STORYMIRROR

SushreeBaisakhi Sahoo

Tragedy Inspirational

4  

SushreeBaisakhi Sahoo

Tragedy Inspirational

ଅକୁହା କଥା ଓ ଆଜିର ଅସହାୟ ବାପା

ଅକୁହା କଥା ଓ ଆଜିର ଅସହାୟ ବାପା

2 mins
685


      ନିରୀହ ଆଖି  ଦୁଇଟି ମଳିନ ପଡ଼ିଯାଇଛି,ନିଜେ ହସି ଅନ୍ୟକୁ ହସାଉଥିବା ଓଠ ଟା ବି ନୀରବି ଯାଇଛି, ପ୍ରଶ୍ନ ତ ଅନେକ ଅଛି ହେଲେ ଉତ୍ତର ଯେ କାହାଠୁ ମିଳିବ ଏ ଆଶା ବି ମଉଳି ଯାଇଛି। ହାଡ଼ ଯେତେବେଳେ ଶକ୍ତ ଥିଲା,ରକ୍ତ ଯେତେବଳେ ସତେଜ ଥିଲା, ମଜବୁତ୍ ଏଇ କାନ୍ଧ ରେ ମୋର ସବୁ ପିଲାଙ୍କୁ ବସେଇଛି,ପୁଣି କାନ୍ଧ ରୁ ଓହ୍ଲେଇ ଆଙ୍ଗୁଳି ଧରି ଚାଲିବା ଶିଖେଇଛି,ଆଙ୍ଗୁଳି ଛାଡ଼ି ସେମାନେ ଦୌଡ଼ିବାକୁ ଆରମ୍ଭ କଲାବେଳେ ତାଙ୍କ ପଛ ରେ ନିଜେ ଦୌଡିଛି,ହେଲେ ଆଜି ଭାବୁଛି ପିଲାଙ୍କ ପଛ ରେ ଏ ଦୌଡିବା ଖେଳରେ ଏ ବୁଢ଼ା ବାପା ଟା ହାରିଯାଇଛି।


ମୋ ପିଲାମାନେ ଦୌଡି ଦୌଡି ଏତେ ବାଟ ଆଗେଇଯାଇଛନ୍ତି ଯେ ଏ ବାପା ଟା ପଛ ରେ ରହିଯାଇଛି, ଯିବାର ସମୟ ପାଖେଇ ଆସୁଛି, ଆଉ ସେ ଶକ୍ତ ହାଡ଼ ନାହିଁ,ସତେଜ ରକ୍ତ ନାହିଁ,କି ମଜବୁତ୍ କାନ୍ଧ ବି ନାହିଁ,ଏବେ ସବୁ ଦୁର୍ବଳ,ଖାଲି ଯାହା ଏ ବାପାର ମନ ଟା ସବଳ ହେଇ ରହିଛି, ଏ ବାପା ମନ ଟା ଏବେ ବି ବିଶ୍ବାସ କରିପାରିନି ଭାଇ ଭଗାରୀ ର ଭାଗ ବଣ୍ଟାରେ ସେ ବି ବାଣ୍ଟି ହେଇଯାଇଛି, ଆଜିବି ବାପା ର କାନ ଟା ଶୁଣି ପାରୁନି ଗୋଟେ ବୋହୂ ଯେତେବେଳେ ଆଉ ଗୋଟେ ବୋହୂ କୁ କହୁଛି '' ଏବେ ବୁଢାକୁ ତୁମେ ରଖ ମୋ ପାଳି ସରିଯାଇଛି ''।


ଏକାନ୍ତ ରେ ବସିଲେ ଅତୀତ ଆଉ ବର୍ତ୍ତମାନ ର ଅଙ୍କ କଷୁଛି ମାତ୍ର ସବୁ ହିସାବ ଭୂଲ ହେଇଯାଇଛି, ବର୍ତ୍ତମାନ ର ଏଇ ଦୁଇ ଅଚଳ ହାତ କେତେ ପେଟ ପୋଷିଛି, ହେଲେ ! ଏବେ ହାତ ଦୁଇଟି ଜଣକ ସାହାରା ପାଇଁ ଝୁରୁଛି, ମୋ ସନ୍ତାନର ଅସୁସ୍ଥତା ପାଇଁ କେତେ ଯେ ରାତି ମୋର ଉଜଗରେ କଟିଛି, ଆଜି ମୋ ପାଇଁ ଗୋଟେ ବୈଦ୍ୟର ଠିକଣା ହଜିଛି। ସ୍ତ୍ରୀ ମୋର ଅହ୍ୟ ହୋଇ ଆରପାରି କୁ ଯାଇ ମୋତେ ବଞ୍ଚିବାର ଦଣ୍ଡ ଦେଲା କାଇଁ ଆଜି ଭାବୁଛି । ଘୃଣା କାହା ଉପରେ ନାହିଁ , ହଁ ଟିକେ ରାଗ ଆସୁଛି, ଆକ୍ରୋଶ ବି ନାହିଁ, ଟିକେ ଯାହା ଅଭିମାନ ରହିଯାଇଛି, ଥରେ ଖାଲି ଏ ପଙ୍ଗୁ ବାପା ଟା କହିପାରୁ କିଛି, ଦୀନବନ୍ଧୁ ଦୈତାରି ଙ୍କୁ ଗୁହାରୀ କରୁଛି, ସେତିକି ସମର୍ଥ୍ୟତା ଭିତରେ ଆଗାମୀ ସବୁ ବାପା ଙ୍କୁ ଜଣେଇ ଦବାକୁ ଚାହୁଁଛି,ଆଜିର ଦୁନିଆରେ ଏଇ ବାପା ଶବ୍ଦଟା କେତେ ଅସହାୟ ହୋଇପଡିଛି। ଆଜିର ସନ୍ତାନ ବାପାର ଜୁଇ ନିଆଁ କୁ ବ୍ୟଗ୍ର ସହକାରେ ଅନାଇ ବସିଛି, ଏ ଦେହଟା ପୋଡ଼ି ପାଉଁଶ ହେବା ଆଗରୁ ଜମି ପଟ୍ଟା ରେ ନିଜ ନା' କୁ ଲେଖିବା ପାଇଁ ପାଗଳ ହେଉଛି, ଆଜି ଏ ବାପାର ଅକୁହା କଥା ଏଇଠି ରଖୁଛି,ସବୁ ଅସହାୟ ବାପା ଙ୍କୁ ଖାଲି ଚେତେଇ ଦେଇ ଏଇଠୁ ବିଦାୟ ନେଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy