STORYMIRROR

Reeta aparajeeta Mohanty

Abstract Others

3  

Reeta aparajeeta Mohanty

Abstract Others

ବାପାଙ୍କ କଲମ

ବାପାଙ୍କ କଲମ

1 min
577

ମୋ ବାପାଙ୍କ ପାଖରେ ଗୋଟିଏ କଲମ ଥିଲା। ସେ କଲମ ମୋ ଛୋଟ ବେଳଠୁ ବାପାଙ୍କ ଧଳା ସାର୍ଟ ପକେଟରେ ସେଇ ସୁନା ରଙ୍ଗର କାଳୀ କଲମ ଅଛି।ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିଲି। ମୋର ସେଇ କଲମ ରେ ବହୁତ ବହୁତ ଲୋଭ ହେଉଥିଲା। ମତେ ବହୁତ ଭଲ ଲାଗୁଥିଲା ବାପାଙ୍କ କଲମ।


ବାପାଙ୍କ ଅକ୍ଷର ଗୋଲ ଗୋଲ। ସେ ବିଜିନେସ ସହ ଲେଖା ଲେଖିର ଭଲ ତାଳ ମେଳ ରଖିଥିଲେ। ବଡ଼ ଭାଇ ତ ଭଲ ପଢ଼ନ୍ତି ମୋ ସାନ ଭାଇ ଭଲ ପଢୁଥିଲା ହେଲେ ମୁଁ ବେଶୀ ଗେହ୍ଲା ହେଇ ଫୁଲେଇ ହେଇଯାଇଥିଲି। ପାଠ ସବୁ ମୋ ମୁଣ୍ଡ ଉପରେ ଯାଉଥିଲା। ବାପା ମାମା କେହି ଗାଳି ଦିଆନ୍ତିନି।ହେଲେ ମତେ ଭାରି କାନ୍ଦ ମାଡ଼େ। ମା ସ୍କୁଲ ରେ ପଢାନ୍ତି। ବାପା ଭାଇ ସମସ୍ତେ ପଢା ଲେଖା ରେ ଭଲ। ମୋ ଭିତରେ ସରସ୍ବତୀ ଆଶୀର୍ବାଦ ଆସିବା ପରି ମୁଁ ଭଲ ପଢ଼ିଲି। ତର୍କ ,ଆଦି ପ୍ରତିଯୋଗିତାରେ ଭାଗ ନେଲି।ବହୁତ ଭଲ କଲି। ଯେଉଁଦିନ ମୁଁ ମୋ ନିଜ କବିତା ପଢି ୨୫

ଟା ସ୍କୁଲ ଭିତରେ ପ୍ରଥମ ହେଲି ସେଦିନ ବାପା ମତେ ତାଙ୍କ ପ୍ରିୟ କଲମ ଟି ଦେଇ କହିଲେ ମାନୁ ମା ଆଜିଠୁ ଏଇ କଲମ ଟି ତୋର। ମତେ ମୋ ଗୁରୁ ଦେଇଥିଲେ ଆଜିଠୁ ମୁଁ ତୋତେ ଦେଲି , ତାର ମାନ ରଖୁବୁ ମୋର ଆଶା । ତା ପର ଠାରୁ ମୁଁ ସବୁଠି ସବୁକ୍ଷେତ୍ରରେ ଆଗେଇଛି କେବେ ହାରିନି। ସବୁବେଳେ ସାଇତି ରଖିଛି ବାପାଙ୍କ କଲମ।ଯାହାର ମୂଲ୍ୟ କେହି କଳନା କରିପାରିବେନି।

ଆଜି ମୁଁ ଯାହା ହେଇଛି ମୋ ବାପା -ମାମା ଜଗନ୍ନାଥଙ୍କ ଆଶୀର୍ବାଦ ଓ କଲମ ର କିଛି ଶକ୍ତି ପାଇଁ କେଜାଣି ??? ଉତ୍ତର ମୋ ପାଠକ ମାନେ ଖୋଜନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract