STORYMIRROR

Anam Charan Sahoo

Inspirational

2  

Anam Charan Sahoo

Inspirational

ପୁନଶ୍ଚ ରେବତୀ

ପୁନଶ୍ଚ ରେବତୀ

1 min
468

  ରେବତୀ ନିଜ ଘରର ବାଲକୋନୀରେ ଏକୁଟିଆ ବସି ନିରବ, ନିଃଶବ୍ଦ ରାତ୍ରିର ଘନ ଅନ୍ଧକାରରେ ଆକାଶରେ ଚିକମିକ କରୁଥିବା ତାରାଗୁଡ଼ିକୁ ଦେଖି କ'ଣ ସବୁ ଭାବି ଚାଲିଥାଏ। ଅନୁଭବ କରୁଥାଏ ସତେ ଯେମିତି ତାରାଗୁଡ଼ିକ ତାକୁ ଖତେଇ ହୋଇ କ'ଣ ସବୁ କୁହାକୁହି ହେଉଛନ୍ତି। ସେ ତାରା ମାନଙ୍କ ଆଡ଼କୁ ଟିକିଏ ଚାହିଁ ସ୍ଥିର ଭାବରେ ସେମାନଙ୍କ କଥାବାର୍ତା ଶୁଣିବାକୁ ଚେଷ୍ଟା କଲା। ତାକୁ ଲାଗିଲା ତାରାମାନେ ଯେମିତି କହୁଛନ୍ତି "ଆଲୋ ରେବ ପୃଥିବୀର ସୃଷ୍ଟି କାଳରୁ ଆଜି ପର୍ଯ୍ୟନ୍ତ ତୁ ଯେଉଁ ଦୁଃଖରେ ଥିଲୁ ଆଜି ବି ସେହି ଦୁଃଖରେ ଅଛୁ। ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। କେବଳ ଚରିତ୍ର ମାନଙ୍କର ପରିବର୍ତ୍ତନ ହୋଇଛି"। 

        ରେବ ସେମାନଙ୍କ କଥା କିଛି ବୁଝି ପାରିଲା ନାହିଁ। ଏକଥାକୁ ଠଉରେଇ ଗୋଟିଏ ତାରା କହିଲା, "ତୁ ସେତେବେଳେ ଘର ଲୋକଙ୍କ ଦ୍ୱାରା ନିର୍ଯାତିତ ହେଉଥିଲୁ। ତୋ ମନକଥା କେହି ବୁଝୁ ନଥିଲେ। ତୋତେ ଶିକ୍ଷା ଠାରୁ ବହୁ ଦୂରରେ ରଖା ଯାଇଥିଲା। ସମାଜର ମୁଖ୍ୟ ସ୍ରୋତ ଠାରୁ ଦୂରରେ ଥିଲୁ। ଆଉ ଏବେ ତୁ ଶିକ୍ଷିତା ହୋଇ ପାଞ୍ଚ ଜଣରେ ଜଣେ ହୋଇଛୁ, ନିଜର ପରିବାର ପ୍ରତିପୋଷଣ କରିବା ସହ ପୁରୁଷ ମାନଙ୍କ ସହ ସମତାଳରେ ଦେଶର ଅଗ୍ରଗତିରେ ଯୋଗଦାନ ଦେଇ ପାରୁଛୁ। ହେଲେ କର୍ମ କ୍ଷେତ୍ରରେ ପୁରୁଷ ବନ୍ଧୁ ମାନଙ୍କ ଦ୍ଵାରା ନିର୍ଯାତିତ ଓ ନିଷ୍ପେସିତ ହେବା ଏବଂ ସମାଜର ଭଦ୍ରମୁଖା ପିନ୍ଧା କେତେକ ପଶୁ ମାନଙ୍କର ପାଶବିକ ଲାଳସାର ଶିକାର ହେବା,ନାରୀ ଭୃଣ ହତ୍ୟା ଆଦିର ଖବର ସମାଜର ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ତେଣୁ ତୁ ସବୁକାଳରେ ସେହି ଦୁଃଖିନୀ। କେବଳ ପାତ୍ର ଗୁଡିକ ପରିବର୍ତ୍ତନ ହୋଇଛନ୍ତି।

      ସେମାନଙ୍କ କଥା ଶୁଣି ରେବତୀ ନିଜକୁ ସହଜ କରିନେଲା ଏବଂ ସଂକଳ୍ପ ନେଲା ଓଡ଼ିଆ ସାହିତ୍ୟର ପିତାମହ ଫକୀରମୋହନ ସେନାପତିଙ୍କ ପରି ଆଉ ଏକ ନାରୀ ସୁରକ୍ଷାର ସଂଗ୍ରାମ ଆରମ୍ଭ କରିବାକୁ ପଡ଼ିବ ନୂଆ ଏକ ଢଙ୍ଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational