SushreeBaisakhi Sahoo

Classics Inspirational Others

4.0  

SushreeBaisakhi Sahoo

Classics Inspirational Others

ବାପା

ବାପା

2 mins
221



        କାଗଜଟେ ଆଣିଲି , କଲମ ବି ଧରିଲି । ତୁମ ପାଇଁ କିଛି ଲେଖିବାକୁ ଚାହିଁଲି । ହେଲେ ବାପା - ତୁମ ପାଇଁ କ’ଣ କିଛି ଲେଖିହବ ? ଡର ଲାଗୁଛି କାଳେ ଶବ୍ଦକୋଷ ଫାଙ୍କା ପଡିଯିବ । କାଳେ କିଛି ଭୁଲ ଭଟକା ରହିଯିବ । କଣ କରିବି ଲେଖିବି ନା ଲେଖିବିନି ତୁମେ କୁହତ ! ସରଳ ସୂତ୍ରଟିଏ ତୁମେ ମୋ ବିରାଟ ପ୍ରଶ୍ନମାଳାର । 

         ବାପା - ମୋ କଲମରେ ସେତେ କାଳି ନାହିଁ , ଯାହା ତୁମ ଚରିତ୍ର ଆଙ୍କିବ । ମୋ କାଗଜରେ ସେତେ ଦମ୍ଭ ନାହିଁ ,ଯାହା ନିଜ ପୃଷ୍ଠାରେ ତୁମ ତ୍ୟାଗର କାହାଣୀ ଲେଖିବ । ମୋ ଶବ୍ଦରେ ସେତିକି ଶକ୍ତି ନାହିଁ , ଯାହା ଆମ ପାଇଁ ଥିବା ତୁମ ସ୍ନେହ ବଖାଣିବ । ମୋର ସେତିକି ସାମର୍ଥ୍ୟ ନାହିଁ ଯାହା ବାପା ନାଁ ର ଗଭୀରତା ମାପିବ । କାରଣ ଏହି ଶବ୍ଦଟି ଆକାଶ ପରି ନିର୍ମଳ , ପୃଥିବୀ ପରି ଅମାପ ଓ ସାଗର ଠାରୁ ଗଭୀର । କେଉଁ ଶବ୍ଦରେ ସେତିକି ଶକ୍ତି ନାହିଁ ଯାହା ପ୍ରମାଣ ଦେବ ତୁମର ଆମ ପ୍ରତି ଥିବା ସ୍ନେହ , ଆଦର ଓ ଭଲପାଇବା । କାରଣ ତୁମ ଭଲପାଇବାର ସମାପ୍ତି ନାହିଁ । ସମାପ୍ତି ତ କେବଳ ଆରମ୍ଭର ହୁଏ । ତୁମ ଭଲପାଇବା ସେହି ସରଳରେଖା ଯାହାର ଶେଷ ନାହିଁ କି ଆରମ୍ଭ ନାହିଁ । ଦିଗର ଅନ୍ତଯାଏ ,ଗଭୀର ଶୂନ୍ୟତା ଯାଏ , ନୀରବତାର ଶେଷ ସମ୍ଭାବନା ଯାଏ ତୁମ ଭଲପାଇବା ପରିବ୍ୟାପ୍ତ । ବାପା - ତୁମେ ଆମ ପାଇଁ ଭିନ୍ନ ଜଣେ ଈଶ୍ୱର । ତୁମ କଥା ଆମ ପାଇଁ ଚନ୍ଦନର ଚିତା ସହ ସମାନ । ନିଜର ସବୁ ଖୁସିକୁ ଜଳାଞ୍ଜଳି  ଦେଇ ଆମ ଅଳି ସବୁ ପୁରା କରିଛ । ଛୋଟ ଥିଲା ବେଳେ ଚାଲିବା ଶିଖେଇଛ ଆଉ ବଡ଼ ହେଲା ପରେ ମଣିଷ। ଚିହ୍ନିବା ଶିଖେଇଛ ।ତୁମେ ପାଖରେ ଥିଲେ ବିପଦର କଳାବାଦଲ ବି ତା ଦିଗ ବଦଳାଇ ଦିଏ । ସାରା ଦୁନିଆ ଆଗରେ ତୁମେ ଜଣେ ବାପା ହେଲେ ଆମ ପାଇଁ ସାରା ଦୁନିଆ । ତୁମ କଳ୍ପନାର କଲମରେ ପରିବେଷ୍ଟିତ ଅନେକ ଆବେଗର ପରିପ୍ରକାଶ ମୋର ଏଇ ଲେଖା । ତୁମେ ମୋ ପାଇଁ ଗୋଟେ ଅନୁପମ ସୃଷ୍ଟି । ଭାବର ସହରରେ ତୁମେ ଆଣିଦିଅ ଗୋଟେ ଅପେକ୍ଷାର ଶେଷ ପରିସ୍ଥିତି । ତୁମେ ସେ ଖୁସି ଯାହାକୁ ବ୍ୟକ୍ତ କରିବାକୁ ଶବ୍ଦ  ସରିଯାଏ । ଅନ୍ତହୀନ ଅପେକ୍ଷାର ତୁମେ ମୂକସାକ୍ଷୀ ,ମୁଖସ୍ଥ କରିନିଅ ସେ ସବୁ ଅନୁଭୁତିର ସ୍ନେହ , ପ୍ରେମ ଓ ସମ୍ମାନକୁ ଠିକଣା ବିହୀନ । ଆକାଶ ପରି ନିର୍ମଳ , ପୃଥିବୀ ପରି ଅମାପ , ସାଗରଠୁ ଗଭୀର । କେଉଁ ଶବ୍ଦରେ ସେତିକି ଶକ୍ତି ନାହିଁ ଯାହା ପ୍ରମାଣ ଦେବ ତୁମ ଭଲପାଇବାର । ଈଶ୍ୱରଙ୍କ ପାଖରେ ଏତିକି ଗୁହାରୀ ଦୁନିଆରେ ସମ୍ପର୍କର ଏଇ ବନ୍ଧନ ଥିବା ଯାଏ ସବୁ ଜନ୍ମରେ ମୁଁ ତୁମକୁ ବାପା ରୂପରେ ପାଏ । 

   




Rate this content
Log in

Similar oriya story from Classics