STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଅସରା ଆନନ୍ଦ

ଅସରା ଆନନ୍ଦ

1 min
402


       ଥରେ ମୋର ଜଣେ ବନ୍ଧୁ ବସରେ ଯାତ୍ରା କଲାବେଳେ ଗୋଟିଏ ଛୋଟ ଝିଅକୁ ଦେଖିଲେ। ତାହାର ମଇଳା ଡ୍ରେସ୍ , ନୁଖୁରା ବାଳ,ଲୋଚାକଚା ଚମ ଓ ଶୁଖିଲା ମୁହଁକୁ ଦେଖିଲେ ଯେ କେହି ସହଜରେ ଅନୁମାନ କରିନେବ ଯେ ସେ ନିଜର ଶୈଶବକୁ ବନ୍ଧା ପକାଇ ଭିକ୍ଷା ବୃତ୍ତି କରି ଚଳୁଛି। ତାହାହିଁ ସତ ହେଲା। ଝିଅଟି ସମସ୍ତଙ୍କୁ କାକୁତି ମିନତି ହୋଇ ପଇସାଟିଏ ଦିଅ ବାବୁ ତୁମର କଲ୍ୟାଣ ହେବ କହି ଦୁଇ ହାତ ପାତି ବାବୁ ମାଆ ମାନଙ୍କ ମୁହଁକୁ ଟିକିଏ ଚାହିଁ ଆଗକୁ ଆଗକୁ ଯାଉଥାଏ। କେହି ତାହାର କଥାକୁ କର୍ଣ୍ଣପାତ କରୁନଥାନ୍ତି। କାହିଁକି ବା କରିବେ? ପିଲାଟି ନ ଖାଇଲେ ,ନ ପଡ଼ିଲେ ତାଙ୍କର ଅସୁବିଧା କ'ଣ! ଠିକ୍ ଏତିକିବେଳେ ସେହି ବସ୍ ଭିତରକୁ ବୁଲାବିକାଳିଟିଏ ଆସିଲା। ସେ ତା ସାଥିରେ କେତେ କ'ଣ ଟାଉକା ଜିନିଷ ଆଣିଥାଏ। ଯେମିତିକି ବାଦାମ,ମଟର ଭଜା,ପାମ୍ପଡ, ଆଇସକ୍ରିମ ଆଦି। ଏସବୁ ଦେଖି ଯେ କେହି ଲୋଭେଇ ଯିବ। ପାଟିରୁ ଲାଳ ବାହାରିବା ତ ସାଧାରଣ କଥା। ତାହାକୁ ଖାଇଲେ କିଛି ଲାଭ ମିଳୁ ବା ନମିଳୁ। ଅଧିକାଂଶ ଯାତ୍ରୀ ନିଜ ନିଜ ପକେଟରୁ ଟଙ୍କା କାଢ଼ି ସେଗୁଡିକୁ କିଣି ନିଜେ ଖାଇବା ସହ ପିଲାଙ୍କୁ ଦେଉଥାଆନ୍ତି। ହେଲେ ସେ ଗରିବ ଝିଅଟି ପ୍ରତି କାହାରି ନିଘା ନଥାଏ। ନିଜ ଅନିଛାରେ ହେଉ ବା ଅଜାଣତରେ ହେଉ ମୋ ବନ୍ଧୁଙ୍କ ହାତ ପକେଟରେ ପଶି ସାରିଥାଏ। ସେ ଗୋଟିଏ ପାଞ୍ଚ ଟଙ୍କିଆ କଏନଟିଏ ବାହାର କରି ସେହି ପିଲାକୁ ବଢାଇ ଦେଲେ। ହଠାତ୍ ତା ମୁଖରେ ଆନନ୍ଦର ସ୍ମିତ ରେଖା ପ୍ରତିଫଳିତ ହେଲା। ଲାଗିଲା ସତେ ଯେମିତି ସେ କୌଣସି କୋଟିନିଧି ପାଇଗଲା। ତା ମୁହଁରେ ସେହି ହସ ଟିକକ ଦେଖି ମୋ ବନ୍ଧୁ ଯେଉଁ ଆନନ୍ଦ ପ୍ରାପ୍ତ ହେଲେ ସେପରି ଆନନ୍ଦ କେବେ ପାଇନଥିଲେ ବୋଲି ଅନୁଭବ କଲେ। ସେ ସେଦିନ ବୁଝି ପାରିଲେ ଦେବାରେ ଯେଉଁ ଆନନ୍ଦ ମିଳେ ତାହା ନେବାରେ ନଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract