Parameswar Ojha

Inspirational Others

3  

Parameswar Ojha

Inspirational Others

ବାପା

ବାପା

1 min
180



  ଏଥି ପାଇଁ ଅବଶ୍ୟ ମନରେ କାହିଁରେ କେତେରାଗ ଥାଏ  କିନ୍ତୁ ମୁଁ ନିଜକୁ ଯଥା ସମ୍ଭବ ନିୟନ୍ତ୍ରଣ କରି ବାପା ଙ୍କୁ ଏ କଥା କହୁଥାଏ । ବାପା ଯେତେବେଳେ ଭଲ ମୁଡ୍ରେ ଥାଆନ୍ତି ସେତେବେଳେ ହିଁ ଏମିତି କଥା କହିବାକୁ ଉଚିତ୍ ଭାବେ , ନହେଲେ ବାପାଙ୍କରାଗ ସମୟରେ , ଅଥବା ମୁଁ ଗମ୍ଭୀର ଆଉ ଗରମ ହୋଇ ଏକଥା କହିଥିଲେ , କଥା କଟା କଟି ଯୁକ୍ତି ତର୍କ ହୋଇ ମହାଭାରତ ହେବା ପର୍ଯ୍ୟନ୍ତ କଥା ଚାଲିଯାଇ ଥାଆନ୍ତା ନିହାତି । 


ମୁଁ ଜାଣେ ସବୁ ବାପା ମାନଙ୍କୁ ଏମିତି ପ୍ରଶ୍ନଟେ ବହୁତ ବାଧିବ , ତଥାପି ମୁଁ ମନରେ ଦ୍ଵନ୍ଦ୍ବ ନରଖି ପଚାରି ଦିଏ ।

 

--" ତମ ବୟସର ଲୋକ ମାନେ ବା.. କାହିଁରେ କେତେ ଉନ୍ନତି କଲେଣି । ଜମି ଜୁମା କିଣି ଘର ବାଡି କରି କେତେ କଣ କରି ଗଲେଣି .... ତମେ କଣ ଟା କରିଛ ଯେ ଆମ ପାଇଁ , କେତେ ଟଙ୍କାରଖିଛ ଏ ପର୍ଯ୍ୟନ୍ତ ? ... ଆଁ.... ? କହୁନ .. ?  " 


ବାପା ଆମ ତିନି ଭାଇ ଙ୍କ ଆଡେ ଥରେ ଚାହିଁ ଦେଇ , ମୁହଁ କୁ ହସ ମୁଖର କରି ଦେଇ ତାପରେ କୁହନ୍ତି -" ଆରେ ମୋର ବା ତିନି କୋଟି ଧନ ତମେ ତିନି ଜଣ ମୋର ଧନ ଆଉ କ'ଣ ହେବ .. ?" 


ମୋ ପାଟି ଚୁପ୍ ହୋଇ ଯାଏ ସେତେବେଳେ , ମୁଁ ଆଉ କିଛି ପ୍ରଶ୍ନ ପଚାରି ପାରେନି ବାପା ଙ୍କୁ । ହୁଏତ ବାପାଙ୍କ ଏଇ ଗୋଟିଏ ଉତ୍ତରରେ ମୋ ମନରେ ଥିବା ହଜାର ପ୍ରଶ୍ନର ଉତ୍ତର ମିଳି ଯାଏ ମୋତେ ।



Rate this content
Log in

Similar oriya story from Inspirational