Samar Ballav Bhoi

Inspirational Children

3  

Samar Ballav Bhoi

Inspirational Children

ବାପା

ବାପା

5 mins
266



ବାପା ବହୁତ ସରଳ ଓ ନମ୍ର ସ୍ୱଭାବର ମଣିଷଟିଏ ଥିଲେ । ସବୁବେଳେ କର୍ତ୍ତବ୍ୟନିଷ୍ଠ ମଣିଷ ପରି ନିଜ କର୍ତ୍ତବ୍ୟରେ ବ୍ୟସ୍ତ ଥାଆନ୍ତି । ସକାଳୁ ସନ୍ଧ୍ୟା ଯାଏଁ ସବୁବେଳେ ନମ୍ର ସ୍ୱଭାବର ବ୍ୟବହାର କରନ୍ତି । ସହନଶୀଳତା ଗୁଣ ତାଙ୍କର ସମାଜର ପରିଚୟ । ତାଙ୍କ ଆଖପାଖରେ କିଛି ଘଟଣା ଘଟିଲେ ସେ ସାହାଯ୍ୟ କରିବାକୁ ବାହାରି ପଡ଼ନ୍ତି ଓ ତାକୁ ସମ୍ପୂର୍ଣ୍ଣ କରିଥାନ୍ତି । ବୃତ୍ତିରେ ଜଣେ ଶିକ୍ଷକ, ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ ପଢାନ୍ତି । ଗାଆଁ ପାଖ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସ୍କୁଲ ଯିବା ପୁର୍ବରୁ ନିଜର ବିରାଟ ବାଡି ବଗିଚାରେ ସକାଳୁ ଉଠି ପନିପରିବା ଚାଷ ସବୁରେ ପାଣି ଦିଅନ୍ତି ଓ ଯତ୍ନବାନ ରଖନ୍ତି । ଠିକ୍ ସମୟରେ ସ୍କୁଲକୁ ଯାଆନ୍ତି ଓ ସମୟ ଅନୁସାରେ ସ୍କୁଲରୁ ଫେରନ୍ତି । ସରଳତା ଓ ସମାଜ ସେବା ସମ୍ମୁଖରେ ସେ ସବୁବେଳେ ଦଣ୍ଡାୟମାନ । ସମୟର ମୂଲ୍ୟବୋଧକୁ ସେ ଠିକ୍ ଭାବରେ ବୁଝିଥାନ୍ତି ଓ ପିଲାଙ୍କୁ ସମୟର ମୂଲ୍ୟ ବିଷୟରେ ବୁଝାଇଥାଆନ୍ତି । ଗରିବ ପିଲାମାନଙ୍କୁ ପାଠ ପଢାଇବାରେ କୁଣ୍ଠାବୋଧ କରନ୍ତି ନାହିଁ, ଗରିବ ପିଲାମାନଙ୍କୁ ମାଗଣାରେ ସବୁ କିଛି ଅନାୟାସରେ ସାହାଯ୍ୟ କରନ୍ତି । ଆମ ଗାଁର ପ୍ରଥମ ମିଲିଟାରୀରେ ଚାକିରି କରିଥିବା ଲୋକ ଥିଲେ ବାପା । କିନ୍ତୁ ବାପା ମିଲିଟାରୀ ଚାକିରି ଛାଡ଼ି ପଳାଇ ଆସି ଗାଁ ସ୍କୁଲରେ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ଅନେକ ସମୟରେ ପିଲାଙ୍କ ପାଇଁ ସେ ପ୍ରେରଣାର ସୂତ୍ର ପାଲଟି ଯାଆନ୍ତି । ବାପାଙ୍କ ସ୍କୁଲଟି ପ୍ରାୟ ୭୦ ବର୍ଷ ତଳର । କେତେ ପିଲା ଏହି ସ୍କୁଲରୁ ପାସ୍ କରି କିଏ କୁଆଡେ଼ ସବୁ ଅଛନ୍ତି । ସଦାନନ୍ଦ, କାଳନ୍ଦୀ, ହରିହର, ସର୍ବେଶ୍ଵର ଓ ପ୍ରତିଭା, ସୁମିତ୍ରା, ସରୋଜ ଏମିତି ଅନେକ, ଏମାନେ ସମସ୍ତେ ମୋ ବାପାଙ୍କ ଛାତ୍ର ଛାତ୍ରୀ । ଏମାନେ ସମସ୍ତେ ବାହାରେ ବଡ଼ ବଡ଼ ଚାକିରୀ ସବୁ କରିଛନ୍ତି । ବାପାଙ୍କ ପ୍ରେରଣା, ଆଦର୍ଶକୁ ପାଥେୟ କରି ସେମାନେ ଆଜି ବହୁତ ବଡ଼ ବଡ଼ ପୋଷ୍ଟରେ ଚାକିରି କରିଛନ୍ତି । ଛୁଟିରେ ଗାଁକୁ ଆସିଲେ ସେମାନେ ବାପାଙ୍କୁ ଆଗେ ଯାଇ ଭେଟ କରନ୍ତି । ମଣିଷ ତିଆରି କାରଖାନାରେ ଯିଏ ମଣିଷ ତିଆରି କରିଛନ୍ତି ତାଙ୍କୁ କିଏ ବା ଭୁଲିଯିବ?  

ବାପାଙ୍କର ଗୋଟିଏ କଥା ସବୁବେଳେ ମୋତେ ପ୍ରେରଣା ଯୋଗାଇଥିଲା, ସେ କଥାଟି ହେଲା , ସତ କୁହ, ସତ୍ୟରେ ଚାଲ, ସତକୁ ଡର ନାହିଁ । ଜୀବନରେ ଯିଏ ନିଷ୍ଠାର ସହିତ ପରିଶ୍ରମ କରିବ ସେ ସବୁବେଳେ ଜିତିବ । ପରିଶ୍ରମ ବିନା କିଛି ମିଳେ ନାହିଁ।ବାପାଙ୍କର ପ୍ରେରଣା ମୋ ପାଇଁ ସହଜ ଓ ସଫଳତାର ରାସ୍ତା ଦେଖାଇ ଥିଲା । ବାପା ମୋ ପାଇଁ ଖାଲି ପ୍ରେରଣା ପ୍ରଦାୟକ ନଥିଲେ, ସେ ମୋ ପାଇଁ ଦେବତା ତୁଲ୍ୟ, ତାଙ୍କ ପାଖରେ ବସି ପଡ଼ିଲେ ବି ହୃଦୟର ସ୍ପନ୍ଦନ ବି ବୁଝି ଯାଏ, ସେ କେତେ ବାସ୍ତବବାଦି ମଣିଷଟିଏ । ଆମ ସେ ଖଣ୍ଡମଣ୍ଡଳରେ ମୋ ବାପା ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରେରଣାର ଉତ୍ସ ଥିଲେ । ସତେ ଯେମିତି ବାପାଙ୍କ ମୁଖମଣ୍ଡଳରେ ଜ୍ଞାନର ତେଜସ୍କ୍ରିୟ ରଶ୍ମି ପ୍ରଭାହିତ ହେଉଥିଲା । ଯାହାକୁ ଯାହା ପ୍ରେରଣା, ଉତ୍ସାହ ଓ ଆର୍ଶୀବାଦ କରୁଥିଲେ ସେ ସେଥିରେ ନିଶ୍ଚିତ ସଫଳତା ଲାଭ କରୁଥିଲେ । ମୁଁ ନିଜେ ମଧ୍ୟ ତାଙ୍କ କଥାକୁ ଓ ପ୍ରେରଣାକୁ ମୋର ରାସ୍ତାରେ ବ୍ୟବହାର କରି ମୁଁ ଅନେକ ସଫଳତା ପାଇଛି।

ଆପଣମାନେ ଏମିତି ଭାବିବେ ନାହିଁ ଯେ ମୁଁ ମୋ ବାପାଙ୍କୁ ଅନେକ ଟେକି କରି କହୁଛି, ସତରେ ବାସ୍ତବରେ ମୋ ବାପାଙ୍କ ଉଦାରତା, ନମନୀୟ ତା, ସମାଜସେବା, ଅନ୍ୟକୁ ଭଲ ଚକ୍ଷୁରେ ଦେଖିବା , ପର ଉପକାର କରିବା , ସହଜରେ ସମସ୍ୟା ସମାଧାନ କରିବା, ଏସବୁ ତାଙ୍କ ପାଇଁ ଏକ ଦୈନନ୍ଦିନ କାର୍ଯ୍ୟ ଥିଲା । ଆଜି ଯଦି ମୁଁ ଏ ଜାଗାରେ ପହଞ୍ଚି ପାରିଛି କେବଳ ମୋ ବାପାଙ୍କ ପାଇଁ । ବାପା ମୋତେ ସବୁ ବେଳେ କହନ୍ତି , ଜୀବନର ଯଦି ଭଲ ମଣିଷଟିଏ ହବାକୁ ଚାହୁଁ ତେବେ ପ୍ରତିଟି ମୁହୂର୍ତ୍ତକୁ ସକରାତ୍ମକ ଦୃଷ୍ଟି କୋଣରେ ଦେଖିବାକୁ ପଡ଼ିବ । ବୁଝିଲୁ, ଏ ସକରାତ୍ମକ ଦୃଷ୍ଟିଭଙ୍ଗୀ ମଣିଷ ପାଇଁ ଏକ ପ୍ରକାର ନିତିଦିନିଆ ଔଷଧ । ଯେଉଁ ମାନେ ସମାଜରେ ପ୍ରତିଷ୍ଠିତ ନାମିଦାମି ଲୋକ ସେମାନଙ୍କ ପାଖରେ ସବୁବେଳେ ଏହି ସକରାତ୍ମକ ଚିନ୍ତାଧାରା ଭରପୁର ଥାଏ । ସେଥିପାଇଁ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଓ ପରିଚୟ ମିଳି ପାରିଛି । ବାପାଙ୍କ କଥା ମାନି ମୁଁ ଆଜି ଏଭଳି ସଫଳତା ପାଇଛି । ଉତ୍ସାହ ଓ ପ୍ରେରଣା ମଣିଷ ଜୀବନର ସର୍ବଶ୍ରେଷ୍ଠ ଉତ୍ସ । ଯାହା କି ମଣିଷକୁ ସଫଳତାର ରାସ୍ତା ଦେଖାଇ ଥାଏ । ତେବେ ମୁଁ କହିବି ମୋ ବାପା ମୋ ପ୍ରେରଣା । 


ଟଣା ଘଟିଲେ ସେ ସାହାଯ୍ୟ କରିବାକୁ ବାହାରି ପଡ଼ନ୍ତି ଓ ତାକୁ ସମ୍ପୂର୍ଣ୍ଣ କରିଥାନ୍ତି । ବୃତ୍ତିରେ ଜଣେ ଶିକ୍ଷକ, ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ ପଢାନ୍ତି । ଗାଆଁ ପାଖ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସ୍କୁଲ ଯିବା ପୁର୍ବରୁ ନିଜର ବିରାଟ ବାଡି ବଗିଚାରେ ସକାଳୁ ଉଠି ପନିପରିବା ଚାଷ ସବୁରେ ପାଣି ଦିଅନ୍ତି ଓ ଯତ୍ନବାନ ରଖନ୍ତି । ଠିକ୍ ସମୟରେ ସ୍କୁଲକୁ ଯାଆନ୍ତି ଓ ସମୟ ଅନୁସାରେ ସ୍କୁଲରୁ ଫେରନ୍ତି । ସରଳତା ଓ ସମାଜ ସେବା ସମ୍ମୁଖରେ ସେ ସବୁବେଳେ ଦଣ୍ଡାୟମାନ । ସମୟର ମୂଲ୍ୟବୋଧକୁ ସେ ଠିକ୍ ଭାବରେ ବୁଝିଥାନ୍ତି ଓ ପିଲାଙ୍କୁ ସମୟର ମୂଲ୍ୟ ବିଷୟରେ ବୁଝାଇଥାଆନ୍ତି । ଗରିବ ପିଲାମାନଙ୍କୁ ପାଠ ପଢାଇବାରେ କୁଣ୍ଠାବୋଧ କରନ୍ତି ନାହିଁ, ଗରିବ ପିଲାମାନଙ୍କୁ ମାଗଣାରେ ସବୁ କିଛି ଅନାୟାସରେ ସାହାଯ୍ୟ କରନ୍ତି । ଆମ ଗାଁର ପ୍ରଥମ ମିଲିଟାରୀରେ ଚାକିରି କରିଥିବା ଲୋକ ଥିଲେ ବାପା । କିନ୍ତୁ ବାପା ମିଲିଟାରୀ ଚାକିରି ଛାଡ଼ି ପଳାଇ ଆସି ଗାଁ ସ୍କୁଲରେ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ଅନେକ ସମୟରେ ପିଲାଙ୍କ ପାଇଁ ସେ ପ୍ରେରଣାର ସୂତ୍ର ପାଲଟି ଯାଆନ୍ତି । ବାପାଙ୍କ ସ୍କୁଲଟି ପ୍ରାୟ ୭୦ ବର୍ଷ ତଳର । କେତେ ପିଲା ଏହି ସ୍କୁଲରୁ ପାସ୍ କରି କିଏ କୁଆଡେ଼ ସବୁ ଅଛନ୍ତି । ସଦାନନ୍ଦ, କାଳନ୍ଦୀ, ହରିହର, ସର୍ବେଶ୍ଵର ଓ ପ୍ରତିଭା, ସୁମିତ୍ରା, ସରୋଜ ଏମିତି ଅନେକ, ଏମାନେ ସମସ୍ତେ ମୋ ବାପାଙ୍କ ଛାତ୍ର ଛାତ୍ରୀ । ଏମାନେ ସମସ୍ତେ ବାହାରେ ବଡ଼ ବଡ଼ ଚାକିରୀ ସବୁ କରିଛନ୍ତି । ବାପାଙ୍କ ପ୍ରେରଣା, ଆଦର୍ଶକୁ ପାଥେୟ କରି ସେମାନେ ଆଜି ବହୁତ ବଡ଼ ବଡ଼ ପୋଷ୍ଟରେ ଚାକିରି କରିଛନ୍ତି । ଛୁଟିରେ ଗାଁକୁ ଆସିଲେ ସେମାନେ ବାପାଙ୍କୁ ଆଗେ ଯାଇ ଭେଟ କରନ୍ତି । ମଣିଷ ତିଆରି କାରଖାନାରେ ଯିଏ ମଣିଷ ତିଆରି କରିଛନ୍ତି ତାଙ୍କୁ କିଏ ବା ଭୁଲିଯିବ?  

ବାପାଙ୍କର ଗୋଟିଏ କଥା ସବୁବେଳେ ମୋତେ ପ୍ରେରଣା ଯୋଗାଇଥିଲା, ସେ କଥାଟି ହେଲା , ସତ କୁହ, ସତ୍ୟରେ ଚାଲ, ସତକୁ ଡର ନାହିଁ । ଜୀବନରେ ଯିଏ ନିଷ୍ଠାର ସହିତ ପରିଶ୍ରମ କରିବ ସେ ସବୁବେଳେ ଜିତିବ । ପରିଶ୍ରମ ବିନା କିଛି ମିଳେ ନାହିଁ।ବାପାଙ୍କର ପ୍ରେରଣା ମୋ ପାଇଁ ସହଜ ଓ ସଫଳତାର ରାସ୍ତା ଦେଖାଇ ଥିଲା । ବାପା ମୋ ପାଇଁ ଖାଲି ପ୍ରେରଣା ପ୍ରଦାୟକ ନଥିଲେ, ସେ ମୋ ପାଇଁ ଦେବତା ତୁଲ୍ୟ, ତାଙ୍କ ପାଖରେ ବସି ପଡ଼ିଲେ ବି ହୃଦୟର ସ୍ପନ୍ଦନ ବି ବୁଝି ଯାଏ, ସେ କେତେ ବାସ୍ତବବାଦି ମଣିଷଟିଏ । ଆମ ସେ ଖଣ୍ଡମଣ୍ଡଳରେ ମୋ ବାପା ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରେରଣାର ଉତ୍ସ ଥିଲେ । ସତେ ଯେମିତି ବାପାଙ୍କ ମୁଖମଣ୍ଡଳରେ ଜ୍ଞାନର ତେଜସ୍କ୍ରିୟ ରଶ୍ମି ପ୍ରଭାହିତ ହେଉଥିଲା । ଯାହାକୁ ଯାହା ପ୍ରେରଣା, ଉତ୍ସାହ ଓ ଆର୍ଶୀବାଦ କରୁଥିଲେ ସେ ସେଥିରେ ନିଶ୍ଚିତ ସଫଳତା ଲାଭ କରୁଥିଲେ । ମୁଁ ନିଜେ ମଧ୍ୟ ତାଙ୍କ କଥାକୁ ଓ ପ୍ରେରଣାକୁ ମୋର ରାସ୍ତାରେ ବ୍ୟବହାର କରି ମୁଁ ଅନେକ ସଫଳତା ପାଇଛି।

ଆପଣମାନେ ଏମିତି ଭାବିବେ ନାହିଁ ଯେ ମୁଁ ମୋ ବାପାଙ୍କୁ ଅନେକ ଟେକି କରି କହୁଛି, ସତରେ ବାସ୍ତବରେ ମୋ ବାପାଙ୍କ ଉଦାରତା, ନମନୀୟତା, ସମାଜସେବା, ଅନ୍ୟକୁ ଭଲ ଚକ୍ଷୁରେ ଦେଖିବା , ପର ଉପକାର କରିବା , ସହଜରେ ସମସ୍ୟା ସମାଧାନ କରିବା, ଏସବୁ ତାଙ୍କ ପାଇଁ ଏକ ଦୈନନ୍ଦିନ କାର୍ଯ୍ୟ ଥିଲା । ଆଜି ଯଦି ମୁଁ ଏ ଜାଗାରେ ପହଞ୍ଚି ପାରିଛି କେବଳ ମୋ ବାପାଙ୍କ ପାଇଁ । ବାପା ମୋତେ ସବୁ ବେଳେ କହନ୍ତି , ଜୀବନର ଯଦି ଭଲ ମଣିଷଟିଏ ହବାକୁ ଚାହୁଁ ତେବେ ପ୍ରତିଟି ମୁହୂର୍ତ୍ତକୁ ସକରାତ୍ମକ ଦୃଷ୍ଟି କୋଣରେ ଦେଖିବାକୁ ପଡ଼ିବ । ବୁଝିଲୁ, ଏ ସକରାତ୍ମକ ଦୃଷ୍ଟିଭଙ୍ଗୀ ମଣିଷ ପାଇଁ ଏକ ପ୍ରକାର ନିତିଦିନିଆ ଔଷଧ । ଯେଉଁ ମାନେ ସମାଜରେ ପ୍ରତିଷ୍ଠିତ ନାମିଦାମି ଲୋକ ସେମାନଙ୍କ ପାଖରେ ସବୁବେଳେ ଏହି ସକାରାତ୍ମକ ଚିନ୍ତାଧାରା ଭରପୁର ଥାଏ । ସେଥିପାଇଁ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଓ ପରିଚୟ ମିଳି ପାରିଛି । ବାପାଙ୍କ କଥା ମାନି ମୁଁ ଆଜି ଏଭଳି ସଫଳତା ପାଇଛି । ଉତ୍ସାହ ଓ ପ୍ରେରଣା ମଣିଷ ଜୀବନର ସର୍ବଶ୍ରେଷ୍ଠ ଉତ୍ସ । ଯାହା କି ମଣିଷକୁ ସଫଳତାର ରାସ୍ତା ଦେଖାଇ ଥାଏ । ତେବେ ମୁଁ କହିବି ମୋ ବାପା ମୋ ପ୍ରେରଣା । 



Rate this content
Log in

Similar oriya story from Inspirational