Kalyani Nanda

Inspirational

2.5  

Kalyani Nanda

Inspirational

ଅସି ଠାରୁ ମସି ବଡ

ଅସି ଠାରୁ ମସି ବଡ

3 mins
435



ଶିତ ଦିନ ସକାଳ ଟା ଥଣ୍ଡା ସିନା ଲାଗେ କିନ୍ତୁ ଭଲ ଲାଗେ । ସକାଳର ନରମ ଖରା ରେ ବସି ଚା ପିଇବା ବେଶ ଜମି ଯାଏ । ଛନ୍ଦା ର ସ୍ବାମୀ ଆଦିତ୍ଯ ବାଲକୋନି ରେ ଚେୟାର ପକାଇ ଖରାରେ ବସିଥିଲେ । ଛନ୍ଦା ଅଦା ପକାଇ ଚା ଦି କପ ନେଇ ତା ସ୍ବାମୀ ଙ୍କ ପାଖରେ ପଡିଥିବା ଚେୟାର ରେ ବସି ଚା କପ ଟି ତା ସ୍ବାମୀଙ୍କୁ ଦେଲା । ଆଦିତ୍ଯ ଚା କପ ଟି ଟେବୁଲ ଉପରେ ରଖି ଦେଲେ । ଆଗରୁ ସେ ସେଠାରେ ବସି ପୋଷ୍ଟ କାର୍ଡ ରେ କଣ ଲେଖୁଥିଲେ । ଛନ୍ଦା କହିଲା, " ଚା ଟା ପରିଦର୍ଶନ । ଥଣ୍ଡା ହୋଇଯିବ ଯେ ।" " ହଁ, ହଁ ଏଇ ସରିଲା ମୋ ଲେଖା ।" ଆଦିତ୍ଯ କହିଲେ। ଛନ୍ଦା କୌତୁହଳ ବଶତଃ ପଚାରିଲା, " ଏବେ ତ ମୋବାଇଲ ଯୁଗ । ପୋଷ୍ଟ କାର୍ଡ ରେ ଆଉ ଚିଠି କିଏ ଲେଖୁଛି ଯେ । ଫୋନରେ କଥା ହେଉ ନ । ଏତେ କଷ୍ଟ କାଇଁ କରୁଛ ଯେ ? ଆଉ କାହାକୁ ବା କଣ ଲେଖିଛ? " ଆଦିତ୍ଯ ଲେଖି ସାରିଥିଲେ । ଚା କପ ଟି ଧରି ଗରମ ଚା ର ମଜା ନେଇ କହିଲେ, " ଆରେ ତୁମେ ଜାଣିନ, ସବୁ କାମ କଣ ମୋବାଇଲ ରେ ହେବ ? ଏ ପୋଷ୍ଟ କାର୍ଡ ରେ ଯାହା ହୋଇ ପାରିବ, ତା ମୋବାଇଲରେ ହେଇ ପାରିବନି । ଦେଖିବ , ମୁଁ ଏ ପୋଷ୍ଟ କାର୍ଡ ରେ ଯାହା ଲେଖିଛି ଓ ଯାହା ପାଖକୁ ଲେଖିଛି , ନିଶ୍ଚୟ ଫଳପ୍ରଦ ହେବ । " " କାହାକୁ , କଣ ଲେଖିଛ ?" ଛନ୍ଦା ପଚାରିଲେ । ଆଦିତ୍ଯ କହିଲେ, " ତୁମର ମନେ ଅଛି ଛନ୍ଦା , ଆମେ ସେଦିନ ଶ୍ରୀୟା ହୋଟେଲ କୁ ଯାଇଥିଲେ ଡିନର କରିବାକୁ । ଅବଶ୍ଯ ଆଗରୁ ବି ଯାଇଥିଲେ । ସେ ହୋଟେଲର ଖାଇବା ବେଶ୍ ସୁସ୍ବାଦୁ ବୋଲି ଆମେ ପ୍ରାୟ ସେଇ ହୋଟେଲ ଯିବାକୁ ଭଲ ପାଉଁ। କିନ୍ତୁ ତୁମେ ଗୋଟିଏ କଥା ଲକ୍ଷ୍ଯ କରିଛ ? ସେଠି ଡାଇନିଂ ହଲ ଟିକିଏ ଛୋଟ ଥିଲା । ସେଥିପାଇଁ ସବୁ ଟେବୁଲ ଭର୍ତ୍ତି ହେଇଯାଏ ଖୁବ ଶୀଘ୍ର ଏବଂ ଆହୁରି ବହୁତ ଲୋକଙ୍କୁ ବାହାରେ ଅପେକ୍ଷା କରିବାକୁ ପଡେ। ଆମେ କେତେଥର ସେମିତି ଅପେକ୍ଷା କରି ବିରକ୍ତ ହୋଇ ଫେରି ଆସିଥିଲେ । ସେଇ ଅସୁବିଧା ଦେଖି ମୁଁ ଭାବୁଥିଲି , ଯଦି ସେ ଡାଇନିଂ ହଲ ଉପରେ ଆଉ ଗୋଟିଏ ଡାଇନିଂ ହଲ ଟିଏ ହୋଇ ପାରିଲେ ବେଶି ଲୋକ ଏକା ଥରକେ ଭଲ ଭାବରେ ବସି ଖାଇ ପାରନ୍ତେ । ସଫା ପରଦା, କିଛି ସୁନ୍ଦର ତୈଳ ଚିତ୍ର ଲଗାଇ ଟିକିଏ ସଜାଇ ଦେଲେ ଲୋକଙ୍କୁ ଭଲ ଲାଗନ୍ତା। ସେଇ କଥା ଲେଖି ହୋଟେଲ ମ୍ଯାନେଜର ପାଖକୁ ଚିଠି ଲେଖୁଥିଲି । ଚିଠି ରେ ମୋ ମତାମତ ଉପରେ ବିଚାର କରିବାକୁ ଲେଖିଛି ।ମୋର ବିଶ୍ବାସ ଚିଠି ଟା ପଢି ହୋଟେଲ ର କିଛିଟା ପରିବର୍ତ୍ତନ ହେବ ।" ଛନ୍ଦା ଅଳ୍ପ ହସି କହିଲା , " ତୁମେ କଣ ଭାବୁଛ ତୁମର ଏଇ ଲେଖାରେ ସେ ଶ୍ରୀୟା ହୋଟେଲର କିଛି ପରିବର୍ତ୍ତନ ହେବ ? ମ୍ଯାନେଜର ଚିଠି ପଢି ଡ଼ଷ୍ଟବିନ ରେ ଫିଙ୍ଗି ଦେବ । କିଛି ପରିବର୍ତ୍ତନ କରିବନି । ଆଉ ଗୋଟିଏ ଚିଠି କାହାକୁ ଲେଖିଛ ? " " ଆଉ ଗୋଟିଏ ଚିଠି railway ଷ୍ଟେସନ ମାଷ୍ଟର ପାଖକୁ ଲେଖିଛି । ପ୍ଲାଟଫର୍ମ ରେ ଲୋକେ ପାଣି ପିଇ ପ୍ଲାଷ୍ଟିକ ବୋତଲ,ଓ ପ୍ଲାଷ୍ଟିକ ଜରି ଏଣେ ତେଣେ ଫିଙ୍ଗୁଛନ୍ତି । ତାକୁ ସଫା କରି ପାରିଲେ ପ୍ଲାଟଫର୍ମ ରେ ହସିବାକୁ ନିଶ୍ଚିତ ଭଲ ଲାଗିବ । କିଛି ଦିନ ପରେ ଦେଖିବ ମୋ କଲମର କରାମତି । " " ଯଦି କିଛି ନ ହେଲା ?"ଛନ୍ଦା କହିଲା । " ତା ହେଲେ ପୁଣି ଲେଖିବି । ବାରମ୍ବାର ଲେଖିବି । ମହାତ୍ମା ଗାନ୍ଧୀ ବିଦ୍ୟୁତ ସେଇଆ କରୁଥିଲେ । ଆରେ କଲମର ଶକ୍ତି ବହୁତ । ଅସି ଠାରୁ ମସି ର ଶକ୍ତି ବେଶି । " ଛନ୍ଦା ଆଉ କିଛି ନ କହି ଉଠିଗଲା । ଏତେ ଭିତରେ କିଏ ମୁଣ୍ଡ ଖେଳାଇବ? ତାର ଯେ ସିଆଡେ ଢେର କାମ । ଏ ଭିତରେ ବେଶ କିଛି ଦିନ ପରେ ଆଦିତ୍ଯ ଓ ଛନ୍ଦା ଶ୍ରୀୟା ହୋଟେଲ କୁ ଖାଇବାକୁ ଗଲେ । ହୋଟେଲ ଭିତରକୁ ଯାଇ ଛନ୍ଦା ପ୍ରକୃତରେ ଆଶ୍ଚର୍ଯ୍ଯ ହୋଇଗଲା । ବେଶ ସୁନ୍ଦର ସାଜ ସଜ୍ଜା । ସୁନ୍ଦର ସମ୍ବଲପୁରୀ ପରଦା ଲାଗିଛି ଝରକା ରେ ।ଟେବୁଲ ଉପରେ କାଚ ତଳେ ସୁନ୍ଦର ସମ୍ବଲପୁରୀ ଟେବୁଲ କ୍ଲଥ ପଡିଛି । ଓଡିଶାର ପ୍ରମୁଖ ସ୍ଥାନ, ଓଡିଶାର କଳା, ସଂସ୍କୃତିର ତୈଳ ଚିତ୍ର ଶୋଭା ପାଉଥାଏ କାନ୍ଥରେ । ଆଦିତ୍ଯ ଛନ୍ଦା କୁ ଦେଖୁଥାଏ ଆଉ ଛନ୍ଦା ଆଦିତ୍ଯ କୁ । ଟେବୁଲ ପାଖରେ ବସି ଆଦିତ୍ଯ ଛନ୍ଦା କୁ ପଚାରିଲା, " କଣ ଦେଖୁଛ ? ମୋ ଲେଖନୀ ର ଚମତ୍କାରିତା ?ମୋ କଲମ ଶ୍ରୀୟା ହୋଟେଲ ର କେମିତି ରୂପ ବଦଳେଇ ଦେଇଛି , ଦେଖିଲ ତ ? ଆଜି ମୁଁ ଷ୍ଟେସନ ଆଡେ ଚାଲି ଚାଲି ସକାଳେ ଯାଇଥିଲି । ସେଠି ଦେଖିଲି ପ୍ଲାଟଫର୍ମ କି ସୁନ୍ଦର ସଫା ସୁତୁରା ହୋଇଛି । ତୁମେ ନ ଦେଖିଲେ ବିଶ୍ବାସ କରି ପାରିବନି ।" " ସତରେ ତୁମେ ତୁମ ଲେଖା ବଳରେ ଭଲ କାମ ଦୁଇଟି କରି ପାରିଲ । ଆଚ୍ଛା ତୁମେ ସେ ଡାକ୍ତର ଦିଗବିଜୟ ଙ୍କ କ୍ଲିନିକ ବିଷୟ ରେ କିଛି ଲେଖି ପଠାଅ । ଦେଖିବା ତାଙ୍କ କ୍ଲିନିକ ର କି ପରିବର୍ତ୍ତନ ହେଉଛି ।" " ଠିକ କହୁଛ । ନିଶ୍ଚୟ ଲେଖିବି । କଲମ ସବୁ କରିପାରେ । ଆଜିକାଲି ମିଡିଆ, ସମ୍ବାଦପତ୍ର ର ଏଇଭଳି ପଦକ୍ଷେପ କେତେ କଣ ସୁଧାରି ପାରୁଛି ,ଦେଖୁନ ।" ଛନ୍ଦା ସ୍ବାମୀଙ୍କ ମୁହଁକୁ ଚାହିଁ ଧୀରେ ଧୀରେ ହସୁଥାଏ ।




Rate this content
Log in

Similar oriya story from Inspirational