ପାଦର ବିଶ୍ରାମ ନଥାଏ
ହାତ ଅନବରତ କାମ କରୁଥାଏ
ଆଖିରେ ଉଦାସ ଛାଇ
ମୁଁହରେ ଝାଳ ନିଗୁଡୁ ଥାଇ
ପାଟିରେ ହସ ଥାଇ
ଆଖିରେ ଲୁହ ଲହୁ ଏକାକାର ହୋଇ
ବାପାଙ୍କ ଚପଲ ବଦଳେ ନାହିଁ
ଗଞ୍ଜିର ଫଟା ଦାଗ ତଥାପି ଭଲ କହି
ବାପାଙ୍କ ଗୁଡ଼ାଖୁ ଡବା ପାନ ବଟୁଆ
ଶୁନ୍ୟରେ ମଧ୍ୟ ପୁର୍ଣ୍ଣ ଥାଇ
ବାପା ଥିଲାବେଳେ କେହି ଭାବିନାହିଁ
ଗଲାପରେ ଭାବିଲେ ଲାଭ ବି ନାହିଁ
ବଞ୍ଚିଥିଲା ବେଳେ ତୁଣ୍ଡେ ନଦେଇ
ମରିଗଲେ ବେଣାମୁଣ୍ଡେ ଦେଇ
କର୍ତ୍ତବ୍ୟ କରିବାର କଳିଯୁଗ ଆସିଛି
ଜେନ ତେନ ପ୍ରକାରେଣ ସାମାଜିକତା
ଦେଖାଇ ଦେଲେ ଯାଇ
ବାପା ସିନା ହଳ ଓ ବଳଦ ଜୁଆଳି ନିଜେ ହୋଇ
ଦୁନିଆଁ ଦେଖେଇଲେ ଏଇ ତ
ମୁହଁରେ ନିଆଁ ଟିକେ ଦେବା ପାଇଁ
ସେ ସିନା ଛାତି ପାତି ଛତା ଓ ଛାତ ରହି
ଆଜି ସ୍ୱର୍ଗବାସୀ ଗଲେ ହୋଇ
ବାପା ଶବ୍ଦ ଲିଭିଗଲେ
ବପାଙ୍କୁ ବୁଝିହୁଏ ଯାଇ
ସେତେବେଳକୁ ନେଡି ଗୁଡ଼ ଥିଲେ ଥିବ
ନଥିଲେ ଯାଏ ଆସେ ନାହିଁ