STORYMIRROR

Pravasini Senapati

Romance

3  

Pravasini Senapati

Romance

ବାନ୍ଧବୀ ଭାଗ ୨

ବାନ୍ଧବୀ ଭାଗ ୨

1 min
136

ସେ ମୋତେ କୁଣ୍ଢେଇ ଧରି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା। ସତେ ଯେମିତି ଅନେକ ଦିନର ପୁଞ୍ଜିଭୁତ କୋହ ଆଉ ଲୁହ ଗୁଡା ଆଜି ଏଇ ମୁହୂର୍ତ୍ତରେ ବନ୍ୟା ହୋଇ ବୋହି ଚାଲିଯିବ ।ମୁଁ ଆଉ ସହି ପାରିଲିନି ଲୁହ ପୋଛି ତା ପିଠିକୁ ଟିକେ ଥାପୁଡ଼ାଇ ପଚାରିଲି "କହ କଣ ହୋଇଛି ତୋର" ।କୋହ ଚାପି ଚାପି ଧୀର ଗଳାରେ ତା ସହତ ଘଟିଥିବା ସବୁ ଘଟଣା ସେ ମୋତେ କହିବାକୁ ଲାଗିଲା ।

    ସେଦିନ ସେ କଲେଜ ରୁ ଫେରୁଥାଏ। ବାଟରେ ଖୁବ ଜୋର ରେ ବର୍ଷା, ଆଉ ପବନ ଆରମ୍ଭ ହୋଇଗଲା ।କିଛି ଉପାୟ ନପାଇ ରାସ୍ତା କଡ଼ରେ ଅଧା ତିଆରି ହୋଇଥିବା ଏକ କୋଠା ଘରେ ସେ ଆଶ୍ରୟ ନେଲା ।ତା ପୂର୍ବରୁ ଆହୁରି କେତେଜଣ ବାଟୋଇ ସେଠାରେ ଆଶ୍ରୟ ନେଇଥାନ୍ତି ।ଓଦା ସର ସର ଦେହଟାକୁ ରୁମାଲ ରେ ପୋଛି ଦେଉ ଦେଉ ଥର ଟିଏ ସବୁ ଆଡକୁ ଆଖି ବୁଲାଇ ଆଣିଲା ।ତା ଠାରୁ ସାମାନ୍ୟ ଦୂରରେ ନିଜ ବାଇକ କୁ ଆଉଜି ଛିଡା ହୋଇଥାନ୍ତି ଜଣେ ସୁନ୍ଦର ଯୁବକ ଓ ତା ଆଡ଼କୁ ଚାହିଁ ଅଳ୍ପ ଅଳ୍ପ ହସୁଥାନ୍ତି ସେ ।

         ଲାଜରେ ଝାଉଁଳି ପଡିଲା ବିଚାରୀ ଆଉ ନିଜ ଓଢଣୀକୁ ପୁନର୍ବାର ସଜାଡୁ ସଜାଡୁ ଆଉ ଥରେ ଆଖି ବୁଲାଇ ଆଣିଲା ଯୁବକଙ୍କ ଆଡେ ।ଏ କଣ ସେ ମୋ ଆଡ଼କୁ ଆସୁଛନ୍ତି ଯେ ?

ଯୁବକ ଜଣକ ପାଖକୁ ଆସି ପ୍ରଶ୍ନ କଲେ "ତୁମ ନାଁ କଣ "?

ଲାଜ ଲାଜ ସ୍ୱରରେ ସେ ଉତ୍ତର ଦେଲା" ମୋ ନାଁ ଅଲିଭା,ଆଉ ଆପଣଙ୍କ ନାଁ"? " ମୁଁ ନିଶିକାନ୍ତ,ପଢ଼ା ସାରି ଛୋଟ ମୋଟ ଚାକିରୀ ଟିଏ କରେ, ଘରେ ମା ଓ ମୁଁ ଦୁଇଜଣ ,ଆମ ଘର ଏଇ ପାଖରେ",ଉତ୍ତର ଦେଲେ ଯୁବକ ଜଣକ ।

     ନିଶିକାନ୍ତଙ୍କର ଚେହେରା ସହିତ ତାଙ୍କ କଥା ବାର୍ତ୍ତା ଖୁବ ସୁନ୍ଦର ଲାଗିଲା ଅଲିଭାକୁ ।ନିଶିକାନ୍ତ ମଧ୍ୟ ଅଲିଭା ର ସୌନ୍ଦର୍ଯ୍ୟ ରେ ବଶୀଭୂତ ହୋଇଗଲେ ।ପ୍ରଥମ ଦେଖାରୁ ଦୁହେଁ ଦୁଇ ଜଣଙ୍କୁ ଭଲ ପାଇ ବସିଲେ ।କ୍ରମଶଃ


Rate this content
Log in

Similar oriya story from Romance