STORYMIRROR

SushreeBaisakhi Sahoo

Abstract Romance Fantasy

3  

SushreeBaisakhi Sahoo

Abstract Romance Fantasy

ପ୍ରିୟ ଡାଏରୀ

ପ୍ରିୟ ଡାଏରୀ

1 min
201

ଜାଣି ନ ଥିଲି ତୋ ସହ ଏତେ ଭଲ ସମ୍ପର୍କ ହୋଇ ଯିବ ବୋଲି, ଆଖିରୁ ଦୁଃଖ ଆଉ ନିଦ ସବୁ କିଛି ନେଇ ଗଲୁ,ମୋର ଏତେ ମାତ୍ରାରେ ଆଘାତକୁ ସହ୍ୟ କରି ମୋ ମନ କଥାକୁ ନିଜ ଭିତରେ ସାଇତି ରଖୁଲୁ । ଦୀର୍ଘ ୨୦ ବର୍ଷର ଜୀବନ ମଧ୍ୟରେ ତୋ ପାଇଁ ମନରେ ଟିକେ ହେଲେ ବି ଆନ୍ତିକତା ନଥିଲା ହେଲେ କଣ ଯାଦୁ କରି ଦେଲୁ ମୋଉପରେ ଯେ ତୁ ମୋ ହୃଦୟର ଏତେ ନିକଟତର ହୋଇଗଲୁ। ତୁ କଣ ପାଇଁ ଏତେ କଷ୍ଟ ପରେ ମୋ ସହ ଅଛୁ ! କଣ କେବେ ୟେ କାଳ୍ପନିକ ସମାଜର ବ୍ୟକ୍ତିଙ୍କ ଭଳି ହେବାକୁ ଚେଷ୍ଟା କରିନୁ, କେବେ ମୋତେ ଛାଡ଼ି ଦୂରକୁ ଯିବାକୁ ଚାହିଁ ନାହୁଁ ମୋ କାହାଣୀରେ ବିରକ୍ତ ହୋଇ ମୋତେ ଚୁପ୍ କରିବାକୁ ଚେଷ୍ଟା କରିନୁ।

ଆଖିର ଲୁହରେ ଓଦା ହୋଇ କେବେ ମୋ ଆଖିକୁ ବନ୍ଦ କରିବାକୁ ଚେଷ୍ଟା କରିନୁ। ତୁ କେମିତି ଆଉ କେଉଁ କାରଣ ପାଇଁ ସହ୍ୟ କରୁଛୁ ୟେ ସବୁ ତୁ ମୋତେ ଭଲ ପାଉଛୁ ନା ଛଳନା କରୁଛୁ। 

ତୋ ଦେହରେ ଜୀବନ ନାହିଁ ହେଲେ ଜାଣିଛୁ ତୁ ମୋ ଜୀବନକୁ ଖୁସିରେ ଭରି ଦେଇଛୁ , ମୋତେ ମୋ ଭଳି ଗ୍ରହଣ କରିଥିବାରୁ ତୋତେ ହୃଦୟରୁ ଅନେକ ଅନେକ ଧନ୍ୟବାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract