Pradipta Sundar Rath

Inspirational

3  

Pradipta Sundar Rath

Inspirational

ବାତେରା

ବାତେରା

3 mins
249



ବଡ ଅଜବ ଏହି ନାଁ ...ବଡ ଅଜବ ବି ଏହାର ସଂପର୍କ ଦୁନିଆ ସହ ...ସମସ୍ତେ ବି ଭଲପାଆନ୍ତି ଆଉ ଘୃଣା ବି ସମସ୍ତେ କରନ୍ତି । ସତରେ ଆଜି ଯଦି ବି ମୋ ଗାଁ ଟିକେ ବି ହସୁଛି କେବଳ ଆମ ମାନଙ୍କ ପାଇଁ ...ଗାଁରେ କିଛି ହେଲେ ବୁଦ୍ଧିମାନ ଲୋକ କେବେ ବାହାରିବେନି ...ବାହାରିବେ ତ ବାତେରା ମାନେ । ଆଉ ପୁଣି ଲୋକେ ସବୁବେଳେ ସମ୍ମାନ ଦିଅନ୍ତି ସେହି ବୁଦ୍ଧିମାନଙ୍କୁ ଆଉ ଗାଳିଦିଅନ୍ତି ଆମ ପରି ବାତେରାମାନଙ୍କୁ । ହଁ ହଁ ଗାଳିଖାଇବାରୁ ମନେପଡିଲା କେବେ ବି ତ ଆମେମାନେ ବାଦ୍ ପଡନ୍ତିନି ସ୍କୁଲ୍ ଠାରୁ ଆରମ୍ଭ କରି ଘର ଯାଏଁ ସମସ୍ତେ ସବୁବେଳେ ଗାଳି କରନ୍ତି । 

   ସତରେ କଣ ଆମମାନଙ୍କ ପାଶେ କିଛି ଭଲ ଗୁଣ ନାହିଁ । ସତରେ କଣ ଆମେମାନେ ଏତେ ଖରାପ ...

 ଆରେ ନା ଆମେମାନେ ଖରାପ ନୁହେଁ ...ଆମମାନଙ୍କ ପାଶେ ଏପରି ଶକ୍ତି ଅଛି ଯାହା ଏ ଦୁନିଆର କାହା ପାଶେ ନାହିଁ । ସବୁକିଛି ଜଲଦି ଶିଖିବାର କଳା ...ସବୁକିଛି ଜଲଦି ପାଇବାର କଳା, ବର୍ତ୍ତମାନରେ ଜୀଇଁବାର କଳା ଆଉ ଆମମାନଙ୍କ ସବୁଠୁ ବଡ ଖରାପ ଗୁଣ ହେଉଛି ଆମେମାନେ ଅପେକ୍ଷା କରିପାରୁନା ଧୈର୍ଯ୍ୟହୀନ । 

  ପୁରା ଦୁନିଆ କହୁଛି ଆମେ ପାଠ ପଢିଲୁନି ବୋଲି, କିନ୍ତୁ କେବେ କିଏ ବୁଝିବାକୁ ଚେଷ୍ଟା କରିଛି । ମୁଁ ତ କହିଛି ନା ଆମେ ସବୁକିଛି ଜଲଦି ଚାହୁଁ । କାହିଁ କେବେ ତ କେହି କହିନି ଆମକୁ ପାଠ ପଢିଲେ ସାଙ୍ଗେ ସାଙ୍ଗେ ଖୁସି ମିଳେ ବୋଲି, ସବୁବେଳେ କୁହାଯାଇଛି ଖୁସି ମିଳିବ ଭବିଷ୍ୟତରେ । ଆଉ ସେହି ସମୟରେ ଆମକୁ ଏହା ଶୁଣିବାକୁ ମିଳେ ଯେ ସାଙ୍ଗମାନଙ୍କ ସହ ଖେଳିବା, ମସ୍ତି, ଟିଭି ମୋବାଇଲ ବ୍ୟବହାର କରିବା ଦ୍ୱାରା ଜଲଦି ଖୁସି ମିଳେ । ସବୁବେଳେ ସବୁକିଛି ଜଲଦି ପାଇବାକୁ ଈଛା କରୁଥିବା ଆମ ମାନେ ମସ୍ତି ଆଉ ସାଙ୍ଗସାଥୀ ଙ୍କୁ ଚୟନ କରିଥାଉ । ବାସ୍ ଥରେ ଖାଲି ଥରେ କିଏ କହିଦେଇଥାନ୍ତା-ପାଠ ପଢିଲେ ମଜା ଲାଗେ ...ଆଉ ବତେଇଦେଇଥାନ୍ତା କେମିତି ମଜା ମିଳେ .....ତାହାହେଲେ ତୁମର topper ବି କିଛି ନୁହଁ ଆମ ସାମ୍ନାରେ । 

  ଆଉ ଆମର ଏହି ଗୁଣକୁ ଖରାପ ବୋଲି ଭାବନି ...ଏହି ଗୁଣ ପାଇଁ ସମାଜର ଅନେକ ସୁବିଧା ଅଛି । ସମାଜରେ କିଛି ଦୁର୍ଘଟଣା ଘଟିଲେ ଭବିଷ୍ୟତ କଥା ଚିନ୍ତା ନ କରି ଆମେ ଆଗେଇଯାଉ ...କାହିଁକି ନା ଆମେ ବର୍ତ୍ତମାନରେ ବଞ୍ଚିବାକୁ ଭଲପାଉ । 

 ହଁ ହଁ ଆମେମାନେ ପ୍ରତିଟି କାମର ସେହି ଶ୍ରମିକ ...ଯୁଦ୍ଧ ଭୂମିରେ ଆଗରେ ରହି ଲଢୁଥିବା ସୈନିକ ଆଉ ଦୁର୍ନୀତିଗ୍ରସ୍ତ ରାଜନେତା ବି । 

 କାହିଁକି ନା ଜୀବନରେ ବାରବାର ଠୋକକର ଖାଇବା ପରେ ଯେତେବେଳେ ଯୁବାବସ୍ଥାରେ ଅନୁଭବ ହୁଏ ଯେ ଏପର୍ଯ୍ୟନ୍ତ କିଛି ଶିଖିନାହୁଁ, ଆଉ ବର୍ତ୍ତମାନ ମୁ ଆଉ ମୋ ପରିବାର ଖୁସିରେ ରହିବା ପାଇଁ ମୋତେ କିଛି ଶିଖିବାକୁ ପଡିବ । ନା ଅତୀତକୁ ନେଇ ମନଦୁଃଖ ଥାଏ ନା ଅହଙ୍କାର ଥାଏ ମନରେ ...ବାସ୍ ବାହାରିପଡୁ କିଛି ବି କାମକୁ ଖୁବ୍ ଜଲଦି ଶିଖି କରିବାକୁ ଟିକେ ବଞ୍ଚିବାକୁ । ପୁଣି ଯେତେବେଳେ ତୁମେ ଆମକୁ ଠକିଦିଅ ନିଜର ବୁଦ୍ଧି ଲଗାଇ ...ସେତେବେଳେ ତୁମ ସହ ଲଢେଇ ନକରି ଆମେ ପ୍ରତିଟି କାମରେ ମାହିର ହେଇଯାଉ ଖୁବ୍ କମ୍ ଦିନରେ । ଆଉ ଆମେ ବହୁତ ଖୁସି ଥାଉ ଶ୍ରମିକ ଭାବେ କାମ କରି ପ୍ରତିଦିନ ମଜୁରୀ ପ୍ରତିଦିନ ପାଇ ...କାହିଁକି ସବୁକିଛି ଆମକୁ ଜଲଦି ଦରକାର ଥାଏ । ହଁ ହଁ ଫରକ ଥାଇପାରେ ...ତୁମେମାନେ ସମୟ ଦେଖିବାକୁ ସୁନା କି ଘଡି ପିନ୍ଧୁଥିବା ବେଳେ ...ଆମେ ତ ବହୁ ଜଲଦି ଥାଉ ନା ସୁରଜକୁ ଦେଖି ସମୟ ଜାଣିଦେଉ । 


 ହଁ ହଁ ଆମେ ଦୁର୍ନୀତିଗ୍ରସ୍ତ ରାଜନେତା ....ଏହାର ବି ଦୋଷ ମୁଁ ପୁଣି ଏହି ଦୁନିଆକୁ ଦେବି ...କାହିଁକି ନା ଏ ଦୁନିଆ କେବେ ବି କହିନି ସତରେ ମଜା ମିଳେ ସାଙ୍ଗେ ସାଙ୍ଗେ ବୋଲି ...ସବୁବେଳେ କହିଛି ଦୁର୍ନୀତିରେ ମଜା ମିଳେ ସାଙ୍ଗେ ବୋଲି । 

 କିନ୍ତୁ ଏବେ ଆଉ ନୁହେଁ ....ବାସ୍ ଟିକେ ଧୈର୍ଯ୍ୟ ଖାଲି ଲଗେଇଦେବୁ ଆମ ଜୀବନରେ ...ତାପରେ ଦେଖିବ ଏ ଦୁନିଆରେ ବାତେରାମାନଙ୍କ ମହାବାତ୍ୟା ....ଆଉ ଯେ ଏ ଦୁନିଆର ସବୁ ଦୁଃଖ ଅଭାବ ଦୂରେଇ ନେଇ ଭରିଦେବ ଖୁସି ସଭିଙ୍କ ଓଠରେ ...ବହୁତ ଜଲଦି ...।

 ଆମେ ବୁଝିଗଲୁଣି ଧୈର୍ଯ୍ୟ ଶକ୍ତି ବଢେ ବିଶ୍ୱାସରେ....ଆଉ ବିଶ୍ୱାସ ବଢେ ଜଣେ ଶ୍ରେଷ୍ଠ ଜୀବନ୍ତ ଗୁରୁଙ୍କ ପ୍ରତି ଅଗାଢ ଭଲପାଇବାରେ । 



Rate this content
Log in

Similar oriya story from Inspirational