Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

ଶିଶିର ସାହୁ ମନୋଜ

Fantasy

1  

ଶିଶିର ସାହୁ ମନୋଜ

Fantasy

ବାଟବଣା

ବାଟବଣା

1 min
348


ଗାଆଁ ପାଖ ଜଙ୍ଗଲରେ ଚରୁଥିବା ଗୋଟେ ଗଧ ଫେରିଲା ସମୟେ ବାଟ ବଣା ହେଇଗଲା  । ରାତି ହେଇଯାଇଥାଏ । ଏବେ କିସ କରିବ ତା ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶୁନଥାଏ ଏଣେ ରାତ୍ରକାଳ ଆଖିକୁ ଵି ଭଲ ଦିଶୁନି ।

ବାଟରେ ଯାଉ ଯାଉ ସେ ଗୋଟାଏ ପେଚାକୁ ଭେଟିଲା ।ପେଚା ତା ସମସ୍ୟା ଶୁଣିଲା ପରେ କହିଲା- “ବନ୍ଧୁ ମୁଁ ତୁମକୁ ମାର୍ଗଦର୍ଶନ ଦେବି ତୁମେ ସେହି ପରି କରିବ ” ପେଚା ତା କଥାରେ ହଁ ଭରିଲା । ତହିଁ ପରେ ପେଚା ଟା ଗଧ ମୁଣ୍ଡ ଉପରେ ବସି ପଡ଼ିଲା ଆଉ ଗଧକୁ ବାଟ ବତେଇବାକୁ ଲାଗିଲା । ଗଧ ଵି ପେଚା କହିବା ଅନୁସାରେ ଚାଲୁଥାଏ ଏମିତି ଚାଲୁ ଚାଲୁ ସକାଳ ହେଇଗଲା । ପେଚାକୁ ଆଉ ବାଟ ଘାଟ ଭଲ ଦିଶିଲାନି ଏଣେ ନିଦ ଵି ଲାଗୁଥାଏ ପେଚା ଟା ନିଦରେ ଢୁଳେଇବାକୁ ଲାଗିଲା । ଗଧ ତଥାପି ସେଇମିତି ନିଜ ନାକ ସିଧାରେ ବାଟ ଚାଲୁଥାଏ । ଯାଉ ଯାଉ ଗଧଟା ଗୋଟେ ବଡ଼ ଗାଡ଼ରେ ପଡିଗଲା |


ଆଉ ପେଚା ?

ସେ ତ ଘିଡିପିଡି଼ ହେଇ କି ଉଠିପଡି଼ଲା

ଫୁର୍ କିରି ଉଡି଼ଗଲା


Rate this content
Log in

More oriya story from ଶିଶିର ସାହୁ ମନୋଜ

Similar oriya story from Fantasy