TapaswiniDash Sarangi

Tragedy Thriller

4.7  

TapaswiniDash Sarangi

Tragedy Thriller

ବାଳୁତ ମନର ଚପଳତା

ବାଳୁତ ମନର ଚପଳତା

2 mins
1.3K


ବୋଉ ବୋଉ ଉଠୁ ଏମିତି କ’ଣ ଶୋଇଛୁ ଯେ? ବୋଉ ଲୋ ଭାରି ଭୋକ ଲାଗୁଛି ଖାଇବାକୁ ଦେ’ ଲୋ । ଏମିତି କହି ଚାଲିଥିଲା ୪ ବର୍ଷର ପୁଅ ସୌରଭ୍ । ହେଲେ ଚପଳମନା ଛୁଆଟି ଜାଣି ନଥିଲା ତା’ ବୋଉ ଆଉ ଉଠିବନି । ସେ ଏଇ ଇହ ଜଗତ ଛାଡି ସାରିଲେଣି । ହେଲେ ସେ କ’ଣ ଶୁଣୁଛି ତା ବାପା ହିତେନ୍ ବାବୁଙ୍କ କଥା । ଏକ ଜିଦ୍ ଧରିକି ବସିଛି ତା’ ବୋଉ ଉଠିକି ଖୋଇଲେ ସେ ଖାଇବ। ନାନା ପ୍ରକାର ଲୋକ ବୁଝେଇବାରୁ ସେ ଶେଷରେ ବୁଝିଲା ଯେ ତା ବୋଉ ଏବେ ଭଗବାନଙ୍କ ପାଖକୁ ଗଲା ଭଗବାନ ତାକୁ ଡକେଇଛନ୍ତି ସେ ଫେରି ଆସିବ । ଶେଷରେ ମନକୁ ବୁଝାଇ କିଛି ଦି'ଟା ଖାଇଲା ।

ସବୁଦିନ ଅପେକ୍ଷା କରେ ତା’ ବୋଉ ଆସିବ ତାକୁ ଖୋଇଦେବ । ହିତେନ୍ ବାବୁ ସ୍ତ୍ରୀଙ୍କୁ ଭୂଲିବାକୁ ନିଜକୁ କାମରେ ବ୍ୟସ୍ତ ରଖୁଥିଲେ । ପୁରାପୁରି ପୁଅ ସୌରଭ କଥା ଭୂଲି ଯାଇଥିଲେ । ବିଚରା ପିଲାଟି ନିଜକୁ ନିଜର ଏକଲାପଣର ସାଥୀ ବନେଇ ଦେଇଥିଲା । ଘରର ଚାକର ଚାକରାଣୀଙ୍କ ହେପାଜତରେ ଥିଲା ସିନା ବାପା ବୋଉଙ୍କ ସ୍ନେହ ପାଇଁ ସେ ବହୁତ ବିକଳ ଥିଲା । କପାଳଫଟା ପିଲାଟିର ଗୋସେଇଁ ବାପା ମା’ ବି ନଥିଲେ । ସେ ସବୁବେଳେ ନିଜକୁ ଘରର ଏକ କୋଣରେ ଆବିଷ୍କାର କରେ ।  

ଏଇ ଭିତରେ ୬-୭ ମାସ ଅତିକ୍ରାନ୍ତ ହୋଇଯାଇଛି । ହଠାତ୍ ସେ ଦିନ ବାପା ହିତେନ୍ ଙ୍କ ଡାକ ଶୁଣି ଡ୍ରଇଂ ରୁମ୍ କୁ ଆସିଲା । ଆରେ ଏ କିଏ ବାପାଙ୍କ ସହିତ । କିଛି କହିବା ଆଗରୁ ବାପା କହିଲେ ସୌରଭ୍ ଇଏ ତୋର ବୋଉ ।

ଆଶ୍ଚର୍ଯ୍ୟ ହୋଇ ସୌରଭ୍ କହି ଉଠିଲା ବାପା ଏ ଆଣ୍ଟି ମୋ ବୋଉ କେମିତି ? ବାପା ବୁଝାଇ କହିଲେ ଆରେ ବାବୁ ଭଗବାନ ନା ତୋ ବୋଉକୁ ଆଉ ଗୋଟେ ମୁହଁ ଦେଇ ତୋ ପାଖକୁ ପଠେଇଛନ୍ତି । ହେଲେ ସେ ବୁଝି ପାରିଲାନି । ଭଗବାନ ଏମିତି କାହିଁକି କରିବେ । ତା ବାପା ଗଣେଶଙ୍କ ମୁଣ୍ଡରେ ତ ପୁଣି ହାତୀ ମୁଣ୍ଡ ଲାଗିଲା । ଏ ଉଦାହରଣ ଦେଇ ବୁଝାଇବାରୁ ସେ ଚପଳମତି ମନ ବୁଝିଗଲା ।

ଧୀରେ ଧୀରେ ତା’ ନୂଆ ବୋଉର ରୁକ୍ଷ ବ୍ୟବହାର ତା’ ମନକୁ ବିଚଳିତ କଲା । ଝରଣା ହିତେନ୍ ବାବୁଙ୍କ ସ୍ତ୍ରୀ ସିନା ହୋଇ ପାରିଲେ କିନ୍ତୁ ସୌରଭ୍ ର ମା’ ନୁହେଁ । ପୁଅ ପ୍ରତି ଅକଥନୀୟ ଅତ୍ୟାଚାର ତାଙ୍କ ହୃଦୟକୁ ଗଭୀର କୁଠାରଘାତ କରୁଥିଲା ହେଲେ ସେ ଉପାୟ ଶୂନ୍ୟ ହୋଇ ଯାଇଥିଲେ । ଭଲ କରିବାକୁ ଯାଇ ସେ କେଡେ ବଡ଼ ଭୂଲ୍ କରିଛନ୍ତି ପଶ୍ଚାତାପ କରୁଥିଲେ ।

ହେ ପ୍ରଭୁ! ତୁମେ ମୋର ପୁରୁଣା ବୋଉକୁ ଫେରାଇ ଦିଅ । ବୋଉର ମୁହଁ ପରିବର୍ତ୍ତନ କରିଦିଅ । ବୋଉ ମାନେ ତ ଗେଲ କରନ୍ତି କୋଳରେ ବସାଇ ଖୋଇ ଦିଅନ୍ତି । ଆଉ ପିଲା ମାନଙ୍କୁ ଡର ଲାଗିଲେ ପଣତରେ ଲୁଚେଇ ଦିଅନ୍ତି । ହେଲେ ତୁମେ ମୋ ବୋଉର ମୁହଁ ତ ବଦଳି ଦେଲ ହେଲେ ତା’ ମନ ହୃଦୟ କାହିଁକି ବଦଳାଇଲ?  ଏମିତି କହି କଇଁ କଇଁ ହୋଇ କାନ୍ଦୁଥିଲା । ଏଇ ସବୁ କଥା ତାର ନୂଆ ବୋଉ ଦୂରରେ ରହି ଶୁଣି ନିଜ ଭୂଲ୍ ବୁଝି ଲୁହ ଗଡାଉ ଥିଲା  ।  

ବାପା ସୌରଭ୍ ମୋ କୋଳକୁ ଆ’ ଧନ । ଭଗବାନ ମୋ ମନ ପୁଣି ବଦଳେଇ ଦେଲେ । ସୌରଭ୍ ଖୁସିରେ ଆତ୍ମହରା ହୋଇ ଉଠିଲା ।

ତାର ବାଳୁତ ମନର ଚପଳତା ଆଗରେ ବୋଧେ ଭଗବାନ ହାର୍ ମାନିଲେ ।


Rate this content
Log in

Similar oriya story from Tragedy