STORYMIRROR

SushreeBaisakhi Sahoo

Others

3  

SushreeBaisakhi Sahoo

Others

ଜୋକର୍

ଜୋକର୍

2 mins
236

ହଁ ମୁଁ ହସୁଥିଲି , ନିର୍ଧୁମ୍ ହସୁଥିଲି । ହସ ନ ସରିବା ଯାଏ ହସିଲି ,ଆଖି ନ ଭିଜିବା ଯାଏ ହସିଲି ।ଆଉ ଯେତେବେଳେ ହସ ସରିଗଲା , ଆଖି ଶୁଖିଗଲା ସେତେବେଳେ ଭାବିଲି - ମୁଁ କାହା ପାଇଁ ହସୁଥିଲି, କ'ଣ ପାଇଁ ହସୁଥିଲି ! ମୋ ହସର କାରଣ କ'ଣ ମୁଁ ଥିଲି ? ଏ ହସକୁ କ'ଣ ମୁଁ ମୋ ଓଠରେ ମୋ ପାଇଁ ଖେଳେଇ ଦେଇଥିଲି ! ତା ହେଲେ ମୋ ହସର କାରଣ କ'ଣ ଆଉ କିଏ ? ମୁଁ କଣ ପାଇଁ ହସୁଛି । ମୋ ହସର କାରଣ କେବଳ ମୁଁ ନିଜେ କାହିଁକି ନୁହେଁ ? ଏ ପ୍ରଶ୍ନ ଯେତେବେଳେ ମୋତେ ବିଷାଦମନସ୍କ କରେଇ ଦେଲା ସେତେବେଳେ ମୋ ହୃଦୟ ମୋ କାନ ପାଖରେ ଆସିକି କହିଲା - ଆରେ ପାଗଳ ତୋ ହସର କାରଣ ତୁ ନିଜେ ନୁହେଁ ସତ ,କିନ୍ତୁ ତୋ ହସ ପାଇଁ ତୋ ପରିବାର ,ସାଙ୍ଗସାଥି ସମସ୍ତେ ହସୁଛନ୍ତି ; ଏତିକି କଣ ତୋ ପାଇଁ ଯଥେଷ୍ଟ ନୁହେଁ ? ଆଉ ତା ପରେ ପୁଣି ହସିଲି , ନିର୍ଧୁମ୍ ହସିଲି , ବାସ ହସୁଛି ।

ପରନ୍ତୁ ବେଳେବେଳେ ଜୋକର୍ କଥା ମନକୁ ଆସେ ଆଉ ବହୁତ ପ୍ରଶ୍ନ ମନରେ ହୁଙ୍କି ମାରେ । ଜୋକର୍ ବି ସବୁବେଳେ ହସେ ଆଉ ହସାଏ । ହେଲେ ସେ କ'ଣ ମୋ ଭଳି ଏମିତି ନିଜକୁ ପଚାରେ କି ହସର କାରଣ ? ଜୋକର୍ ବିନା ପ୍ରଶ୍ନରେ ବିନା କୌଣସି କାରଣରେ ଲୋକଙ୍କୁ ହସାଏ ।ଜୋକର୍ ଲୋକଙ୍କୁ ହସେଇକି ମନୋରଞ୍ଜନ କରେ ସତ ହେଲେ ତାର ସେଇ ରଙ୍ଗୀନ ଆବରଣ ତଳେ ଥିବା ତାର ଅସଲିପଣ ଦୁଃଖଦ ଜୀବନ କାହାକୁ ଜଣା ନ ଥାଏ । ସେ ଅଭିନୟ କରି କେତେ କୌତୁହଳ ସୃଷ୍ଟି କରେ ମନ ରେ । ଅଭିନୟ କିଏ ବା ନ କରେ ।ଏ ଜୀବନ ପରା ନାଟ ମଞ୍ଚ ଆଉ ଆମେ ସମସ୍ତେ ସେ ମଞ୍ଚର ଜଣେ ଜଣେ କର୍ମକର୍ତ୍ତା । ହେଲେ ଜୋକର୍ ଅଭିନୟ ଟା ସମସ୍ତଙ୍କ ଠୁ ଭିନ୍ନ ।ଯେତେବେଳେ ନାଟକ ଅବା ଅଭିନୟ ପ୍ରସାରିତ ହୁଏ ସେତେବେଳେ ପ୍ରଥମେ ସେ ଆଖି ବୁଜିଦିଏ , ସତେ ଯେମିତି ତାର ସେଇ ସଙ୍କୁଚିତ ଆଖିରେ ତା ଜୀବନ ତମାମ ର କୋହ ଲୁଚେଇ ଦିଏ । ସେ ହସେ ଯଦିଓ ; ଆମେ କେହି ଜାଣିପାରନ୍ତିନି ସେ ସତରେ ହସେ ନା ହସେଇବା ପାଇଁ ହସେ , ତଥାପି ଆମେ ହସୁ ।ସମସ୍ତଙ୍କୁ ଆନନ୍ଦିତ କରେ ,ବାନ୍ଧି ରଖେ ସେମାନଙ୍କୁ ନିଜର ଅଭିନୟ ରେ । ଆମ ସାମ୍ନାରେ ସେ ହସେ ଆଉ ହସାଏ କିନ୍ତୁ ଯେତେବେଳେ ତାର ଅଭିନୟ ସାରି ରଙ୍ଗୀନ ଆବରଣଟି ତା ଚେହେରାରୁ ଉତାରି ଦିଏ ସେତେବେଳେ ମଧ୍ୟ ଆମେ ଚିହ୍ନିବାରେ ତାକୁ ଅକ୍ଷମ ହଉ । ଆମ ପାଖଦେଇ ଚାଲିଗଲେ ବି ଜାଣିବାକୁ ଆମର ସାଧ୍ୟ ନ ଥାଏ । ଜୋକର୍ କ'ଣ ତାର ସେ ଆବରଣ ତଳେ ବି ସେମିତି ହସେ ନା ଅନ୍ୟକୁ ହସେଇବାରେ ହିଁ ତା ହସ ସିମୀତ ହୋଇ ରହିଯାଏ । ଜୋକର୍ ର ଚରିତ୍ରର ଗଭୀରତା ମାପିବା ଯେତିକି ସୂକ୍ଷ୍ମ ସେତିକି କଷ୍ଟ ସାଧ୍ୟ ମଧ୍ୟ । କିନ୍ତୁ ଚେଷ୍ଟାକରେ ସେ ଗଭୀରତା ମାପିବାକୁ । ତର୍ଜମା କରିବାକୁ ତାର କୋଳାହଳ ଭିତରେ ସେ ଏକଳାପଣ କୁ ।ଗବେଷଣା କରିବି ତା ହସଲେପ ଦିଆ ଲୁହର ଭାରକୁ । ଜାଣିବାକୁ ଚେଷ୍ଟାକରିବି ତାର ସେ ସଙ୍କୁଚିତ ଆଖିରେ ଜକେଇ ଆସୁଥିବା ସେ ପାଣିର ରହସ୍ୟକୁ । ପରନ୍ତୁ ଏକଥା ସତ କି ନିଜର ଦୁଃଖକୁ ଅନ୍ୟ ପାଖରେ ପ୍ରକାଶକରି ଦୁଃଖିତ କରିବା ଅପେକ୍ଷା ସବୁବେଳେ ହସି ଅନ୍ୟକୁ ହସେଇବା ଶ୍ରେୟସ୍କର ।



Rate this content
Log in