେ ବୋଲି ତୋତେ ପୋଷ୍ୟ ପୁଅ କରି କେଉଁ ଅନାଥ ଆଶ୍ରମରୁ ଆଣିଥିଲେ।

ଏବେ ତ ତାଙ୍କର ନିଜ ଛୁଆ ହେବ।ହେଉଥା ଯେତେ ଖୁସି।ଶେଷକୁ ଭିକ ମାଗିବୁରେ ବିଟୁ"।କିଛି କ୍ଷଣ  ବାବା ଚୁପ୍ ହୋଇ ଗଲେ। ପରେ ବାବା ଓ ମାମା ପରସ୍ପର ମୁହଁ ଚାହାଁଚୁହିଁ ହୋଇ ମୋତେ ଜାବୁଡି ଧରି କାନ୍ଦି ଉଠିଲେ।


ବାବା କହିଲେ ତୁ ଆମ ବଡ଼ ପୁଅ।ଆମ ଜୀବନ ।ଆମ ଖୁସି। ହଁ ଏ ସତ କଥା ଆମେ ତୋତେ ମାତ୍ର ଦୁଇ ମାସର ହୋଇଥିଲୁ ଗୋଟିଏ ଅନାଥ ଆଶ୍ରମରୁ ଆଣିଥିଲୁ।ଧନରେ ଜନ୍ମ କରିଦେଲେ କ'ଣ କେହି ମାମା ବାବା ହୋଇ ଯାଆନ୍ତି! ତୁ ଶ୍ରୀକୃଷ୍ଣ ଗପ ଜେଜେଙ୍କ ଠାରୁ ଶୁଣିଛୁ ନା।କୃଷ୍ଣଙ୍କ ଯଶୋଦା ଯେପରି ତୁ ଆମ ପାଇଁ ସେପରି ଧନ।


ଏଇ କଥାକୁ ତୁ ମନ ଭିତରେ ରଖି ଏତେ କଷ୍ଟ ପାଉଛୁ? ବାପରେ !ତୁ ଆମ ହୃଦୟରେ ଅଛୁ।ତୁ ଆମ ଜୀବନ।ତୋତେ ଛାଡ଼ି ଆମେ ବଞ୍ଚି ପାରିବୁ ! ଚିନୁ ଆଣ୍ଟି କାହାର ସୁଖ ଦେଖି ପାରେ ନାହିଁ।ଆମ ସୁଖ ତା ଦେହରେ ଗଲାଣି ବୋଲି ମୋ ସାତ ସାନ ଛୁଆଟା ମନରେ ଏମିତି କଦର୍ଥ କଥା ଭରିଲା !


ତାପରଠୁ ବାବା ସେ ଘର ଛାଡି ଦେଲେ।ମୋର ଗୋଟେ କୁନି ଭଉଣୀ ହେଲା। ଏବେ ମୁଁ ବଡ଼ ହୋଇ ସୈନିକଟିଏ ହେଲେଣି।ପିଲାଦିନେ ଚୁନି ଆଣ୍ଟି କହିଥିବା କଥା କେବେ ସତ ହେଲାନି।ମୁଁ ପୋଷ୍ୟ ପୁଅ ନୁହେଁ,ଜନ୍ମିତ ପୁଅ। ମୋ ବାବା  ଦୁନିଆଁ ର ବେଷ୍ଟ୍  ବାବା।



Rate this content
Log in