STORYMIRROR

Anam Charan Sahoo

Tragedy

5.0  

Anam Charan Sahoo

Tragedy

ନିଷ୍ପାପ ପ୍ରେମ

ନିଷ୍ପାପ ପ୍ରେମ

2 mins
3.4K


ସରିତା ଏବେ ଏବେ ମାଟ୍ରିକ ପାସ୍ କରି କଲେଜରେ ନୂଆ ଆଡମିଶନ ନେଇଛି। ହାଇସ୍କୁଲର ଶୃଙ୍ଖଳିତ ଶିକ୍ଷା ପରେ ଏବେ କଲେଜ ଜୀବନ ତାକୁ ପୁରା ନୂଆ ନୂଆ ଲାଗୁଛି। ଯେପରି ପକ୍ଷୀର ଡେଣା ଲାଗିଗଲେ ସେ ଉଡିବାକୁ ଚେଷ୍ଟା କରେ,ପ୍ରଥମେ ଖଣ୍ଡିଉଡା ଦିଏ ପୁଣି ନିର୍ଭୟରେ ଦୂର ଗଗନକୁ ଉଡିଯାଏ ସେହିପରି ସରିତାର ମନର ଅବସ୍ଥା।ସେ ଏବେ ନିଜକୁ ସ୍ବାଧୀନ ଭାବୁଛି। ପିତାମାତାଙ୍କ ଆକଟ, କଟକଣାକୁ ବେଖାତିର କରି ଅନ୍ୟ ଏକ ଦୁନିଆରେ ବିଚରଣ କରୁଛି।
ସେହି କଲେଜରେ ୩ ପ୍ରଥମ ବର୍ଷରେ ସୁବୋଧ ପଢୁଥାଏ। ସେ ଦେଖିିିଆକୁ ଯେମିତି ସୁନ୍ଦର ସେମିତିି ମେଳାପି। ସେ ତା'ର ମେଳାପି ଗୁୁଣ ଓ ସୁନ୍ଦର ଚେହେରା ପାଇଁ କେତେ ଯେ ଝିଅଙ୍କର ମନକୁ ଚୋରାଇ ନେଇଛି ହିସାବ କଲେ ଫର୍ଦ୍ଦ ଫର୍ଦ୍ଦ କାଗଜ ସରିଯିବ ସିନା ହିସାବ ସରିବନି। ସେ ଭ୍ରମରଟିଏ ସାଜି କେତେ ଯେ ଫୁଲ ଉପରେ ବସିି ସେେହି ଫୁଲର କେଶରରୁ ମଧୁ ଆସ୍ବାଦନ କରିିିିଛି ସେ ହିଁ ଜାଣେ। ତଥାପି ଛୋଟ ଛୋଟ ପତଙ୍ଗ ମାନେ ଯେମିତି ଆଲୋକ ଦେଖିଲେ ନିଜକୁ ନିୟନ୍ତ୍ରଣ କରି ନ ପାରି ସେହି ଅନଳରେ ଝାସ ଦିଅନ୍ତି ସେହିପରି କୈଶୋରର ପ୍ରଥମ ପାହାଚରେ ପାଦ ଦେଇ ଥିବା ନାୟିକା ମାନେ ସେହି ଦାବନଳକୁ ଖାତିର ନ କରି ସେଥିରେ ଝାସ ଦିଅନ୍ତି। ସରିତା ସେଥିରୁ ବାଦ୍ ପଡନ୍ତା ବା କିପରି?
ସେ ସୁବୋଧର ପ୍ରେମରେ ଏକଦମ ଉବୁୁୁଡୁବୁ।
ସରିତା ଓ ସୁୁୁବୋଧକୁ ନେଇ ଏବେ କଲେଜରେ ଚର୍ଚ୍ଚା। ସେଥିକୁୁ ଖାତିର ନ କରି ସରିତା ନିଜର ମନ ପ୍ରାଣ ସହ ନିଜର ଶରୀରକୁ କେତେବେଳେ ଦାନ କରିଦେଇଛି ଜାଣି ପାରି ନ ଥିଲା । ସେ କ'ଣ ଜାଣିିିଥିଲା ଦୈହିକ ପ୍ରେମ ତା ଜୀବନକୁ ଜାଳିପୋଡି ଛାରଖାର କରିିିଦେବ ବୋଲି। ଫୁୁୁଲ ଫୁଟି ଯେେମିତି ତା'ର ମହକ ପବନରେ ଚାରିଆଡେ ବ୍ୟ।ପିିିଯାଏ ସେହିପରି ସରିତା ଏବେ ସୁୁୁବୋଧର ଭୃଣକୁ ନିଜ ଜଠରରେ ବହନ କରିଥିବା କଥା କଲେଜରେ ଡେଙ୍ଗୁରା ବାଜୁଛି। ଲଜ୍ଜିତ ହୋଇ ସେ ଆଉ କଲେଜ ଆସୁୁୁନି। ସେ ସୁବୋଧକୁ ବାହା ହେବା ପାଇଁ କହିବାରୁ
ସୁବୋଧ ରୋକଠୋକ ମନା କରିଦେଇଛି। ଭୃଣଟିକୁ ନଷ୍ଟ କରିବା ଲାଗି ପରାମର୍ଶ ଦେଇଛି।
ସରିତା ଏବେ କରିବ କ'ଣ? ନା ଏ କୁୁୁୁଳର ନା ସେ କୁଳର ହେବ। ଥକ୍କା ମାରି ବସିି ପଡିଛିି ଘରର ଅନ୍ଧାରି
କୋଣରେ। ନିଜକୁ ନିଜେ ପ୍ରଶ୍ନ କରୁଛି ଏ ନିିିଷ୍ପାପ ଭୃଣଟିର ଦୋଷ କ'ଣ? ସେହିି ଦିନ ଠାରୁ ତାକୁ ଏକ ନୂଆ ପରିଚୟ ଦେବା ପାଇଁ ସାହସ ଧରି ଏକା ଏକା ବଞ୍ଚି ରହିଛି ଏହି ଦୁନିଆରେ। ଏହା କେବଳ ଗୋଟିଏ ମାଆ ହିିଁଁ କରିିିପାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy