ଯମପୁରକୁ ରାସ୍ତା
ଯମପୁରକୁ ରାସ୍ତା
ପୃଥିବୀର ମିଥ୍ୟା ପ୍ରତିଶ୍ରୁତିରେ ସେମାନଙ୍କ ଦୁଃଖ ଶୁଣୁଛି ବା କିଏ ? ମାନବିକତା, ଉଦାରତାର ମହାନ୍ ଗୁଣକୁ ଅପେକ୍ଷା କରୁଛନ୍ତି ଆଜିର କନ୍ୟାରତ୍ନ ମାନେ....! ଶିକ୍ଷିତ ଆଉ ଅଶିକ୍ଷିତ ମଧ୍ୟରେ ଆଜିକାଲି ଆଉ ଫରକ୍ କଣ ? ଦିଲ୍ଲୀ ପୀଡ଼ିତା, କେନ୍ଦ୍ରାପଡ଼ା ଧର୍ଷିତା, ପିପିଲି ଗଣ ବଳାତ୍କାର ଖାତାରେ ଆଉ ଏକ ଘଟଣା ଯୋଡ଼ି ହୋଇଗଲା.... ଜୀବନ୍ତ ଅଗ୍ନିସାତ୍ ! ହଁ ବିଚାରି..... ଆଉ କେତେ ଅବା ନ୍ୟାୟ ପାଇବା ପାଇଁ ନିଜକୁ ଏ ସଇତାନ୍ ଶିକ୍ଷକ ମାନଙ୍କ ପାଖରେ ତିଳ ତିଳ କରି ଜଳେଇ ଥାଆନ୍ତା, କେତେ ମନ୍ତ୍ରୀ, ମିଡ଼ିଆ ଆଗରେ ହାତ ଯୋଡ଼ି ଥାଆନ୍ତା। ଖାଲି ଫମ୍ପା ଆଶ୍ଵାସନା ସେତେବେଳେ ଜବାବ୍ ଦେଇଦେଲା ଯେତେବେଳ ତାକୁ ପରୀକ୍ଷା ଦେବାରୁ ବର୍ଜିତ କରାଗଲା। ସବୁ ଦିନେ ଜଳିବା ଅପେକ୍ଷା ଏକା ଦିନେ ଅଗ୍ନିସ୍ନାନ କରିଦେଲା। ଓଃ କି ଦୃଶ୍ୟ ସେ!!!! ଟିଭି ପରଦାରେ ଦେଖିଲା ଲୋକର ବି ଛାତି ଥରି ଉଠିଥିଲା। ଆଜିର ଏ ଶିକ୍ଷା ପଦ୍ଧତି , ଆଜିର ଏ ଶିକ୍ଷିତ ଶିକ୍ଷକ, ଶିକ୍ଷିତ ଯୁବଗୋଷ୍ଠୀ କେଉଁ ଆଡ଼କୁ ଯାଉଛି ଆଜିର ସମାଜ..!? ବିଦାରି ଦେଉଛି ମନକୁ....! ଝିଅଟିଏ ଯାହାର ଅଛି ପ୍ରତି ମୁହୂର୍ତ୍ତରେ ଭୟ.... ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପାଦରେ ଭୟ ...! ସୂର୍ଯ୍ୟାସ୍ତର ଗୋଧୂଳି ପୂର୍ବରୁ ପ୍ରାଣର ପ୍ରତିମା ଘରକୁ ଫେରି ଆସନ୍ତାକି ଅକ୍ଷୁର୍ଣ୍ଣ ଅବସ୍ଥାରେ....! ବସ୍ ରେ ଗଲେ ଭୟ, ଚାଲିଚାଲି ଗଲେ ଭୟ, ସ୍କୁଟିରେ ଗଲେ ଭୟ, ଅଟୋ ରିକ୍ସା ରେ ଗଲେ ଭୟ, ସ୍କୁଲ୍ ରେ ଭୟ, କଲେଜରେ ଭୟ। ସବୁ ଜାଗାରେ ଭୟ ।ବାପାମାଆଙ୍କ ସହିତ ନୀରିହ ଝିଅମାନେ ମଧ୍ଯ ଭୟମୁକ୍ତ ହୋଇ ପାରୁ ନାହାଁନ୍ତି....। ଆଜିର ଏ ଶିକ୍ଷା ପ୍ରଗତି ଓ ବିଜ୍ଞାନ ଅଗ୍ରଣୀ ଦେଶରେ ଯଦି ଏପରି ଅମାନୁଷିକତା ହୋଇ ପାରୁଛି ତେବେ........। ଭଲଥିଲା ସେ ଆଦିମ ଯୁଗ ଆଉ ସେ ବଣ ମଣିଷ ମାନେ। କମ୍ ସେ କମ୍ ଝିଅ ମାନଙ୍କର ଏପରି ଦୁର୍ଦ୍ଦଶା ହେଉ ନଥିଲା। କଥାରେ ଅଛି ଆଜିର ଯୁବଗୋଷ୍ଠୀ ଆସନ୍ତା କାଲିର ଭବିଷ୍ୟତ। ଲାଗୁଛି ଏ ସବୁ ଭୁଲ୍ ଧାରଣା ଯଦି ଏ ଯୁବଗୋଷ୍ଠୀ ନିଜକୁ କାଲିର ଭବିଷ୍ୟତ ଭାବନ୍ତା ତା ହେଲେ ହୁଏତ ଏମିତି ହୁଅନ୍ତା ନାହିଁ। ପୀଡ଼ିତା ମରିବା ପରେ ତା' ପାଇଁ କେବଳ ସହାନୁଭୂତି ଦେଖାଇ, ମହମବତୀ ଜଳେଇ ନିରବ ପ୍ରାଥନାକରି , ବଡ଼ ବଡ଼ ବ୍ୟାନର ହାତରେ ଧରି ପଦଯାତ୍ରା କଲେ କିମ୍ବା ଗୋଟାଏ ଦିନ ବନ୍ଦ୍ ଡାକରା ଦେଲେ ଝିଅଟି କି ସତରେ ନ୍ୟାୟ ପାଇଯିବ? କୁହ ଯୁବଗୋଷ୍ଠୀ ଥରଟେ ଉତ୍ତର ଦିଅ ? ଆଜି ଯଦି ତୁମେ ଚୁପ୍ ରହିବ କାଲି ତୁମ ଝିଅର ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ତୁମେ ତା'ର ଉତ୍ତରଦାୟୀ ରହିବା ପାଇଁ ବାଧ୍ୟ ହେବ। ଖାଲି ଘୃଣ୍ୟ ଶସ୍ତା ରାଜନୀତି, କିଛି ଦିନ ହୋ' ହାଲ୍ଲା , ପୀଡ଼ିତା ପିତାମାତାଙ୍କ ପାଇଁ କିଛି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଦେଲେ କଣ ସବୁ ସମସ୍ୟାର ସମାଧାନ ହୋଇଯିବ କି ? ଆରେ କୁମ୍ଭୀର କାନ୍ଦଣା ନକାନ୍ଦି ଜାଗ ହେ ! ଆଜିର ଯୁବଗୋଷ୍ଠୀ ଉଠ....; ଖାଲି ମୋବାଇଲ୍ ରେ ଫଟୋ ଉଠାଇ ନଛାଡ଼ି ବରଂ ତୁମର ସେ ପୂର୍ବ ଆତ୍ମବଳ ଫେରେଇ ଆଣ । ଅନ୍ୟାୟ ବିରୁଦ୍ଧରେ ଲଢ଼ୁଥିବା କୁଆଡ଼େ ଗଲା ତୁମର ସେ ,ଶତ ସିଂହର ଗର୍ଜନ, କୁଆଡ଼େ ଗଲା ତୁମର ସେ ବାହୁବଳ???? ଅନ୍ୟାୟ ବିରୁଦ୍ଧରେ ଲଢ଼ୁଥିବା ଗୋଟିଏ ଝିଅକୁ ତୁମେମାନେ ଯଦି ଚକ୍ର ବଳୟ କରି ସୁରକ୍ଷା ଦେଇ ପାରିବ ତା'ହେଲେ ଏ ଦେଶରେ ଝିଅ ମାନେ ଭୟ କରିବେ କାହିଁକି? ସାହାଯ୍ୟ ହାତ ମାଗି ମାଗି ଚାରିଆଡୁ ହତାଶ , ନିରାଶ ହେବା ପରେ ଝିଅ ମାନଙ୍କ ଜୀବନ ଯିବ କାହିଁକି??? ଭଲ ଭାବରେ ମନେ ରଖିଥାଅ ପ୍ରତ୍ୟେକଟି ଝିଅ, ଆମ ମାନଙ୍କ ପାଇଁ, ହୀରା, ସୁନା ଠାରୁ ବି ମୂଲ୍ୟବାନ। ତା'ର ତୁଳନା ନାହିଁ କାହା ସହିତ। ସେ କନ୍ୟା, ସେ ଭଗ୍ନୀ, ସେ ଜାୟା , ସେ ଜନନୀ...... ନାରୀ ଅଛି ତ ପୁରୁଷ ଅଛି..... ନାରୀ ଆଖିର ତତଲା ଲୁହ ଯୁଗ ଯୁଗ ପାଇଁ ଏ ପୁରୁଷ ପ୍ରାଧାନ୍ୟ କାମୁକ ପୁରୁଷ ମାନଙ୍କୁ ଅଭିଶାପର କ୍ରୋଧାଗ୍ନିରେ ଦିନେ ପଙ୍ଗୁ, ଅଥର୍ବ କରିଦେବ , ଏହା ନିଶ୍ଚିତ ଭାବରେ ନିଃସନ୍ଦେହ..। ନାଁ..... ଆଉ ନୁହେଁ ସବୁଦିନର ଏ ଖେଳ, ଏ ସବୁ ଘଟଣା ,ସମ୍ବିଧାନର ଆଇନ୍ କାଗଜ ପତ୍ରରେ ନ୍ୟାୟ ପାଇବା ପୂର୍ବରୁ ଉଠ ହେ ! ଯୁବଗୋଷ୍ଠୀ ନିଜ ଆଖିରେ ଥିବା ଅନ୍ଧ ପୁଟୁଳିକୁ ଖୋଲି,ଏ ନାରୀ ମାଂସଲୋଭୀ ନର ପିଶାଚ ମାନଙ୍କୁ ନଂପୁସକ କରିଦିଅ ଗୋଟିଏ ଶକ୍ତ ପ୍ରହାରରେ। ସମାଜକୁ ବଦଳେଇ ପାରିବ କେବଳ ତୁମେମାନେ। ବଞ୍ଚାଅ ତୁମର ସମ୍ପର୍କର ଆଗାମୀ ପିଢ଼ିର ଝିଅ, ବୋହୂ, ଭାଉଜ, ନଣନ୍ଦ, ମାଆ, ଖୁଡ଼ି, ପିଉସୀ ଜେଜେମା ମାନଙ୍କୁ..... ଆସ ନା ଆସ .....🫱🫲🤝 ଆଜି ମୁକ୍ତ କଣ୍ଠରେ ଶପଥ ନେବା ନାରୀ ଜାତିକୁ ଆମେ ସୁରକ୍ଷା ଦେବା । ନାରୀ ମାଂସ ଲୋଭୀ ଫେଭର୍ ମାଗୁଥିବା ପୁରୁଷ ମାନଙ୍କୁ ଯମପୁରକୁ ରାସ୍ତା ଦେଖେଇ ଦେବା......। ଜୟ ଜଗନ୍ନାଥ 🙏 ପ୍ରଣତି ପଣ୍ଡା ( ଭୁବନେଶ୍ବର) ୧୯/୭/୨୦୨୫ Copyright @Pranati Panda © @highlight Every one
