STORYMIRROR

Pravasini Senapati

Drama Tragedy

3  

Pravasini Senapati

Drama Tragedy

ବାନ୍ଧବୀ ୧

ବାନ୍ଧବୀ ୧

2 mins
187


   କ୍ଷୀର ବାଲା ର କର୍କଶ ସ୍ୱରରେ ନିଦ ମୋର ଭାଙ୍ଗିଗଲା ।କାନ୍ଥ ଘଣ୍ଟାକୁ ଚାହିଁ ଦେଖିଲି, ସମୟ ଆସି ସାଢ଼େ ସାତ ହେଲାଣି ।ମନେ ମନେ ବହୁତ ବ୍ୟସ୍ତ ହେଲି ।ଆଃ .ଆଜି କାହିଁକି ଯେ ଏତେ ଡେରି ହୋଇଗଲା।ଜନ୍ମ ମାଟିର ଗୋଟେ ଅଦ୍ଭୂତ ଆକର୍ଷଣ ଥାଏ ସତରେ !ନହେଲେ ମୁଁ କେବେ ବି ଏତେ ସମୟ ଯାଏଁ ଶୋଇ ପଡ଼ି ନଥାନ୍ତି ।ଏଇ ଘରେ କଟିଛି ମୋ ପିଲାବେଳ ।କେତେ ଦୁଷ୍ଟାମୀ, କେତେ ରାଗ ରୋଷ, କେତେ ମାନ ଅଭିମାନ କରିଛି ସତେ ଏ ଘରେ ମୁଁ ।ମୁଁ ସିନା ପରିସ୍ଥିତି ଚାପରେ ପେଷି ହୋଇ ବଦଳି ଯାଇଛି ଏ ଘର କଣ ମୋତେ ସହଜରେ ଭୁଲି ପାରିବ ? ସେଥିପାଇଁ ବୋଧେ ବହୁତ ଦିନ ପରେ ନିଜ କୋଳରେ ମୋତେ ବହୁତ ସମୟ ଶୁଆଇ ଦେଇ ମନେ ମନେ ଖୁସି ହେଉଥିବ ସେ ।ଏମିତି କେତେ କଣ ଭାବି ମନେ ମନେ ଟିକେ ହସିଦେଇ ଘର ବାହାରକୁ ଗଲି ଆଜି ମନ ଭରି ଟିକେ ଦେଖିବି ମୋ ଗାଁ ମୋ ପରିବେଶକୁ ବହୁଦିନ ପରେ ।ଏମିତି ଭାବି ବାହାର କବାଟ ମେଲାଇ ଦେଲି ।ଆଖି ସାମ୍ନାରେ ଯାହା ଦେଖିଲି ନିଜ ଆଖିକୁ ବି ବିଶ୍ୱାସ କରିପାରିଲିନାହିଁ ।ଆରେ !ଏ କିଏ ? ଅତି ଚିହ୍ନା ଚିହ୍ନା ମୁହଁଟି, ଅତି ଆପଣାର ପରି ହସ ହସ ମୁଁହରେ  ମୋ ଆଡ଼କୁ ଚାହିଁ ରହିଥିଲା ସତେ ଅବା କିଛି କହିବ । ଦୁହେଁ ଦୁହିଁଙ୍କୁ ଚାହିଁ ରହିଥାଉ ।ପ୍ରଥମେ ସେ ନୀରବତା ଭଙ୍ଗ କରି କହିଲା ତୁ ମତେ ଚିହ୍ନି ପାରୁନୁ ? ସ୍ୱର ଟା ଥିଲା ମୋ ପାଇଁ ଅତି ଅରିଚିତ, ଚିହ୍ନି ପାରିନଥାନ୍ତି ବା କେମିତି ?ପରିସ୍ଥିତି ଚାପରେ ରୂପ, ରଙ୍ଗ, ବେଶ ଭୂଷା, ଚାଲି ଚଳନ ସିନା ବଦଳି ଯାଇଛି ତାର !ହେଲେ ମୋ ପ୍ରତି ଥିବା ସ୍ନେହ ଆଉ ଭଲ ପାଇବା ସେମିତି ଅଛି ତା ମନରେ । ତା ର ଏଭଳି ପରିସ୍ଥିତି ଦେଖି କାନ୍ଦି ପକାଇଲି ।କିଭଳି ଝିଅ !ଆଜି ମୁଁ ତାକୁ କିଭଳି ଅବସ୍ଥାରେ ଦେଖୁଛି ।ଓଃ ସମୟ ସତରେ କେଡେ ନିଷ୍ଠୁର!! ଯିଏ ଦିନେ କଳ କଳ, ଛଳ ଛଳ ବନ ଝରଣା ଟିଏ ପରି ବହିଯାଉଥିଲା କୌଣସି ବାଧା ବିଘ୍ନ କୁ ଖାତିରି ନକରି ,ଯୌବନର ଆଦ୍ୟ ସ୍ପର୍ଶରେ ମତୁଆଲୀ ହୋଇ ଅମାନିଆ ବନ ହରିଣୀ ପରି ଧାଉଁ ଥିଲା ଏଣେ ତେଣେ ସେ ଆଜି ଏମିତି ନିରବି ଯାଇଛି କାହିଁକି ?କଣ ଘଟିଛି ତା ସହ ? ଏମିତି ଅନେକ ପ୍ରଶ୍ନ ଘାଣ୍ଟି ପକାଉଥାଏ ମନକୁ ମୋର ।ସେ ଆଉ ମୁଁ, ଦୁହେଁ ଥିଲୁ ଅତି ଅନ୍ତରଙ୍ଗ ବାନ୍ଧବୀ ।ଖାଇବା, ଶୋଇବା ସମୟକୁ ଛାଡିଦେଲେ ଆଉ ସବୁବେଳେ ଏକାଠି ରହୁ ।ଜୀବନର ସବୁ କଥା ପରସ୍ପର ସହ ବାଣ୍ଟିଥାଉ ।କ୍ଷୀର ଆଉ ନୀର ର ସମ୍ପର୍କ ପରି ଥିଲା ଆମ ସଂପର୍କ ।ମୋ ବିବାହ ପରେ ତା ବିଷୟରେ କିଛି ଖବର ରଖି ପାରିନି ।ଆଜି ଦୀର୍ଘ ଦିନ ପରେ ତା ସହିତ ମୋର ଦେଖା ତାହା ପୁଣି ତାର ଏଭଳି ଅବସ୍ଥାରେ ।ମୋତେ କୁଣ୍ଢେଇ ଧରି ଖୁବ ଜୋର ରେ କାନ୍ଦିଲା ।ଆଉ ତା ପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama