ବଡ଼ଅପା
ବଡ଼ଅପା
ଠେଲା ଗାଡି ଗଡେଇ ସାହିରୁ ସାହି ବୁଲିଲା ବେଳେ ଝିଅ, ବୋହୁ, ମାଆ, ମାଉସୀଏ ଡାକ ଛାଡୁଥାଆନ୍ତି ଏ ଠେଲା ଵାଲା, ଏ ଠେଲା ଵାଲା. କିଏ ପଚାରେ ନେଳି ଟିକିଲି ଅଛି ତ କିଏ ପଚାରେ ହଳଦିଆ ନେଲପଲିସ ଅଛି? କିଏ ମାଗେ ଧଳା ରିବନ ଅଗଷ୍ଟ ପନ୍ଦର ପାଇଁ ତ କିଏ ମାଗେ ଚୁମୁକି ଭିଭିର୍ନ୍ନ କଲର ଓ ଡିଜାଇନର ଦେଲ.ଗର୍ବରେ ଛାତି ଫୁଲେଇ ଠେଲା ଗାଡି ବାଲା ମୋହନ କହେ ସବୁ ଅଛି. ଦଉଛି ଦଉଛି. ଟିକେ ସମ୍ଭାଳ ପଡ଼. ସେପଟ କଣ ମୁଣ୍ଡରେ ଥିବା ଘରୁ ସ୍ତ୍ରୀ ଲୋକ ଡାକୁଥାଏ ଏ ଠେଲା ଗାଡି ଵାଲା ତ ସେମୁଣ୍ଡ ନାଲି ରଙ୍ଗ ଘରୁ ଟିକି ଝିଅ ଡାକୁଥାଏ ଏ ଠେଲା ବାଲା ଏଣିକି ଆସ. ଯାଉଛି ଯାଉଛି କହି ହସିଦେଇ ଯାଉଥିବା ମୋହନ କହେ ମୋ ଗାଡିରେ କଣ ନାହିଁ କହି ଇଂରାଜି ପଦେ ଝାଡ଼ିଦିଏ ହ୍ବାଟ ନଟ ଗାଡି ମୋର କହି କଣେଇ କଣେଇ ଚାହେଁ ମୋହନ.ଆଜି ସେହି ମୋହନର ମନ ଓ ହୃଦୟ ଦେଖି ପଢି ହେଉନଥିଲେ ବି ଉପରକୁ ମୁଁହଁ ଶୁଖିଯାଇଛି. କିଏ କିଛି ପଚାରିଲେ ଶୁଖିଲା ହସ ହସି ଦେଉଥିବା ମୋହନ କିନ୍ତୁ ଭିତରେ ଭିତରେ କୁହୁଳୁଛି. ସ୍ତ୍ରୀର ଏକାଜିଦ ଭଲ ଶାଢ଼ୀ ଚୁଡ଼ି ପିନ୍ଧି ଭଲ ରାକ୍ଷୀ ସହ ମିଠା ନେଇ ବାପାଘର ଯାଇ ଭାଇ ହାତରେ ରାକ୍ଷୀ ବାନ୍ଧିବ. କୋଉ ଶାଢ଼ୀ ମନକୁ ଆସୁନି, ତା ଠେଲା ଗାଡିରେ ଓହଳିଥିବା ଏତେ ରାକ୍ଷୀ ଲୋକେ ନେଇଯାଉଥିବା ବେଳେ ତାର ପସନ୍ଦ ହେଉନି. ପୁଣି ଏ ମିଠା ହେବନି ସେ ମିଠା ହେବନି,ଷ୍ଟିମ କେକ ଦରକାର. ଏସବୁ ଶୁଣି ମୁଣ୍ଡ ଟିଣ ଟିଣ ହେବା ବେଳକୁ ନୂଆ ନୂଆ କଲେଜ ଯାଉଥିବା ଝିଅ କହୁଛି ସବୁଠୁ ଦାମୀ ରାକ୍ଷୀ କିଣିବ ବାପା ମୋ ପାଇଁ. ପୁଣି ଗୋଟେ ନୁହେଁ ଦୁଇ ଚାରିଟା.ତୋର ନିଜର ତ ଭାଇ ନାହିଁ କାହାକୁ କାହିଁ ଧରମ ଭାଇ କରୁ କରୁ ପେରେମ କରିବୁ!ପୁଣି ସେଇଠୁ ନିଆଁ ଲଗେଇ ପୋଡି ହେବୁ କହିଲେ ଝିଅ ଧାନସିଝା ହାଣ୍ଡି ପରି ମୁଁହଁ କରିଛି. ମାଆ ମଧ୍ୟ ଝିଅ ପଟିଆ ହୋଇ ତାକୁ କଞ୍ଜୁସ କହିବାକୁ ପଛାଉ ନାହିଁ. ନାହିଁ ନାହିଁ ବୋଲି କାଲି ଯଦି ଝିଅ ମୁଁହଁରେ କଳା ବୋଳେ କୋଉ କୁଳର ହେବ ମୋହନ!ଏକମାତ୍ର ଝିଅ ଯିବ ପୁଣି ଝିଅକୁ ମାରିଦେଇ ଥାଇପାରେ ବୋଲି ଅପବାଦ ନାଗରା ବାଜୁଥିବ ବାପା ମୋହନ ନାମରେ.
ଏମିତି ସବୁ ଭାବନା ଓ ଦୁର୍ଭାବନା ଭିତରେ ଚଳଚଞ୍ଚଳ ହାତ ମୋହନର ଶିଥିଳ ହୋଇଆସୁଥିଲା ବେଳେ ନେତି ନାନୀ, କୁରେଇ ବୋଉ, ସୁବାସିନୀ ମାଉସୀ, ଟିକି ଅପା ଇତ୍ୟାଦିଙ୍କ ହାତ ସବୁ ନଇଁ ଆସିଥିଲା ତା ହାତ ପାଖକୁ. ସମସ୍ତେ ତା ହାତରେ ରାକ୍ଷୀ ବାନ୍ଧି କହୁଥିଲେ ହାପି ରାକ୍ଷୀ ମୋହନ ଭାଇ. ସତରେ ହୃଦୟ ଭିତରେ ଦିଲ ତାର ଗାର୍ଡେନ ଗାର୍ଡେନ ହୋଇଗଲା. ଭଉଣୀଟିଏ ନଥିବାର ଦୁଃଖ ତାର ଆଜି ଏତେ ଭଉଣୀ ପୁରଣ କରିଥିବାରୁ କାହାକୁ ନେଲପଲିସ ତ କାହାକୁ ଟିକିଲି, କାହାକୁ ଚୁମୁକି ତ କାହାକୁ ରିବନ ଫିତା ଦେଉ ଦେଉ କିଏ ତା ପାଟିରେ ମିଠା ତ କିଏ ତା ପାଟିକୁ ବଢ଼େଇ ଦେଉଥିଲା ପିଠା. ଘରେ ପହଁଚିଲା ବେଳକୁ ବଡ଼ ଓ ସାନ ଶାଳକ ଦୁହେଁ ଢେର ସାରା ପିଠା ମିଠା ସହ ଭଉଣୀ ଓ ଭାଣିଜୀ ପାଇଁ ନେଇଆସିଥିଲା ଭଲ ଶାଢ଼ୀ, ଚୁଡ଼ି, ଡ୍ରେସ ଇତ୍ୟାଦି ସହ ଦାମୀ ରାକ୍ଷୀସବୁ.ସେଇଥିରୁ ଗୋଟେ ଦିଟା ରାକ୍ଷୀ ବାଛି ରଖି ଝିଅ ଯିବାକୁ ବାହାରୁଥିଲା ତ ମୋହନ ଝିଅକୁ ରୋକିବାରୁ ଝିଅ ବାପା ହାତରେ ଦଶରୁ ଉର୍ଦ୍ଧ ରାକ୍ଷୀ ଦେଖାଇ କହୁଥିଲା ତୁମର ଏତେ ଧରମ ଭଉଣୀ ବୋଲି ବୋଉ ତ କିଛି ଭାବିନି କି ମୁଁ ବି କିଛି ଭାବିନି. ମୁଁ ଝିଅ ବୋଲି ମତେ ସମ୍ପର୍କ ରଖିବାକୁ ଦିଆନଯିବା ପଛରେ କାରଣ କଣ ବାପା? ତୁମ ସଂସ୍କାର ଓ ମାଆର ଶିକ୍ଷା ମତେ ଅବାଟକୁ ନୁହେଁ ବରଂ ବାଟରେ ଥାଇ ସମ୍ପର୍କର ମାନେ ବୁଝିବାକୁ ଶିଖେଇଦେଇଛି. ହଉ ତୁମେ ଯଦି ନାହିଁ କରି ଆଶଙ୍କିତ ହେଉଛ ତେବେ ଥାଉ. ଦେଖିଲା ବେଳକୁ ନେତି ନାନୀ ପୁଅ ବାଇକ ଲାଗିଲା ଦୁଆରେ. ତା ପଛକୁ ପଛ ଟିକି ଅପା, ସୁବାସିନୀ ମାଉସୀଙ୍କ ପୁଅ ସବୁ ପହଁଞ୍ଚି କହୁଥିଲେ ଆମକୁ ରାକ୍ଷୀ ଆଉ କିଏ ବାନ୍ଧିବ ତୁ ନବାନ୍ଧିଲେ ଅନୁ! ତ ମୋହନ କହୁଥିଲେ ହଁ ହଁ ଅନୁ ଭଉଣୀ ନଥିବା ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ତୁ ମୋ ଝିଅ ଅନୁ ନୁଁହଁ ବରଂ ସୁଭଦ୍ରା ମାଆ.ସେଦିନ ପରଠୁ ସାହିରେ ଆଉ କେହି ଏ ଠେଲା ଗାଡି ଵାଲା ନଡାକି କିଏ ଡାକୁଥିଲା ଭାଇ ତ କିଏ ଡାକୁଥିଲା ମାମୁଁ. ଠେଲା ଗାଡି ଵାଲା ମୋହନ ଭାବୁଥିଲା ରାକ୍ଷୀର ବଡ଼ କରାମତି.ରାକ୍ଷୀ ପୂର୍ଣ୍ଣମୀ ପରେ ପରେ ଭାଗ୍ୟ ଉଦୟ ହେଲା ଯେମିତି ମୋହଙ୍କର. ଠେଲା ଗାଡିବାଲାରୁ ବନି ଗଲା ବିଜିନେସଵାଲା ମୋହନବାବୁ.ଖାଲି ସେତିକି ନୁହେଁ ପୁଅ କଢେଇ ଝିଅ ପରେ ପରେ ଦୁଇ ପୁଅ କୋଳ ମଣ୍ଡନ କରିଥିଲେ ଅନୁ ତଳକୁ ଦୁଇ ଭାଇ. ବାହାଘର ହେଲା ବେଳକୁ ଅନୁର ଦୁଇ ଭାଇ କଲେଜ ଗଲେଣି. କିଛି ଦିନ ପରେ ସଂସାର ବାନ୍ଧି ଘର ବସେଇଲେଣି. ବାପା ମାଆଙ୍କ ମୃତ୍ୟୁ ପୂର୍ବରୁ ତିନି ଭାଇ ଭଉଣୀ ଏକା ପରିବାର ପରି ଚଳିବ କହି ଆଖି ମୁଜଥିଲେ ଦୁହେଁ.
ବାହାଘର ବାହାଘର ବାହାଘର, ବିରାମ ନାହିଁ କାର୍ଡ ଆସିବା, କଲିଙ୍ଗ ବେଲ ବାଜିବା, କାହାକୁ ଚର୍ଚ୍ଚା କରିବା, କଥା ଦୁଇପଦ ହେବା ତ, ଗୁଆ ଆଣି ଆସିଥିବା ବନ୍ଧୁଙ୍କୁ ଉପଯୁକ୍ତ ସମ୍ମାନ ସହ ବାରିକି ବିଦାକି ଦେବା, ଯାହା ଯେମିତି ଯେମିତି, ହେଲେ ଏ ଯେଉଁ ଗୁଆ ବନ୍ଧୁ ବଡ଼ କାଠିକର ପାଠ ଉପସ୍ଥିତ ନରହିଲେ ହେବନି, ତ ପୁଅ ବୋହୁ ବାହାରେ, ଘରେ ଥିଲେ ବି କୋଉ ବନ୍ଧୁ ଦୁଆରକୁ ଆମେ ଦୁଇ ପ୍ରାଣୀ ନିହାତି ଯିବା , ବା ଠିଆ ହେବା ନିହାତି ଜରୁରୀ ସେଟା ବି ହୃଦୟଙ୍ଗମ କରିବା ଦରକାର, ତ କେମିତି ଯିବୁ ନଯିବୁ, ଆଉ ଗାଡି ଚଳେଇ ନେବା ସମ୍ଭବ ହେଉନି ଏଇଥିପାଇଁ କି ଏକରେ ଲାଇସେନ୍ସ ଅବଧି ପୂର୍ଣ୍ଣ ହୋଇ ଯାଇଛି, ଦୁଇରେ ହେଲମେଟ ପିନ୍ଧି ବାଇକ ନେବା ବା ବେଲ୍ଟ ବାନ୍ଧି ଚଷମା ପିନ୍ଧି ଗାଡି ଚଲେଇବା ଆଉ ସମ୍ଭଵ ହେଉନି, ଭଡା ଗାଡି ବି ରାଜି ନୁଁହ, ଛାଡ଼ିଦେବେ, ଆଣିଲା ବେଳକୁ ପୁଣି କଣ କରାଯିବ, ତ ଏମିତି ବିଭିର୍ଣ୍ଣ ଆନୁସଙ୍ଗିକ କଥା ଉପସ୍ଥାପନ କରୁ କରୁ ରାତିରେ ଅନୁଅପାଙ୍କୁ ଫୋନ କଲା ଦୁଇ ଭାଇ ଭିତରୁ ବଡଭାଇ, ଅପା ତୋର ଭାଇଙ୍କର ରେଡି ହୋଇଥିବ, ମୁଁ ଯାଇ ପହଂଚିବି ଏକାଠି ବାହାଘରକୁ ଯିବା, ତ ସମସ୍ୟା ର ସମାଧାନ ହୋଇଗଲା l
ବାହାଘର ଭିତରେ ଅନେକ ବନ୍ଧୁ ବାନ୍ଧବ, ଚିହ୍ନା ପରିଚୟ ଭିତରେ ମାଉସୀଙ୍କ ସହଦେଖା, ତାଙ୍କ ପୁଅ ଝିଅ ମାନଙ୍କ ଖବର ବୁଝା ଦୁଃଖ ସୁଖ ରେ ବାହାଘର ମଜ୍ଜା ତ ନିଆରା ଥିଲା, ହେଲେ ସେଠି ଆଉଜଣେ ବନ୍ଧୁଙ୍କ ଝିଅ ଭଉଣୀ ଲେଖା ହେବ ମାନିର ବାହାଘର ଏଇ ଭିତରେ ହେବାର ଶୁଣି ଜଣାପଡିଗଲା, ପୁଣି ଆସିବାକୁ ହେବ ହେଲେ କେମିତି, ଭାଇ ଭାଉଜ କହୁଥିଲେ, ପୁଣି ଆମସାଙ୍ଗେ ଚାଲିଆସିବେ.
ସତକୁ ସତ ନିମନ୍ତ୍ରଣ ତ ନିମନ୍ତ୍ରଣ ପୁଣି ଗୁଆ ନିମନ୍ତ୍ରଣ ଧରି ପହଂଚିଗଲେ ସେମାନେ, ଖାଲି ଅନୁଙ୍କ ଦୁଆରେ ନୁହେଁ, ଦୁଇଭାଇଙ୍କ ଦୁଆରେ. ବାହାଘର ପାଖେଇଗଲା ବେଳକୁ ସ୍ବାମୀଙ୍କ ଦେହ ଭୀଷଣ ଖରାପ, ତ ଯିବାନି, ଟଙ୍କା ବା ବେଭାର ପଠେଇଦେବା କହିବାରେ, ଅନୁ କହିଥିଲେ ତମେ ସିନା ଯାଇପାରିବ ନାହିଁ, ହେଲେ ମୋ ଯିବାରେ ତ କିଛି ଅସୁବିଧା ନାହିଁ.ମତେ ମୋ ଭାଇ ନେଇଯିବ, ତ ସ୍ୱାମୀ କହୁଥିଲେ ନାହିଁ ସବୁବେଳେ କାହିଁ ହଇରାଣ କରିବ ତାକୁ, ଏକରେ ତାର ବି ଗୋଡ଼ ଖରାପ ଅଛି ଦୁଇରେ ଆମ ଛୋଟ ସହରରେ ରାସ୍ତା ଚଉଡା ଚାଲିଛି ତ ଘରକୁ ଆସି ତୁମକୁ ନେବା ପୁଣି ଛାଡ଼ିବା କାଠିକର ପାଠ.ତ ସତକୁ ସତ, ଭାଇ ଫୋନ କଲା ସେ ଆସୁନି, ତ ମୁଁ ଯିବି କେମିତି ଚିନ୍ତାରେ ଥାଏ, ଅନୁତପ୍ତ ଥାଏ, ଯିଏ ଗୁଆ ଦେବାକୁ ଆସିଥିଲେ ତାଙ୍କ ହାତରେ ଦେଇଦେଇଥିଲେ ବେଭାର ବନ୍ଦାଣ ସୁନ୍ଦର ହେବନି ବୋଲି ନଦେଇ ଏଵେ ଦୁଶ୍ଚିନ୍ତାରେ କାଳ କାଟିବାକୁ ପଡୁଛି.
ସେଦିନ ରାତି ନଅଟାରେ ଫୋନ ଆସିଲା ସାନ ଭାଇ ପାଖରୁ, ଅପା ଶୋଇଲୁଣି?ଆଉ କାଲି ବାହାଘରକୁ ଯିବା ଟି?କେହି ତ ଯାଉନାହାନ୍ତି, ଆମେ ତୋର ମୋର ଯାଇ ଠିଆ ହୋଇଗଲେ ଭଲ ହୁଅନ୍ତା.ମଳୁ ଖୋଜୁଥିଲା କାକର ପାଣି ବଇଦ କହିଲା ଦେ ତୋରାଣି ନ୍ୟାୟରେ ଅନୁ ଖୁସିରେ ରାଜି ଥିଲେ ବି ସେମାନେ କିଏ ଆସୁଛନ୍ତି କେତେଜଣ କାରରେ!ପୁଣି ସ୍ୱାମୀ ଅସୁସ୍ଥ, ତ ସ୍ୱାମୀ କହିଲେ ନାଇଁ ମୋର କିଛି ଅସୁବିଧା ନାହିଁ ତୁମେ ଯାଅ ନହେଲେ ଦୁଇ ଆଡୁ ଅସୁନ୍ଦର.ଏକରେ ମାନୀ ଘର ଲୋକ ଓ ମାନୀ ନିଜେ ଖରାପ ଭାବିବ ଆଉ ଦୁଇରେ ନିଜ ଭାଇ ତ ନେବ ଆଣିକି ଛାଡିବ, ତୁମର ଅସୁବିଧା କଣ???, ତୁମେ ତ ଭାଗ୍ୟବତୀ ଦୁଇ ଭାଇ ପାଇଛ, କହି ରସିକତା କରୁଥିଲେ ସ୍ୱାମୀ.
ସାନଭାଇ ଭାଉଜ ପୁତୁରା ଆଉ ଅନୁ ପହଁଚିଲା ବେଳକୁ ଦିନ ବାହାଘରର ଆୟୋଜନ ସବୁ ଏଵେ ତ ମାତ୍ର ଏଗାରଟା ବାଜିଛି. ସେଠୁ ବାଲି ହରଚଣ୍ଡୀ ମାତ୍ର କିଛି କିଲୋ ମିଟର ହେଇଥିବାରୁ, ଚାଲିଲୁ ମାଆଙ୍କୁ ଦର୍ଶନ କରି, ବୁଲାବୁଲି କରି,ଫୋଟୋ ଉଠେଇ, ନାଆରେ ବସି ସେପଟକୁ ଯାଇ ସମୁଦ୍ର ଢେଉ ଗଣି ଫେରିଲା ବେଳକୁ ପ୍ରବଳ ଭୋକ, ତ ଦହିବରା ସ୍ୱାଦ ନେଇ ବାହାଘରଠି ପହଁଚିଲା ବେଳକୁ ବରଯାତ୍ରୀ ଓ ବର ଆସୁଛନ୍ତି, ସେମାନଙ୍କୁ ଦେଖି ତାଙ୍କ ସହ ଭୋଜିରେ ଚିକେନ ମଟନ ସହ ମାଛ ଓ ଚୁଙ୍ଗୁଡ଼ି ଘାଣ୍ଟର ମଜ୍ଜା ନେଇ ଫେରିଲୁ. ଚା ଆଉ ନିମିକି ସହିତ ଅପେକ୍ଷା କରିଥିଲେ ସ୍ୱାମୀ.ତ ଚା ଆଉ ନିମିକି ର ସ୍ୱାଦ ରେ ବି ଭୁଲିପାରିନଥିଲୁ ଭୋଜିର ମାଛ ଓ ଚୁଙ୍ଗୁଡ଼ି ମିଶା ବେସର ବା ଘାଣ୍ଟ ବାସ୍ନା.ତଥାପି ମହକି ଯାଉଥିଲା ତ ସବୁ ଶୁଣି ସ୍ୱାମୀ କହୁଥିଲେ ଭାଇ ତାଙ୍କ ଭଉଣୀକୁ ନେଲେ ଆମକୁ କିଏ ପଚାରେ!ତ ହସ ଲହରୀ ଭିତରେ ଅନୁଙ୍କ ଭାଇ ଫେରିଥିଲା ତ, ଦୁଇ ଭାଇଙ୍କି ପାଇ ଛାତି କୁଣ୍ଢେମୋଟ ଅନୁଙ୍କର, ଡାକୁଥିଲେ ରାମଚଣ୍ଡୀଙ୍କୁ ମାଆ ଲୋ ମାଆ ଦୁହିଁଙ୍କୁ ଅନେଶତ ଯାଏଁ ଆୟୁଷ ଆଶୀଷ ନିରୋଗୀ ରଖିଥା ମାଆ.
କି ଧନୀ କି ଗରିବ କି ଗୁଣୀ କି ମାନି, ସମସ୍ତଙ୍କ ପାଇଁ ସବୁଟି ସକାଳ ନୂଆ ଲାଗେ. ସେ ଜାନୁଆରୀ ମାସର ଏକ ତାରିଖ ହଉ ବା ଅଗଷ୍ଟ ମାସର ନଅ ତାରିଖ, ସେମିତି ଅନୁଙ୍କୁ ବି ଆଜି ଲାଗିଲା ସକାଳ ଟା ସୁନେଲି ସୁନେଲି ଆଉ ସେଇ ସୁନେଲି ସକାଳ ଆହୁରି ରୂପେଲି ଲାଗିଲା ଯେବେ ମନେ ପଡିଗଲା ଆଜି ରାକ୍ଷୀ ପୂର୍ଣ୍ଣମୀ.ବଳଭଦ୍ରଙ୍କ ଜନ୍ମଦିନ. ପ୍ରଭୁଙ୍କୁ ପ୍ରଣିପାତ କରୁ କରୁ ଆନମନା ହେଲା ମନ.ସ୍ମୃତିର ପୃଷ୍ଠା ଗୁଡିକ ଧୂଆଁ ଧୂଆଁ ଲାଗୁଥିଲା ମନ ହୃଦୟ ବହିରୁ ସିନା ହେଲେ ଥିଲା ଭାରି ଜୀବନ୍ତ ଜୀବନ୍ତ.
ଆମ ପିଲା ବେଳେ ରାଖୀ ପୂର୍ଣ୍ଣମୀ କୁ ଗମ୍ହା ପୂର୍ଣ୍ଣମୀ କୁହାଯାଉଥିଲା ଆଉ ଗୋମାତାଙ୍କ ପୂଜନକୁ ପ୍ରାଧାନ୍ୟ ଦିଆଯାଉଥିଲା, ଚନ୍ଦନ ସିନ୍ଦୁର ଫୁଲ ପିନ୍ଧାଇ ଧୂପ ଦୀପ ବନ୍ଦେଇ ଗୋମାତା ମାନଙ୍କୁ ପିଠା ଖାଇବାକୁ ଦିଆ ଯାଉଥିଲା. ଯାହାର ଗାଇ ନଥିଲେ ବି ସେମାନେ ବାହାର ଗାଈଙ୍କୁ ଡାକି ପୂଜା ଓ ପିଠା ଖୁଆଉ ଥିଲେ ତଥା ରାକ୍ଷୀ ବାନ୍ଧି ଦେଉଥିଲେ.ଭାରତୀୟ ସଂସ୍କୃତିରେ ପରସ୍ପର ପରସ୍ପର ର ସଂସ୍କୃତି ଓ ପରମ୍ପରା କୁ ସାମ୍ମନ ଦେଉ ଦେଉ, ଭାଇ ଗଉନ୍ତିଆ, ଛଟ ପୂଜା ଭଳି ଗମ୍ହା ପୂର୍ଣମୀ ଟା ରାକ୍ଷୀ ପୂର୍ଣ୍ଣମୀ କୁ ପରିବର୍ତ୍ତିତ ହୋଇ ଗାଇ ସହ ଭାଇ ମାନଙ୍କ ହାତରେ ରାକ୍ଷୀ ପିନ୍ଧେଇବା ପ୍ରଥା ସାମିଲ ନୁହେଁ ବରଂ ଅସ୍ଥି ମଜ୍ଜାଗତ ହୋଇଯାଇଥିଲା ତ ଅନୁଙ୍କର ଭାଇ ଟିଏ ନଥିଲା. ସେ ଖୁବ ବଡ଼ ହୋଇ କଲେଜରେ ପଢିବା ବେଳକୁ ଭାଇ ଜନ୍ମ ହେଲା, ସେଦିନ ଠାରୁ ଅନୁ ହୋଇଗଲି ବଡ ଅପା କାରଣ ଭାଇ ପାଇଁ ତାଙ୍କୁ ପୁଅ କଢେଇ ଝିଅ କୁହାଯାଉ ଯାଉ ଦ୍ୱିତୀୟ ଭାଇ ଆସିଥିଲା ବୋଉ କୋଳକୁ. ଭାଇଟି ଦୁହିଁଙ୍କର ଏକ ତୃତୀୟାଂଶ କାମ କରିବା ଭିତରେ ଭାରି ଭଲପାଆନ୍ତି ଅନୁ ତାଙ୍କ ଭାଇ ଦୁହିଁଙ୍କୁ.
ପିଲାଦିନେ ଭାଇର ନଖ ବାଜି ଅନୁଙ୍କ ମୁଁହଁ ହୁଏ କ୍ଷତାକ୍ତ ତାସହ ତା ନିଜ ମୁହଁ ବି ରାମ୍ପି ପକାଏ ସେ, ତ ଅନୁ ବିଚଳିତ ଦୁଃଖିତ. ସେଦିନ ବ୍ଲେଡଟିଏ ନେଇ କାଟି ବସିଲେ ନଖ ଆଉ ଅସାଵଧାନ ବଶତଃ କଟିଗଲା ଆଙ୍ଗୁଠି ଭାଇର.ବାହାରି ଆସିଲା ରକ୍ତ.କାହାକୁ କିଛି ନକହି ଦଉଡିଲେ ଅନୁ ଚଣ୍ଡୀ ମାଆଙ୍କ ମନ୍ଦିର ଭାଇ ହାତକୁ ପାଟିରେ ଚାପି ଅଧିଆ ପଡିଲେ ମାଆ ପାଖେ.ରକ୍ତ ବନ୍ଦ ହେଲାପରେ ଲୁହ ପୋଛି ଘରକୁ ଫେରିଲେ ଅନେକ ସ୍ମୃତି ବହିର ଫର୍ଦ୍ଦ ଭିତରୁ ଏ ଫର୍ଦଟି ଆଜି ପଢି ହେଇଯାଉଛି ଜଳ ଜଳ ଅନୁଙ୍କର.ଦୁଇ ସାନ ଭାଇ ଭିତରେ ବଡକୁ ଦୁଇବର୍ଷ ହେବା ପରେ ସାନଭାଇର ଜନ୍ମ, ତାକୁ ତ ଅନେକ ଗେଲ୍ହା କରନ୍ତି ଅନୁ ଆଉ ବୁଲେଇ ବୁଲେଇ ଖୁଆନ୍ତି. ବୋଉ ଭାତ ଆଳୁ ଡାଲି ଚକଟି, ଗୋଟେ ପଟେ ମାଛ ବା ଅଣ୍ଡା ଭାଜି ଅନୁଙ୍କ ହାତକୁ ବଢାଇ ଦିଅନ୍ତି ଥାଳିଆ. ଅନୁ ବାହାରେ ବୁଲେଇ ବୁଲେଇ ଖୁଆଇବା ଭିତରେ ସେ ଜମା ଢ଼ୋକେନି ଖାଦ୍ୟ ତ, ସେଦିନ ଢୋକୁ ଢୋକୁ କଣ୍ଟା ଲାଗି କି କଣ ଆକତା ମାକତା ହେବା ଦେଖି ଉପାୟ ନପାଇ ଅନୁ ନିଜ ଆଙ୍ଗୁଠି ତା ତଣ୍ଟି ଯାଏଁ ନେଇ ଠେଲିବାକୁ ଚେଷ୍ଟା ରେ ସେ ସିନା ଢ଼ୋକି ଦେଇଥିଲା ହେଲେ ତାକୁ କେତେ କଷ୍ଟ ହେଇଥିବ ଭାବି ରାତିସାରା କାନ୍ଦିଥିଲେ ଅନୁ.କେତେ ଦିଅଁଙ୍କୁ ଡାକିଥିଲେ. ଆଜି ବି ସେ ଫର୍ଦ ବି ଉଡିଆସୁଛି ମନ ଓ ହୃଦୟ ବହିରୁ. ଏବେବି ଅନୁ ନିଜ ପୁଅ ଝିଅ ଓ ସ୍ୱାମୀଙ୍କ ଶୁଭ ମନାସି ଚଉରା ମୂଳେ ପାଣି ଦେଲାବେଳେ ତାଙ୍କ ଭାଇ ଦୁହିଁଙ୍କ ପାଇଁ ମଧ୍ୟ ଶୁଭ ମନାସିଥାଆନ୍ତି ଚଉରା ମୂଳେ.
ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣମୀରେ ତିନି ଭାଇ ଭଉଣୀ ଏକାଠି ହେଉ ହେଲେ, ଏ ବର୍ଷ ଯାଇ ପାରିନଥିଲେ ଅନୁ ରାକ୍ଷୀ ବାନ୍ଧିବାକୁ. ହେଲେ ସକାଳୁ ସକାଳୁ ଦୁଆରେ କଲିଙ୍ଗ ବେଲ.ଖୋଲି ଦେଖେତ ମୋ ଦୁଇ ଭାଇ ଆଉ ଦୁଇ ସୁନାନାକି ଭାଉଜ, ଖୁସିରେ ଆତ୍ମହରା ହେଇପଡ଼ୁପଦୁ ସ୍ୱାମୀ ପରିହାସ କରି କହୁଥିଲେ ତୁମ ଦୁହିଁଙ୍କ ମୁହଁ ଦେଖି ଆଜି ମୋ ନୂଆ ସକାଳ ଆରମ୍ଭ ହେଇଛି ତେଣୁ ଭଲ ଖାନା ପିନା ମିଳିବ ନିଶ୍ଚୟ. ହସର ଲହରୀ ଖେଳି ବୁଲୁଥିଲା ନୂଆ ସକାଳର ଆରମ୍ଭରୁ. ରାକ୍ଷୀ ପୂର୍ଣ୍ଣମୀ ଯୋଗୁଁ ଦୁଇ ଭାଇଙ୍କୁ ପାଖରେ ପାଇ ଗୋଡ଼ ତଳେ ପଡୁନଥିଲା ଅନୁଙ୍କର.ସେତିକି ବେଳେ ତଳେ ଚୁଟି ବିକ୍ରୀ କରିବ ଚୁଟି କହି ଠେଲା ଗାଦିବାଲା ଯାଉଥିଲା ତ ଅନୁ ଅନ୍ୟମନସ୍କ ହୋଇ ଯାଉ ଯାଉ ରାକ୍ଷୀ ପିନ୍ଧାଉଥିଲେ ଦୁଇ ଭାଇଙ୍କୁ.
