Pranati Panda

Tragedy

4.5  

Pranati Panda

Tragedy

ରାଜୁ

ରାଜୁ

5 mins
365



ରାଜୁ ଏ ରାଜୁ !

କଣ ରାତି ସାରା ଶୋଇନୁ କି ଦିନ ଆସି ୯ ଟା ବାଜିଲାଣି କେତେବେଳେ ସ୍କୁଲ୍ ଯିବୁ ?ଜେଜେମା ଙ୍କ ଡାକରେ ରାଜୁର ନିଦ ଭାଙ୍ଗିଗଲା ।ଧଡ଼ପଡ ହୋଇ ରାଜୁ ଉଠିପଡ଼ି ଘଡି ଦେଖି ଦଉଡ଼ି ଗଲା ବେଶିନ୍ ପାଖକୁ , ଜଲ୍ଦୀ ଜଲ୍ଦୀରେ ଦାନ୍ତ ଘଷି , ମାଆ ଟେବୁଲ୍ ଉପରେ ରଖିଥିବା ରୁଟି , ସନ୍ତୁଳା ଖାଇଦେଇ ଟିଫିନ୍ ବକ୍ସ୍ ଓ ପାଣି ବୋତଲ ବ୍ୟାଗ୍ ରେ ପୁରେଇସ୍କୁଲ୍ ଡ୍ରେସ୍, ଜୋତା, ମୌଜା, ଟାଏ ବାନ୍ଧି ଦୌଡ଼ିଲା ସ୍କୁଲ୍ ବସ୍ ଷ୍ଟପ୍ ପାଖକୁ । ଆଜି ଯଦି ବସ୍ ଫେଲ୍ ହେବ ମାଡ଼ରେ ଆଉ ତ୍ରାହି ନାହିଁ ଘରେ! ମନେ ମନେ ଭାବି ଦଉଡ଼ି ଦଉଡ଼ି ଚାଲିଥାଏ ରାଜୁ ।

    ବେହେରା ବାବୁଙ୍କର ଦୁଇଟି ସନ୍ତାନ ରାଜୁ ଆଉ ଲିପି । ପୁଅ, ଝିଅ, ସ୍ତ୍ରୀ, ମା ଙ୍କୁ ନେଇ ହସଖୁସିର ପରିବାର ବେହେରା ବାବୁଙ୍କର ।ବେହେରା ବାବୁ ଜଣେ ଓ.ଏ. ଏସ୍ ଅଫିସର୍ ।ଆନନ୍ଦପୁରରେ ତହସିଲଦାର୍ ଭାବରେ ଅବସ୍ଥାପିତ ଥିଲେ । ସ୍ତ୍ରୀ ରୁବିନା ମଧ୍ଯ ଆନନ୍ଦପୁର କଲେଜରେ ପଲିଟିକାଲ୍ ସାଇନସ୍ ରେ ଅଧ୍ୟାପିକା ।

       ବେହେରା ବାବୁ ବହୁତ କଡ଼ା ଅଫିସର୍ ନା ସେ, କାହାଠାରୁ ଲାଞ୍ଚ ନିଅନ୍ତି ନା , କାହାକୁ ଅଫିସରେ ଲାଞ୍ଚ ନେବାକୁ ଦିଅନ୍ତି । ସେ ଅଫିସ ଭିତରେ ଥିଲେ କେମିତି ଏକ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥାଏ ।ଘରେ କାମଦାମ ପାଇଁ ଅର୍ଡଲି ପିଅନ୍ ଟିଏ "ଶନା" ବୋଲି ନିଯୁକ୍ତି ହୋଇଥାଏ । 

      ରାଜୁର ଦଶମ ଶ୍ରେଣୀ ପଢ଼ା, ପଢ଼ି ବାଦ୍ ଟିଉସନ୍ ରାତିରେ ଯାଏ। ଘରକୁ ରାତି ୯ ଟାରେ ଫେରି ପୁଣି ହୋମୱାର୍କ !ଉପରେ ମାଆ ପ୍ରତିଦିନ ନିଶ୍ଚିତ ଭାବରେ ଅଧ ଘଣ୍ଟାଏ ରାଜୁର ପଢ଼ା, ପଢ଼ି ଦେଖନ୍ତି । କାରଣ,ଦଶମ ଶ୍ରେଣୀ କୌଣସି ଥିରେ ଯେପରି ବାକିଆ ରହି ନଯାଉ । ବିଧିର ବିଧାନ ବଡ଼ ବିଚିତ୍ର ସତେ !ନିୟତିକୁ ଟାଳିବାକୁ ଅବା କାହାର ହାତ ଅଛି ?ଅଚାନକ ବେହେରା ବାବୁ ଙ୍କ ମାତୃ ବିୟୋଗ ଘଟିଗଲା । ରାଜୁର ଦଶମ ଶ୍ରେଣୀ ଟେଷ୍ଟ୍ ପରୀକ୍ଷା ଚାଲୁ ଥିବାରୁ ଅନ୍ୟ ଉପାୟ ନ ପାଇ ବେହେରା ବାବୁ ପିଅନ "ଶନା" ପାଖରେ ରାଜୁର ଭଲ, ମନ୍ଦ ଦାୟୀତ୍ବ ଦେଇ ଗାଁ ବୀରମିତ୍ରପୁର କୁ ସସ୍ତ୍ରୀକ ଝିଅ ଲିପି କୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ବାହାରି ଗଲେ। ଗାଁ ରୁ ଶୁଦ୍ଧି କ୍ରିୟା ସାରି ଫେରିଲା ବେଳକୁ ୧୫ ଦିନ ବିତି ଯାଇଥାଏ। 


 ସ୍ତ୍ରୀ ରୁବିନା ଜଲ୍ଦୀ ଜଲ୍ଦୀ ରେ ଘରେ ପାଦ ଦେଉ ନଦେଉଣୁ ଗାଁରୁ ଆଣିଥିବା ଚୁଡ଼ା ,ଦହି, କଦଳୀ ଚକୁଟି ଖାଇଦେଇ ଚାଲିଗଲେ କଲେଜକୁ । 

ଯିବା ରାସ୍ତାରେ ଝିଅ ଲିପିକୁ ସ୍କୁଲ୍ ରେ

ଡ୍ରପ୍ କରିଦେଇ ଗଲେ ।


  ବେହେରା ବାବୁ ବି, ତରବରରେ ଅଫିସ ଚାଲିଗଲେ ।ଏତେଦିନ ଛୁଟି ପରେ ଅନେକ କାମର ଚାପ ଆଜି ଅଫିସରେ ।

      ରାତ୍ରି ଭୋଜନ ବେଳକୁ ସମସ୍ତେ ଏକାଠି ଡାଇନିଙ୍ଗ୍ ଟେବୁଲରେ । ବେହେରା ବାବୁ ରାଜୁ ପଢ଼ା ପଢ଼ି ପରୀକ୍ଷା ପ୍ରସ୍ତୁତି ବିଷୟରେ ରାଜୁ ଠାରୁ ପଚାରି ବୁଝୁଥାନ୍ତି । ରାଜୁ ଖୁବ୍ ମେଧାବୀ ଛାତ୍ର। ଶିକ୍ଷକ ମାନଙ୍କ ପ୍ରଥମ ପସନ୍ଦ, ସମସ୍ତେ କୁହନ୍ତି ରାଜୁ ସ୍କୁଲ୍ ନାଁ ରଖିବ, ନିଶ୍ଚିତ ବେଷ୍ଟ୍ ଟେନ୍ଥ ରେ ନିଜ ନାମ ତାଲିକା ଭୁକ୍ତ କରିବ । ମାଆ ରୁବିନାଙ୍କର ବି ପୁଅ ଉପରେ ସମ୍ପୂର୍ଣ୍ଣ ଭରସା ଥାଏ ।

     ହଠାତ୍ ବେହେରା ବାବୁଙ୍କ ଫୋନ୍ ବାଜି ଉଠିଲା , ତାଙ୍କୁ ମାଜିଷ୍ଟ୍ରେଟ୍ ଡ଼ିଉଟିରେ 

ଗଡ଼ ବାନ୍ଧଗଡ଼ା ଯିବାକୁ ପଡ଼ିବ ।ସେଠାରେ ସପ୍ତାହେ ମଧ୍ଯ ରହିବାକୁ ପଡିବ । ରୁବିନା ଶୁଣି ଟିକେ ବ୍ୟସ୍ତ ହୋଇ ପଡ଼ିଲେ ଶାଶୁଙ୍କ ଖାଲିପଣ ଅନୁଭୂତ ହେଲା ।


ଘରେ ପିଲା ମାନଙ୍କୁ ଶାଶୁ ଥିବା ବେଳେ ନିଶ୍ଚିନ୍ତ ହୋଇ ଛାଡ଼ି ଯାଆନ୍ତି ସେ। ପିଅନ ଉପରେ ତାଙ୍କୁ ଆଦୌ ଭରସା ପାଏନି ।ତଥାପି ଏତେ ଦିନ ଛୁଟି ନେଇଛନ୍ତି ଯେତେବେଳେ , ଆଉ କଲେଜରୁ ଛୁଟି ମିଳିବା ଅସମ୍ଭବ। ଏପଟେ ରାଜୁର ଟେଷ୍ଟ୍ ପରୀକ୍ଷା ଇତି ମଧ୍ୟରେ ଶେଷ ହୋଇ ଯାଇଥିଲା । ଏବେ ଘରେ ରହି କେବଳ ଫାଇନାଲ୍ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାର ସମୟ ।

      ରୁବିନାଙ୍କୁ ଚିନ୍ତାରେ ନିଦ ହେଉ ନଥାଏ। ଏକଡ଼ ସେକଡ ହୋଇ ରାତିଟା କଟିଗଲା। ସକାଳୁ ସକାଳୁ ଟିଫିନ୍ ଖାଇ ବେହେରା ବାବୁ ବାହାରି ଗଲେ ଗଡ଼ ବାନ୍ଧଗଡା ଅଭିମୁଖ୍ୟେ । ଗଲା ବେଳକୁ ପିଅନ "ଶନା"କୁ ତାଗିଦ୍ କରିଦେଇ ଗଲେ ଘର ଓ ରାଜୁର ଧ୍ୟାନ ରଖିବା ପାଇଁ। କାରଣ ପିଲାଟା ଏକୁଟିଆ ସାରାଦିନ ଟେଷ୍ଟ୍ ପରୀକ୍ଷା ପରେ ଘରେ ରହୁଥିବା କାରଣରୁ ।  ତାପରେ ରୁବିନା ରାଜୁକୁ

ଟିଫିନ୍ ଦେଇ ଖରାବେଳେ ସେ ଆଜି ଜଲ୍ଦୀ ଫେରି ଆସି ରୋଷେଇ କରିବେ ବୋଲି କହି ଲିପିକୁ ସାଙ୍ଗରେ ନେଇ ବାହାରି ଯାଆନ୍ତି ସ୍କୁଲ୍ ଅଭିମୁଖେ।

      କାହିଁକି କେଜାଣି ରୁବିନା ଙ୍କ ମନ ଆଜି କଲେଜ ଯିବା ପାଇଁ ଆଦୌ ଚାହୁଁ ନଥିଲା। 

ବାହାରୁ ବାହାରୁ ପିଅନ ପଛରୁ ଡ଼ାକି ପଚାରିଲା ମାଆ ଆପଣ ଆଜି କେତେବେଳେ ଫେରିବେ ?

ରୁବିନା ବିରକ୍ତ ହୋଇ କହିଲେ କାହିଁକି ପଚାରୁଛୁ? 

ବୋଧେ ୨ ଟା ହେବ , ମୁଁ ଆସିଲେ ରୋଷେଇ କରିବି।

       ବାସ୍ ତାପରେ ରୁବିନା ଝିଅ ଲିପିକୁ 

ସାଙ୍ଗରେ ନେଇ ଚାଲିଗଲେ ।ଛୋଟ ଝିଅ , ପଞ୍ଚମ ଶ୍ରେଣୀରେ ପଢ଼େ। ବେଳ କାଳ ଠିକ୍ ନାହିଁ , ତେଣୁ ପ୍ରତିଦିନ ରୁବିନା ସାଙ୍ଗରେ ନେଇ ଯାଆନ୍ତି , ଓ ମଝିରେ ସ୍କୁଟି ନେଇ ପୁଣି ଝିଅକୁ ଘରେ ଶାଶୁଙ୍କ ପାଖରେ ଛାଡ଼ିଦେଇ ପୁନର୍ବାର କଲେଜ ଚାଲି ଯାଆନ୍ତି । କିନ୍ତୁ ଏବେ ଶାଶୁ ତ ଆର ପାରିରେ।

ଭାବୁ ଭାବୁ ରୁବିନାଙ୍କ ଆଖି ଭିଜି ଯାଉଥାଏ ।

      ଆଜି କିନ୍ତୁ ସେ, ଆଉ ସେକେଣ୍ଡ ହାଫ୍ ରେ କଲେଜ ଯିବେନାହିଁ । ଶାଶୁ ଗଲା ପରଠୁଁ ଦେହ ସହ ମନ ବି ରୁବିନାଙ୍କର ଭଲ ନାହିଁ।

      ଠିକ୍ ଦିନ ଦୁଇଟା ବେଳେ ସେ ଝିଅ ଲିପିକୁ ଧରି ଘରେ ପହଞ୍ଚିଲେ । କିନ୍ତୁ ଦୁଆରେ ଚାବି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସେ ।ରାଜୁ ଆଉ ପିଅନ ଗଲେ କୁଆଡ଼େ?

     ଗ୍ରିଲ୍ ଭିତରେ ଦେଖିଲେ ରାଜୁ ଚପଲ ଅଛି , ସାଇକେଲ୍ ବି ଅଛି ଅଥଚ ଘର ବାହାରୁ ଚାବି ପଡ଼ିଛି ! ପିଅନ "ଶନା" ଗଲା କୁଆଡ଼େ ?

ଡୁପ୍ଲିକେଟ୍ ଚାବି ରୁବିନାଙ୍କ ପାଖରେ ସବୁବେଳେ ଥାଏ ।ସେ ସେହି ଚାବିରେ କବାଟ ଖୋଲି ଭିତରକୁ ପଶି ଯାହା ଦେଖିଲେ ସେଥିରେ ତାଙ୍କ ହୋସ୍ ଉଡ଼ିଗଲା। ରାଜୁ ପଙ୍ଖାରେ ଝୁଲି ପଡ଼ିଛି, ଜଲ୍ଦୀ ଜଲ୍ଦୀ ରେ ପଡ଼ିଶା ଘର ଲୋକଙ୍କୁ ଡ଼ାକି ରଶି କାଟି ତଳକୁ ଓହ୍ଲାଇ ଆଣିଲେ,କିନ୍ତୁ ଏ କଣ ! ରାଜୁ ଶରୀର ନିସ୍ତେଜ୍ ହୋଇଯାଇଛି ଆଉ ସେ, ସବୁଦିନ ପାଇଁ ଆଖି ବୁଝି ଦେଇଛି।

     ରୁବିନା ବିଶ୍ୱାସ କରି ପାରୁ ନଥାନ୍ତି ଯେ, ରାଜୁ ଭଳି ମେଧାବୀ ଛାତ୍ର ବୋର୍ଡ଼ ପରୀକ୍ଷା ପୂର୍ବରୁ

ଏପରି କାମ କଦାପି କରିବା ପିଲା ରାଜୁ ନୁହେଁ । ସେ ତାଙ୍କ ପୁଅକୁ ଭଲ ଭାବରେ ଜାଣିଛନ୍ତି ।

       କାନ୍ଦ ବୋବାଳି , ଚିତ୍କାର ମଧ୍ୟରେ କେତେବେଳେ ପିଅନଟି ଆସି ପହଞ୍ଚି ଯାଇଛି । ରାଜୁକୁ ଛାଡ଼ି କୁଆଡେ଼ ଯାଇଥିଲୁ ପ୍ରଶ୍ନର

ଉତ୍ତରରେ କହିଲା ରାଜୁ ତାକୁ ଭୋକ ଲାଗୁ ଥିବାରୁ ବାହାରକୁ ବ୍ରେଡ୍ ଆଣିବା ପାଇଁ ପଠେଇ ଥିଲେ ,ତେଣୁ ସେ ରାଜୁ କହିବା ଅନୁଯାୟୀ ବାହାରୁ ତାଲା ଦେଇ ଯାଇଥିଲା ବୋଲି କହିଲା ।


    କିନ୍ତୁ କହିବା ବେଳେ କାହିଁକି ତାର ମୁଖ ନିଶୃତ ଶବ୍ଦ ଖନୀ ମାରି ଯାଉଥିଲା । ରୁବିନା ସ୍ଵାମୀ ଙ୍କୁ ଫୋନ୍ କରି ଜଲ୍ଦୀ ଆସିବା ପାଇଁ କହି ବେହୋସ୍ ହୋଇ ପଡ଼ିଲେ । ଇତି ମଧ୍ୟରେ ପିଅନଟି ଜଲ୍ଦୀ ଜଲ୍ଦୀରେ କିଛି ଗ୍ରାମବାସୀ ଙ୍କ ସହାୟତାରେ ପୋଲିସ ଆସିବା ଆଗରୁ ପିଲାଟିକୁ ନେଇ ପୋଡ଼ି ଦେଇ ଆସିଲା ।   ବେହେରା ବାବୁ ଆସି ପହଞ୍ଚିଲା ବେଳକୁ ରାଜୁର ଶବ ସତ୍କାର ହୋଇ ସାରିଥିଲା।

ରୁବିନା ସେ ପର୍ଯ୍ୟନ୍ତ ବେହୋସ୍ ହୋଇ ପଡ଼ିଥାନ୍ତି । 

ଛୋଟ ଝିଅଟି ଯାହା ସ୍ଵ ଚକ୍ଷୁରେ ଦେଖିଥିଲା, ତାହା ବାପାଙ୍କ ଆଗରେ ବୟାନ୍ କରୁଥାଏ ।

   ବେହେରା ବାବୁ ତୁରନ୍ତ ପୋଲିସ୍ ଷ୍ଟେସନ୍ ପହଞ୍ଚି ଏଫ୍. ଆଇ. ଆର୍ ଦେଲେ ।


ପୋଲିସ ଆସି ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର କରି ସନ୍ଦେହରେ ପିଅନ "ଶନା"କୁ ପୋଲିସ କଷ୍ଟଡିରେ ନେଇଗଲେ ।

   " ଶନା" ପ୍ରଥମରେ କିଛି ମାନିବା ପାଇଁ ପ୍ରସ୍ତୁତ ନଥିଲା ବେଳେ , ପୋଲିସର ଥାର୍ଡ ଡ଼ିଗ୍ରୀ ରେ ସବୁକିଛି ମାନିଗଲା ।


    କିପରି ବେହେରା ବାବୁଙ୍କ ପାଇଁ ଅଫିସର ଅଧସ୍ତନ କର୍ମଚାରୀ ଲାଞ୍ଚ ନଖାଇ ପାରି ସମସ୍ତେ କ୍ରୋଧୀତ ଥିଲେ, ଏବଂ ବେହେରା ବାବୁଙ୍କ ସଚ୍ଚୋଟତା ପାଇଁ କିପରି ୮/୧୦ ଜଣ ଗ୍ରାମବାସୀ ନିଜ ଚାଷ ଜମିକୁ , ଘର ବାଡ଼ିରେ ପରିବର୍ତ୍ତନ କରି ନପାରିବାରୁ ଉଚ୍ଚ ଦରରେ ଜମିକୁ ବିକ୍ରୀ କରି ପାରୁ ନଥିଲେ , ସେଥିପାଇଁ ସମସ୍ତେ ରାଗ ରଖି ସୁଯୋଗର ଅପେକ୍ଷା କରି ବେହେରା ବାବୁଙ୍କ ଏକମାତ୍ର ପୁଅକୁ ଜୀବନରେ ମାରିଦେବା ପାଇଁ କୁଟ ଚକ୍ରାନ୍ତ କରିଥିଲେ , ଓ "ଶନା" କୁ

ହାତ କରିଥିଲେ ।"ଶନା" ନିଜର ଏକ ମାତ୍ର ରୋଗଣା ପୁଅର ଚିକିତ୍ସା ପାଇଁ ଟଙ୍କା ଲୋଭରେ କିପରି "ରାଜୁ"ର ତଣ୍ଟି ଚିପି ହତ୍ୟା କରି, ହତ୍ୟା କୁ

ଆତ୍ମହତ୍ୟାର ରୂପ ଦେଇଥିଲା ,ସବୁ ତିଖା, ତିଖାରେ ବଖାଣି ଗଲା ।

    ଏହାପରେ "ଶନା" ସହ ଅନ୍ୟ ଅଭିଯୁକ୍ତ ଆସାମୀ ମାନଙ୍କୁ କୋର୍ଟ ଚାଲାଣ ସହ ଜେଲ୍ ପଠା ଯାଇଥିଲା।

      ଇତି ମଧ୍ୟରେ ମାସେ ପରେ "ଶନା" ଜେଲ୍ କୋଠରୀ ମଧ୍ୟରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରି ଦେଇଛି ବୋଲି

ଖବର ଆସିଲା ।

       ବେହେରା ବାବୁଙ୍କ ସଚ୍ଚୋଟତା ପାଇଁ ରାଜୁର ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଛି।

     ଦେଖୁ ଦେଖୁ ଦୁଇ ବର୍ଷ ବିତି ଯାଇଛି, 

ରୁବିନା ପାଗଳି ପରି ଛୁଟି ଯାଆନ୍ତି ରାଜୁର ଫଟୋ ପାଖକୁ ,ଆଉ ଯାହା ରୋଷେଇ କରିଥାନ୍ତି

ପରୋଷି ଦିଅନ୍ତି ଗୋଟିଏ ଥାଳିରେ ରାଜୁର ଫଟୋ ଆଗରେ ।

    ଆଜି ରାକ୍ଷୀ ପୂର୍ଣ୍ଣିମା

ସକାଳୁ ଲିପି ରାକ୍ଷୀ ଟିଏ ରଖିଦେଇଛି ଭାଇ ଫଟୋ ଆଗରେ ଆଉ ରୁବିନା ପାଟି କରି

ଛୁଟି ଆସନ୍ତି ଲିପି ଉପରେ, କେତେ ଥର ତତେ କହିବି ଯେ ,ଖାଲି ରାକ୍ଷୀ ଭାଇକୁ ବାନ୍ଧିବୁ ନାହିଁ ବୋଲି, ଦୀପରେ ବନ୍ଦେଇ, ଚନ୍ଦନ ଟୀକା ଦେଇ, ରାକ୍ଷୀ ବାନ୍ଧି ମିଠା ଖୁଆଇ ଦେବୁ ବୋଲି।

     ଏ ରାଜୁ ଉଠ୍ , ଉଠ୍ ବାବା ଜଲ୍ଦୀ ଜଲ୍ଦୀ ଲିପି ହାତରୁ ରାକ୍ଷୀ ବାନ୍ଧି ତାକୁ ତା' ପାଉଣାଟା ଦେଇଦେଲୁ ।

    ଏ ନର ମାଂସ ଲୋଭୀ ସଂସାରରେ ତୋ ଭଉଣୀର ସୁରକ୍ଷା ଦାୟିତ୍ଵ ପରା ତୋ' ଉପରେ ରହିଲା ବାବା ! 

    ବାବାରେ ମୋ ଧନ କୁଆଡ଼େ ଗଲୁ ଫେରି ଆ ଧନ ତୋ ବାପା ଆଉ କାହାକୁ ପାଟି କରିବେ ନାହିଁ

ଲାଞ୍ଚ ନଖାଇବା ପାଇଁ।


     

     


Rate this content
Log in

Similar oriya story from Tragedy