Jyotiranjan Sahu

Inspirational

3  

Jyotiranjan Sahu

Inspirational

ଅଷ୍ଟମ ସ୍ବରର ନିରବ ଶ୍ରୋତା

ଅଷ୍ଟମ ସ୍ବରର ନିରବ ଶ୍ରୋତା

2 mins
348



ମୁଁ ଆଜ୍ଞା ଟିକିଏ ଇମୋସନାଲ । ସେଇଥିପାଇଁ ଏ କନ୍ଦାକଟା , ଶାଶୁ ବୋହୂର ଟର୍ଚର ସିରିଏଲ୍ କି ପ୍ୟାଥେଟିକ୍ ଲଭ୍ ଷ୍ଟୋରି ମୋତେ ଜମାରୁ ଭଲ ଲାଗେନି । ନା' ବିବାହ ପୂର୍ବରୁ ନା ବିବାହ ପରେ ! କାହିଁକି ନା ଏସବୁ ଦେଖିଲେ ମୋ ଆଖି ଦୁଇଟା ମୋତେ ସମସ୍ତଙ୍କ ଆଗରେ ଏକ୍ସପୋଜ୍ କରିଦେବେ । ସତ କହିବାକୁ ଗଲେ ମୁଁ ଚାହେଁନାହିଁ ଜଣାଇବାକୁ ଯେ ' ମର୍ଦ କୋ ଭି ଦର୍ଦ ହୋତା ହେ " । ଏଇ ଦର୍ଦ ପାଇଁ ଏତେ ଭୟ ଯେ ମୋ ଦେଇ ଏହି ଆଜିକାଲି ଭଳି ଟୋକାଳିଆ ପ୍ରେମ ଫ୍ରେମ ବି ହୋଇପାରିଲାନି । ମୁଁ ଭାବେ ଦୁଃଖକୁ ମୁଁ ହିଁ ବୋଧେ ସବୁଠୁ ପାଖରୁ ଜାଣିଛି । ହେଲେ ମୁଁ ଜାଣିନଥିଲି ମୋଠାରୁ ବି ଆହୁରି ଜଣେ କିଏ ଦୁଃଖକୁ ଆହୁରି ପାଖରୁ ଚିହ୍ନିଛି ।


             ସେ ଦିନର କଥା । ସରକାରୀ ଚାକିରିଟିଏ ପାଇଁ ମୋର ସଂଘର୍ଷ ଚାଲିଥାଏ । ବିଫଳତା ପରେ ବିଫଳତା ବାରମ୍ବାର ମୋର ଧୈର୍ଯ୍ୟର ପରୀକ୍ଷା ନେଉଥାଏ । ସେତେବେଳେ ମୋର ବିଫଳତାକୁ ଉପହାସ କରିବାର କୌଣସି ସୁଯୋଗ ଏସମାଜ ଛାଡୁନଥିଲା । ସେହିପରି ଗୋଟିଏ ସମୟରେ ପି ଏସ୍ ୟୂ ର ନିଯୁକ୍ତି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ରେ କଟିଯିବା ପରେ ମନଟା ମୋର ବିଷାକ୍ତ ହୋଇଗଲା । ଇଚ୍ଛା ହେଉଥିଲା କେଉଁ ଏକ ଏକାନ୍ତ ଜାଗାକୁ ଚାଲିଯିବି ଆଉ ଖୁବ୍ କାନ୍ଦିବି ! ହେଲେ ସେ ସାହସ ବି ମୋର ନଥିଲା । ଚୁପଚାପ୍ ଘରକୁ ଫେରିଗଲି । ଉପରେ ନହେଲେବି ଅନ୍ତରଟା ମୋର ଖୁବ୍ କାନ୍ଦୁଥାଏ । ଏତିକି ବେଳେ କେହିଜଣେ ମୋ ପିଠିରେ ହାତ ବୁଲାଇଆଣିଲା । ଦେଖିଲି ମୋ ମା' । ସେ ପଚାରିଲା " କଣ ହେଲା ବାପା ! କାନ୍ଦୁଛୁ କାହିଁକି ରେ ! ମୋ ମନଟା ଖାଲି ଗୋଡେଇ ହେଲା ! ସେଇଥିପାଇଁ ଚାଲିଆସିଲି ପଚାରିବାକୁ । ତୁ କାନ୍ଦୁଛୁ ନା' " ? ତାର ଏଇ କେଇ ପଦ କଥାରେ ମୋ ଆଖି ନାଲି ପଡିଯାଇଥାଏ । ଭାରି ହୋଇଆସୁଥିବା କଣ୍ଠରେ ମୁଁ ତାକୁ ପଚାରିଲି " ତୁ କେମିତି ଜାଣିଲୁ ! ତୁ ତ ସବୁ ଜଣିପାରୁଛୁ ଆଉ । ନା'ମ ! ମୁଁ କାନ୍ଦୁନି " । "ମୁଁ ପରା ତୋ ମା' । ମୁଁ ଜାଣିପାରିବିନି ମୋ ପିଲା କାନ୍ଦୁଛି ନା ନାହିଁ ! ! ପିଲାଟି ବେଳେ ତୋ କାନ୍ଦ ସ୍ବର ରେ କେତେ ରାତି ଯେ ମୋର ତୋତେ କୋଳରେ ଝୁଲେଇ ଝୁଲେଇ ଅନିଦ୍ରାରେ କଟିଯାଇଛି ତାର ହିସାବ ମୁଁ ରଖିନି କି କେବେ ଅଧୈର୍ଯ୍ୟ ହୋଇନି । ସେଦିନରୁ ତୋର ସେ ରାହାଧରି କାନ୍ଦିବା ସ୍ବରଟା ମୋର ଏତେ ପରିଚିତ ହୋଇଯାଇଛି ଯେ ତୁ ଆଜି ଶବ୍ଦ ନକଲେ ବି ତୋର ସେ କାନ୍ଦୁରା ସ୍ବରଟା ମୋ ମନ ଶୁଣିପାରୁଛି ରେ ! ସେଇଥିପାଇଁ ତୋତେ ଆସି ପଚାରିଲି " । ଆଉ ଅଧିକ କିଛି ଶୁଣିବାକୁ ଧୈର୍ଯ୍ୟ ନଥିଲା ମୋର । ସେଦିନ ଅନେକ ଦିନପରେ ମୁଁ ମା'କୁ କୁଣ୍ଢେଇଧରି ଖୁବ୍ କାନ୍ଦିଲି ନିଃଶବ୍ଦରେ ଆଉ ମନେମନେ ଭାବୁଥିଲି ' ତୁ ଆଜି ମୋତେ ଧୈର୍ଯ୍ୟର ସଂଜ୍ଞାଟା ଶିଖାଇଦେଲୁ । ସତରେ ମା' ତୁ ମହାନ୍ ! କାହିଁକି ନା' ଏ ଦୁନିଆଁରେ ତୁହି ଅଟୁ ମୋର ଅଷ୍ଟମ ସ୍ବରର ଏକମାତ୍ର ନିରବ ଶ୍ରୋତା ' ।




Rate this content
Log in

Similar oriya story from Inspirational