STORYMIRROR

Pranati Panda

Abstract

4  

Pranati Panda

Abstract

ବାତ୍ସଲ୍ୟ ମମତାର ରାହା

ବାତ୍ସଲ୍ୟ ମମତାର ରାହା

2 mins
281


କିଛି ସ୍ମୃତି ଅଛି ବାତ୍ସଲ୍ୟ ମମତାର, କିଛି ଆଶା ଅଛି ଆପଣା ଘରକୁ ଫେରିଯିବାର, ଉଦାସୀ ଆଖି ଦୂର ଦୂରକୁ ଚାହିଁ ରହିଛି

ଝର୍କା’ର ରେଲିଂ ଦେଇ ଆରପାରିକୁ "ମା" ବସିଛନ୍ତି ଏକା !


ବିଷନ୍ନ ବଦନା, ଛିନ୍ନ ବସ୍ତ୍ରା, ମୁକ୍ତକେଶା ଚାରିଆଡ଼େ ଶ୍ମଶାନ ପରି ଖାଁ ଖାଁ ଆଜି କଣ୍ଠ ସ୍ୱର ଏତେ ରୁଦ୍ଧ କିଆଁ ? ମୁହଁରୁ ଖସି ଯାଇଛି ସଦ୍ୟ ସକାଳର ଖରା ସନ୍ତାନ ର ନୈରାଶ୍ୟ ଭାବ ଶରୀର ରୁ ଖସି ଯାଇଛି ବୟସ ର ଚିହ୍ନ ସ୍ପଷ୍ଟ ବାରି ହେଉଛି !


"ମା" ଆଜି ଚିନ୍ତାରେ ଡୁବି ଯାଇଛନ୍ତି ଠିକ୍ ଆଜିର ଦିନରେ ଦୁଇ ବର୍ଷ ତଳେ ସ୍ବାମୀ ଙ୍କ ପରଲୋକ ହୋଇଯାଇଥିଲା ଆଉ ସ୍ବାମୀ ଚାଲିଗଲା ପରେ ପୁଅ ବୋହୂ ର ଚାକିରି ସମସ୍ୟା ନେଇ ମା ଙ୍କ ର ଉଚିତ୍ ରକ୍ଷଣା ବେକ୍ଷଣ ଲାଗି ପହଞ୍ଚେଇ ଦେଇଛି "ମା" ଙ୍କୁ "ଜରାନିବାସ" ରେ !


"ମା"ଆଜି ଅପଲକ ନୟନରେ ଅନେଇ ବସିଛନ୍ତି ପୁଅ ଆସିବ, ଆଉ ତାଙ୍କୁ ଘରକୁ ନେଇଯିବ, ସ୍ବାମୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ଘରେ ସମସ୍ତଙ୍କୁ ଦେଖିବେ ଆଉ ସ୍ବାମୀ ଙ୍କ ପିଣ୍ଡ ଦାନ ପରେ ବ୍ରାହ୍ମଣ ଭୋଜନରେ କିଛି ବ୍ରାହ୍ମଣ ମାନଙ୍କୁ ଦକ୍ଷିଣା ଦେବେ ସ୍ୱଇଚ୍ଛାରେ । କିନ୍ତୁ, ଏ କଣ ସକାଳ ଯାଇ ସଞ୍ଜ ହୋଇଗଲା ପୁଅ ଆସିଲା ନାହିଁ । ବେଶ୍ କିଛି ଦିନ ଅତିକ୍ରାନ୍ତ ଏ ଭିତରେ ହୋଇଯାଇଛି "ମା" ଆଜି ଅସୁସ୍ଥ ! "ଜରାନିବାସ"ର କର୍ମଚାରୀ ଙ୍କ ହାତରେ ମା ଖବର ଦେଲେ ପୁଅକୁ ଆସିବା ପାଇଁ, କିନ୍ତୁ ଏ କଣ !


ପୁଅ ସଫା ସଫା ମନା କରିଦେଲା ବୋହୂ ର ପାଞ୍ଚ ବର୍ଷ ପରେ ପିଲା ହେବ ତେଣୁ ଏ ଅବସ୍ଥା ରେ"ମା"ଙ୍କୁ ଆଣି ପାଖରେ ରଖିବା ସମ୍ପୂର୍ଣ୍ଣ ଅସମ୍ଭବ। ପୁଅ ଆଜି ମା ର ସ୍ୱାଭିମାନ ହୋଇ ନାହିଁ, ସମୟ ଥିଲା ପୁଅ ଭିତରେ "ମା" ନିଜକୁ ଦେଖୁଥିଲେ । ଏବେ କିନ୍ତୁ ଶେଷ ହୀନ ଲୁହର ଶ୍ରାବଣ, ଶ୍ରାବଣ ବର୍ଷା ର ଘଡ଼ଘଡ଼ି ଶବ୍ଦରେ ଜରାନିବାସ ଭିତରେ ରେଲିଂ ବାହାରକୁ ଚାହିଁ କୋହ ଭରା ଲୁହ ଝରେଇ " ମା " ହସୁଥିଲେ କାରଣ ସେ ପରା ମା ଚାହିଁଲେ ବି ଅଭିଶାପ ଦେଇ ପାରିବେ ନାହିଁ । ହସ'ର ଭିତରେ ହୃଦୟର ଲହୁ କୁ ପିଇ ଗୁମୁରି ଗୁମୁରି କାନ୍ଦୁଥିଲେ। ଦୀର୍ଘଶ୍ୱାସ ରେ ଭଗବାନ ଙ୍କ ପାଖରେ ଚୀର ନିଦ୍ରାରେ ଶୋଇ ଯିବା ପାଇଁ ଅନୁମତି ମାଗୁଥିଲେ।


"ମା"ଙ୍କ ଅଷ୍ପଟ ଗୁଣୁ ଗୁଣୁ ସ୍ଵରରେ ମନେ ମନେ କହୁଥିଲେ ହୁଏତ ଏଭଳି ସନ୍ତାନ ଭଗବାନ କାହାରିକୁ ନ ଦେଉ । ସନ୍ତାନହୀନା ହୋଇ ରହିବା ବରଂ ଶହେ ଗୁଣ ଶ୍ରେୟସ୍କର । ଆଖି ବନ୍ଦ କରି ଶୋଇବାର ପ୍ରୟାସ ଭିତରେ ମନେପକାଉ ଥିଲେ ସନ୍ତାନ ର ଗାଲରେ ଦେଇଥିବା କିଛି ପ୍ରଗାଢ ଚୁମ୍ବନର କ୍ଷତଚିହ୍ନକୁ କିଛି ସ୍ମୃତି ଆଉ ବାତ୍ସଲ୍ୟ ମମତାକୁ ।


    "ମା"


 ଅପେକ୍ଷାରେ......ପରବର୍ତ୍ତୀ ପିଢ଼ିକୁ ।


     


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract