Anam Charan Sahoo

Tragedy

5.0  

Anam Charan Sahoo

Tragedy

ମା'

ମା'

2 mins
7.1K


ଗ୍ରାମର ନାମ ହରିପୁର । ସେହି ଗ୍ରାମରେ ବାସ କରୁ ଥାଆନ୍ତି ହରିହର ଓ ଧର୍ମ ପତ୍ନୀ ବସୁନ୍ଧରା । ଦୁହେଁ ଖୁବ୍ ଖୁସିରେ ସେମାନଙ୍କର ସଂସାର ନାବକୁ ବାହି ନେଉ ଥାଆନ୍ତି । ସେମାନଙ୍କର କୌଣସି ଅଭାବ ନଥାଏ । ହେଲେ ଗୋଟିଏ ଦୁଃଖ ସେମାନଙ୍କ ଅନ୍ତରକୁ କୋରି ଖାଇ ଯାଉଥାଏ । ଦୀର୍ଘ ୧୦ ବର୍ଷର ବିବାହ ପରେ ବି ସେମାନଙ୍କ କୋଳ ଖାଲି । ଗାଁ ଲୋକଙ୍କର ଟାହିଟାପରା ସହି ହେଉ ନଥାଏ । ହେଲେ କଥାରେ ଅଛି 'ମନ ନିର୍ମଳ ଥିଲେ ଗାଡିଆ ଗଙ୍ଗା', ସେହି ନ୍ଯାୟରେ ସେମାନଙ୍କ ଜୀବନରେ ଏକ ସାଧୁବାବାଙ୍କର ଆବିର୍ଭାବ ହେଲା । ସେମାନଙ୍କ ଠାରୁ ସମସ୍ତ ବୃତାନ୍ତ ଶୁଣି ଧ୍ୟାନରେ ବସି ପଡିଲେ, ପ୍ରଭୁଙ୍କର ଆଶୀର୍ବାଦ ମିଳିବାରୁ ସେମାନଙ୍କୁ ପ୍ରଭୁ ଆଶୁତୋଷଙ୍କୁ ଦୃଢ ଚିତ୍ତରେ ଭକ୍ତିର ସହ ଆରାଧନା କରିବାକୁ କହି ଅନ୍ତର୍ଦ୍ଧାନ ହୋଇଗଲେ । ସ୍ବାମୀ ସ୍ତ୍ରୀ ଆଗରୁ କେତେ ଉପାସ ବ୍ରତ କରିଛନ୍ତି ହେଲେ କୌଣସି ସୁଫଳ ମିଳି ନଥିଲା । ତଥାପି ସାଧୁବାବାଙ୍କର କଥାରେ ବିଶ୍ବାସ ରଖି ନିଷ୍ଠାର ସହ ପ୍ରଭୁ ଆଶୁତୋଷଙ୍କୁ ପ୍ରାର୍ଥନା କଲେ । କଥାରେ କହନ୍ତି ବିଶ୍ବାସରେ ହରି ମିଳିଥାଆନ୍ତି । ସତକୁ ସତ ତାଙ୍କର ତପସ୍ୟା ଫଳବତୀ ହେଲା । ସେମାନେ ଆଶୁତୋଷଙ୍କ କୃପାରୁ ଏକ ପୁତ୍ରର ପିତାମାତା ହେଲେ । ସେ ଆଶୁତୋଷଙ୍କ କୃପାରୁ ଜନ୍ମ ନେଇ ଥିବାରୁ ତା'ର ନାମ ରଖିଲେ ଆଶିଷ ।

ପିଲାଟି ଦିନକୁୁଦିନ ଚନ୍ଦ୍ରକଳା ପରି ବଢ଼ିବାରେ ଲାଗିଲା । କ୍ରମେ ୩ ବର୍ଷରେ ପଦାର୍ପଣ କଲା । ଗାଁରେ ଥିବା ଅଙ୍ଗନବାଡିରେ ପଢିଲା । ସେ ପାଠପଢାରେ ଖୁବ ନାଁ କଲା । ଆସ୍ତେ ଆସ୍ତେ ଗୋଟିଏ ପରେ ଗୋଟିଏ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ୨ ପାସ୍ କଲା । ସେ ଦେଖିବାକୁ ଯେମିତି ସୁନ୍ଦର ସେମିତି ବପୁବନ୍ତ । ଦେଶର ସୈନ୍ଯ ବିଭାଗରେ ବାହାରିିିଥିବା ପୋଷ୍ଟରେ ଚାକିରୀ ପାଇଁ ଆପ୍ଲିକେସନ ଦାଖଲ କଲା । ପରେ ଏନ୍ଟ୍ର୍ରାନ୍ସ ଦେଇ କୃତକାର୍ଯ୍ୟ ମଧ୍ୟ ହେଲା । ଦେଶ ସେବା କରିବା କେତେ ଜଣଙ୍କ ଭାଗ୍ୟରେ ଜୁଟେ?

ବାପା ମା' ପ୍ରଥମେ ଅମଙ୍ଗ ହେଲେ ମଧ୍ୟ ପୁଅ କଥାରେ ରାଜି ହୋଇ ସମ୍ମତି ପ୍ରକାଶ କଲେ ।

ପୁଅ ସୈନ୍ୟ ବିିିଭାଗରେ ଚାକିରୀ କରି ଦେଶ ସେବାରେ ନିିୟୋଜିତ ହେଲା । ପ୍ରଥମ ତିନିି ଚାରିି ବର୍ଷ ଖୁସିରେ ଖୁୁସିିିରେ କଟିଗଲା । ହେଲେ ତା ପରେ ପଡୋଶୀ ଦେଶର ଆତଙ୍କବାଦୀଙ୍କ ଅନୁୁପ୍ରବେଶ ଯୋଗୁଁ ଦେଶ ଦେଶ ମଧ୍ୟରେ ବିବାଦ ତେଜିିିଲା ଓ ଶେଷରେ ଯୁୁଦ୍ଧ ଆରମ୍ଭ ହୋଇଗଲା ।

ଆଶିଷ ଦୃଢତାର ସହ ନିଜ ରେଜିମେଣ୍ଟର ଅନ୍ୟାନ୍ୟ ସାଥି ମାନଙ୍କ ସହ ଶତ୍ରୁପକ୍ଷର ଅନେକ କ୍ଷୟକ୍ଷତି କଲା । କିନ୍ତୁ ନିିୟତିର ନିିିର୍ଦ୍ଦେଶ ଭିନ୍ନ ଥିଲା । ସେହି ଯୁଦ୍ଧର ଶେଷ ଦିନରେ ଭୀଷଣ ସଂଗ୍ରାମ ହେଲା । ସେହି ସଂଗ୍ରାମରେ ଆଶିିିଷ ରେଜିିିମେଣ୍ଟର ସମସ୍ତ ସୈନ୍ଯ ମୃତ୍ୟୁବରଣ କଲେ । ତଥାପି ଆଶିଷ ନିିିଜର ଧୈର୍ଯ୍ୟ ନ ହରାଇ ଶତ୍ରୁ ପକ୍ଷର ମୁକାବିଲା କରି ଚାଲିିଥିଲେ । ଶେଷରେ ଶତ୍ରୁ ପକ୍ଷର ଏକ ଗୁୁୁଳିରେ ସିଏ ବି ଶହୀଦ ହେଲେ ।

ସେନା ବିଭାଗର କେତେକ ସୈନ୍ଯ ଆଶିଷର ମର ଶରୀରକୁୁ ଆଣି ହରିପୁର ଗ୍ରାମରେ ପହଞ୍ଚିିଲେ । ତା ଦେହକୁ ଭାରତୀୟ ଜାତୀୟ ପତାକା ତ୍ରିିିରଙ୍ଗାରେ ଘୋଡାଇ ଦିଆ ଯାଇଥିଲା । ତା ବୀରତା ପାଇଁ ତୋପ ସଲାମୀ ଦିିିଆଗଲା । ଏହା ଦେଖି ସେ ଗ୍ରାମର ଆବାଳ ବୃୃୃଦ୍ଧବନିତାଙ୍କ ଆଖିରେ ଲୁହ ଭରି ଯାଇଥିଲା । ସମସ୍ତେ ତା ବୀରତ୍ବ ପାଇଁଁ ସାବାସୀ ଦେଉ ଥାଆନ୍ତି । ତା'ର ଦୁୁଃଖିନି ମାଆ ଓ ବାପା କିିପରିିି ବା ଧୈର୍ଯ୍ୟ ଧରି ପାରନ୍ତେ? ସେମାନଙ୍କ ନୟନରୁ ମଧ୍ୟ ଧାର ଧାର ହୋଇ ଅମାନିଆ ଲୁୁହ ଗୁଡ଼ିକ ବହି ଯାଉଥିଲେ । ହେଲେ କିଛି କ୍ଷଣ ପରେ ସେମାନଙ୍କ ଅନ୍ତରାତ୍ମା ଯେପରି କହୁଥିଲା ଦୁଃଖ କରନି ତୁୁମେ କେବଳ ଆଶିଷର ପିତାମାତା ନୁୁହଁ ଆଜିିଠାରୁ ଶହୀଦ ଆଶିଷର ପିତାମାତା । ସେହି ଦିନଠାରୁ ବସୁନ୍ଧରା ନିଜ ଛାତି ଉପରେ ପଥର ଥୋଇ ଗର୍ବର ସହ କହି ବୁୁଲନ୍ତି 'ମୁଁ ଜଣେ ଶହୀଦର ମା' । ମୋ ପୁଅର ମୃତ୍ୟୁ ନାହିଁ, ସେ ଅମର ଚିର ଅମର । ମୁଁ ଭଗବାନଙ୍କ ନିକଟରେ ଅଳି କରୁୁଛି ଜନ୍ମ ଜନ୍ମାନ୍ତରରେ ଆଶିଷ ମୋ ପୁଅ ହୋଇ ଜନ୍ମଲାଭ କରୁ ଏବଂ ଦେଶ ସେବାରେ ନିଜର ବଳିଦାନ ଦେଉ ।


Rate this content
Log in

Similar oriya story from Tragedy