ଶାସ୍ତି
ଶାସ୍ତି
କୃତଘ୍ନ ଲୋକଙ୍କ କ୍ରୁରତା, କର୍କଶତାରେ ସ୍ଵାଭାବିକତା ଥାଏ ।କିନ୍ତୁ ସେମାନଙ୍କର ମିଠା କଥାରେ ଥାଏ କେବଳ ବିପଦ ହିଁ ବିପଦ ।
ପାପ ଯେତେ ଜଘନ୍ୟ ହେଉ ପଛେ ପାପ କରିଥିବା ଲୋକଟି ଯଦି ସତ୍ ହୃଦୟରେ ଅନୁତାପ କରେ ,
ଈଶ୍ୱର ବି, ତାକୁ କ୍ଷମା କରିଦିଅନ୍ତି।
କିନ୍ତୁ ,ପାପ କରୁଥିବା ଲୋକଟି ଯଦି ଅତି ଚାଲାକିରେ କେବଳ ପଶ୍ଚାତାପର ଅଭିନୟ କରୁଥାଏ ତାହେଲେ।
ସୁନନ୍ଦା ଦେବୀ ସ୍ବାମୀ ବିଭୂତି ବାବୁଙ୍କ ତଥା କଥିତ ସତ୍ୟକୁ ଆଦୌ ସ୍ବୀକାର କରି ପାରନ୍ତି ନାହିଁ।
ଅତୀତର ସବୁ କଳଙ୍କିତ ଅଧ୍ୟାୟକୁ
ମନେ ପକେଇ ମହଣ ମହଣ ପ୍ରତିଶୋଧର
ଘିଅ ଢ଼ାଳି ଦିଅନ୍ତି ବିଭୂତି ବାବୁଙ୍କ ଉପରେ।
ସୁନନ୍ଦା ଓ ବିଭୂତି ବାବୁ ଙ୍କର ବାହାଘର
ଦୀର୍ଘ କୋଡ଼ିଏ ବର୍ଷ ପୁରି ଯାଇଛି।ପୁଅ, ଝିଅ ଦୁଇଟି ସୁନନ୍ଦାଙ୍କର ।ଖୁବ୍ ସୁନ୍ଦର ସମ୍ପୂର୍ଣ୍ଣ ପରିବାର ।ହସଖୁସିର ପରିବାର ଥିଲା ସୁନନ୍ଦାଙ୍କର।ସମସ୍ତେ ଏକାଠି ରହୁଥିଲେ କଟକରେ ।
ହଠାତ୍ ବିଭୂତି ବାବୁଙ୍କ ବଦଳି ହୋଇଯାଏ ସୁଦୂର ଦିଲ୍ଲୀକୁ।ଆଉ ସୁନନ୍ଦା ରହିଯା'ନ୍ତି ପିଲାମାନଙ୍କୁ ପଢ଼ାପଢ଼ିରେ ବ୍ୟାଘାତ ନଆଣିବା ପାଇଁ କଟକରେ ।ଦୀର୍ଘ ଦୁଇ ବର୍ଷ ଦିଲ୍ଲୀରେ ରହଣିକାଳ ମଧ୍ୟରେ ବିଭୂତି ବାବୁ ମଝିରେ ମଝିରେ କଟକ ଯିବା ଆସିବା କରନ୍ତି, ପରିବାର ଦେଖାଶୁଣା କରିବା ପାଇଁ।
ସୁନନ୍ଦା ସବୁବେଳେ ସ୍ବାମୀଙ୍କୁ କୁହନ୍ତି
ଚେଷ୍ଟାକରି ପୁଣି କଟକ ଫେରି ଆସିବା
ପାଇଁ , ଠାକୁରଙ୍କ ପାଖରେ ଅଳି କରିଛନ୍ତି
ସ୍ବାମୀ ବିଭୂତିଙ୍କର ବଦଳି ପାଇଁ ମଧ୍ୟ....।
ଦିନେ ହଠାତ୍ ବିଭୂତି ବାବୁ ଆସି ପହଞ୍ଚିଲେ।
ଆଉଜଣେ ସ୍ତ୍ରୀ ଲୋକ ଓ ଛୋଟ ପିଲାଟିଏ ବି ତାଙ୍କ ସାଙ୍ଗରେ ଆସିଥାନ୍ତି।ସୁନନ୍ଦାଙ୍କୁ ଡ଼ାକି ବିଭୂତି ବାବୁ କହିଲେ, ସୁନନ୍ଦା ! ଠାକୁର ତୁମ ଡାକ ଶୁଣିଛନ୍ତି , ମୋର ବଦଳି ପୁଣି କଟକ ହୋଇଯାଇଛି।ସୁନନ୍ଦା ସ୍ୱପ୍ନରେ ସୁଦ୍ଧା କଳ୍ପନା କରି
ପାରୁ ନଥିଲେ। ଯାହାହେଉ ପ୍ରଭୁଙ୍କୁ ଅଶେଷ
ଅଶେଷ ଧନ୍ୟବାଦ ଜଣାଇଲେ।
ସୁନନ୍ଦାଙ୍କର ଏ ଖୁସି କିନ୍ତୁ ବେଶି କ୍ଷଣ
ରହିଲା ନାହିଁ। ସ୍ବାମୀଙ୍କ ସାଙ୍ଗରେ ଆସିଥିବା
ସ୍ତ୍ରୀ ଲୋକଟି କିଏ ବୋଲି?ସୁନନ୍ଦା ପଚାରିବାରୁ ସ୍ବାମୀ କହିଲେ ସେ , ହେଉଛି ଶିଖା !
ତା'ର ସ୍ବାମୀ ଦୁର୍ଘଟଣାରେ ମରିଯାଇଛି। ଛୋଟ ଦେଢ଼ ବର୍ଷର ପୁଅଟିଏ ତା'ର ।
ଦିଲ୍ଲୀରେ ଥିଲା ବେଳେ ଶିଖାର ସ୍ବାମୀ
ବିଭୂତିଙ୍କ ଅଣ୍ଡରରେ ଚାକିରି କରୁଥିଲା।
ଶିଖାଙ୍କ ଘର କଣ୍ଟାପଡ଼ା ବୋଲି ବିଭୂତି ନିଜେ
ଧରାଧରି କରି ଶିଖାଙ୍କର ପୋଷ୍ଟିଂ କଟକକୁ
କରେଇ ଦେଇଛନ୍ତି ଘର ପାଖ ହେବ ବୋଲି।
ସେଦିନ ଖୁବ୍ ବର୍ଷା ହେଉଥିଲା ।ବିଭୂତିଙ୍କ ଅନୁରୋଧ କ୍ରମେ ସୁନନ୍ଦାଧର୍ମ ସଙ୍କଟରେ ପଡ଼ି , ଶିଖା ଓ ତା'ର ପୁଅକୁଆଠ ଦିନ ନିଜ ଘରେ ରହିବା ପାଇଁ ସୁନନ୍ଦା ଅନୁମତି ଦେଲେ ।
କେଜାଣି କାହିଁକି ସୁନନ୍ଦାଙ୍କୁ ଶିଖାର ବ୍ୟବହାର ବିଭୂତିଙ୍କ ପ୍ରତି ଭାରି ଅସହିଷ୍ଟୁ ମନେ ହେଉଥାଏ।
ଇତି ମଧ୍ୟରେ ଗୋଟିଏ ସପ୍ତାହ
ବିତି ଯାଇଥିଲେ ମଧ୍ୟ ଶିଖା ସୁନନ୍ଦାଙ୍କ
ଘରୁ ଯିବା ନାଁ, ଚର୍ଚ୍ଚା ଧରୁ ନଥାନ୍ତି ।
ସୁନନ୍ଦା ସ୍ବାମୀ ବିଭୂତିଙ୍କୁ କହିଲେ ଯେ,
ଶିଖାଙ୍କୁ କହିବା ପାଇଁ ଅନ୍ୟତ୍ର ରହିବାର
ବନ୍ଦୋବସ୍ତ କରିବା ନିମନ୍ତେ।ବିଭୂତି ବାବୁ ସୁନନ୍ଦା ଙ୍କୁ ବୁଝେଇ ଦେଉଥାନ୍ତିଯେ, ଶିଖା ଘର ପାଇବା କ୍ଷଣି ଚାଲିଯିବ।
ଘରେ ଶିଖାଙ୍କର ଚାଲିଚଳନ
ଦେଖି ସୁନନ୍ଦା ଦେବୀ ଭୀଷଣ ଅଶ୍ୱସ୍ତି
ଅନୁଭବ କରୁଥାନ୍ତି। ସେଦିନ ରାତିରେ ସୁନନ୍ଦାଙ୍କ ଆଖିରେନିଦ ନଥାଏ , ଏପଟ ସେପଟ ବିଛଣାରେ
ଗଡୁ ଗଡୁ କେତେବେଳେ ସେ ଶୋଇ ପଡ଼ିଥିଲେ କିନ୍ତୁ ହଠାତ୍ କିଛି ପାଟି ତୁଣ୍ଡ ଶୁଣି ସୁନନ୍ଦାଙ୍କ ନିଦ ଭାଙ୍ଗିବାରୁ ସେ ଦେଖିବାକୁ ପାଇଥିଲେ ଯେ, ଅନ୍ୟ ଏକ ବେଡ଼ରୁମ୍ ରେବିଭୂତି ବାବୁ ଓ ଶିଖା ଉଭୟ ଯୁକ୍ତି ତର୍କ ଲାଗିଛନ୍ତି। ବିଭୂତି ବାବୁ ଶିଖା ଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଥାନ୍ତି। ଶିଖା କିନ୍ତୁ ବଡ଼ ପାଟି କରି କହୁଥାନ୍ତି ମୁଁ ,ଏଘରେ ତମ ସହିତ ପତ୍ନୀର ପରିଚୟ ନେଇ ରହିବି।ସୁନନ୍ଦାଙ୍କୁ ତୁମେ ଛାଡପତ୍ର ଦେଇଦିଅ !ଏ କଥା ଶୁଣି ସୁନନ୍ଦାଙ୍କ ପାଦତଳୁ ମାଟି ଖସିବାକୁ ଲାଗିଲା।
ଯେଉଁ ବିଭୂତିଙ୍କୁ ସେ ,ଅତି ନିର୍ମଳ ଚରିତ୍ର
ଭାବିଥିଲେ ତାଙ୍କ ଅସଲ ରୂପ ସାମ୍ନାରେ
ଦେଖିଲା ପରେ ଘୃଣାରେ ମୁହଁ ଫେରେଇ
ନେଲେ। ଛିଃ ଛିଃ ଯାହାକୁ ସେ ଦେବତା
ମନେ କରିଥିଲେ ସେ ତ ଗୋଟେ ବହୁରୂପୀ ।
ରାଗରେ ସୁନନ୍ଦା ପିଲା ଦୁଇଟିଙ୍କୁ ଧରି ଚାଲି ଯାଇଛନ୍ତି ବାଲେଶ୍ଵର।ସେଠାରେ ଗୋଟେ ଏଞ୍ଜିଓ ସଂସ୍ଥାରେଯୋଗାଯୋଗ କରି ନିଜ ପିଲା ଦୁଇଟିଙ୍କୁ
ମଣିଷ କରେଇବା ପାଇଁ ଚାକିରିଟିଏ ଯୋଗାଡ଼ କରିଛନ୍ତି ମଧ୍ୟ।ପଛକୁ ଫେରି କେବେ ସ୍ବାମୀ ବିଭୂତିଙ୍କ ସହ ସମ୍ପର୍କ ରଖିବା ପାଇଁ ଚାହିଁ ନାହାନ୍ତି ସେ...।
କିନ୍ତୁ କୁହାଯାଏ ସମସ୍ୟା ପଛେ ପଛେ ଗୋଡ଼େଇ ଗୋଡ଼େଇ ଆସିଥାଏ।
ଦୀର୍ଘ ଦିନ ଖୋଜା ଖୋଜି କରି ବିଭୂତି ବାବୁ ଆସି ପହଞ୍ଚି ଯାଆନ୍ତି ବାଲେଶ୍ଵରରେ ।
ସୁନନ୍ଦାଙ୍କ ଗୋଡ଼ ଧରି ନିଜ
କୃତ କର୍ମ ପାଇଁ କାନ୍ଦି କାନ୍ଦି ଭୁଲ୍ ମାଗନ୍ତି ,
ଓ ପିଲା ମାନଙ୍କ ଭବିଷ୍ୟତ ପାଇଁ ଏକାଠି ରହିବା ପାଇଁ ଅନୁରୋଧ କରନ୍ତି ମଧ୍ୟ ।
ସୁନନ୍ଦା ଦେବୀ ଶିଖା ବିଷୟ ଉଠାନ୍ତେ ବିଭୂତି ବାବୁ କହିଲେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଶିଖା ପ୍ରତି ଆକୃଷ୍ଟ ହୋଇ ଯାଇଥିଲେ କିନ୍ତୁ ସେ ସୁନନ୍ଦାଙ୍କୁ ଛାଡ଼ି ବଞ୍ଚି ପାରିବେ ନାହିଁ ବୋଲି ।
ନାରୀ ମନ ତ ପୁରୁଷ କାନ୍ଦିଲେ ତରଳି ଯିବା ସ୍ଵାଭାବିକ। ତଥାପି ଦାମ୍ପତ୍ୟ ଜୀବନ ଖଣ୍ଡ ବିଖଣ୍ଡିତ ହେଲା ପରେ ଗୋଟେ ଛାତ ତଳେ ଏକାଠି ରହିବା ପାଇଁ ସୁନନ୍ଦାଙ୍କୁ ଭଲ ଲାଗୁ ନଥିଲା।
ସୁନନ୍ଦା ପୁନଃଶ୍ଚ ଶିଖା ବିଷୟରେ
ପଚାରିବାରୁ ବିଭୂତି ବାବୁ କହିଲେ ଯେ ,ସେ
ଅନ୍ୟତ୍ର ବଦଳି ନେଇ ତାଙ୍କ ଜୀବନରୁ
ସବୁଦିନ ପାଇଁ ଚାଲି ଯାଇଛି। ତତ୍ ପଶ୍ଚାତ୍ ସୁନନ୍ଦା ଦେବୀଙ୍କୁ ଅନେକ ବୁଝାସୁଝା କରି ବିଭୂତି ବାବୁ ସୁନନ୍ଦା ଓ ପିଲା ଦୁଇଟିଙ୍କୁ ସାଙ୍ଗରେ ଧରି କଟକ ଫେରି ଆସିଛନ୍ତି।
ସେଦିନ ଠାରୁ କିନ୍ତୁ ,ସୁନନ୍ଦା ଦେବୀ
ନିଜ ଶୟନ କକ୍ଷ ଅଲଗା କରି ଦେଇଥାନ୍ତି।
କୌଣସି ଦିନ ମଧ୍ୟ ତାଙ୍କ ଶଯ୍ୟାକୁ ସ୍ପର୍ଶ ନକରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥାନ୍ତି ବିଭୂତି ବାବୁଙ୍କୁ ।
ଭୀଷଣ ମାନସିକ ଆଘାତ ପାଇ ସୁନନ୍ଦା ଦେବୀ ସବୁବେଳେ ଚିଡ୍ ଚିଡ଼୍ହୋ ଇ ଯାଇଥାନ୍ତି ଇତି ମଧ୍ୟରେ।
ବହୁତ ଭଲ ସମ୍ପର୍କଟିଏ ଟିକେ ଭୁଲ୍ ପାଇଁ ସବୁଦିନ ପାଇଁ ଛିଣ୍ଡିଯାଏ।
ତଥାପି ବିଭୂତି ବାବୁ ଚେଷ୍ଟା କରନ୍ତି
ସୁନନ୍ଦାଙ୍କୁ ଖୁସିରେ ରଖିବା ପାଇଁ।
କିନ୍ତୁ ସୁନନ୍ଦା.....!!
ଥରେ ଯେଉଁ ପୁରୁଷ ପ୍ରତାରଣା କରିଥାଏ, ଧୋକା ଦେଇଥାଏ ତାକୁ ଵିଶ୍ଵାସ କରିବା ନିଜ ମୂର୍ଖାମିର ପରିଚୟ ସିନା !!
ପ୍ରଦୀପର ଉର୍ଦ୍ଧ୍ବମୁଖୀ ଶିଖାପତଙ୍ଗ ତ, ଉଡ଼ି ଆସି ଝାସ ଦିଅନ୍ତି ସେଇ ଶିଖାରେ ।
ବିଭୂତି ବାବୁଙ୍କ ରସିକିଆ କଳାର
ଆଉ ଏକ ଉଦାହରଣ ସାମାଜିକ
ଗଣ ମାଧ୍ୟମରେ ପ୍ରସାର ହେବା ପରେ,
ସୁନନ୍ଦା ଦେବୀ ତାହାକୁ ଦେଖି ଆଉ ସଜ୍ୟ
କରି ନପାରି ପଙ୍ଖାରେ ନିଜ ଶାଢ଼ୀରେ
ଝୁଲି ଆତ୍ମହତ୍ୟା କରି ଦିଅନ୍ତି।
ପୋଲିସ ଆସି ବିଭୂତି ବାବୁ ଙ୍କୁ ଆରେଷ୍ଟ କରିବା ପୂର୍ବରୁ ବିଭୂତି ବାବୁ ଶେଷ
ଥର ପାଇଁ ସୁନନ୍ଦାଙ୍କ ଝୁଲନ୍ତା ଶବ ପାଖରେ
ପହଞ୍ଚି ହାତ ଯୋଡ଼ି ଭୁଲ୍ ମାଗିଛନ୍ତି।
ଉତ୍ତରରେ ଶୂନ୍ୟରୁ ଶୁଣିବାକୁ ପାଇଛନ୍ତି ତମ ଅପରାଧର କ୍ଷମା ନାହିଁ ।
ତୁମ ପିଲା ମାନେ ତୁମରି ଆଖି ଆଗରେ ଯେତେବେଳେ ,ତମ ପରି ଅପରାଧ କରି
ଆତ୍ମହତ୍ୟା କରିବେ ଆଉ ,ତୁମ ମୃତ୍ୟୁ
ବେଳକୁ ତମ ପାଟିରେ ପାଣି ଟୋପାଏ
ଦେବାକୁ ଯେତେବେଳ କେହି ଉତ୍ତରାଧିକାରୀ ନଥିବେ ସେଇଟା ହିଁ ହେବ
ତୁମ ପାଇଁ ତମର ଉପଯୁକ୍ତ ଶାସ୍ତି !
ସମ୍ମାନ, ପ୍ରତିଷ୍ଠା, ସମ୍ପର୍କକୁ
ଛିନ୍ନ କରି ସୁନନ୍ଦା ଦେବୀ ଙ୍କ ପ୍ରାଣହୀନ
ପିଣ୍ଡଟି ପଡ଼ି ରହିଥିଲା ।
ବୋଧହୁଏ ଆଗ ଜନ୍ମରେ ସ୍ବାମୀ ସୁହାଗିନି ସଫଳ ପରିଣୀତାଟିଏ ହେଇ ବଞ୍ଚିବା
ଅପେକ୍ଷାରେ ।
କେଉଁ ସ୍ତ୍ରୀ ଅବା ନଚାହେଁ ସୁଖରେ
ସଂସାରଟିଏ କରିବା ପାଇଁ?
ଅବଶୋଷ୍ ।