Dipti lekha Mishra

Inspirational

5.0  

Dipti lekha Mishra

Inspirational

ବାତ୍ୟା ଫୋନି

ବାତ୍ୟା ଫୋନି

2 mins
480


ମେ ମାସ ରେ ପିଲାଙ୍କର ଖରାଛୁଟି ହୋଇଥାଏ ପୁଣି ଦେଢ ମାସ ଯାଏଁ । ରଜ ପର୍ବ ସରିବା ପରେ ସ୍କୁଲ୍ କଲେଜ ଖୋଲେ । ମାଆ ମାନେ ଏତିକି ଦିନ ଭାରୀ ଖୁସି କାରଣ ବର୍ଷ ତମାମ ଶାଶୁ ଘରେ ରହିରହି ମାଆଘର କଥା ଭୁଲିଯାଇଥାନ୍ତି । ଏ ସମୟ ଥାଏ ସୁବର୍ଣ୍ଣ ସୁଯୋଗ କି ମାଆଘରକୁ ବିନା ସଂକୋଚରେ ସୁବିଧାରେ ଯାଇପାରନ୍ତି ।

ମିକୁ ଓ ମିକି ଦୁଇ ଭାଇ ଭଉଣୀ ମାଆ ପାର୍ବତୀଙ୍କ ସହ ଆଇ ଘରକୁ ଯିବା ପାଇଁ ଗୋଡ ଲମ୍ବାଇ ବସିଥିଲେ । ଟ୍ୟୁସନ ପନ୍ଦରଦିନ ଛୁଟି କରି ଏଥରକ ଆରାମ କରିବେ । କିନ୍ତୁ ଅଚାନକ ଦୁରଦର୍ଶନରେ ଶୁଣିଲେ କି ଫୋନି ଆସୁଛି ଫୋନି ,ସତର୍କ ରୁହ ।


ମନ ମଉଳିଗଲା ପିଲାଙ୍କର ହେଲେ ମାଆ ର ଛାନିଆ କହିଲେ ନ ସରେ ।ମାଆଘରକୁ କଣ ବୁଲିବାକୁ ଯିବେ ତାଙ୍କ ଭଣଜା ଭାଣିଜୀ ମାନେ ଘରକୁ ଆସିବେ ।ସେ ପୁଣି ନୁଆ ଭାଣିଜୀ ବାତ୍ୟା ଫୋନି ।ପିଲାମାନେ ଏକଥା ଶୁଣି ମାଆକୁ କହିଲେ ହଉ ଆମର ଅସୁବିଧା କଣ ଯେ ? ଆମେ ଆମ ମାମୁଁ ଘର ଯିବୁ ସେମାନେ ତାଙ୍କ ମାମୁଁ ଘରକୁ ଆସିବେ,ଆସନ୍ତୁନା ମାମା ଆମେ କିନ୍ତୁ ଯିବା ଚାଲ ।

ପିଲାଙ୍କର ଏ କୌତୁକିଆ କଥା କିନ୍ତୁ ମାଆକୁ ଆନନ୍ଦ ଦେଉନଥାଏ ।ପିଲାମାନେ ମାଆଙ୍କ ଶୁଖିଲା ମୁହଁ ଦେଖି ପଚାରିଲେ ମାଆ ଆମେ ଏତେ କଥା ପଚାରିଲୁଣି ହେଲେ ତୁମେ ତ କିଛି ଉତ୍ତର ଦେଉନାହଁ ।କଣ ହେଇଛି କି ମାମା ?


ମାଆ କହିଲେ ତମେ ମାନେ ବହୁତ ଛୋଟ ।ତଥାପି ଶୁଣ ।ଆଜିକାଲି ଲୋକ ମାନେ ଏକାଠି ରହିପାରୁନାହାଁନ୍ତି ।ବାପା ମାଆ ଙ୍କ ଅଲଗା ଘର,ପିଲାମାନଙ୍କ ଅଲଗା ଅଲଗା ଘର,ତାଙ୍କ ପିଲାପିଲିଙ୍କର ବି ଏୟା ଅବସ୍ଥା ।ସମସ୍ତଙ୍କର ସ୍ବତନ୍ତ୍ର କାମ ଏଣୁ ଅଧିକ ଜାଗା କିଣନ୍ତି ନିଜ ବ୍ୟବସାୟ କରନ୍ତି ।ସହରଗୁଡିକୁ ସୁନ୍ଦର କରିବା ପାଇଁ ବଡ ବଡ ଅଟ୍ଟାଳିକା ତିଆରି କରନ୍ତି ।ଗଛପତ୍ର କାଟିଦିଅନ୍ତି ନିଜ ଜାଗାକୁ ବଡ ଆକାରର କରିବା ପାଇଁ,ନହେଲେ ବଡ ବଡ ଘରସଜ୍ଜା ଜିନିଷ ତିଆରି କରନ୍ତି ।ଏତଦ୍ ଦ୍ବାରା ବୃକ୍ଷହୀନ ହେଲାଣି ସଂସାର ।ବୃକ୍ଷ ନ ଥିଲେ ବାତ୍ୟା ଆସିବା ସ୍ଵାଭାବିକ କଥା ।ବର୍ଷା ବି କମ୍ ହେବ।ବିଭିନ୍ନ ରୋଗ ମାଡିବସିବ,କାରଣ ବୃକ୍ଷେ ରହୁଥିବା ପ୍ରାଣୀମାନେ ମରିଗଲେ ଆମ ପ୍ରକୃତିର ବିଡମ୍ବନା ଘଟେ ।ରୋଗଜୀବାଣୁ ବଢନ୍ତି ।ଏମିତି ନୁଆ ବସାଘର କରିଥିବା ଲୋକ ମାନେ ଅସହାୟ ହୋଇପଡନ୍ତି ।ଅଧିକ ବିପର୍ଯ୍ୟୟ ଘଟେ ।ବନ୍ୟା ହେବା ବି ଅସମ୍ଭବ ନୁହଁ ।ଏମିତି ହେଲେ ବିଜୁଳି ପାଇବାନି,ଖାଇବାକୁ ମିଳିବନି,ପାଣି ଦୁଷିତ ହେବ,ଏପରି ବିଭିନ୍ନ ସମସ୍ୟା ଦେଖାଯିବ । ମୁଁ ଶହେଟି ଗଛ ଲଗାଇଛି । ସେ ସବୁ ଭାଙ୍ଗିଯିବ ବୋଲି ମୋର ଅନେକ ଚିନ୍ତା । ଜେଜେବାପା ଏତେ କଷ୍ଟରେ ଲଗାଇଥିବା ସୁନା ଫସଲ ନଷ୍ଟ ହୋଇଯିବ ।ବାବା ଗାଈମାନଙ୍କ ପାଇଁ କରିଥିବା ଟିଣଘର ଉଡିଯିବ ।ଏମିତି ସମସ୍ତଙ୍କର ନାହିଁନଥିବା ଅସୁବିଧା ହେବ ।


ପିଲାମାନେ କହିଲେ ମାଆ କାଏ ବଡହେଲେ ଡାକ୍ତର,ଇଞ୍ଜିନିୟର,ଶିକ୍ଷକ ଏମିତି କଣ କଣ ହେବାକୁ ସ୍ବପ୍ନ ଦେଖିଥିବେ ।କିନ୍ତୁ ଆମେ ପ୍ରତିଜ୍ଞା କରୁଛୁ ମାଆ ଆମେ ପରିବେଶ ସୁରକ୍ଷା ପାଇଁ ହିଁ ବଂଚିବୁ ଆଉ ଲକ୍ଷ୍ୟ ରଖିବୁ ।



Rate this content
Log in

Similar oriya story from Inspirational