STORYMIRROR

Pravasini Senapati

Horror

3  

Pravasini Senapati

Horror

ଭୟ

ଭୟ

1 min
212


ଶ୍ରାବଣ ମାସର ନିର୍ଜନ ଦ୍ୱିପ୍ରହର, ଘରେ ଥାଏ ମୁଁ ଏକୁଟିଆ।ପାଖରେ କାଉ କୋଇଲିଟିଏ ବି ନଥାଏ । ଆକସ୍ମିକ ଦୁର୍ଘଟଣାରେ ଅତି ସ୍ୱଳ୍ପ ବୟସରେ ନିଜ ଛୋଟ ଛୋଟ ପିଲାଙ୍କୁ ଛାଡି ହଠାତ ମରିଯାଇଥିବା ଜଣେ ନଣନ୍ଦଙ୍କର ଦଶାହ କର୍ମରେ ସମସ୍ତେ ତାଙ୍କ ଗାଁକୁ ଯାଇଥାନ୍ତି ।ବାହାରେ ମୁଷଳ ଧାରାରେ ବର୍ଷା, ପବନ । ଦ୍ବିପ୍ରହରେ ବି ରାତିର ଭ୍ରମ ସୃଷ୍ଟି କଲା ଭଳି ଅମା ଅନ୍ଧକାର ।ମଝିରେ ମଝିରେ ବିଜୁଳି ଓ ଘଡଘଡି ମାରି ମୋ ଚତୁର୍ଦ୍ଦିଗକୁ ଆହୁରି ଭୟଙ୍କର କରିପକାଉଥାଏ । 

    ଟିକିଏ ଆଖି ମାଡିଦେଇଥାଏ ମୋର । ହଠାତ ବାହାର କବାଟ କିଏ ପିଟିବା ପରି ଅନୁଭବ କଲି ।ଚୁଡିର ରୁମ ଝୁମ 

ଶବ୍ଦ ସହିତ ଆହୁରି ଜୋରରେ କବାଟ ପିଟିବାର ଶବ୍ଦ ଓ ତା ସହିତ କରୁଣ ସ୍ୱର ରେ ଅସ୍ପଷ୍ଟ କ୍ରନ୍ଦନର ଶବ୍ଦ ମଧ୍ୟ ଗୁଞ୍ଜରିତ ହେଉଥାଏ ।ଭ

ାରି ଭୟଙ୍କର ସେ ଶବ୍ଦ ।କବାଟ ଆଡକୁ ଚାହିଁଲି । ଯାହା ଦେଖିଲି ଦେହ ଖୁବ ଜୋରରେ ଶୀତେଇ ଉଠିଲା । ଏବେ ତ ମୁଁ କବାଟ ଵନ୍ଦ୍ କରି ଆସିଥିଲି ଘରେ ତ କେହି ନାହାନ୍ତି କବାଟ ଫିଟିଗଲା କେମିତି? ଡରରେ ମୁଁ ଥରୁଥାଏ । ସେହି କବାଟ ସମ୍ମୁଖସ୍ଥ ଦକ୍ଷିଣ ପଟ କାନ୍ଥ ଆଡକୁ ମୋ ଦୃଷ୍ଟି କେମିତି ଟାଣି ହୋଇଗଲା ଯାହା ଦେଖିଲି ଆହୁରି ଜୋରରେ ଥରିବାକୁ ଲାଗିଲି । ଦକ୍ଷିଣ କାନ୍ଥରେ ପଶ୍ଚିମ ଆଡକୁ ଗୋଟିଏ ଛାଇ ଧୀରେ ଧୀରେ ଯାଇ କୁଆଡେ ଲୁଚିଗଲା ।

ଛାଇଟି ଥିଲା ଜଣେ ମହିଳାଙ୍କର ଛାଇ ଭଳି ମୁଣ୍ଡରେ ଥିଲା ଓଢଣା ଆଉ ଗୋଟିଏ ହାତରେ ନିଜ ଓଢଣାକୁ ଧରି ଆଉ ଗୋଟେ ହାତ ସିଧା ରହିଥାଏ । କମ ଉଚ୍ଚତା ବିଶିଷ୍ଟ ସେହି ଛାଇଟିର ରୂପ ଅବିକଳ ମୋର ସେହି ନଣନ୍ଦ ପରି ଦିଶୁଥାଏ ଡରରେ ଚେତା ଶୂନ୍ୟ ପରି ପଡିରହି ଖାଲି ଠାକୁରଙ୍କୁ

ଡାକୁଥାଏ ।

କ୍ରମଶଃ


Rate this content
Log in

Similar oriya story from Horror